ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କାମାକ୍ଷୀ ପ୍ରସାଦ ଦାଶ
ସୁଧାଂଶୁ ଶେଖର ପାତ୍ର
କାହ୍ନୁଚରଣ ମହାନ୍ତି
ମୃଣାଳ
ମହାପାତ୍ର ନୀଳମଣି ସାହୁ
ରଜତ କୁମାର ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଫେବୃଆରୀ ୨୫, ୨୦୧୧  
ମୂଳ ପୃଷ୍ଠାଗଳ୍ପ
 

ଗାଡିଆ ଯେଉଁଠି ଥିବ ସେଠି ଘଣ୍ଟା ଘଣ୍ଟି କଲେ ନିଶ୍ଚୟ ଗୋଟା ଦିଇଟା ମୀନ ମିଳିବ୤ ସେମିତି ରାଜପଥରେ ଆଖି ବୁଲାଇଲେ ଅବଶ୍ୟ ଦି’ଚାରିଟା ଯାତ୍ରୀ ମିଳିବେ୤ ଅଯନ୍ତ୍ରୀବାବୁ ଅଫିସରେ ରାତି ପର୍ଯ୍ୟନ୍ତ ଖଟି ଘରକୁ ଫେରିଲେ୤ ଗୋଟାଏ ଗୁଳିରେ ଯୋଡାଏ ଚଢେଇ ଶିକାର କଲେ୤ କର୍ମତତ୍ପରତା ଦେଖାଇ ଉପରିସ୍ଥ ହାକିମଙ୍କ ପ୍ରଶଂସାଭାଜନ ହେଲେ, ଆଉ ରାତିରେ ଯାତ୍ରୀ ପାଇବାର ମଉକା ବି ବଢିଲା୤

ଫେରିବା ରାସ୍ତାରେ ସେହିପରି ଚାରିଜଣ ଯାତ୍ରୀଙ୍କୁ ଗୋଟେଇଲେ୤ ପୂର୍ବପରି ତାଙ୍କ ଇଂଲଣ୍ଡ କାହାଣୀ ଆବୃତ୍ତି କଲେ୤ ଯାତ୍ରୀମାନେ ମଧ୍ୟ ତାଙ୍କୁ ବଧେଇ ଦେବାରେ ଲାଗିଲେ୤ ବାଟରେ ଗୋଟାଏ ପ୍ରସିଦ୍ଧ ରସଗୋଲା ପେଣ୍ଠ ପାଖରେ ଗାଡି ଅଟକିଲା୤ ସେ ଯାତ୍ରୀମାନଙ୍କୁ କହିଲେ – ଯାଅ ସେ ଗୁଡିଆ ଦୋକାନରେ ରସଗୋଲା ଖାଇ ନିଅ୤ ଏଠି ବସ୍‌ କି ଟ୍ୟାକ୍‌ସି କିଛି ଅଟକେ ନାହିଁ୤ ଯାତ୍ରୀମାନେ ଏଠା ରସଗୋଲା କଥା ଭାବି ଡହଳ ବିକଳ ହୁଅନ୍ତି୤ ମୁଁ ଗାଡିରେ ବସିଛି, ତୁମେ ସମସ୍ତେ ଯାଅ ଖାଇଦେଇ ଆସ, ତାପରେ ଯିବା୤ ଯାତ୍ରୀମାନେ ଖୁବ୍‌ ଖୁସି ହୋଇଗଲେ୤ କିଏ ମନେ ମନେ ଭାବିଲା, ବାବୁ ଜଣକ ଦେବତା, କିଏ ଭାବିଲା, ଆହା ସେ ଅନ୍ତର୍ଯ୍ୟାମୀ, ମନକଥା ଜାଣିଯାଉଛନ୍ତି୤ କିଏ ଭାବିଲା – ଆଃ ବଡ ଦିଲ୍‌ଦାରିଆ ବ୍ୟକ୍ତି୤

ସମସ୍ତେ ଗାଡିରୁ ଓହ୍ଲେଇ ଦୋକାନକୁ ଗଲେ୤ ସେମାନେ କିଛିବାଟ ଯାଇଛନ୍ତି ଏତିକି ବେଳେ ଅଯନ୍ତ୍ରୀ ବାବୁ କହିଲେ ମୋ ପାଇଁ ଦଶ ଟଙ୍କାର ରସଗୋଲା ହାଣ୍ଡିଟିଏ ଆଣିଥିବ୤ ଓହ୍ଲେଇବା ଥାନରେ ମୁଁ ପଇସା ଦେଇଦେବି୤ ଯାତ୍ରୀମାନେ ରସଗୋଲା ଖାଇଲାବେଳେ ଭାବୁଥାନ୍ତି – ଆହା କି ନିଃସ୍ବାର୍ଥପର ଲୋକ ୤ ଆମ ପାଇଁ କଅଣ ନକଲେ୤ ଆମର ତାଙ୍କୁ ମାଗଣାରେ ରସଗୋଲା ଦେବା କଥା୤ ଅଥଚ ସେ ଟଙ୍କା ଦେଇଦେବାକୁ ତିଆର୤ ଆମ ପାଖରେ ଅଧିକ ଟଙ୍କା ଥିଲେ ଆମେ ତାଙ୍କଠୁ ଟଙ୍କା କେବେ ହେଲେ ନିଅନ୍ତୁ ନାହିଁ୤ ଆହା କି ଦୟାବନ୍ତ ଓ ବିବେକବାନ୍‌ ପୁରୁଷ !

