ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ବିରଜା ବଳ
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ଫତୁରାନନ୍ଦ
ଗନ୍ତାୟତ ଶିବପ୍ରସାଦ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ସୌଭାଗ୍ୟ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କୋମଳ ଗାନ୍ଧାର
  ତରୁଣକାନ୍ତି ମିଶ୍ର, ଭୁବନେଶ୍ବର
 
 
ତା: ଏପ୍ରିଲ୍ ୨୦, ୨୦୧୧  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ତା’ ବିଷୟରେ ଏବେ ଲେଖିବସି ଭାବୁଛି, ଏ ମୋ’ ପକ୍ଷରେ ଠିକ୍‌ ହେଲା ନାହିଁ୤ ତା’ ବିଷୟରେ ମୁଁ କ’ଣ ବା ନଜାଣେ ? ଏଇ ବିଗତ ପଚିଶ ବର୍ଷ ଧରି ସେ କେଉଁଠି ଅଛି, କିପରି, ମୋଟଉପରେ ସେ ବଞ୍ଚିଛି କି ନାହିଁ, ମୁଁ ଜାଣେନା୤ ମୋ ପକ୍ଷରେ ତା’ ବିଷୟରେ ଲେଖିବା କେତେଦୂର ସମୀଚୀନ, ଯେତେବେଳେ ତାର ମୋର ପରିଚୟ ମାତ୍ର ଗୋଟିଏ ବର୍ଷର; ଆଉ ଯେତେବେଳେ ଆମ ଦୁହିଁଙ୍କର ବୟସ ଥିଲା ମାତ୍ର ପନ୍ଦର ବର୍ଷ୤ ମୁଁ ବୋଧହୁଏ ତାଠାରୁ ସାମାନ୍ୟ ବଡ଼ ଥିଲି- ଏଇ ଦୁଇ, ଚାରି ମାସର ପାର୍ଥକ୍ୟ ମାତ୍ର୤

ତଥାପି ମୁଁ ଲେଖିବସିଛି୤ ସେଦିନର କଥା ମୋର ଅବିକଳ ମନେ ନାହିଁ; ସେଇ ପୁରୁଣା ପରିତ୍ୟକ୍ତ ସହରର ରୂପ ମଧ୍ୟ ମନେ ନାହିଁ ଠିକ୍‌ ଭାବରେ୤ କିଛି ଅନୁମାନ, କିଛିଟା ଧାରଣା୤
କିନ୍ତୁ, ତା’ ମୁହଁଟା ମୋର ଠିକ୍‌ ମନେ ଅଛି- ଏଇ ଏବେ ମଧ୍ୟ ମୋ ଆଖି ସାମନାରେ ସେଇ ମୁହଁଟି ଦେଖାଯାଉଛି୤ ଗହଳ କଳା ମଥାଏ ବାବୁରି ବାଳ, ଉଚ୍ଚ କପାଳ, ଲମ୍ବା ନାକ, ଗୋରା ସୁନ୍ଦର ସୁଢ଼ଳ ଗୋଟିଏ ମୁହଁ୤

ତା’ ନାମଟା କହି ନାହିଁ ଯେ-ତା’ ନାମ ସୁମନ୍ୟୁ୤
ବାଲେଶ୍ବରରୁ ବାପାଙ୍କର ବଦଳି ହେଲା କେନ୍ଦୁଝର ୤ ସେଇ କେନ୍ଦୁଝର ଗିବ୍‌ସନ୍‌ ହାଇସ୍କୁଲରେ ମୁଁ ନାମ ଲେଖାଇଲି, ଏକାଦଶ ଶ୍ରେଣୀରେ୤ ସେ ବର୍ଷ ମାଟ୍ରିକ ପରୀକ୍ଷା ଦେବି୤
ସେଇ ସ୍କୁଲରେ ମୋର ତା’ ସହିତ ପରିଚୟ୤
ନୂଆକରି ମୁଁ ସେଦିନ କ୍ଲାସ୍‌କୁ ଆସି ବଡ଼ କୁଣ୍ଠିତ ହୋଇପଡ଼ିଥିଲି; ଲଜ୍ଜା ଠିକ୍‌ ନଥିଲେ ବି ସଙ୍କୋଚ ମୋର ଥିଲା ଖୁବ୍‌୤ ଶ୍ରେଣୀରେ ପଛ ବେଞ୍ଚରେ ଯାଇ ବସିଥିଲି୤
ଯେଉଁଠି ବସିଲି, ସେଠାରେ ସବୁ ସିଟ୍‌ ଶୂନ୍ୟ, ଜଣେ କେବଳ ବସିଥିଲା ଏକାକୀ-ନିଜକୁ ଅନ୍ୟଠାରୁ ଦୂରେଇନେବା ପରି, ସେ ସୁମନ୍ୟୁ୤
ଉଚ୍ଚତାରେ ସେ ଏମିତି ବେଶି କିଛି ନୁହେଁ, ତଥାପି ସେ ବସିଥିଲା ପଛରେ୤ କାହିଁକି, ସେକଥା ମୁଁ ବୁଝିଥିଲି ପରେ୤

