ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ଦୟାନିଧି ମିଶ୍ର
ମହାପାତ୍ର ନୀଳମଣି ସାହୁ
ସୌଭାଗ୍ୟ ମିଶ୍ର
କାମାକ୍ଷୀ ପ୍ରସାଦ ଦାଶ
କିଶୋରୀ ଚରଣ ଦାସ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଝଡ଼ର ପରାଜୟ
 |- କନକଲତା ସାହୁ
 
 
ତା: ଜାନୁଆରୀ ୧୫, ୨୦୧୩  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ରୋଷେଇ ଘରକୁ ବାହାରିଲେ ସୁନନ୍ଦା୤ ବିଜୁର ଆସିବା ସମୟ ହୋଇଗଲାଣି ୤ ଭଲମନ୍ଦ ଦି’ଟା କରିବାକୁ ପଡ଼ିବ୤ ସେ ଆସୁ ଆସୁ ବୋଉ ଭାରି ଭୋକ କହି କହି ଖାଇବାକୁ ବସି ପଡ଼ିବ୤ ସୁନନ୍ଦାଙ୍କ ଦେହଟା ସିନା ରୋଷେଇ ଘରେ ମନଟା କିନ୍ତୁ ବାହାରେ, ଗେଟ୍‌ ପାଖରେ୤ କାନେଇଲେ ସୁନନ୍ଦା୤ ନା’ ତାଙ୍କର ଗେଟ୍‌ର ଶବ୍ଦ ତ ଇଏ ନୁହେଁ୤ ଇଏତ ସୁବୋଧ ବାବୁଙ୍କ ଗେଟ୍‌ ଖୋଲିବା ଶବ୍ଦ୤ ଏ ଘରେ ଗୁଡ଼ାଏ ଦିନ ରହିବା ଯୋଗୁଁ ଗେଟ୍‌ ଖୋଲିବାର ଶବ୍ଦ ସହିତ ସୁନନ୍ଦା ଅଭ୍ୟସ୍ତ୤ ହେଲେ ସୁବୋଧ ବାବୁ ଅବେଳରେ ଗେଟ୍‌ ଖୋଲିଲେ କାହିଁକି୤ ସୁବୋଧବାବୁ ଏ ଟାଇମ୍‌ରେ ବାହାରକୁ ଜମା ବାହାରନ୍ତି ନାହିଁ୤ ସକାଳେ ମର୍ଣ୍ଣିଂ ୱାକ୍‌ରେ ଏବଂ ସନ୍ଧ୍ୟାରେ ହନୁମାନ ମନ୍ଦିରକୁ ସନ୍ଧ୍ୟା ଆଳତୀ ପାଇଁ ବାହାରିବା ତାଙ୍କ କାମ୤ ଯେତିକି ସମୟ ଦରକାର ସେତିକି ସମୟ ବାହାରେ୤ ବାକି ସବୁ ସମୟତକ ସେ ଘରେ୤ ଟି.ଭି. ଦେଖିବା, ନ୍ୟୁଜ୍‌ ପେପର୍‌ ପଢ଼ିବା ଛଡ଼ା ଅନ୍ୟ କୌଣସି କାମ ସେ କରନ୍ତି ନାହିଁ୤ ଛାଡ଼ ଏ ବେଳରେ ତାଙ୍କ କଥା କାହିଁକି ସେ ଭାବୁଛନ୍ତି ?

ଶିଳରେ ବଡ଼ି ଦି’ଟା ଚୁରିବା ପାଇଁ ବସିଲେ ସୁନନ୍ଦା୤ ବଡ଼ି ଚୁରା ଖାଇବାକୁ ଭଲପାଏ ବିଜୁ୤ ପିଠଉ ଭଜା ବି ବିଜୁର ପ୍ରିୟ, କିନ୍ତୁ ପିଠଉ ଭଜା ପାଇଁ ଘରେ ପରିବା ପତ୍ର ନାହିଁ୤ ବିଜୁର ଫୋନ୍‌ ପାଇବା ଦିନଠାରୁ ପ୍ରଶାନ୍ତଙ୍କ ମନ ଭଲ ନାହିଁ୤ ଘରେ ଗୁମ୍‌ସୁମ୍‌ ହୋଇ ବସି ରହୁଛନ୍ତି୤ ବାହାରକୁ ଜମା ବାହାରୁନାହାଁନ୍ତି ୤

