ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

କାହ୍ନୁଚରଣ ମହାନ୍ତି
ସେନାପତି ପ୍ରଦ୍ୟୁମ୍ନ କେଶରୀ
ଦେବେନ୍ଦ୍ର ମହାନ୍ତି
ଅମରେନ୍ଦ୍ର ଖଟୁଆ
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
କନକଲତା ସାହୁ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଗୁଳିବିଦ୍ଧ ପକ୍ଷୀ
 |- ଦେବେନ୍ଦ୍ର ମହାନ୍ତି
 
 
ତା: ମାର୍ଚ୍ଚ୍ ୨୨, ୨୦୧୨  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ଟାଙ୍ଗିଆଟାକୁ ହାତରେ ଧରି ଆଗରେ ବୁଦ୍ଧୁରାମ ଓ ତା’ପଛରେ କାଲାରାମ୤ ବୁଦ୍ଧୁରାମର ଖପୁରି ଭିତରେ ନିଆଁ ଲାଗିଛି୤ ସେ ନିଆଁର ଧାସ ତା’ ହାତରେ, ଗୋଡ଼ରେ, ଦେହରେ, କିଛି ଭାବିବା ବା କିଛି ଚିନ୍ତାକରିବା ଅବସ୍ଥାରେ ସେ ନଥାଏ, ଚାରିଆଡ଼େ କେବଳ ତାକୁ ଝାପ୍‌ସା ଝାପ୍‌ସା ଦେଖାଯାଉଥାଏ୤ ଗୋଟିଏ ଘର ପାଖରେ ସେମାନେ ଅଟକି ଗଲେ ଏବଂ ବାଉଁଶ ଫାଳିଆରେ ତିଆରି କବାଟଟାକୁ ଧକ୍କାଟାଏ ମାରି ଖୋଲି ଦେଲେ୤ ସେହି ଅନ୍ଧାର ଭିତରେ କେହି ଜଣେ ଘୋଡ଼ିଘାଡ଼ି ହେଇ ଚଟାଣରେ ଶୋଇଥିବାର ବୁଦ୍ଧୁରାମ ଅନୁମାନ କଲା୤ ନିଘୋଡ଼ ନିଦରେ ବୋଧେ ଡାହାଣୀଟା ଶୋଇଛି୤ କବାଟ ଖୋଲିବାର ଶବ୍ଦରେ ମଧ୍ୟ ତା ନିଦ ଭାଙ୍ଗିଲା ନାହିଁ୤

ବୁଦ୍ଧୁରାମ ମନରେ ହଠାତ୍‌ ଭାବନାଟାଏ ପଶିଗଲା୤ ଏଇ ତାରା ଡାହାଣୀ, ତା ଖୁଡ଼ି୤ ଘରକୁ ଘର ଲାଗିଛି୤ ସଙ୍ଗୁରୁ କେତେ ଭଲ ପାଉଥିଲା ବୁଦ୍ଧୁରାମକୁ, ତା’ ପୁଅ, ଝିଅ ଦି ଜଣଙ୍କୁ୤ ଖୁଡ଼ି ହେଇ ବି ତା’ ପିଲା ଦି’ଟାଙ୍କୁ ଗୁଣିକରି ମାରିଲା ? ଏବେ ତା’ ସ୍ତ୍ରୀ ଉପରେ ଦୃଷ୍ଟି ପକାଇଚି ?

ଚଟାଣରେ ଶୋଇଥିବା ଏବଂ ଅଖା ଘୋଡ଼ି ହୋଇଥିବା ସ୍ତ୍ରୀ ଲୋକଟା ପାଖକୁ ସେ ଝପଟି ଗଲା ଏବଂ ଟାଙ୍ଗିଆରେ ଚୋଟ ପରେ ଚୋଟ ମାରିବାରେ ଲାଗିଲା୤ ତା’ଭିତରୁ ଏକ ନାରୀ କଣ୍ଠର ବିକଟ ଚିତ୍କାର ନିସ୍ତବ୍ଧତାକୁ ବିକ୍ଷୁବ୍ଧ କରି, ଅନ୍ଧାରକୁ ଚିରି ବାହାରି ଆସିଲା, ତା’ପରେ ବନ୍ଦ ହୋଇଗଲା, କେହି ଶୁଣିଲେ ନାହିଁ, କେହି ଜାଣିଲେ ନାହିଁ୤

ତା’ପରେ ବୁଦ୍ଧୁରାମ ଓ କାଲାରାମ ବାହାରକୁ ଆସି ଦଉଡ଼ିବାକୁ ଲାଗିଲେ୤ ପାଖ ଗଡ଼ିଆଟା ଭିତରକୁ ଟାଙ୍ଗିଆଟାକୁ ଫିଙ୍ଗି ଦେଇ ଉଭୟ କାଲା ଘର ଭିତରକୁ ଟାଣି କବାଟ କିଳି ଦେଲେ୤ ସକାଳ କେତେବେଳେ ହେଲା, କେତେବେଳେ ସୂର୍ଯ୍ୟ ଉପରକୁ ଉଠିଲେ ଏବଂ କେତେବେଳେ ଗାଁ ଭିତରଟା କୋଳାହଳରେ ଭରିଗଲା, ସେମାନେ ଜାଣି ପାରିନାହାଁନ୍ତି୤ ଗାଁର ଦୁଇଜଣ ଯୁବକ ଯେତେବେଳେ କାଲାରାମର ଦାଣ୍ଡ କବାଟ ଭାଙ୍ଗି ଘର ଭିତରେ ପଶି ଦୁଇଜଣଙ୍କୁ କେଞ୍ଚାକେଞ୍ଚି କଲେ, ସେତେବେଳେ ଉଭୟ ଉଠିବସିଲେ୤

