ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ସଦାନନ୍ଦ ତ୍ରିପାଠୀ
ତ୍ରିନାଥ ସିଂହ
ନିତ୍ୟାନନ୍ଦ ମହାପାତ୍ର
ଜଗଦୀଶ ମହାନ୍ତି
କିଶୋରୀକିଙ୍କର ଦାସ
କୃଷ୍ଣପ୍ରସାଦ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଝଡ଼ର ଗତିପଥ
 |- ମନୋଜ ଦାସ
 
 
ତା: ସେପ୍ଟେମ୍ବର୍ ୧୮, ୨୦୧୨  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ଏଭଳି ଝଡ଼ ପୃଥିବୀରେ କ୍ବଚିତ୍‌ ହୁଏ୤ ପ୍ରବାଳ କିଶୋର କହି ଚାଲିଲେ, ସେହି ଆଦିମତମ ଯୁଗରେ, ଯେତେବେଳେ ଏ ପୃଥିବୀର ପୃଷ୍ଠଭାଗର ରୂପ ନିୟତ ବଦଳି ଚାଲିଥିଲା, ସେତିକିବେଳେ ଏଭଳି ଝଡ଼ ସମ୍ଭବପର ହେଉଥିଲା୤

ଶ୍ରୀମତୀ ସିହ୍ନା ଆତଙ୍କିତ ଭାବରେ ପଚାରିଲେ, ଏ ଘର ରହିବ ତ ? ଆମେ ବଞ୍ଚିବା ତ ?
ପ୍ରବାଳ କିଶୋର ସଶଦ୍ଦେ ହସିଉଠିଲେ୤
ଆମେ ବଞ୍ଚିବାଟା ନିହାତି ଗୌଣ କଥା୤ ହୁଏତ ଏତେବେଳକୁ ସାରା ପୃଥିବୀର ଅର୍ଦ୍ଧାଧିକ ବ୍ୟାପୀ ପ୍ରଳୟ ହୋଇସାରିବଣି୤ ମୋର ମନେହୁଏ, ସମୁଦ୍ର ଫୁଲିଉଠି ଆମର ଏଇ କୋଠା ଚାରିପଟେ ବେଢ଼ିଗଲାଣି୤