ଆଉ ଥରେ ଗେଟ୍‌ ଖୋଲିବା ଶବ୍ଦ ହେଲା, ଟିକିଏ କାନେଇଲେ ସୁନନ୍ଦା୤ ନାଁ, ଏ ଗେଟ୍‌ ଖୋଲିବା ଶବ୍ଦ ମଧ୍ୟ ତାଙ୍କର ନୁହେଁ୤ ଆଶୁତୋଷ ବାବୁଙ୍କ ଗେଟ୍‌ ଖୋଲିବା ଶବ୍ଦ ବୋଧହୁଏ? ଆଶୁତୋଷ ମହାନ୍ତିଙ୍କ ସବୁବେଳେ ତାଙ୍କ ଲେଖା ଭଲ ତ ସେ ଭଲ୤ ସତରେ ତାଙ୍କ ଗପ ଗୁଡ଼ିକରେ ଜୀବନ ଅଛି୤ ଅନେକ ଥର ଲେଖିସାରି ପାଣ୍ଡୁଲିପି ଟା ଆଣି ସୁନନ୍ଦାଙ୍କ ହାତରେ ଧରେଇ ଦେଇ କୁହନ୍ତି “ କେମିତି ହୋଇଛି କହିବ? ” ଆରତୀ ଥାଳିକୁ ସଜାଡ଼ୁ ସଜାଡ଼ୁ ବାହାରେ ଗେଟ୍‌ ଖୋଲିବା ସହିତ କିଛି ଲୋକଙ୍କ ପାଟିତୁଣ୍ଡ ସୁନନ୍ଦାଙ୍କୁ କେମିତି ବ୍ୟସ୍ତ କରିଦେଲା୤ ବିଜୁ ଆସିଗଲା ବୋଧହୁଏ, ହାତରେ ଆରତୀ ଥାଳି ଧରି ରୋଷେଇ ଘରୁ ଗେଟ୍‌ ଆଡ଼କୁ ମୁହାଁଇଲେ ସୁନନ୍ଦା୤ କିନ୍ତୁ ତାଙ୍କ ଗେଟ୍‌ ପାଖରେ ଏତେ ଭିଡ଼ କାହିଁକି ?

