ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
‘ମନ୍ କଲା ବାଈ ଦେହେ ହିଁ ଭରିଗଲା କାଣା ଆଉ କରିଥିଁତି ପିଲାକେ କୁଡ଼ିଏ ହଜାର ଟଙ୍କା, ସୁନାର ମୁଦି, ଘଡ଼ି ଦେଲି ଟୁକେଲ୍ କେ ଭି ଘର କର୍ନା ସବୁ ସାମାନ୍ ଦେଲି ଆଉ ପାର୍ କରିଦେଲି ହେଲେ କାଏଁ କରିବି ବାଈ, ପିଲାଟା ନକ୍ରି, ଚାକ୍ରୀ, କିଛି କର୍ବାର୍ ନାଇଁ, କୁଲିମଜ୍ରୀ ଭି ନାଇଁ କରେ ପାଖେ ଅଛେଁ ବଲି ମତେ ହିଁ ଦେଖ୍ବାର ଲାଗି ପଡ଼ୁଛେ ଦେଖ୍ତ ବାଈ ମୋର୍ ଜୁଏଁ ଲାଗି କାମ୍ଧନ୍ଦା କିଛି ଖୁଜିଦେ ପଲସ୍ଟୁ ଫେଲ ଆଏ କଲେଜ୍ ଥି ଦୁଇ ବଛର୍ ପଢ଼ିଛେ‘
ମିଶ୍ରବାବୁଙ୍କ ସ୍ତ୍ରୀ ସବୁକିଛି ମନପ୍ରାଣ ଦେଇ ଶୁଣୁଥାନ୍ତି କାରଣ କଥା ଶୁଣିଲେ ଏବଂ କହି ଜାଣିଲେ ହିଁ ଏ ଯୁଗରେ କାମ ହାସଲ କରି ହୁଏ ଏହି ନିଗୁଢ଼ ସତ୍ୟ କଥାଟା ତିରିଶି ବର୍ଷର ବୈବାହିକ ଜୀବନର ଅନୁଭୂତି ମଧ୍ୟରେ ବେଶ୍ ଭଲ ଭାବରେ ହୃଦୟଙ୍ଗମ କରିଛନ୍ତି ମିଶ୍ରାଣୀ
ପୁଣି ମାମୁଁ ଯୋଡିଲେ ଏବଂ କହିଲେ-‘ଖୋବ୍ ଦିନ୍ ହେଲା ବାଈ ତତେ ନି ଦେଖିଥିଲି ଏତ୍କି ଦିନ୍ ଥି ମୋର ପୁଓ ଗୁଟେ ଭି ହେଲାନ ବଡ୍କା ଭାଗିକରି ବିହା ହେଲା ଆଉ ଦୁଇଟା ନନୀ ଭି ଜୁକ୍ଜାକ୍ ଦିଶ୍ଲେନ ସେମାନ୍କର୍ କଥା ଭି ଭାବ୍ବା ଯେଁ ପଡ଼୍ସି ହେଲେ ବେଶି ଭାବିକରି ମୁଁଇ ଦିମାଗ୍କେ ଗୋଲ୍ମାଲ୍ ନି କରେ ବାଈ ମୁଇଁ ବିନ୍ଦାସ୍ ଲୋକ ଆଏଁ ମୋର୍ ମାଏ ଝି ଭି ଚିନ୍ତା ନି କରେ ଯେଭେ ଯାହା ହେବାର୍ କଥା ହେବା ଭାବି କରି କାଏଁ ଲାଭ୍? ‘ଦେ ପାଏନ୍ ଟିକେ ଦେ ଶୋଷ୍ ଲାଗ୍ଲାନ’
ମିଶ୍ରାଣୀ ପାଣି ଢାଳେ ଦେଲେ ଢକ୍ ଢକ୍ କରି ମାମୁଁ ପାଣି ପିଇଲେ
ପୁଣି ଗପିଲେ
‘ଡିସ୍ ଆଣ୍ଟିନା ଲଗେଇ ଦେଇଛେଁ ବାଈ ତୋର୍ ବହରିଆ କାହାରି ଘର୍ ନି ଯାଏ କାମ୍ କରି କରି ଥକିଗଲେ ଘରେ ବସିକରି ଟିଭି ଦେଖ୍ସି ଘରେ ରହେସି ବେଶି ବୁଲାଚଲା ପସନ୍ଦ୍ ନି କରେ ଲନ୍ଦର୍ ଫନ୍ଦର୍ ଭି ଆମ୍କେ ଭଲ୍ ନି ଲାଗେ ମୁଁ ଠିକ୍ ତ ମୋର୍ ମାଏଁ ଝି ଠିକ୍ ଆଉ ଆମର୍ ଲାଗି ଦୁନିଆଁ ଠିକ୍ ଲୋକ୍ମାନେ ମୋର୍ ନିଜର୍ ଆନ୍ ଆଉ ମୁଁ ଲୋକ୍ମାନ୍କର୍ ଆଏଁ ଲୋକ୍ମାନେ ମତେ ଭଲ ପାଏସନ୍ ମୁଁ ଲୋକ୍ ମାନ୍କେ ଭଲ୍ ପାଏଁସି’
