ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କନକଲତା ସାହୁ
ଶାରଦା ପ୍ରସାଦ ମିଶ୍ର
ବରେନ୍ଦ୍ର କୃଷ୍ଣ ଧଳ
ଗୋପାଳ ଚନ୍ଦ୍ର ପ୍ରହରାଜ
ଚନ୍ଦ୍ରଶେଖର ରଥ
ମଧୁସୂଦନ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଝୁମା
 |- ଲକ୍ଷ୍ମୀଧର ମହାନ୍ତି
 
 
ତା: ଏପ୍ରିଲ୍ ୬, ୨୦୧୧  
 

ଦିନେ ଦିନେ ରାତି ଅଧରେ ସେପଟ ଅଗଣା ମଝିରେ ଠିଆ ହୋଇ ସେ ବଡ଼ ପାଟିରେ ଡାକ ଛାଡ଼େ “ଝୁମା ! ଆଲୋ ହେ ଝୁମା ! ଆଲୋ କୁଆଡ଼େ ଚାଲିଗଲୁ ଅଲକ୍ଷଣୀ, ଆଲୋ ବାରବୁଲି୤ କେଉଁଠି ଅଛୁ ଘରକୁ ଆ୤ ଆରେ-ଏ, ମୋତେ ଟିକିଏ ଛାଇ ନିଦ ନାଗିଛି କି ନାହିଁ ବାରବୁଲି ଖସିଗଲା ମୋ କୋଳରୁ୤ କେତେ ଆକଟ କରିବି ତାକୁ?”

ଟିକିଏ ରହି ସେ ଚାରିଆଡ଼କୁ ଆଖି ପକାଏ୤ ପାଉଁଶିଆ ଜହ୍ନ ଆଲୁଅ ଭିତରେ ସବୁ ଝାପ୍ସା ଦେଖାଯାଏ୤ ସାନବାବୁ ଘର ସେଇ ଇଟା ପାଚେରୀ କୋଣ ଖଣ୍ଡେ ଭାଙ୍ଗି ଯାଇଛି କୋଉଦିନରୁ୤ ସେଇ ଭଙ୍ଗା କାନ୍ଥି ଉପରେ କୁଦା ମାରି ସେ ହୁଏତ ଚାଲିଯାଇଥିବ ଆରପଟକୁ୤ ଝାପ୍‌ସା ଦେଖାଯାଉଛି ସେଇ ଅଧା କାନ୍ଥ ଉପରେ କିଏ ଗୋଟିଏ ବସିଲା ପରି୤ ଲମ୍ବା ଲମ୍ବା ଶାଗୁଆ ନଡ଼ିଆ ବରଡ଼ା ଉପରୁ ଜହ୍ନ ଆଲୁଅ ଖସିଆସୁଛି ତଳକୁ୤ ତରଳ ରୂପା ବହିଯିବା ଭଳି୤

ପୁଣି ପାଟି କରି ମନକୁମନ ବଜରବଜର ହୁଏ ବୁଢ଼ୀ୤ ଗୁଡ଼ାଏ ଗାଳି ବର୍ଷଣ ହୋଇଯାଏ ସାନ ବାବୁ ଘର ସେଇ ଭୂଆ ବିଲେଇ ଉପରେ, “ସେ ଖଣ୍ଡକ ତ କମ୍‌ ନୁହେଁ୤ ସତେ ଯେମିତି ଏ ଗାଁର ଆଉ କେଉଁଠି ବିଲେଇ ନାହାନ୍ତି୤ ମୋ’ରି ଝୁମା ଉପରେ ତା’ର ଆଖି ଲାଗିଛି୤ ସବୁବେଳେ ରାତି ଅଧରେ ମ୍ୟାଉଁ ମ୍ୟାଉଁ ଡାକ ଛାଡୁଛି୤ ସେ ଡାକ ଶୁଣିବା ସଙ୍ଗେ ସଙ୍ଗେ ଏ ବାରବୁଲି ଛତରଖାଇ ଶ୍ରୀକୃଷ୍ଣଙ୍କର ବଂଶୀ ଶବଦ ଶୁଣିଲା ଭଳି ନୁଙ୍ଗୁନୁଙ୍ଗୁ ହୋଇ ଚାଲିଯାଇଛି ନାଁ ପକେଇବାକୁ୤ ଆଜି ଆ ତୁ, ଦେଖିବୁ କ’ଣ କରିବି୤”

‘ଝୁମା’ କେଉଁଠି ଥାଏ କେଜାଣି ନୁଙ୍ଗୁନୁଙ୍ଗୁ ହୋଇ ଧୀର ପାଦରେ ଆସି ଅଖାରୀ ବୁଢ଼ୀର ପାଦ ପାଖରେ ଲଟରପଟର ହୋଇ ଘସିହୋଇଯାଏ୤ ବୁଢ଼ୀର ଲୁଗା ପଣତଟାକୁ କାମୁଡ଼ି ଧରି ତା’ ଚାରିପଟେ ବୁଲିଆସେ ଥରେ ଦି’ଥର୤

ଅଖାରୀ ବୁଢ଼ୀ ଡିଆସିଲି ମାରି ଡିବି ଲଗାଏ୤ ଡିବି ଆଲୁଅରେ ‘ଝୁମା’ର ସାରା ଦେହଟାକୁ ଅଣ୍ଡାଳିପକାଏ୤ ପାଦରୁ ମଥା ପର୍ଯ୍ୟନ୍ତ ତା’ର ଲୋମଶ ଶରୀରରୁ ଉଙ୍କୁଣି ବାଛିଲା ପରି ଟିକିନିଖି ପରୀକ୍ଷା କରିନିଏ୤