ହଠାତ୍‌ ଦଲକାଏ ପବନରେ ଦୀପଟି ଲିଭିଗଲା୤ ଥାଳିରେ ଥିବା ଚନ୍ଦନ ସିନ୍ଦୁର ବିଛାଡ଼ି ହୋଇ ପଡ଼ିଗଲା ଧଳାକନା ଉପରେ୤ କନାଟିକୁ ହାତରେ ଉଠେଇଲେ ସୁନନ୍ଦା୤ ଘର ଆଗରେ ଠିଆ ହୋଇଛି ପୋଲିସ୍‌ ଜିପ୍‌ ୤ ପୋଲିସ୍‌ ଅଫିସର୍‌ଙ୍କ ସହ ମ୍ରିୟମାଣ ହୋଇ କଥା ହେଉଛନ୍ତି ପ୍ରଶାନ୍ତ୤ ସୁନନ୍ଦାଙ୍କ ଆଖି ଆଗର ପୃଥିବୀ ଯେମିତି ଚକ୍‌କର କାଟୁଥିଲା୤ ଥକ୍‌କା ହୋଇ ସେ ବସିଗଲେ ପାଖରେ ପଡ଼ିଥିବା ଚୌକି ଉପରେ୤ ପୋଲିସ୍‌ ଅଫିସର୍‌ ଜଣକ କହୁଛନ୍ତି ଗତକାଲି ପାହାନ୍ତା ପହରର ଘଟଣା୤ ଟ୍ରେନ୍‌ର ଦୁଆର ପାଖରେ ଠିଆ ହୋଇଥିବାବେଳେ ହଠାତ୍‌ ବୋଧହୁଏ ଅସାବଧାନତାରୁ ରେଳଧାରଣା କଡ଼କୁ ଖସିପଡ଼ିଛି ବିଜୁ୤ ମୁଣ୍ଡରେ ସାଂଘାତିକ ଆଘାତ ଯୋଗୁଁ… ଆଉ କିଛି ଶୁଣିବା ଅବସ୍ଥାରେ ନଥିଲେ ସୁନନ୍ଦା ୤ ତାଙ୍କ ଆଖି ଆଗରେ ଭାଙ୍ଗି ଟୁକୁଡ଼ା ଟୁକୁଡ଼ା ହୋଇଯାଉଥିଲା ସେ ଗଢ଼ିଥିବା ସୁନେଲି ସ୍ବପ୍ନ ୤ ଏ ନିଶ୍ଚୟ ସଲିମାର ବାପାଙ୍କ କାମ ହୋଇଥିବ୤ ପଇସା ବଳରେ ସେ ନିଶ୍ଚିହ୍ନ କରିଦେଇଥିବେ ବିଜୁକୁ୤ ଆଉ କିଛି ଭାବିବା ପୂର୍ବରୁ ଅନ୍ଧାର ହୋଇଆସୁଥିଲା ସମଗ୍ର ପୃଥିବୀ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କନକଲତା ସାହୁ
କନକଲତା ସାହୁ
ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀମତୀ କନକଲତା ସାହୁ ଏକାଧାରରେ ଜଣେ ଗାଳ୍ପିକା, ପ୍ରାବନ୍ଧିକା, ନାଟ୍ୟକାର ସହିତ ଓଡ଼ିଆ ଭାଷାସାହିତ୍ୟର ଜଣେ ଗବେଷିକା ଭାବେ ପ୍ରତିଷ୍ଠାଲାଭ କରିଛନ୍ତି୤ ‘ବୋଉ ବନାମ ବହୁବଚନ’ ଗଳ୍ପ ସଙ୍କଳନ ସହିତ ‘ରେବତୀ’, ‘କାଳିଜାଇ’ ଓ ‘ଦେବଦାସୀ’ ନାଟକ ସହିତ ଏକାଧିକ ବେତାର ନାଟକ ବ୍ୟତୀତ ଶ୍ରୀମତୀ ସାହୁଙ୍କ ଅନେକ ଗଳ୍ପ, ପ୍ରବନ୍ଧ ଓ ଗବେଷଣାମୂଳକ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି୤ ଏହା ବ୍ୟତୀତ ବିଭିନ୍ନ ସାମାଜିକ ଓ କ୍ରୀଡ଼ା... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୮ ଆପଣଙ୍କ ମତାମତ ?

  • ୧. Raju, Bhubnewar |  ଜାନୁଆରୀ ୨୨, ୨୦୧୩ - ୬:୦୦ ପୂର୍ବାହ୍ନ

    As usual story. Nothing new. I love to read story. Please ma’am write something new. Son fall in love with a rich girl and her father kill him ,70’s story.