ଏବେ କିନ୍ତୁ ମୋ ସାମନାରେ ଇନ୍ଦୁ୤ ସେ ଗେଟ୍‌ ସେପଟରୁ ଧୀର ପାଦରେ ବାହାରିଆସିଲା୤ ଛପି ଛପି ଅତି ସନ୍ତର୍ପଣରେ୤ ସାମନାରେ ଇନ୍ଦୁକୁ ଦେଖି ସୁମନ୍ୟୁ ଥମକି ଠିଆ ହୋଇପଡ଼ିଲା୤ କିନ୍ତୁ କିଛି ସେ କହିବା ପୂର୍ବରୁ ଶୁଣାଗଲା ଇନ୍ଦୁର ବାଷ୍ପରୁଦ୍ଧ ଆବେଗ କମ୍ପିତ ସ୍ବର୤
– ସୁମନ୍ୟୁ, ମୁଁ ତୁମକୁ ଭଲପାଏ୤

ସେଇ ପଛ ବେଞ୍ଚରେ ତା’ର ମୋର ପରିଚୟ୤ ପ୍ରଥମେ ସେ ଚୋରେଇ ଚୋରେଇ ମୋ ଖାତାରେ ଲେଖାଥିବା ନାମକୁ ପଢ଼ିଲା୤ ମୋ ମୁହଁକୁ ଚାହିଁଲା୤ ମୁଁ ମଧ୍ୟ ତା’ ଖାତାକୁ ଚାହିଁଲି-ତା’ ନାମ ଜାଣିବା ଅଭିପ୍ରାୟରେ୤ କିନ୍ତୁ ଖାତା ଉପରେ କିଛି ନାମ ଲେଖା ନ ଥିଲା୤ ତେଣୁ ପଚାରିଲି, ତୁମ ନାଆଁ କଅଣ ?
‘- ସୁମନ୍ୟୁ’୤ ଅତି ଚାପା, କ୍ଷୀଣ ତା’ର କଣ୍ଠ୤ ପନ୍ଦର ବର୍ଷ ବୟସରେ କଣ୍ଠସ୍ବରରେ ଏକ ଆପାତ କର୍କଶତା ଥାଏ, କିନ୍ତୁ ସେପରି କର୍କଶତା ତା’ ସ୍ବରରେ ନ ଥିଲା୤
ମୋ ନାମ ଦୀପକ୤ ଦୀପକ ପଟ୍ଟନାୟକ୤
ସେ ମୁଣ୍ଡ ହଲାଇ ଆସ୍ତେ ହସିଲା୤ ତା’ ଅର୍ଥ ମୁଁ ଜାଣେ୤
ତା’ପରେ କଥାବାର୍ତ୍ତାରେ ଖିଅ ବଢ଼ିଲା୤
ବୟସ ପନ୍ଦର ବର୍ଷ, ପଢୁଛୁ ଏକାଦଶ ଶ୍ରେଣୀରେ, ଆଉ ଦଶ ମାସ ପରେ ମାଟ୍ରିକୁଲେସନ୍‌ ପରୀକ୍ଷା ଦେବୁ୤ ଏଣୁ ଯାହା କଥାବାର୍ତ୍ତା ହେବାର କଥା- ପଢ଼ାପଢ଼ି କେତେ ଆଗେଇଛି, କୋଉ ସାର୍‌ କେମିତି ପଢ଼ାନ୍ତି୤