ଛତରଖାଇ ! ଛତରକୁ ଯାଇଥିଲୁ ନା ? ହଉ ଯାହା ତ କଲୁ କଲୁ୤ ଆ’ ଶୋଇପଡ଼େ- ଆ୤ ନିହାତି ବାଧ୍ୟ ଶିଶୁଟି ପରି ଝୁମା ପଶିଯାଏ ଅଖାରୀ ବୁଢ଼ୀ କୋଳରେ୤ ଅଖାରୀ ତା ମଇଳା ଅସନା ପଣତ କାନିଟାକୁ ଝୁମା ଉପରେ ଢାଙ୍କିଦିଏ୤ ଦୁହିଙ୍କର ଆଖିରେ ଭରିଯାଏ ପାହାନ୍ତି ନିଦ୤

-‘ନାଁ ସବୁ ଠିକ୍‌ ଅଛି୤ ପାଦରେ ଅଳତା ମାଖିଥିଲି ଠିକ୍‌ ଅଛି୤ ପୋଡ଼ାମୁହିଁ୤ ପଙ୍କ କାଦୁଅରେ ପଶିନି୤ ମଥା ଉପରେ ଯେଉଁ ନାଲି ଟିକିଲିଟା ମାଖିଥିଲି ସେଇଟା ମଧ୍ୟ ଖସିନି୤ ବେକରେ ବନ୍ଧା ହୋଇଥିବା ପିତଳ ତିଆରି ଘୁଙ୍ଗୁର ପାଞ୍ଚଟାରୁ କିଛି ଖସିନି, ତେବେ ? ଆଲୋ ! ତୋ ମୁଣ୍ଡରେ ଖଣ୍ଡିଆ ଦାଗ ଆସିଲା କୁଆଡ଼ୁ ? ପୋଡ଼ପାଡ଼ି ମରୁନୁ ତୁ ! ମୁହଁ ସାରା ଖାଲି ନଖ ଆଞ୍ଚୁଡ଼ା ଦାଗ୤ ଛତରଖାଇ ! ଛତରକୁ ଯାଇଥିଲୁ ନା ? ହଉ ଯାହା ତ କଲୁ କଲୁ୤ ଆ’ ଶୋଇପଡ଼େ- ଆ୤ ନିହାତି ବାଧ୍ୟ ଶିଶୁଟି ପରି ଝୁମା ପଶିଯାଏ ଅଖାରୀ ବୁଢ଼ୀ କୋଳରେ୤ ଅଖାରୀ ତା ମଇଳା ଅସନା ପଣତ କାନିଟାକୁ ଝୁମା ଉପରେ ଢାଙ୍କିଦିଏ୤ ଦୁହିଙ୍କର ଆଖିରେ ଭରିଯାଏ ପାହାନ୍ତି ନିଦ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଲକ୍ଷ୍ମୀଧର ମହାନ୍ତି, ଭୁବନେଶ୍ବର
ଜଣେ ସମସାମୟିକ କଥାକାର ଭାବେ ପରିଚିତ ଲକ୍ଷ୍ମୀଧର ମହାନ୍ତି ବିଭିନ୍ନ ସାମାଜିକ ବ୍ୟବସ୍ଥା ଉପରେ ଲେଖନୀ ଚାଳନା କରିବାରେ ସିଦ୍ଧହସ୍ତ୤ ଗଳ୍ପ ଓ ପ୍ରବନ୍ଧ ସମେତ ଅନ୍ୟାନ୍ୟ ଲେଖା ଲେଖୁଥିବା ଶ୍ରୀ ମହାନ୍ତିଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ “ପ୍ରାଣ ଓ ପିପାସା”, “ମର୍ତ୍ତ୍ୟ ନିର୍ମାଣ”, “ମଞ୍ଚନାୟକ” ଆଦି ଅନ୍ୟତମ୤
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. Ashok Nayak |  ଏପ୍ରିଲ୍ ୧୪, ୨୦୧୧ - ୧୦:୨୧ ପୂର୍ବାହ୍ନ

    gap ti bahut bhal lagila.kemiti besahara sahara mili thai.man ku bujai ba ku padithai,taha bes bhal bhabre barnnan karajai achhi.
    With Thanks
    Ashok Nayak
    New Delhi

  • ୨. ବିରଞ୍ଛି ନାରାୟଣ ବେହେରା |  ଜୁଲାଇ ୪, ୨୦୧୧ - ୧୨:୪୯ ଅପରାହ୍ନ

    ଗପ ଟି ବହୁତ ସୁନ୍ଦର ହୋଇଛି ୤

  • ୩. partha |  ଅଗଷ୍ଟ୍ ୧, ୨୦୧୧ - ୭:୦୯ ପୂର୍ବାହ୍ନ

    galpa ra marmikata kebala jane hrudaywan hi bujhi pariba.Its a social Massage for Our society…..

  • ୪. sanjatkumarsahoo |  ଅଗଷ୍ଟ୍ ୨୮, ୨୦୧୧ - ୫:୨୧ ପୂର୍ବାହ୍ନ

    ଓଡିଆ ଏତେ ସହଜ ମୁଁ ଜାଣି ନଥିଲି

  • ୫. ରମେଶ୍ ବେହେରା |  ଅକ୍ଟୋବର୍ ୨୧, ୨୦୧୧ - ୪:୨୮ ପୂର୍ବାହ୍ନ

    ବହୁତ ଭଲ ହୋଇଛି ଗପ.

  • ୬. ବାଇଧର ଜେନା, ଆସିକା |  ଫେବୃଆରୀ ୨୨, ୨୦୧୩ - ୫:୦୩ ପୂର୍ବାହ୍ନ

    ଶ୍ରୀମହାନ୍ତି ବାବୁ ଗପଟି ଅତିସୁନ୍ଦର ଭାବରେ ଲେଖିଛନ୍ତି ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