ଏହାପରେ ଆଉ ଶ୍ରୀମତୀ ସିହ୍ନା କଥା କହିନାହାଁନ୍ତି୤ ବହୁ ସମୟ ବ୍ୟବଧାନରେ ହୁଏତ ଅଧ୍ୟାପକ ହଠାତ୍‌ ସଙ୍ଗୀତଚର୍ଚ୍ଚା କରି ଉଠୁଥିଲେ, ଅଥବା ଚର୍ଚ୍ଚିଲଙ୍କ ଯୁଦ୍ଧକାଳୀନ ବକ୍ତୃତାର କିୟଦଂଶ ଆବୃତ୍ତି କରୁଥିଲେ୤ ସିହ୍ନା ସାହେବ ମଧ୍ୟେ ମଧ୍ୟେ ଝରକା ଖୋଲି ନିଶାର୍ଦ୍ଧର ସେଇ ବିପର୍ଯ୍ୟସ୍ତ ପ୍ରକୃତିକୁ ପର୍ଯ୍ୟବେକ୍ଷଣ କରି ତହିଁ ମଧ୍ୟରେ ନିଜସ୍ବ ଜିପ୍‌ଟିର ଅବସ୍ଥିତି ନିରୂପଣ କରିବାର ଚେଷ୍ଟା କରୁଥିଲେ୤ କିନ୍ତୁ ସମ୍ଭାଳି ନ ପାରି ପୁନଶ୍ଚ ଝରକା ବନ୍ଦ କରିବାରେ ବିପୁଳ ଶକ୍ତି ପ୍ରୟୋଗ କରୁ କରୁ ଚଷମାଟି ସମ୍ପର୍କରେ କ୍ଷୋଭ ପ୍ରକାଶ କରୁଥିଲେ୤ ଅବଶ୍ୟ ତାଙ୍କ ସ୍ତ୍ରୀ ଓ ଅନ୍ତରଙ୍ଗ ଶ୍ୟାଳକ ଏତକ ବୁଝୁଥିଲେ ଯେ, ଜିପ୍‌ ପାଖକୁ ଯିବା ସକାଶେ ଚଷମାଟି ହିଁ ତାଙ୍କର ଏକମାତ୍ର ପ୍ରଲୋଭନ ନୁହେଁ୤ ଶ୍ରୀମତୀ ସିହ୍ନାଙ୍କ ଉପର୍ଯ୍ୟୁପରି ଅଭିମାନରେ ସେ ଯେପରି ଧୂମପାନ ତ୍ୟାଗ କରିଥିଲେ, ସେହିପରି ତ୍ୟାଗ କରିଥିଲେ ଅନ୍ୟାନ୍ୟ ପାନ ମଧ୍ୟ୤ କିନ୍ତୁ ଅଭ୍ୟାସବଶତଃ ସେ ସର୍ବଦା ନିଜ ସହିତ ନିରୀହ ବ୍ରାଣ୍ଡିପୂର୍ଣ୍ଣ ଅନତିବୃହତ୍‌ ବୋତଲଟିଏ ରଖୁଥିଲେ୤ କ୍ବଚିତ୍‌ କେବେ ସ୍ନାୟୁ ଉପରେ କୌଣସି କାରଣରୁ ଅତ୍ୟଧିକ ଚାପ ପଡ଼ିଲେ, ସ୍ତ୍ରୀଙ୍କ ଅନୁମତିକ୍ରମେ ସେଥରୁ ଔଷଧ ମାତ୍ରାରେ ଅଳ୍ପ ସେବନ କରୁଥିଲେ୤ ଅନ୍ୟଥା ତାକୁ କେବଳ ମଧ୍ୟେ ମଧ୍ୟେ ଅବଲୋକନ କରୁଥିଲେ୤

ଏଇ ଭୟଙ୍କର ରାତିରେ ସ୍ନାୟୁ ଉପରେ ଚାପ ପଡ଼ିବା ସ୍ବାଭାବିକ୤ କିନ୍ତୁ କେଇ ଗଜ ମାତ୍ର ଦୂରରେ ଥିବା ଜିପ୍‌ ଓ ତାଙ୍କ ମଧ୍ୟରେ ଜୀବନମରଣର ବ୍ୟବଧାନ୤

ପ୍ରାୟ ମଧ୍ୟରାତ୍ର ପର୍ଯ୍ୟନ୍ତ ଝଡ଼ କ୍ରମାଗତ ଉଦଣ୍ଡ ହୋଇ ଚାଲିଲା୤ ମଝିରେ ଥରେ ଶ୍ରୀମତୀ ସିହ୍ନା ଆପଣାର ଭୟାବହ ଭବିଷ୍ୟତ କଥା ଚିନ୍ତାକରି କାତର ହୋଇ ଅଳ୍ପ କାନ୍ଦିଥିଲେ୤ ଘଡ଼ଘଡ଼ି ଶବ୍ଦର ଭୀଷଣତା ସହିତ ପ୍ରବାଳବାବୁଙ୍କ ଆବୃତ୍ତି ଅଧିକ କ୍ଷଣ ତାଳ ଦେଇପାରିଲା ନାହିଁ୤ ତେଣିକି ଚୁପ୍‌ଚାପ୍‌ ତିନିହେଁ କାନ୍ଥକୁ ଆଉଜି ବସିରହିଲେ୤

