ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଫତୁରାନନ୍ଦ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
କାମାକ୍ଷୀ ପ୍ରସାଦ ଦାଶ
କାଳିନ୍ଦି ଚରଣ ପାଣିଗ୍ରାହୀ
ଅକ୍ଷୟ ମହାନ୍ତି
ଦୟାନିଧି ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଗୁଳିବିଦ୍ଧ ପକ୍ଷୀ
 |- ଦେବେନ୍ଦ୍ର ମହାନ୍ତି
 
 
ତା: ମାର୍ଚ୍ଚ୍ ୨୨, ୨୦୧୨  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ଆଖି ଲୁହକୁ ହାତ ପାପୁଲିରେ ପୋଛୁପୋଛୁ ବୁଦ୍ଧୁରାମ କହିଲା, ଦି,ଦି’ଟା ପିଲା ମ’ର ଖରାପ ହେଇଗଲେ ଏଇ ଛଅମାସ ଭିତରେ୤ ବେଜୁଣୀ କହୁଚି, ଝିଅଟାକୁ ଦୁଷ୍ଟ ଡୁମା ନୁହେଁ, ଡାହାଣୀଟେ ଗୁଣି କରି ଦେଇଛି୤ ପୂଜା ଠିକ୍‌ଠାକ୍‌ ହେଇଥିଲା, ବଳି ବି ଦିଆଯାଇଥିଲା, ଝଡ଼ାଫୁଙ୍କା ହେଇଥିଲା, ଚେରମୂଳି ଇଲାଜ ବି ହେଇଥିଲା୤ ଠିକ୍‌ ନ ହେଲା କାହିଁକି ? ପୁଅଟାକୁ ବି ସେଇ ଡାହାଣୀ ଗୁଣିକରି ଦେଇଥିଲା ଯେ ଶୁଖିଶୁଖି ଖରାପ ହେଇଥିଲା୤ ଝାଡ଼ା ବନ୍ଦ ହେଲା ନାହିଁ, ବାନ୍ତି ବନ୍ଦ ହେଲା ନାହିଁ୤ ତୁ ତ ଦେଖିଚୁ କାଲା, କେମିତି ରାଗିଲା ଭଳି ତଳଓଠକୁ କାମୁଡ଼ି ବଡ଼ବଡ଼ ଆଖିରେ ଚାହୁଁଥିଲା ?”

କାଲା ସେଇଠୁ କହିଲା, ବେଜୁଣୀକି କହିଲୁ ନି ୤ ଏମିତି ମନ, କରିଥାଆନ୍ତା ଯେ, ଡାହାଣୀଟା ପେଟକୁ ଧରି ଛଟପଟ ହେଇଥାଆନ୍ତା୤ ବେଜୁଣୀ ପା’ ଡଙ୍ଗରଡୁମାର ପୂଜକ୤ ଡାହାଣୀଟା ତାକୁ ବଳିଯିବ ?

ଡାକିଥିଲି, ଡାକିଥିଲି, ସବୁ ଦେଖିଲା, କିଛି କରିପାରିଲା ନାହିଁ ”- କହୁକହୁ ବୁଦ୍ଧୁରାମ କାନ୍ଦିବାକୁ ଲାଗିଲା୤

କାନ୍ଦନା, କାନ୍ଦନା”, କହି କାଲା ପିପାଁରୁ ଆଉ ଗିଲାସେ ମହୁଲି ଢାଳି ତା ହାତକୁ ବଢ଼େଇ ଦେଲା୤ ଏକାଥରକରେ ଗ୍ଲାସ୍‌ଟାକୁ ଖାଲି କରିଦେଇ ବୁଦ୍ଧୁରାମ ପୁଣି କାନ୍ଦିଲା “ଡାହାଣୀଟା ଶକ୍ତ ଗୁଣି କରି ଦେଇଛି୤ ମ’ ବଅଁଶ ବୁଡ଼ି ଗଲାରେ କାଲା–”

“ଆଉ କାନ୍ଦନା, କାନ୍ଦନା, ଆମ ଗାଁର ଆହୁରି କେତେ ପିଲାଙ୍କୁ ଗୁଣିକରି ଡାହାଣୀଟା ମାରି ପକେଇ ସାରିଲାଣି୤ ମ’ ସ୍ତ୍ରୀଟାକୁ ଗୁଣି କରିଦେଲା ଯେ, ସେ ଶୁଖିଶୁଖି ମଲା୤ ଦେବାଦେବୀ, ଡୁମା ଦେବତା, ପିତୃପୁରୁଷ ସମସ୍ତଙ୍କୁ ପୂଜାକରି ସନ୍ତୁଷ୍ଟ କଲି୤ ହେଲେ ଡାହାଣୀର ଗୁଣିକୁ କେହି ଅଟକାଇ ପାରିଲେ ନାହିଁ୤ ତୁ ଦେଖିଲୁ ପା, ଶାଲାପେନୁଙ୍କୁ ସନ୍ତୁଷ୍ଟ କଲି, କିଛି ହେଲା ?”