ତୁମର ପୋଜିସନ୍‌ କ୍ଲାସ୍‌ରେ କ’ଣ ଥିଲା ? ମୁଁ ପଚାରିଲି୤ ମୋର ଉଦ୍ଦେଶ୍ୟ ଥିଲା ସ୍ପଷ୍ଟ୤ ସେ କହିଲା ମୁଁ ଶ୍ରେଣୀରେ ସେକେଣ୍ଡ ହୁଏ୤
ମୁଁ ମନେ ମନେ ସତର୍କ ହୋଇଗଲି୤ ଏ ତେବେ ମୋର ଜଣେ ପ୍ରତିଦ୍ବନ୍ଦ୍ବୀ ହେବ ଏଥରକ୤
: ଟୋଟାଲ ମାର୍କ କେତେ ଥିଲା ?
: ଚାରିଶହ ସତୁରୀ୤
ମୁଁ ଅଶ୍ବସ୍ତ ହେଲି୤ ମୋ ମନ ଭିତରର ଆଶଙ୍କା କ୍ଷୀଣ ଓ କ୍ଷୟିଷ୍ଣୁ ହୋଇ ଲୋପ ପାଇଗଲା୤
: ତମର ଏଗ୍ରିଗେଟ୍ କେତେ ଥିଲା ? ସେ ପଚାରିଲା ୤
: ମୋର ଥିଲା ପାଞ୍ଚଶହ ସତାଅଶୀ୤ ମୁଁ ଗାମ୍ଭୀର୍ଯ୍ୟ ରକ୍ଷା କରି କହିଲି୤
ସେ ମୋ ଆଡ଼କୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲା୤ ଏତେ ବଡ଼ ଗୋଟାଏ ସଂଖ୍ୟା ସେ ମୋ’ଠାରୁ ଶୁଣିବାକୁ ଚାହିଁ ନ ଥିଲା ନିଶ୍ଚୟ୤ ମନେ ମନେ ଟିକିଏ ସଙ୍କୁଚିତ ହୋଇଉଠିଥିବ ହୁଏତ୤ ସେଇ ସଙ୍କୋଚ ମନରେ ରଖି କହିଲା : ତୁମେ ସେଠି ଫାଷ୍ଟ ହେଉଥିଲ ?
ମୁଁ ମୁଣ୍ଡ ହଲାଇଲି୤
ସୁମନ୍ୟୁ ଆଉ କିଛି କହିଲା ନାହିଁ୤ ଚୁପ୍‌ ରହିଲା୤
: ଏଠି ଫାଷ୍ଟ ହୁଏ କିଏ ? ମୁଁ ପଚାରିବସିଲି୤
: ଇନ୍ଦୁ୤
ଏତେବେଳ ଯାଏଁ ମୋର ଦୃଷ୍ଟିରେ ସେ ପଡ଼ି ନ ଥିଲା୤ କିନ୍ତୁ ଏଥର ଦେଖିବାକୁ ପାଇଲି, କ୍ଲାସର ସବା ଆଗ ଧାଡ଼ିରେ ଅଲଗା, ଏକୁଟିଆ ଗୋଟିଏ ସିଟ୍‌ରେ ଗୋଟିଏ ଝିଅ୤ ସୁମନ୍ୟୁର କଥା ଅନୁସାରେ, ଇନ୍ଦୁ୤
: ଏଇ ?
ସୁମନ୍ୟୁ ମୁଣ୍ଡ ହଲାଇଲା୤ ସ୍ବୀକୃତି ସୂଚକ୤ ମୁଁ ଲକ୍ଷ୍ୟ କଲି, ଆପାତତଃ ଏଇ ମୋର ପ୍ରତିଦ୍ବନ୍ଦ୍ବୀ୤ ମୋତେ ବେଶ୍‌ ଭଲ ଲାଗିଲା, ମୋ ବୟସର ଗୋଟିଏ ଝିଅକୁ ପ୍ରତିଦ୍ବନ୍ଦ୍ବୀ ମନେକରି୤
ଦେଖିବାକୁ ବେଶ୍‌ ସୁନ୍ଦର, ପିନ୍ଧିବା ପୋଷାକରୁ ମନେ ହେଲା ଯେମିତି ଅତି ଧନୀ ଘରର ଝିଅ୤ ମୁଁ ମନେ ମନେ ଉତ୍ସାହିତ ବୋଧ କଲି୤
କେତେ ନମ୍ବର ଥିଲା ?
ସେ ଦିନ ପ୍ରଥମ ସାକ୍ଷାତ୤ ତେଣୁ ମୁଁ ଲକ୍ଷ୍ୟ କରିପାରି ନ ଥିଲି, କି ଏକ ଅଦ୍ଭୁତ ଉଜ୍ଜ୍ବଳ ସମ୍ଭ୍ରମବୋଧ ସୁମନ୍ୟୁ ମୁହଁରେ ଫୁଟିଉଠିଥିଲା୤ ଏକ ପ୍ରଚ୍ଛନ୍ନ ଗୌରବବୋଧ ତା’ ସହିତ; କିନ୍ତୁ କ୍ଷଣିକରେ ସେ ଅଭିବ୍ୟକ୍ତି ତା’ ମୁହଁରୁ ଲିଭିଯାଇଥିବ, କାରଣ ସେ କହିଲା : ଏଠାରେ ବଡ଼ ଷ୍ଟ୍ରିକ୍‌ଟ୍‌ ମାର୍କିଂ ହୁଏ୤ ବେଶି ନମ୍ବର ମିଳେ ନାହିଁ୤ ସେମିତି ନମ୍ବର ମିଳୁଥିଲେ ତ ସେ ଛଅଶହଠୁ କମ୍‌ ନମ୍ବର ପାଆନ୍ତେ ନାହିଁ୤ ତୁମେ ଜାଣି ନାହଁ, ସେ ବଡ଼ ବ୍ରିଲିଆଣ୍ଟ୍‌, ବଡ଼ …