ରାତ୍ରିର ଶେଷାର୍ଦ୍ଧ ବେଳକୁ ଝଡ଼ର ପ୍ରକୋପ କମିଗଲା୤ କ୍ରମେ ସିହ୍ନା ସାହେବ ଝରକା ଖୋଲି ଏକାଦିକ୍ରମେ କିଛ ସମୟ ପର୍ଯ୍ୟନ୍ତ ବାହାରକୁ ଅନାଇ ରହିବାକୁ ସକ୍ଷମ ହେଲେ୤ ସେତେବେଳକୁ ଭଟ୍ଟାକାଳୀନ ସମୁଦ୍ରର ପ୍ରଶମିତ କଳରୋଳ ବ୍ୟତୀତ ବିଶ୍ବଜଗତର ସମସ୍ତ କୋଳାହଳ ଯେମିତି ଚିରତରେ ନିସ୍ତବ୍ଧ ହୋଇଯାଇଛି୤

କ୍ରମେ ଚାରିଦିଗ ଫରଚା ହୋଇଆସିଲା ୤ ତିନିହେଁ ଦ୍ବିତଳରୁ ଅବତରଣ କଲେ ଓ ଜିପ୍‌ ଆଡ଼କୁ ଅଗ୍ରସର ହେବାକୁ ଲାଗିଲେ୤
ଜିପ୍‌ର ଅଦୂରରେ କିନ୍ତୁ ସେମାନଙ୍କୁ ତଟସ୍ଥ ଭାବରେ ଛିଡ଼ା ହୋଇଯିବାକୁ ପଡ଼ିଲା୤ ପ୍ରବାଳବାବୁ ପଚାରିଲେ, ଇଞ୍ଜିନ୍‌ଟି ତା’ହେଲେ କ’ଣ ଗତକାଲି ବନ୍ଦ କରାହୋଇ ନ ଥିଲା ?

ମୁଁ ଜରୁର ବନ୍ଦ କରିଛି୤ ସିହ୍ନା ସାହେବ ଜୋରଦେଇ କହିଲେ୤

ତେବେ ଜିପ୍‌ଟା ଷ୍ଟାର୍ଟ ଧରିଲା ବା କିପରି ? ଜିପ୍‌ ଜାତିର ଇତିହାସରେ କେବେ ଝଡ଼ର ପ୍ରକୋପରେ ତାହା ବଳେ ବଳେ ଷ୍ଟାର୍ଟ ଧରିଯିବାର ଦୃଷ୍ଟାନ୍ତ ଦେଖିବାକୁ ମିଳି ପାରିବ କି ? ପ୍ରବାଳବାବୁ ଅତ୍ୟନ୍ତ ବିବ୍ରତ ହୋଇ ପ୍ରାୟ ହିଂସ୍ରଭାବରେ ନିଜସ୍ବ ଚନ୍ଦାମୁଣ୍ଡ ରାମ୍ପୁଡ଼ିବାକୁ ଲାଗିଲେ୤

ଇତିମଧ୍ୟରେ ସିହ୍ନା ସାହେବ ଗାଡ଼ି ନିକଟକୁ ଯାଇ ତାହାକୁ ପରୀକ୍ଷା କରିସାରିଥିଲେ୤ ସେ ଉଚ୍ଚକଣ୍ଠରେ ଘୋଷଣା କଲେ, ଏହା ଇଞ୍ଜିନ୍‌ର ଶବ୍ଦ ନୁହେଁ୤
ଆଉ ତେବେ ?
କୌଣସି ଜଣେ ବ୍ୟକ୍ତି ଭିତରେ ଶୋଇ ଘୁଙ୍ଗୁଡ଼ି ମାରୁଛନ୍ତି୤
ସିହ୍ନା ସାହେବ ଓ ଅଧ୍ୟାପକ ଅତଃପର ଝିଙ୍କାଝିଙ୍କି କରନ୍ତେ ବ୍ୟକ୍ତିଟିର ନାସିକା ଗର୍ଜନ ସ୍ତିମିତ ହୋଇଆସିଲା ଓ ସେ ଧୀରେ ଧୀରେ ଉଠିବସି ସଲଜ୍ଜ ଭାବରେ କହିଲା, ମୁଁ ଡମ୍ବରୁଧର, ଆଜ୍ଞା୤