  • ୨. ଦୀପଂକର ଦାସ, ଭୁବେନଶ୍ବର |  ଏପ୍ରିଲ୍ ୨୦, ୨୦୧୩ - ୩:୪୯ ପୂର୍ବାହ୍ନ

    ଅତି ସୁନ୍ଦର

  • ୩. ରୂପଧର, HYDERABAD |  ଅକ୍ଟୋବର୍ ୨୪, ୨୦୧୩ - ୨:୨୫ ଅପରାହ୍ନ

    ପ୍ରେମକୁ ନେଇ ଅନେକ କାହାଣୀ ଲେଖା ଯାଇଛି କିନ୍ତୁ ଜାତି ବ୍ୟବସ୍ଥା ଉପରେ କିମ୍ବା ଧର୍ମ କୁ ନେଇ ପ୍ରେମ କାହାଣୀ ର ରଚନା କମ ହୋଇଛି । ଉକ୍ତ କାହାଣୀ ର କେନ୍ଦ୍ରୀୟ ସମସ୍ୟା ପ୍ରେମ ଏବଂ ଧନ । ଆଉ ଅନ୍ୟ ପାଖେ ମା’ ର ମନ – “ସଲିମାର ଆଭିଜାତ୍ୟ ବିଷୟ ଜାଣିବା ପରଠାରୁ ମନେ ମନେ ପ୍ରମାଦ ଗଣିଥିଲେ ସୁନନ୍ଦା୤ ସେ ଜାଣନ୍ତି ପ୍ରେମରେ ଧନୀ, ଗରିବ, ଜାତି-ଅଜାତିର ହିସାବ ନିକାସ ନାହିଁ୤ ତଥାପି ଜାତି-ଅଜାତି ତିଆରି କରିଥିବା ମଣିଷ କେବେହେଲେ ଏ ସତ୍ୟକୁ ଗ୍ରହଣ କରିପାରିବନି୤” କାହାଣୀରେ ପ୍ରଶାନ୍ତ ଙ୍କ ପରି ତ୍ୟାଗବାନ ପୁରୁଷ ଏବଂ ଅନ୍ୟ ପାଖେ ସଲିମାଙ୍କ ପିତାଙ୍କ ଭଳି ସ୍ଵାର୍ଥୀ ମଣିଷ । ବିଜୁ ଙ୍କ ମାନସିକ ଭାରସାମ୍ୟ ହରାଇବା ଏବଂ ରହସ୍ୟ ଜନକ ମୃତ୍ୟୁ, ପୁଣି ମା’ ମନରେ ପ୍ରଶ୍ନ ସୃଷ୍ଟି କରେ- “ଏ ନିଶ୍ଚୟ ସଲିମାର ବାପାଙ୍କ କାମ ହୋଇଥିବ୤ ପଇସା ବଳରେ ସେ ନିଶ୍ଚିହ୍ନ କରିଦେଇଥିବେ ବିଜୁକୁ ।” ପ୍ରେମ ବି ଏଠି ବଳି ଚଢିଯାଏ, ଧନ କୁ ମଣିଷ ଭଲ ପାଏ ।

  • ୪. SUSHREE DALAI, Hyderabad |  ଜୁନ୍ ୧୮, ୨୦୧୪ - ୯:୩୦ ପୂର୍ବାହ୍ନ

    Excellent story.I enjoyed reading.Keep it up.

  • ୫. rasmi, noida |  ମାର୍ଚ୍ଚ୍ ୧୯, ୨୦୧୫ - ୯:୦୨ ଅପରାହ୍ନ

    ଯଦିବା କିଏ କହିପାରଂତି ଏ‍ଇ ଗପଟି ପୁରୁଣା ଧାରାର, ମାତ୍ର ଏବେତ ଏହି ପୃଷ୍ଠଭୂମି ବର୍ତ୍ତମାନର ସମାଜରେ ବହୁତ ଦେଖାଦେଉଛି.. ତେଣୁ ଏହା ପୁରୁଣା ନୁହେଁ…। ଅବଶ୍ୟ ଗାଳ୍ପିକା ମୁଖ୍ୟ ଚରିତ୍ରକୁ ବହୁତ ଭଲ (ideal) ଦେଖାଇଛଂତି…।

  • ୬. ଅମରେଶ ବଳବନ୍ତରାୟ, ସାଲେପୁର, କଟକ |  ଡିସେମ୍ବର୍ ୨୬, ୨୦୧୫ - ୨:୨୫ ପୂର୍ବାହ୍ନ

    ଭଲ ହୋ‍ଇଛି

  • ୭. SANTOSH KUMAR NAYAK, BALASORE |  ଜାନୁଆରୀ ୨୯, ୨୦୧୮ - ୬:୫୨ ଅପରାହ୍ନ

    It is a significant step for the improvement of the Odia language. Thanks and congratulations to all the founder members and specially to the Editor-in-chief.
    Faithfully yours
    Santosh Kumar Nayak, OES-I
    Assistant Professor and Head
    P.G. Department of Odia language and literature
    Government College, Koraput, Odisha, India

  • ୮. ଜଗନ୍ନାଥ ତରେଇ, ମୟୂରଭଞ୍ଜ  |  ମେ ୨୨, ୨୦୧୮ - ୪:୦୧ ପୂର୍ବାହ୍ନ

    ସୁନ୍ଦର ଗଳ୍ପ। ବର୍ତ୍ତମାନ ସମାଜର ଏକ ଜ୍ୱଳନ୍ତ ଚିତ୍ରକୁ ଚିତ୍ରିତ କରିଛନ୍ତି । ଧନ୍ୟବାଦ ଏ ସୁନ୍ଦର ଗଳ୍ପ ପାଇଁ ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