ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ତ୍ରିନାଥ ସିଂହ
ଶୈଳେନ୍ଦ୍ର କୁମାର ଜେନା
ଦୟାନିଧି ମିଶ୍ର
ସୁରେନ୍ଦ୍ର ମହାନ୍ତି
ସ୍ବଭାବ କବି ଗଙ୍ଗାଧର ମେହେର
ବାମାଚରଣ ମିତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଗୁଳିବିଦ୍ଧ ପକ୍ଷୀ
 |- ଦେବେନ୍ଦ୍ର ମହାନ୍ତି
 
 
ତା: ମାର୍ଚ୍ଚ୍ ୨୨, ୨୦୧୨  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ଆଗେ ତାରାକୁ ସମସ୍ତେ ଖୋଜାଲୋଡ଼ା କରୁଥିଲେ୤ ରୋଗ ହେଲେ, ହଇଜା, ବସନ୍ତ, ପେଟବଥା, ଜ୍ବର ଇତ୍ୟାଦି ବ୍ୟାପିଲେ ଗୁଣି କରି ଚେରମୂଳି ଦେଇ ସେ ଭଲ କରି ଦଉଥିଲା୤ ଦୁଷ୍ଟ ଡୁମାକୁ ତଡ଼ି ଦଉଥିଲା୤ ଡଙ୍ଗର ପୂଜା ବେଳେ ତା ଗେରସ୍ତ ସଙ୍ଗୁରୁ ସାଙ୍ଗରେ ମିଶି ଢେର କାମ କରୁଥିଲା୤

କିନ୍ତୁ ଯେଉଁଦିନ ସଙ୍ଗୁରୁଟା ଖରାପ ହେଇଗଲା, ଗାଁ ଲୋକେ ସନ୍ଦେହ କଲେ୤ ଭଲ ଲୋକଟା, ଖରାପ ହେଇଗଲା କାହିଁକି ? ଡଙ୍ଗର ତଳ ଜମି ଖଣ୍ଡକରେ ମାଣ୍ଡିଆ ବୁଣି ଫେରିଲା ପରେ କଣ ହେଲା କେଜାଣି, ଖାଇ ସାରିଲା ପରେ ଯନ୍ତ୍ରଣାରେ ଛଟପଟ ହେଲା୤ ବେଜୁଣୀ ଆସିଲା, ଡୁମା ପୂଜା କଲା, ଶାଲାପେନୁ, ପିତୃ-ପୁରୁଷଙ୍କୁ ପୂଜା କଲା୤ ସଙ୍ଗୁରୁ ବଞ୍ଚିଲା ନାହିଁ୤ ସେଇଠୁ ଗାଁ ଲୋକେ ଧରି ନେଲେ, ତାରାଟା ଡାହାଣୀ୤ ନିଜ ସ୍ବାମୀ ସଙ୍ଗୁରୁକୁ ସେ ମାରିଛି୤

କାହିଁକି ନା ସଙ୍ଗୁରୁ ପାଖରୁ ତା’ର ପିଲାପିଲି କିଛି ହଉ ନଥିଲେ୤ ସ୍ବାମୀ ମଲା ପରେ ତାରା ପର ପିଲାଙ୍କ ଉପରେ ଦୃଷ୍ଟି ପକେଇଲା୤ ଗାଁର ଯଉ ପିଲାଙ୍କ ଦେହରେ ହାତ ମାରି ଦଉଥିଲା, କାଖେଇ ପକାଉଥିଲା, ଏମିତି କି ଚାହିଁ ଦେଉଥିଲା ସେମାନେ ଝାଡ଼ା କି ଜ୍ବର ରୋଗରେ ପଡୁଥିଲେ ବୋଲି ଗାଁ ଲୋକଙ୍କର ଗୋଟାଏ ଅନ୍ଧବିଶ୍ବାସ ହୋଇଗଲା୤ କେବଳ ତା’ ନୁହେଁ, ଗାଁରେ ତିନି, ଚାରି ଜଣ ଲୋକଙ୍କୁ ସେ ଗୁଣିକରି ମାରି ପକେଇଲା ବୋଲି ବୁଦ୍ଧୁରାମ ଓ ଆଉ କେତେକ ତାରା ନାମରେ ଅପପ୍ରଚାର କଲେ୤ କାହିଁକି ନା ବେଜୁଣୀ ଯେତେ ପୂଜାପାଠ କରୁଥିଲା, ଯେତେ ପୋଢ଼ ବଳି ଦଉଥିଲା, ଯେତେ ଚେରମୂଳି ଔଷଧ ଦେଉଥିଲା, କିଛି କାମ କରୁ ନଥିଲା୤ ବେଜୁଣୀ ବି କହିଥିଲା, “ଏଇ ତାରା ହିଁ ଗୁଣି କରି ସମସ୍ତଙ୍କୁ ମାରୁଛି୤ ତାକୁ ଖରାପ ନକଲେ, ସାରା ଗାଁଟାକୁ ପଦା କରି ପକେଇବ-”