ପରିଚୟଟି କ’ଣ ଯଥେଷ୍ଟ ହେଲା ? ପ୍ରବାଳ କିଶୋର ତାଙ୍କ ଭଉଣୀଙ୍କୁ ଅନାଇ ପ୍ରଶ୍ନଟି ପଚାରିଲେ୤ ଡମ୍ବରୁଧର ଶୁଣିପାରି ଦ୍ବିଗୁଣ ଉତ୍ସାହରେ କହିଲା, ମୁଁ ଆଜ୍ଞା, ପ୍ରକୃତରେ ଡମ୍ବରୁଧର୤ ମାଇଲିଏ ଦୂରରେ ମୋ ଘରକୁ ଯାଇଥିଲି୤ ଆସିଲା ବେଳକୁ ଆପଣମାନେ କୋଠି କବାଟ ବନ୍ଦ କରିଦେଲେଣି୤ ତେଣୁ ଏଇଠି ଶୋଇପଡ଼ିଲି୤

ସେତେବେଳକୁ ସିହ୍ନା ସାହେବ ତାଙ୍କ ବ୍ୟାଗ ଭିତରୁ ଅନତିବୃହତ୍‌ ଶୂନ୍ୟ ବୋତଲଟିଏ ବାହାର କରି ଦୀର୍ଘ ନିଃଶ୍ବାସ ସହକାରେ ତାକୁ ନିରୀକ୍ଷଣ କରୁଥିଲେ୤ ଡମ୍ବରୁଧର ତାଙ୍କ ପାଖକୁ ଘୁଞ୍ଚିଆସି କାନମୁଣ୍ଡା ଆଉଁସି ଆଉଁସି କହିଲା, ହଜୁର, ବଡ଼ ଶୋଷ କଲା ଆଉ ପିଇବା ପାଣି ତ ରହିଲା କୋଠି ଭିତରେ୤ ଜାଣିଲି ଯେ ଏଇଟା ବାସ୍ନାତେଲ ବୋତଲ ନୁହେଁ୤ ମଧ୍ୟେ ମଧ୍ୟେ ବାବୁ ଭାୟାମାନେ ତ ଏଠାକୁ ଆସନ୍ତି୤ ସେମାନଙ୍କ ପ୍ରସାଦରୁ ମୁଁ ସବୁ ଗନ୍ଧ ଜାଣିଯାଇଛି୤

ଏତେବେଳକୁ ଜଣା ପଡ଼ିଯାଇଥିଲା ଯେ, ଡମ୍ବୁରଧର ହେଲେ କୋଠିର ଚୌକିଦାର୤ ପ୍ରବାଳବାବୁ ତାଙ୍କୁ ଲକ୍ଷ୍ୟ କରି କହିଲେ, ଆହା, ଝଡ଼ ରାତିଯାକ ତୁମକୁ ଆମେ ବହୁତ କଷ୍ଟ ଦେଲୁ ?
କଷ୍ଟ ? ଡମ୍ବୁରଧର ଅବାକ୍‌ ହୋଇ ଚାହିଁରହିଲା୤
ମୁଁ ଗତ ରାତିର ଭୟଙ୍କର ଝଡ଼ କଥା କହୁଛି୤ କହିଲେ ପ୍ରବାଳ କିଶୋର୤ ଡମ୍ବରୁଧର ସ୍ବାଗତୋକ୍ତି କଲା ଭଳି କହିଲା, ହଁ ଥଣ୍ଡା ପବନ ବହୁଥିଲା ଅବଶ୍ୟ୤ ଆଉ ବର୍ଷା ବି ଆରମ୍ଭ ହୋଇଥିଲା୤ ତେବେ ଝଡ଼ଟାଏ କେତେବେଳେ ଚୁପ୍‌ଚାପ୍‌ ହୋଇଗଲା୤ ମୁଁ ଆଜ୍ଞା ନିଦରେ ଶୋଇପଡ଼ି ଜାଣିପାରିଲି ନାହିଁ୤

