ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଗୋଦାବରିଶ ମିଶ୍ର
ଦୀପକ ମିଶ୍ର
ଭୂପେନ୍‌ ମହାପାତ୍ର
ନୀଳକଣ୍ଠ ଦାସ
ସୁରେନ୍ଦ୍ର ମହାନ୍ତି
ମୃଣାଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଝୁମା
 |- ଲକ୍ଷ୍ମୀଧର ମହାନ୍ତି
 
 
ତା: ଏପ୍ରିଲ୍ ୬, ୨୦୧୧  
 

ଅଖାରୀ ବୁଢ଼ୀର ଏଇ ହେଲା ନିତିଦିନିଆ ଜୀବନ୤ ସବୁ ମଣିଷମାନଙ୍କଠାରୁ ସେ ଆସ୍ଥା ହରାଇବା ପରେ ଶେଷ ଜୀବନରେ ଝୁମାକୁ ହିଁ ଆଦରି ନେଇଛି୤ ନିଜର ନିଃସନ୍ତାନ ଜୀବନର ଏକମାତ୍ର ସନ୍ତାନ ଭଳି, ଅଖାରୀ ବୁଢ଼ୀ କହୁ କହୁ ଥରେ ଥରେ କହିପକାଏ- “ପଥରକୁ ଡାକିଲେ ପଥର ଓ କରିବ, ମାତ୍ର ମଣିଷକୁ ଡାକିଲେ ମଣିଷ ମୁହଁ ଆଡ଼େଇଦେବ୤” ସେ ଦୃଷ୍ଟିରୁ ଝୁମା ତା’କୁ ଛାଡ଼ି କୁଆଡ଼େ ଯାଏନା, ବିଛଣା ପାଖରେ ବସି ଲୁହ ଗଡ଼ାଏ୤ ଅଖାରୀ ବୁଢ଼ୀର ବାପଘରେ କେହି ନାହାଁନ୍ତି କି ଶାଶୁଘରେ କେହି ନାହାଁନ୍ତି୤ ସମସ୍ତେ ମରି ହଜିଗଲେଣି୤ ଧର୍ମକୁ ସାକ୍ଷୀ ରଖି ଯାହାର ହାତ ସେ ଧରିଥିଲା, ବାହା ହେବାର ଦୁଇ ବର୍ଷ ପରେ ତା’ର କାଳ ହୋଇଗଲା୤

ଏଥିପାଇଁ ଅଖାରୀ ବୁଢ଼ୀ ଗାଁ ଗୋଟାକରେ ଘୃଣ୍ୟ୤ ସେ କୁଆଡ଼େ ଗୋଟେ ଅଲକ୍ଷଣୀ୤ ତା’ ମୁହଁ ଚାହିଁଲେ ପାପ୤ ବାହା ହଉ ହଉ ଯିଏ ଶାଶୁ, ଶ୍ବଶୁର, ଗେରସ୍ତଙ୍କୁ ଖାଇଲା, ସେ ଅଲକ୍ଷଣୀ ନୁହେଁ ତ ଆଉ କ’ଣ ? ଖାଲି ଅଲକ୍ଷଣୀ କ’ଣ, କେହି କେହି ତା’କୁ ପିତାଶୁଣି ବୋଲି ମଧ୍ୟ ଡାକନ୍ତି୤ ବିଚାରୀ ଏକଘରିକିଆ ହେଲା ଭଳି କେମିତି ତା’ର ସମୟ କଟାଇବ ? କେତେଥର ବିଷ ଖାଇବାକୁ ଯାଇଛି, ଅଥଚ଼ ଖାଇପାରିନି୤ ଏଇ ଝୁମା ହିଁ ପରୋକ୍ଷରେ ତା’କୁ ବାରଣ କରିଛି୤