ସେଇଠୁ ସେମାନେ ତାରାକୁ ଏକଘରକିଆ କରିଦେଲେ୤ ନିଆଁପାଣି ବନ୍ଦ୤ ତାରା ତା’ଘର ଭିତରୁ ପଦାକୁ ଗୋଡ଼ କାଢ଼ିଲା ମାତ୍ରେ ସ୍ତ୍ରୀ ଲୋକମାନେ ନିଜନିଜର ଛୁଆମାନଙ୍କୁ ଧରି ଘର ଭିତରେ ଲୁଚି ଯାଉଥିଲେ୤ ଦୂରରୁ ତା ଉପରକୁ ଏମିତି ଢେଲା ଫିଙ୍ଗୁଥିଲେ ଯେ ସେ ଦଉଡ଼ି ଦଉଡ଼ି ଯାଇ ତା’ଘର ଭିତରେ ପଶି କବାଟ ବନ୍ଦ କରି ଦେଉଥିଲା୤ ଦିନ ବେଳେ ଘରୁ ବାହାରିବାକୁ ସାହସ କରୁ ନଥିଲା୤

ବୁଦ୍ଧୁରାମ ଓ କାଲାରାମ ଉଭୟ ମହୁଲି ଦ୍ବାରା କବଳିତ ହୋଇ ସାରିଥିଲେ୤ ସେମାନଙ୍କ ଭିତରେ ଥିବା ମଣିଷ ଦି’ଟା ବାହାରି ପଳେଇ ଯାଇଥିଲେ୤

ଥରଥର ଗଳାରେ ଏବଂ ଭଙ୍ଗାଭଙ୍ଗା ବାକ୍ୟରେ ବୁଦ୍ଧୁରାମ କହୁଥିଲା, “ମ’ ଖୁଡ଼ି ହେଲେ କଣ ହେଲା ଶାଳୀ ଡାହାଣୀଟାଏ୤ ମ’ ପୁଅକୁ ଗୁଣି କରି ମାରିଦେଲା ଯେ ଏଇ ହାତରେ ଗାତ ଖୋଳି ତାକୁ ପୋତିଲି, ଦେଖ ଏଇ ହାତ, ଆଜି ତାକୁ ଛାଡ଼ିବି ନାହିଁ୤ ଏବେ ତା’ ନଜର ପଡ଼ିବ ମ’ ସ୍ତ୍ରୀ ଉପରେ୤ ତା’କୁ ବି ଖାଇଯିବ୤ ତା’ଘରକୁ ଲାଗି, ମ’ ଘର ତ୤”

ତା’ପରେ ହଠାତ୍‌ ବସିଥିବା ସ୍ଥାନରୁ ଉଠି ପଡ଼ିଲା ଏବଂ କାଲାର ଘର କୋଣରେ ଥୁଆ ହୋଇଥିବା ଟାଙ୍ଗିଆଟାକୁ ଉଠାଇ ଆଣିଲା, “ଚାଲ୍‌ କାଲା, ଆଜି ସେ ଡାହାଣୀଟାକୁ ଶେଷ କରିଦେବି୤”

ମଦ ନିଶାରେ ପାଦ ଏପାଖ, ସେପାଖ ପଡ଼ୁଥାଏ, ଆଖି ଲାଲ୍‌ ଲାଲ୍‌୤ କ୍ରୋଧରେ ଗର୍ଜନ କରୁଥାଏ- ଆଜି ତାକୁ ଛାଡ଼ିବି ନାହିଁ୤