ଶ୍ରୀମତୀ ସିହ୍ନା ହସିଲେ, କାରଣ ଅର୍ଦ୍ଧାଧିକ ପୃଥିବୀବ୍ୟାପୀ ପ୍ରଳୟ ସମ୍ପନ୍ନ ହୋଇଯାଇଥିବା ସମ୍ପର୍କରେ ଅଧ୍ୟାପକ ପ୍ରବାଳ କିଶୋରଙ୍କର ନିଶାର୍ଦ୍ଧ-ପ୍ରଦତ୍ତ ବିବୃତ୍ତି ଉପରେ ତାଙ୍କର ଏତେବେଳକୁ ଅନାସ୍ଥା ଆସିଯାଇଥିଲା୤

ଜିପ୍‌ ଷ୍ଟାର୍ଟ ଧରୁ ନ ଥିଲା୤ ଡମ୍ବରୁଧର ଏକା ନିଃଶ୍ବାସରେ ଚାରି ପାଞ୍ଚଗଜ ଠେଲି ନେଇଯା’ନ୍ତେ, ଇଞ୍ଜିନ୍‌ଟି ଜୀବନ୍ତ ହୋଇଉଠିଲା ଓ ଦୂରାନ୍ତର ବଣବୁଦା ଭିତରେ ଅଚିରେ ଅଦୃଶ୍ୟ ହୋଇଗଲା୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମନୋଜ ଦାସ, ପଣ୍ଡିଚେରୀ
ମନୋଜ ଦାସ
ପଦ୍ମଶ୍ରୀ ମନୋଜ ଦାସ, ଓଡ଼ିଆ କଥା ସାହିତ୍ୟର ଅନନ୍ୟ ବିନ୍ଧାଣି୤ ତାଙ୍କ ଲେଖାର ନିଆରା ଶୈଳୀ ପାଇଁ ଆଧୁନିକ ଓଡ଼ିଆ ସାହିତ୍ୟରେ ତାଙ୍କୁ ବିଷ୍ଣୁ ଶର୍ମାଙ୍କ ସହ ତୁଳନା କରାଯାଏ ୤ ୧୯୩୪ ରେ ବାଲେଶ୍ବର ଜିଲ୍ଲାର ଏକ କ୍ଷୁଦ୍ର ଉପକୂଳ ଗ୍ରାମ ଶଙ୍ଖାରୀରେ ଜନ୍ମ ନେଇଥିବା ଦାସ ଉଭୟ ଓଡ଼ିଆ ଓ ଇଂରାଜୀରେ ଅନେକ ସାହିତ୍ୟ ସୃଷ୍ଟି କରିଛନ୍ତି୤ ୧୯୬୩ ମସିହାରୁ ସେ ପଣ୍ଡିଚେରୀର ଶ୍ରୀଅରବିନ୍ଦ ଆଶ୍ରମକୁ ସାଧାନାର କ୍ଷେତ୍ର ଭାବେ ବାଛି ନେଇଛନ୍ତି୤ ଶ୍ରୀ ଦାସଙ୍କ କଲମରୁ ସୃଷ୍ଟି ହୋଇଛି... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧୧ ଆପଣଙ୍କ ମତାମତ ?

  • ୧. ମଧୁ ସୁଦନ ଦାଶ |  ସେପ୍ଟେମ୍ବର୍ ୨୧, ୨୦୧୨ - ୧୧:୩୧ ପୂର୍ବାହ୍ନ

    ମୁ ଆଜି ହିଁ ଜାଣିଲି ଓଡିଆ ଲେଖିବା କମ୍ପ୍ୟୁଟର୍‌ରେ ଏତେ ସହଜ ବୋଲି୤ ବହୁତ ବହୁତ ଧନ୍ୟବାଦ ଅପ୍ରାନ୍ତ ଓଡିଆ୤ ବଅହୁତ ବହୁତ ଧନ୍ୟବାଦ ଅପ୍ରାନ୍ତ ଓଡିଆ୤