ଜଣେ କହିଲା, “ଆବେ ବୁଦ୍ଧୁ ! କାଲି ରାତିରେ ତ ସ୍ତ୍ରୀକୁ ଘରେ ଏକୁଟିଆ ଛାଡ଼ିଦେଇ ଏଠି ଆସି ଶୋଇଛୁ ? ରାତିଯାକ ମଦ ପିଇଚୁ ? ଦେଖିବୁ ଯା, ରାତିରେ ଏକୁଟିଆ ପାଇ ତାକୁ କିଏ କାତିରେ କାଟି ଟୁକ୍‌ଟୁକ୍‌ କରି ଦେଇଛି୤”

ବୁଦ୍ଧୁରାମ କିଛି ବୁଝି ପାରୁ ନଥିଲା୤ ମହୁଲିଗୁଡ଼ା ତା’ ମୁଣ୍ଡକୁ ସେତେବେଳ ଯାଏ କବ୍‌ଜାରେ ରଖିଥାଏ୤ ସେ ଡବଡବ କରି ଯୁବକଟିକୁ ଚାହିଁଲା୤ ଯୁବକଟି କହିଲା, “ଆବେ ଚାହିଁଚୁ କଣ, ଜଲଦି ଯା, ତ ସ୍ତ୍ରୀକୁ କାଲି ରାତିରେ, କିଏ ହାଣି ପକେଇଚି, ପୋଲିସ୍‌ରେ ରିପୋର୍ଟ ଲେଖେଇବୁ-”

ଶିକାରୀର ଗୁଳିବାଜି ତଳକୁ ଖସି ପଡୁଥିବା ପକ୍ଷୀଟି ଭଳି ବୁଦ୍ଧୁରାମ ଆକାଶରୁ ଖସି ମାଟି ଉପରେ ଦୁଲ୍‌ଦାଲ୍‌ ହୋଇ କଚାଡ଼ି ହୋଇ ପଡ଼ିଲା୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଦେବେନ୍ଦ୍ର ମହାନ୍ତି, ରାଉରକେଲା
ଦେବେନ୍ଦ୍ର ମହାନ୍ତି
ଜଣେ ଗାଳ୍ପିକ, ଔପନ୍ୟାସିକ ଏବଂ ସ୍ତମ୍ଭକାର ଭାବେ ଦେବେନ୍ଦ୍ର ମହାନ୍ତି ବେଶ୍‌ ସୁପରିଚିତ୤ ସମ୍ପ୍ରତି ସୂର୍ଯ୍ୟପ୍ରଭା ଦୈନିକ ଖବର କାଗଜରେ ନିୟମିତ ବିଭିନ୍ନ ଅର୍ଥନୈତିକ ବିଷୟରେ ସ୍ଥମ୍ଭ ଲେଖୁଥିବା ଶ୍ରୀ ମହାନ୍ତିଙ୍କ ନିକଟରେ "ଝଡ଼ ଆକାଶର ପକ୍ଷୀ ନାମକ" ଏକ ଉପନ୍ୟାସ ପ୍ରକାଶିତ ହୋଇଛି୤ ଇସ୍ପାତ ସହର ରାଉରକେଲାର ଅନ୍ୟତମ ଅଗ୍ରଣୀ ତଥା ପୁରାତନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ “କଲ୍‌ଚରାଲ୍‌ ଏକାଡ଼େମୀ” ସହିତ ଶ୍ରୀ ମହାନ୍ତି ଜଡ଼ିତ ଏବଂ ଏହି ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ସାହିତ୍ୟ ପତ୍ରିକା ନବପତ୍ରର ସମ୍ପାଦକ ଭାବେ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ପ୍ରସାନ୍ତ କୁମାର ବେହେରା |  ମାର୍ଚ୍ଚ୍ ୨୮, ୨୦୧୨ - ୨:୫୭ ଅପରାହ୍ନ

    ଓମ୍ ନମଃ ଶିବାୟ ,ଓମ୍‌ ଜୟ ଜଗଦିଶ ହରେ ଓ ରୁ ଆରମ୍ଭ ଓଡିଶା ୤ ମୁଁ ନିଜକୁ ଭଲ ପାଏ ଯେତିକି ତା ଠାରୁ ଅଧିକ ଭଲ ପାଏ ମୋ ଦେଶକୁ (ଭାରତ) ମୋ ରାଜ୍ୟକୁ (ଓଡିଶା) ୤

    [{(ବନ୍ଦେ ମାତରମ୍)}]

  • ୨. pramod kumar raul |  ମାର୍ଚ୍ଚ୍ ୩୦, ୨୦୧୨ - ୮:୫୬ ଅପରାହ୍ନ

    extreamly happy to go through your pages

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