ପୃଷ୍ଠା ସଂଖ୍ୟା : 1 2 3 4 5 6

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ତରୁଣକାନ୍ତି ମିଶ୍ର, ଭୁବନେଶ୍ବର
author photo
୧୯୫୦ ମସିହାରେ କେନ୍ଦୁଝରଠାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ତରୁଣକାନ୍ତି ମିଶ୍ର ଓଡ଼ିଆ କଥାସାହିତ୍ୟରେ ଜଣେ ପ୍ରମୁଖ ଗାଳ୍ପିକ ଭାବେ ପ୍ରସିଦ୍ଧ୤ ଅତ୍ୟନ୍ତ ସମ୍ବେଦନଶୀଳ ତାଙ୍କର ମଧୁର ସ୍ବାଦସିକ୍ତ ଗଳ୍ପଗୁଡ଼ିକ ପାଠକଙ୍କୁ ଅନେକ ଦିନ ଯାଏଁ ଘାରିରଖିବାକୁ ଯଥେଷ୍ଟ୤ ୧୪ଟି ଗଳ୍ପ ସଂକଳନ ଓ ଗୋଟିଏ ଉପନ୍ୟାସର ରଚୟିତା ଶ୍ରୀ ମିଶ୍ରଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ 'ଆବର୍ତ୍ତର ଦୁଇଟି ସ୍ବର', 'ନିସଙ୍ଗତାର ସ୍ବର', 'କୋମଳ ଗାନ୍ଧାର', 'ବହୁବ୍ରୀହି', 'ପାରାଡାଇଜ୍ ପକ୍ଷୀ ଓ ଜଣେ ନିରସ୍ତ୍ର ଆତତାୟୀ', 'ବୀତଂସ', 'ପ୍ରଜାପତିର ଡେଣା ନାହିଁ', 'ଆକାଶ ସେତୁ', 'ଲୁବ୍ଧକର ରାତି' ଆଦି ଅନ୍ୟତମ୤ ଉଲ୍ଲେଖନୀୟ ସାହିତ୍ୟ ସାଧନା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର ଭଳି ଅନେକ ମର୍ଯ୍ୟାଦାଜନକ ପୁରସ୍କାରରେ ସମ୍ବର୍ଦ୍ଧିତ୤ ତାଙ୍କର ଗଳ୍ପ ବିଭିନ୍ନ ଭାରତୀୟ ତଥା ବୈଦେଶିକ ଭାଷାରେ ଅନୁଦିତ ଏବଂ ଆଦୃତ୤ ସ୍ନାତକ ଉପାଧି ପୂର୍ବରୁ ପ୍ରଥମ ଗଳ୍ପ ସଂକଳନ ପ୍ରକାଶିତ ହେବାର ସୌଭାଗ୍ୟ ଅର୍ଜିଥିବା ଗାଳ୍ପିକ ଶ୍ରୀ ମିଶ୍ର ଓଡ଼ିଶା ଓ ଇଂଲଣ୍ଡରେ ଶିକ୍ଷା ଲାଭ ପରେ ୧୯୭୫ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ୤ ଓଡ଼ିଶା ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ଭାବେ ସେ ଅବସରପ୍ରାପ୍ତ ଏବଂ ସଂପ୍ରତି ରାଜ୍ୟ ମୁଖ୍ୟ ସୂଚନା କମିଶନର ଭାବେ ଅବସ୍ଥାପିତ୤
 

ମତାମତ ସଂଖ୍ୟା - ୧୩ ଆପଣଙ୍କ ମତାମତ ?