  • ୨. ରଶ୍ମି ରଞ୍ଜନ ପରିଡା, ତାଳଚେର ଓଡିଶା |  ଅକ୍ଟୋବର୍ ୧୦, ୨୦୧୨ - ୮:୪୮ ପୂର୍ବାହ୍ନ

    ଏ ଲେଖା ଅନେକ ଥର ପଢିଛି, ମାତ୍ର ଓଡିଆସାହିତ୍ୟ.କମ୍ ରେ ଦେଖି ଆଉ ଥରେ ପଢିଲି ୤

    ଅତୁଲନୀୟ ଏହି ସାଧକଙ୍କର ସୃଷ୍ଟି, ତାଙ୍କୁ ଅନେକ ଅନେକ ପ୍ରଣାମ

  • ୩. ରବିନରୟଣ, ଭୁବନେଶ୍ବର୍ |  ନଭେମ୍ବର୍ ୩, ୨୦୧୨ - ୮:୫୮ ପୂର୍ବାହ୍ନ

    ଭଲ ହୋଇଛି

  • ୪. ଅମିତ୍ ରଞ୍ଜନ୍ ସହୁ |  ମେ ୧୭, ୨୦୧୫ - ୩:୩୫ ପୂର୍ବାହ୍ନ

    ବହୁତ୍ ଭଲ . ଧନ୍ୟବାଦ

  • ୫. Rashmi Ranjan Sahoo, odisha |  ମେ ୨୫, ୨୦୧୫ - ୩:୫୯ ପୂର୍ବାହ୍ନ

    So strong compose of words .. Enthralling

  • ୬. rashmi ranjan sahoo, Bhubaneswar |  ମେ ୩୦, ୨୦୧୫ - ୧୦:୩୮ ପୂର୍ବାହ୍ନ

    Sri Manojdas is my favourite writer.. His way of word usage and expression next to none

  • ୭. ମନସ୍ବିନୀ ସାହୁ |  ଅଗଷ୍ଟ୍ ୧୪, ୨୦୧୫ - ୮:୫୬ ପୂର୍ବାହ୍ନ

    You are my most favourite writer. I can’t find any words to praise you.

  • ୮. ପୀୟୂଷ ପ୍ରତୀକ, ନଗର : ଭଦ୍ରକ, ରାଜ୍ୟ: ଓଡିଶା |  ଫେବୃଆରୀ ୨, ୨୦୧୬ - ୪:୨୬ ପୂର୍ବାହ୍ନ

    ବିସ୍ମୟକର ଏହି ସାରସ୍ୱତ ସାଧକଙ୍କୁ କୋଟି ପ୍ରଣାମ। ଅଦ୍ଭୁତ ଅଥଚ
    ସୁନ୍ଦର ଗଳ୍ପଟିଏ।

  • ୯. Jharana Dash, Barpali,Dist-Bargarh,Odisha |  ଜୁନ୍ ୨୫, ୨୦୧୬ - ୧୦:୪୭ ପୂର୍ବାହ୍ନ

    Realy Manoj Das Means Manoj Das

    this type of story only writen by Manoj Das, None of others writer…

  • ୧୦. ଉମା ଶଙ୍କର ମାଝୀ, କଳାହାଣ୍ଡି ,ଓଡିଶା |  ଡିସେମ୍ବର୍ ୨୮, ୨୦୧୭ - ୧:୩୮ ପୂର୍ବାହ୍ନ

    ଅତି ସୁନ୍ଦର ..ସତରେ ଏମିତି ଗଳ୍ପ ଟିଏ ପଢିବାକୁ ଦେଇଥିବାରୁ ଧନ୍ୟବାଦ l

  • ୧୧. ରଶ୍ମୀକାନ୍ତ ନାୟକ, କଟକ |  ମାର୍ଚ୍ଚ୍ ୩୦, ୨୦୧୮ - ୪:୨୨ ପୂର୍ବାହ୍ନ

    ହେ ସାରସ୍ବତ ସାଧକ ଆପଣଙ୍କୁ କୋଟି କୋଟି ପ୍ରଣାମ ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