କାଲାର ଘର ସାମ୍ନା ରାସ୍ତାରେ ଆସି ସେ ଛିଡ଼ା ହେଲା୤ ମାଘ ମାସର ଶୀତରାତି୤ ଘନ ଅନ୍ଧକାର ଭିତରେ ଡଙ୍ଗରିଆ-କନ୍ଧ ବସ୍ତିର ଘରଗୁଡ଼ା ଲୁଚି ଯାଇଛି୤ ବଡ଼ ବଡ଼ ଗଛଗୁଡ଼ା ରାକ୍ଷସମାନଙ୍କ ଭଳି ଗାଁ ଚାରିପଟେ ଜଗି ରହିଛନ୍ତି୤ ଆକାଶରେ ତାରା, ତଳେ ଜୁଳୁଜୁଳିଆ ପୋକମାନଙ୍କର ଆଲୋକ ବ୍ୟତୀତ ଆଉ କେଉଁଠି ଆଲୋକର ରେଖାଟିଏ ମଧ୍ୟ ନାହିଁ୤ ମଝିରେ ମଝିରେ କୁକୁର, ପେଚା ଆଉ ବଣ ଆଡୁ ଶିଆଳ, ହେଟାମାନଙ୍କର ଚିତ୍କାର ଭାସି ଆସୁଥାଏ୤ ଗାଁ ଭିତରେ ପାଖକୁ ପାଖ ଲାଗି ନୁଆଣିଆ ଚାଳଘର୤ ସେଗୁଡ଼ିକ ସାମ୍ନାରେ ସରୁ ପାଦଚଲା ରାସ୍ତା୤ ଚାରିଆଡ଼େ ନିରବତା, ନିସ୍ତବ୍ଧତା୤ ରାତି କେତେ ହେବ କେଜାଣି ? ଗାଁ ଯାକର ଲୋକ ନିଦ୍ରାରେ ଅଚେତ୍‌୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଦେବେନ୍ଦ୍ର ମହାନ୍ତି, ରାଉରକେଲା
ଦେବେନ୍ଦ୍ର ମହାନ୍ତି
ଜଣେ ଗାଳ୍ପିକ, ଔପନ୍ୟାସିକ ଏବଂ ସ୍ତମ୍ଭକାର ଭାବେ ଦେବେନ୍ଦ୍ର ମହାନ୍ତି ବେଶ୍‌ ସୁପରିଚିତ୤ ସମ୍ପ୍ରତି ସୂର୍ଯ୍ୟପ୍ରଭା ଦୈନିକ ଖବର କାଗଜରେ ନିୟମିତ ବିଭିନ୍ନ ଅର୍ଥନୈତିକ ବିଷୟରେ ସ୍ଥମ୍ଭ ଲେଖୁଥିବା ଶ୍ରୀ ମହାନ୍ତିଙ୍କ ନିକଟରେ "ଝଡ଼ ଆକାଶର ପକ୍ଷୀ ନାମକ" ଏକ ଉପନ୍ୟାସ ପ୍ରକାଶିତ ହୋଇଛି୤ ଇସ୍ପାତ ସହର ରାଉରକେଲାର ଅନ୍ୟତମ ଅଗ୍ରଣୀ ତଥା ପୁରାତନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ “କଲ୍‌ଚରାଲ୍‌ ଏକାଡ଼େମୀ” ସହିତ ଶ୍ରୀ ମହାନ୍ତି ଜଡ଼ିତ ଏବଂ ଏହି ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ସାହିତ୍ୟ ପତ୍ରିକା ନବପତ୍ରର ସମ୍ପାଦକ ଭାବେ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ପ୍ରସାନ୍ତ କୁମାର ବେହେରା |  ମାର୍ଚ୍ଚ୍ ୨୮, ୨୦୧୨ - ୨:୫୭ ଅପରାହ୍ନ

    ଓମ୍ ନମଃ ଶିବାୟ ,ଓମ୍‌ ଜୟ ଜଗଦିଶ ହରେ ଓ ରୁ ଆରମ୍ଭ ଓଡିଶା ୤ ମୁଁ ନିଜକୁ ଭଲ ପାଏ ଯେତିକି ତା ଠାରୁ ଅଧିକ ଭଲ ପାଏ ମୋ ଦେଶକୁ (ଭାରତ) ମୋ ରାଜ୍ୟକୁ (ଓଡିଶା) ୤

    [{(ବନ୍ଦେ ମାତରମ୍)}]

  • ୨. pramod kumar raul |  ମାର୍ଚ୍ଚ୍ ୩୦, ୨୦୧୨ - ୮:୫୬ ଅପରାହ୍ନ

    extreamly happy to go through your pages

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