-“ମୁଁ ମରିଗଲେ ଝୁମା ମୋ’ର ଅନାଥିନୀ ହୋଇଯିବ୤ ଝୁମାକୁ ଆଉଁସୁ ଆଉଁସୁ ଅଖାରୀ ବୁଢ଼ୀ ପିଲାଙ୍କ ଭଳି ଭେଁ ଭେଁ ହୋଇ କାନ୍ଦିଉଠେ୤ ଓଃ, ବଡ଼ ଦୁର୍ବିସହ ଏ ଜୀବନ୤ ରାତି ପାହିଲେ ବୁଢ଼ୀ ଚିନ୍ତା କରିବସେ କେମିତି ବିତିବ ଆଜିର ଦିନଟା୤ ସକାଳ, ଖରାବେଳ, ସଞ୍ଜ ଓ ରାତି୤ ଅତି ଦୀର୍ଘ ଏ ସମୟର ଚକ୤ କଳ୍ପନା କରେ ଅଖାରୀ ବୁଢ଼ୀ- ସେ ମରିଯାଇଛି୤ ତା’ର ଶବ ପଡ଼ିରହିଛି ଘର ଭିତରେ୤ ଗାଁ ଲୋକେ କେହି ଆସୁନାହାନ୍ତି ଶବ ପାଖକୁ୤ ଶବ ଉଠାଇବା କଥା ଭିନ୍ନ ମାତ୍ର ପାଖକୁ ଆସିବାକୁ କ’ଣ ପାପ ଲାଗି ଯାଉଛି ! ପାଖରେ ଜଗିରହିଛି ଝୁମା୤ ଆଖିରୁ ତା’ର ଧାର ଧାର ଲୁହ ବୋହି ଯାଉଛି୤ କିଏ ତା’ର ଶବ ଉଠାଇବ ? କିଏ ତା’ର ଶୁଦ୍ଧିକ୍ରିୟା କରିବ ? କିଏ ବ୍ରାହ୍ମଣ ଖୁଆଇବ ? ଅଖାରୀର ମୁଣ୍ଡଟା ଝାଇଁ ଝାଇଁ କରେ୤ ପାଖରେ ଶୋଇଥିବା ଝୁମାକୁ ସେ କୋଳେଇ ନିଏ୤ ତା’ ପିଠିରେ ଆଙ୍ଗୁଳି ଚଳାଉ ଚଳାଉ କହେ- ହଁ ଲୋ ଝୁମା ! ମୁଁ ଆଗ ନ ମରି ତୁ ଯଦି ମରିଯାଉ ନା, ତେବେ ତୋତେ ନେଇ ବାରିପଟ ଖତଗଦା ସେପଟେ ସମାଧି ଦେବି୤ ତୋର ଦଶାହକୁ ଦଶଜଣ ବ୍ରାହ୍ମଣ ଖୁଆଇବି୤ ବାରପତ୍ର ପକାଇ ସାଇ ଲୋକଙ୍କୁ ଖାଇବାକୁ ଦେବି୤ ଦାଣ୍ଡପିଣ୍ଡାରେ ଏକୁଟିଆ ବସି ବସି ତାକୁ ବିଜାର ଲାଗେ୤ ଏମିତି ଗୁଡ଼ାଏ ଚିନ୍ତା ତା’ମୁଣ୍ଡ ଭିତରେ ପଶି ମୁଣ୍ଡଟା ତା’ର ଖରାପ ହୋଇଯାଏ୤ ଦିନଦିନ ମାସମାସ ବର୍ଷବର୍ଷ ଏମିତି ଚିନ୍ତା ସବୁ ତା’ ଶେଥା ମୁହଁର ରେଖାଗୁଡ଼ିକୁ ବିକୃତ କରିପକାନ୍ତି୤

କେବେ ସାବୁନ୍‌ ମରା ହୋଇନଥିବା ତେଲ ଚିକିଟା ଗାମୁଛାଖଣ୍ଡକରେ ପରସ୍ତ ପରସ୍ତ ମଇଳା ଆସ୍ତରଣ ବସିଯିବା ପରେ ଆଉ ସଫା ନ ଫିଟିଲା ଭଳି ଅଖାରୀ ବୁଢ଼ୀର ମୁଖମଣ୍ଡଳରେ ବିଷାଦ ଲେପିହୋଇଯାଏ୤ ଶୁଖିଲା ମୁହଁ ଓ ଶୁଖିଲା ଓଠ ଉପରେ କେବେ କେମିତି ହସ ଉକୁଟିଲେ ତାହା ମଧ୍ୟ ଶୁଖିଲା ଦେଖାଯାଏ୤ ସେ ହସରେ ନଥାଏ ଆନ୍ତରିକତା, ନଥାଏ ସରସତା ବରଂ ଭରି ରହିଥାଏ ତା’ର ନିଃସଙ୍ଗତା, ଅସହାୟତା ଓ ଦାରିଦ୍ର୍ଯର କେତେ ଅକୁହା କାହାଣୀ୤

ଅଖାରୀ ବୁଢ଼ୀର ହସ ଲୋଭନୀୟ ହୋଇଯାଏ, ଗାଁକୁ ଶୁଖୁଆବାଲା ଆସିଲେ୤ ନିଜେ ବୈଧବ୍ୟ ବ୍ରତ ପାଳନ କରି ଆଇଁଷ ଛୁଏନାଁ, ମାତ୍ର ଝୁମା ପାଇଁ ପଚାଶେ କି ଶହେ ଚିଙ୍ଗୁଡି ବା ତାମ୍ପେଡ଼ା ଶୁଖୁଆ କିଣିବା ପାଇଁ ଧାଇଁଯାଏ, ଗାଁ ଦାଣ୍ଡରେ ଡାକ ଛାଡୁଥିବା ଶୁଖୁଆ ବିକାଳୀ ପାଖକୁ୤ ପ୍ରତି ମଙ୍ଗଳବାର ଯଦି ଶୁଖୁଆବାଲା ନ ଆସେ ତେବେ ବୁଢ଼ୀର ଭାଳେଣି ପଡ଼ିଯାଏ୤ ଆଉ କ’ଣ ଦେଲେ ତ ସେ ଖାଇବନି୤ ପାଖରେ ପଇସା ଥିଲେ ଅବା ସେ ଦୁଇଶ ଅଢ଼େଇଶ ଶୁଖୁଆ କିଣି ରଖନ୍ତା, ମାତ୍ର ପଚାଶେ ଶହେ କିଣିବାକୁ ବି ପଇସା ନିଅଣ୍ଟ ହୁଏ୤ ଆରପାଳିକୁ ବାକି ରହେ ପୁଣି ଶୁଝିବାକୁ୤ ଶୁଖୁଆ କିଣିଲାବେଳେ ସେ ଝୁମାକୁ ସାଙ୍ଗରେ ନିଏ୤ ଝୁମା ଶୁଖୁଆ ବୋଝ ଚାରିପାଖରେ ମ୍ୟାଉଁ ମ୍ୟାଉଁ ବୋବାଏ୤ ଅଖାରୀ ବୁଢ଼ୀ ଶୁଖୁଆ କିଣିସାରି କହି ପକାଏ, -ଦଉନୁ ମୋ ଝିଅକୁ ଦି ଚାରିଟା ଶୁଖୁଆ୤ ଲାଭ ଦବୁନି କି ?