  • ୧. prasanta Panda |  ଏପ୍ରିଲ୍ ୨୬, ୨୦୧୧ - ୬:୦୩ ଅପରାହ୍ନ

    Sir Namaskar
    Apankara Prabandha ti ati chamatkar hai chi.
    Tebe sir apana kana Sumunyu ku kebe veti nahanti???
    Dhanyabaad

  • ୨. ଧୀରଞ୍ଜନ |  ଏପ୍ରିଲ୍ ୨୭, ୨୦୧୧ - ୯:୦୭ ଅପରାହ୍ନ

    ସତରେ, ବୋଧେହୁଏ ସମସ୍ତେ ସେ ଦୂରତା ଅତିକ୍ରମ କରି ପାରନ୍ତିନି| ସୁମନ୍ୟୁ ର ଭଲପାଇବା ଯେ ଥିଲା ତା ଏକନ୍ତ ନିଜର| ବହୁତ କମ୍ ଲୋକ ବୋଧେ ତା ପରି ଭଲପାଇ ପାରିବେ|

  • ୩. Chinmaya |  ମେ ୨୩, ୨୦୧୧ - ୭:୨୮ ପୂର୍ବାହ୍ନ

    Sir. That was touching. Yaku padhi mora bahut puruna katha mane padigal. Agaku bi emiti lekhibe.

  • ୪. ଭବାନି |  ମେ ୨୪, ୨୦୧୧ - ୩:୪୯ ଅପରାହ୍ନ

    ସୁମନ୍ୟୁ ଘର ଛାଡି ଯିବା ଟା ଯଥାର୍ଥ ମନେ ନ ହେଲେ ବି ତାର ସମ୍ଭାବନା କୁ ପୁରାପୁରି ନାକଚ କରି ହେବନି । ଏମିତି ବହୁତ ପିଲା ନିଜର ପିଲାଳିଆମୀ ଯୋଗୁ ନିଜର ପୁରା ଭବିଷ୍ୟତ ନଷ୍ଟ କରି ଦିଅନ୍ତି । ସେ ଯାହା ହଉ, ଗପ ତ ଭଲ ଲାଗିଲା ।

  • ୫. Gopal Das |  ଜୁଲାଇ ୧୯, ୨୦୧୧ - ୫:୩୬ ଅପରାହ୍ନ

    ଗପଟି ହୃଦୟ ସ୍ପର୍ଶୀ ଆଉ ଭାଷା ସଞ୍ଜୋଜନା ଉଚ୍ଚକୋଟିର ହୋଇଛୀ.

  • ୬. partha |  ଜୁଲାଇ ୨୨, ୨୦୧୧ - ୩:୪୭ ପୂର୍ବାହ୍ନ

    Srujan Ra Pathe Kabi Nkara Prayas Sadya-nitya Bastabata. Bodh hue eha sedina ra Sumanyu Ra Abhilekha Nuhe barang Aji ra Susta Samaj Ra Lukayita Abhibyakti.

  • ୭. Benudhar Sahoo |  ଅଗଷ୍ଟ୍ ୨, ୨୦୧୧ - ୫:୫୯ ପୂର୍ବାହ୍ନ

    Beautiful writing.

  • ୮. କ୍ଷୀରୋଦ ରାଉତ, ନାଗପୁର |  ଅଗଷ୍ଟ୍ ୯, ୨୦୧୧ - ୬:୪୫ ପୂର୍ବାହ୍ନ

    ନୀରବ ପ୍ରେମିକ ସୁମନ୍ୟୁ ର ଚରିତ୍ର ଭଲ ଲାଗିଲା କିନ୍ତୁ ଘର ଛାଡି ଯିବା ଟା ଯଥାର୍ଥ ମନେ ହେଲା ନାହିନ୍