ବୁଦ୍ଧୁରାମ କହିଲା, “କିଛି ହବନି, ଯେ ଯାଏ ଏ ଗାଁରେ ସେ ଡାହାଣୀଟା ଅଛି, କେହି ବଞ୍ଚିବେନି୤” ସମସ୍ତଙ୍କର ରକ୍ତ ଶୋଷି ନେଇ ମାରିଦବ୤ ତାକୁ ଖତମ ନ କଲେ ଏ ଗାଁ ପଦା ହୋଇଯିବ୤ ତମର ସମସ୍ତଙ୍କର ଗୋଟେ ସ୍ତ୍ରୀ କି ଗୋଟେ ପିଲାକୁ ଖାଇଲା, ମ’ର ତ ଦି,ଦି’ଟା ପିଲାଙ୍କୁ ମାରିଲା୤ ଆଉ ତାକୁ ଛାଡ଼ିବିନି, ଆଜି ତାକୁ ଖତମ କରିବି୤”

କାଲା କହିଲା, “ଠିକ୍‌, ଠିକ୍‌୤ ମୁଁ ବି କହୁଛି, ଆଜି ତାକୁ ଖତମ କରିବା୤ କିନ୍ତୁ କରିବା କଣ ? ଶୀତ ରାତିଟା, ଶୀତ ଲାଗିବ-”

“ଶୀତକୁ ଡରୁଛୁ୤ ନେ, ନେ ଆଉ ଦି’ଗିଲାସ ମାରି ଦେ୤ ଦେଖିବୁ ଶୀତଟା ଡରିମରି ତତେ ଛାଡ଼ି ପଳେଇବ୤”

କାଲା ଘରେ ବସି ବୁଦ୍ଧୁ ସହିତ ମହୁଲି ପିଉଥାଏ୤ ଡଙ୍ଗର ପୂଜା ବେଳୁ ଗୋଟାଏ ପିପାଁରେ କିଛି ମହୁଲି ସହିତ ଟିକିଏ ସଲଫେଟ ମିଶାଇ କାଲା ଘରେ ରଖିଥିଲା୤ ନିଶାଟା ଯେମିତି ବଢ଼ିବ୤ କେଇଦିନ ଆଗରୁ ତା ସ୍ତ୍ରୀଟାକୁ ଡାହାଣୀ ଗୁଣିକରି ମାରି ଦେଇଥିଲା୤ ସେ ଏବେ ଏକା୤ ଶଲପ୍‌ଟୋଲିର, ଝିଅ ନୁର୍‌ସିକୁ ସେ ରାସ-କାପଡ଼ା (ଟଣାଝିଙ୍କା ବିବାହ) କରିଥିଲା୤ ନୁର୍‌ସିଟା ଥିଲା ବହୁତ ସୁନ୍ଦର୤ ରାସ-କାପଡ଼ା ବାହାଘର ଯୋଗୁଁ ଖର୍ଚ୍ଚ ବି କମ୍‌ ହେଇଥିଲା୤ ନ ହେଲେ କାଲା ପାଖରେ ଟଙ୍କା କଉଠି ଥିଲା ଯେ ସେ ଫୁଲବାହା କରିଥାଆନ୍ତା ? ଅବଶ୍ୟ ରାସ-କାପଡ଼ାରେ ବୁଦ୍ଧୁରାମ ତାକୁ ସାହାଯ୍ୟ କରିଥିଲା୤ ଧରା ପଡ଼ିଯାଇଥିଲେ ସେମାନେ ମାଡ଼ ମାରି ତା ଜୀବନ ନେଇ ଯାଇଥାଆନ୍ତେ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଦେବେନ୍ଦ୍ର ମହାନ୍ତି, ରାଉରକେଲା
ଦେବେନ୍ଦ୍ର ମହାନ୍ତି
ଜଣେ ଗାଳ୍ପିକ, ଔପନ୍ୟାସିକ ଏବଂ ସ୍ତମ୍ଭକାର ଭାବେ ଦେବେନ୍ଦ୍ର ମହାନ୍ତି ବେଶ୍‌ ସୁପରିଚିତ୤ ସମ୍ପ୍ରତି ସୂର୍ଯ୍ୟପ୍ରଭା ଦୈନିକ ଖବର କାଗଜରେ ନିୟମିତ ବିଭିନ୍ନ ଅର୍ଥନୈତିକ ବିଷୟରେ ସ୍ଥମ୍ଭ ଲେଖୁଥିବା ଶ୍ରୀ ମହାନ୍ତିଙ୍କ ନିକଟରେ "ଝଡ଼ ଆକାଶର ପକ୍ଷୀ ନାମକ" ଏକ ଉପନ୍ୟାସ ପ୍ରକାଶିତ ହୋଇଛି୤ ଇସ୍ପାତ ସହର ରାଉରକେଲାର ଅନ୍ୟତମ ଅଗ୍ରଣୀ ତଥା ପୁରାତନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ “କଲ୍‌ଚରାଲ୍‌ ଏକାଡ଼େମୀ” ସହିତ ଶ୍ରୀ ମହାନ୍ତି ଜଡ଼ିତ ଏବଂ ଏହି ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ସାହିତ୍ୟ ପତ୍ରିକା ନବପତ୍ରର ସମ୍ପାଦକ ଭାବେ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ପ୍ରସାନ୍ତ କୁମାର ବେହେରା |  ମାର୍ଚ୍ଚ୍ ୨୮, ୨୦୧୨ - ୨:୫୭ ଅପରାହ୍ନ

    ଓମ୍ ନମଃ ଶିବାୟ ,ଓମ୍‌ ଜୟ ଜଗଦିଶ ହରେ ଓ ରୁ ଆରମ୍ଭ ଓଡିଶା ୤ ମୁଁ ନିଜକୁ ଭଲ ପାଏ ଯେତିକି ତା ଠାରୁ ଅଧିକ ଭଲ ପାଏ ମୋ ଦେଶକୁ (ଭାରତ) ମୋ ରାଜ୍ୟକୁ (ଓଡିଶା) ୤

    [{(ବନ୍ଦେ ମାତରମ୍)}]

  • ୨. pramod kumar raul |  ମାର୍ଚ୍ଚ୍ ୩୦, ୨୦୧୨ - ୮:୫୬ ଅପରାହ୍ନ

    extreamly happy to go through your pages

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