ଗାଁ ମୁଣ୍ଡ ମଣ୍ଡପ କରରେ ଷ୍ଟକ୍‌ମ୍ୟାନ ସେଣ୍ଟର୤ ଷ୍ଟକ୍ମ୍ୟାନ ସ୍ବାଇଁବାବୁ୤ ଅଖାରୀ ବୁଢ଼ୀ ସ୍ବାଇଁବାବୁଙ୍କ ପାଖରେ ପହଞ୍ଚିଯାଏ, ଯେତେବେଳେ ଝୁମାକୁ ଝାଡ଼ା ହୁଏ ବା ଜ୍ବର୤ ଏମିତି ଆପଦବିପଦ ବେଳେ ସ୍ବାଇଁବାବୁ ଔଷଧ ଦେଇ ଝୁମାକୁ ଭଲ କରି ଦିଅନ୍ତି୤ ଅଖାରୀ ମୁହଁରେ ସେତିକିବେଳେ ହସ ଫୁଟିଉଠେ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଲକ୍ଷ୍ମୀଧର ମହାନ୍ତି, ଭୁବନେଶ୍ବର
ଜଣେ ସମସାମୟିକ କଥାକାର ଭାବେ ପରିଚିତ ଲକ୍ଷ୍ମୀଧର ମହାନ୍ତି ବିଭିନ୍ନ ସାମାଜିକ ବ୍ୟବସ୍ଥା ଉପରେ ଲେଖନୀ ଚାଳନା କରିବାରେ ସିଦ୍ଧହସ୍ତ୤ ଗଳ୍ପ ଓ ପ୍ରବନ୍ଧ ସମେତ ଅନ୍ୟାନ୍ୟ ଲେଖା ଲେଖୁଥିବା ଶ୍ରୀ ମହାନ୍ତିଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ “ପ୍ରାଣ ଓ ପିପାସା”, “ମର୍ତ୍ତ୍ୟ ନିର୍ମାଣ”, “ମଞ୍ଚନାୟକ” ଆଦି ଅନ୍ୟତମ୤
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. Ashok Nayak |  ଏପ୍ରିଲ୍ ୧୪, ୨୦୧୧ - ୧୦:୨୧ ପୂର୍ବାହ୍ନ

    gap ti bahut bhal lagila.kemiti besahara sahara mili thai.man ku bujai ba ku padithai,taha bes bhal bhabre barnnan karajai achhi.
    With Thanks
    Ashok Nayak
    New Delhi

  • ୨. ବିରଞ୍ଛି ନାରାୟଣ ବେହେରା |  ଜୁଲାଇ ୪, ୨୦୧୧ - ୧୨:୪୯ ଅପରାହ୍ନ

    ଗପ ଟି ବହୁତ ସୁନ୍ଦର ହୋଇଛି ୤

  • ୩. partha |  ଅଗଷ୍ଟ୍ ୧, ୨୦୧୧ - ୭:୦୯ ପୂର୍ବାହ୍ନ

    galpa ra marmikata kebala jane hrudaywan hi bujhi pariba.Its a social Massage for Our society…..

  • ୪. sanjatkumarsahoo |  ଅଗଷ୍ଟ୍ ୨୮, ୨୦୧୧ - ୫:୨୧ ପୂର୍ବାହ୍ନ

    ଓଡିଆ ଏତେ ସହଜ ମୁଁ ଜାଣି ନଥିଲି

  • ୫. ରମେଶ୍ ବେହେରା |  ଅକ୍ଟୋବର୍ ୨୧, ୨୦୧୧ - ୪:୨୮ ପୂର୍ବାହ୍ନ

    ବହୁତ ଭଲ ହୋଇଛି ଗପ.

  • ୬. ବାଇଧର ଜେନା, ଆସିକା |  ଫେବୃଆରୀ ୨୨, ୨୦୧୩ - ୫:୦୩ ପୂର୍ବାହ୍ନ

    ଶ୍ରୀମହାନ୍ତି ବାବୁ ଗପଟି ଅତିସୁନ୍ଦର ଭାବରେ ଲେଖିଛନ୍ତି ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