  • ୯. ତରୁଣକାନ୍ତି ମିଶ୍ର |  ଅକ୍ଟୋବର୍ ୨, ୨୦୧୧ - ୮:୨୪ ପୂର୍ବାହ୍ନ

    ମୁଁ ଅନୁଗୃହୀତ ଯେ ମୋର ଗଳ୍ପଟି ପଢି ଅନେକ ପାଠକ କଷ୍ଟ ସ୍ୱୀକାର କରି ନିଜନିଜର ମତାମତ ଦେଇଛନ୍ତି୤ ଗଳ୍ପଟିର ଦୋଷ ଦୁର୍ବଳତା ସମ୍ପର୍କରେ ମୁଁ ସଚେତନ୤ ଏ ଗଳ୍ପଟି କଞ୍ଚାହାତର ଲେଖା୤ ମୋର ଛାତ୍ର ଜୀବନରେ ଗପଟି ଲେଖିଥିଲି୤ ପ୍ରକାଶ ପାଇଥିଲା ଆଜିକୁ ପ୍ରାୟ ପଇଁତିରିଶ ବର୍ଷ ତଳେ୤ ତଥାପି ଗଳ୍ପଟିକୁ ଆଜି ଯାଏ ପାଠକ ପାଠିକାମାନେ ମନେ ପକାନ୍ତି୤ ଜାଣେନା କାହିଁକି! ହୁଏତ ଏଇଥି ପାଇଁ ଯେ ଲେଖା ଭିତରେ କିଛି ସହଜ ଅକୃତ୍ରିମ ଆବେଗ ରହିଛି, କିଛି ରହିଛି ଅସମର୍ଥ ଦୁର୍ବଳ ହାତର ସ୍ୱାକ୍ଷର୤ ସେହି ଅକ୍ଷମତା ହିଁ ଏ କାହାଣୀର ସୌନ୍ଦର୍ଯ୍ୟ୤ ମୁଁ ଜାଣେ ଗଳ୍ପରେ କିଛି ନାଟକୀୟତା ରହିଚି, କିନ୍ତୁ ମୁଁ ତାର ପରିବର୍ତ୍ତନ କରିନାହିଁ, ‘କୋମଳଗାନ୍ଧାର’ ବହିଟି ପ୍ରକାଶିତ ହେବା ସମୟରେ୤ ‘ଅଜଣା ତିଥିର ଜହ୍ନ’ ଗଳ୍ପଟି ହୁଏତ ଟେକନିକ ଦୃଷ୍ଟିରୁ ଉତ୍କୃଷ୍ଟ, କିନ୍ତୁ ମୋତେ ଅଧିକ ସନ୍ତୋଷ ମିଳିଥିଲା ‘କୋମଳଗାନ୍ଧାର’ ଲେଖି ସାରିବା ପରେ୤
    ବିଦଗଧ ପାଠକମାନଙ୍କୁ ସେମାନଙ୍କ ମତାମତ ପାଇଁ ମୋର ବିନମ୍ର କୃତଜ୍ଞତା୤

  • ୧୦. sanjay mohanty |  ନଭେମ୍ବର୍ ୩, ୨୦୧୧ - ୧୨:୪୫ ପୂର୍ବାହ୍ନ

    mr. tarunkanti mishra ur writting is high quality .i had read some books thats good. if it may possible could submit the story of” nisangatara swara.”

  • ୧୧. ବାଦଲ ମହାନ୍ତି, ଭୁବେନଶ୍ବର |  ଡିସେମ୍ବର୍ ୭, ୨୦୧୨ - ୩:୫୬ ପୂର୍ବାହ୍ନ

    ଗପଟିର ଶେଷାଂଶ ଖୁବ୍ ଗଭୀର ଓ ସେମ୍ବଦନଶୀଳ

  • ୧୨. Pavitra Das, Cutack,ravenshaw university |  ସେପ୍ଟେମ୍ବର୍ ୭, ୨୦୧୪ - ୯:୨୮ ପୂର୍ବାହ୍ନ

    Sir,pranam,vala heichhi drustivangiti.

  • ୧୩. sonali purohit, sambalpur |  ସେପ୍ଟେମ୍ବର୍ ୨୯, ୨୦୧୫ - ୩:୧୪ ପୂର୍ବାହ୍ନ

    Sir namaskar
    Gapa ti mate bahut bhal lage,Anek thara padhichi hele prati thara nua mane hue,Gabhira anubhti na hele emiti gapa lekhi hue nahi,bastabik gala ti bes hrudayaspasrsi sir

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