‘ବାଈଗୋ! ଇ ବଛର୍ ଇଲେକ୍ସନ୍ ଥି ଖୋବ୍ ପିଇଛେଁ ସବୁ ପାର୍ଟିନୁ ଖାଇଛେଁ ସଭେଁ ତ ମୋର୍ ନିଜର୍ କାହାକେ ମନା କର୍ମିଁ ସଭେଁ ଦେଲେ ସବ୍କରନୁଁ ଖାଏଲି’
ଜହ୍ନମାମୁଁଙ୍କ ଗୋଟି ଗୋଟି କଥାକୁ ସତେ ଯେମିତି ମିଶ୍ରାଣୀ ପିଇଯାଉଥାନ୍ତି ମୁଣ୍ଡ ଟୁଙ୍ଗାରି ଜଣେ ଗୁରୁଗମ୍ଭୀର ଶ୍ରୋତା ଭଳିଆ ସବୁ କଥାକୁ ସେ ଉଦରସ୍ଥ କରୁଥାନ୍ତି
କାରଣ ସେ ଭଲ ଭାବେ ଜାଣନ୍ତି ଏମିତି କାମ ନ କଲେ ତାଙ୍କ କାମ ହେବନି
‘ଜହ୍ନମାମୁଁ’ ଜହ୍ନମାମୁଁଙ୍କ ନାମ ଜହ୍ନମାମୁଁ କେଉଁ ପରିପ୍ରେକ୍ଷୀରେ କେଉଁ ଘଟଣାକ୍ରମ ଅନୁଯାୟୀ ପଡ଼ିଲା ତାହା ବୋଧେ କେହି ଜାଣି ନାହାଁନ୍ତି ସହରଯାକ ଲୋକମାନଙ୍କର ସେ ହେଉଛନ୍ତି ସମ୍ପର୍କୀୟ ସମସ୍ତେ ମାମୁଁଙ୍କର ନିଜର ଲୋକ ସକାଳ ହେବାମାତ୍ରେ ସମସ୍ତଙ୍କ ଘରେ ସେ ଉପସ୍ଥିତି ଜାହିର୍ କରନ୍ତି ଦିନ ତମାମ୍ ବୁଲିବୁଲି ସେ ଦ୍ବିପ୍ରହରରେ ଘରେ ପହଞ୍ଚନ୍ତି ମ୍ୟୁନିସିପାଲ୍ଟିରେ ଦରମାଦିଆ ଚାକ୍ରୀ ଖଣ୍ଡେ କରୁଛନ୍ତି ମିଶ୍ରାଣୀ ଭଳି ଅନେକଙ୍କୁ ସେ ବାଈ କହନ୍ତି, ଅର୍ଥାତ୍ ସ୍ଥାନୀୟ ଅର୍ଥରେ ବଡ଼ଭଉଣୀ ବୋଲି ବୁଝାଯାଏ ସମସ୍ତଙ୍କ ସହ ସେ ସୁଖଦୁଃଖ ହୁଅନ୍ତି
ମୋର ବୟସର ସମସ୍ତଙ୍କ ସେ ହେଉଛନ୍ତି ମାମୁଁ ସମସ୍ତଙ୍କ ଅତି ଆଦରର ଜହ୍ନମାମୁଁ କମ୍ ବେଶୀ କରି ନିଅନ୍ତି ହେଲେ ସେ କେବେ କାହା କଥା କାଟନ୍ତି ନାହିଁ ସମସ୍ତଙ୍କ ଅସୁବିଧା ସମୟରେ, ବିବାହ ଉତ୍ସବ ଆଦିରେ ଉପଯୁକ୍ତ ଆତିଥ୍ୟତା ଦେଇ ଯୋଗ ଦିଅନ୍ତି
ମାମୁଁଙ୍କ ଜୀବନସଙ୍ଗିନୀ ହେଉଛନ୍ତି ମାଇଁ ମାମୁଁ ମାଇଁଙ୍କୁ ପଶ୍ଚାତ୍ଭାଗରେ ଲୋକେ କହନ୍ତି ଲୈଲା-ମଜ୍ନୁ ଉଭୟେ ଉଭୟଙ୍କ ପାଇଁ
‘ମୋର୍ ସମିୟାଁ ଥି ମୁଁ ଖୋବ୍ ବଦ୍ମାସ୍ ଲୋକ୍ ଥିଲି ବାଈ ମୋର ଝି ଆଉ କେନ୍ତା ହେତା ? ମୁଇଁ ଯାହା କରିଥିଲି ସେ ଭି ତାହା କର୍ଲା ମୁଇଁ ଭାଗିଥିଲି-ମୋର୍ ବଡ୍କା ଝି ଭି ଭାଗିକରି ବିହା ହେଲା ଦୁଃଖ୍ ନି କରେଁ ବାଈ ଯେନ୍ତା କର୍ନି ହେନ୍ତା ଭର୍ନି’
ପୃଷ୍ଠା ସଂଖ୍ୟା : 1 2
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. ନମିତା ଦାଶ୍,, ବ୍ରହ୍ମପୁର୍, ଗଞ୍ଜାମ୍, ଓଡିଶା | ମେ ୧୮, ୨୦୧୩ - ୧୦:୨୮ ପୂର୍ବାହ୍ନ
ଗଳ୍ପଟି ଖୁବ୍ ଭଲ୍ ଲାଗଲା………..ଧନ୍ୟବାଦ