ସମସ୍ତେ ଗାଡିରେ ବସିଲେ ଓ ରସଗୋଲା ହାଣ୍ଡିଟା ବାବୁଙ୍କ ହାତକୁ ବଢେଇଦେଲେ୤ ଗାଡି ଚାଲିଲା୤ ଅଯନ୍ତ୍ରୀବାବୁଙ୍କ ଆଖି ଥାଏ ଆଗକୁ ଓ କାନ ଥାଏ ପଛକୁ୤ ଚାରିଜଣଯାକ କଥାବାର୍ତ୍ତା ହେଉଥାନ୍ତି୤ ଜଣେ କହିଲା ଆଃ- ରସଗୋଲା ଭଳି ରସଗୋଲା୤ କେତେ ଦିନ ହେଲା ହମ ହମ ହେଉଥିଲି ଖାଇବାକୁ୤ ବାବୁଙ୍କ ଦୟାରୁ ମନ ଅରମାନ ମେଣ୍ଟିଗଲା୤ ଅଣ୍ଟା ସାଫ୍‌ କରିଦେଲି୤ ରସଗୋଲା ଖିଆରେ ସମସ୍ତେ ଅଣ୍ଟାସାଫ୍‌ କରିଦେଲେ ବୋଲି କହିଲେ୤ ଅଯନ୍ତ୍ରୀବାବୁଙ୍କ ମନରେ ଅବଶୋଷ ଆସିଗଲା୤ ସେ ଭାବିଲେ ଓଃ ! ସେମାନଙ୍କୁ ରସଗୋଲା ଖାଇବାକୁ ପବର୍ତ୍ତାଇ ବଡ ଭୁଲ ହେଲା୤ ଏବେ ସେ;ମାନଙ୍କଠାରୁ ପେଟ୍ରୋଲ ପଇସା ଝଡେଇବି କିପରି ?

ଗନ୍ତବ୍ୟ ସ୍ଥାନ ଆଉ ପ୍ରାୟ ୬ କିଲୋମିଟର ଅଛି ଗାଡିଟାର ଇଞ୍ଜିନ ହଠାତ୍‌ ବନ୍ଦ ହୋଇଗଲା୤ ଅଯନ୍ତ୍ରୀ ବ୍ୟସ୍ତ ହୋଇ କହିଲେ, ହେତ୍‌ତେରିକା, କାର୍‌ବୁରେଟରରେ ମଳି ଜମିଗଲା୤ ନ ଠେଲିଲେ ଗାଡି ନଚାଲେ୤ ବଡ ମୁସ୍କିଲ କଥା ହେଲା୤ ଏତକ ଶୁଣିବା ମାତ୍ରେ ଚାରିଜଣଯାକ ଗାଡି ପେଲିବା ପାଇଁ ପଦାକୁ ବାହାରି ପଡିଲେ୤ ଅଯନ୍ତ୍ରୀ ବାବୁ କହିଲେ, ଯାହାର ଯାହା ମାଲ ଅଛି ତାକୁ ତରେ ଧର, ତାହେଲେ ଓଜନ କମ୍‌ ହେବ ଓ ଠେଲିବାକୁ ସୁବିଧା ହେବ୤ ସମସ୍ତେ ସେଇଆ କରି ଠେଲିଲେ୤ ଆଠଦଶଗଜ ଠେଲିବା ପରେ ଗାଡି ଭୁସ୍‌ଭୁସ୍‌ ହୋଇ ଚାଲିଲା, କିନ୍ତୁ ଅଟକିଲା ନାହିଁ୤ ପଛଆଡୁ ସମସ୍ତେ ପାଟିକଲେ, ଆଜ୍ଞା ଅଟକାନ୍ତୁ ଅଟକାନ୍ତୁ..୤ ଅଯନ୍ତ୍ରୀ କହିବାର ଶୁଣାଗଲା, ଘୋର ବିପଦ, ବ୍ରେକ କାମ କରୁନି କି ଇଞ୍ଜିନ ବନ୍ଦ ହେଉନି୤ ମନକୁ ଆଶ୍ବାସନା ଦେଇ ଚାରିଜଣଯାକ କୁହାକୁହି ହେଲେ ଓଃ ଭଗବାନ ଆମକୁ ବଞ୍ଚାଇଦେଲେ୤ ଗାଡିଟା କେଉଁଠି ଧକ୍‌କା ଖାଇ ଚୁର୍‌ମାର୍‌ ହୋଇଯିବ୤ ବାବୁଟି ଖତମ ହୋଇଯିବ୤ ଆ! ପର ଉପକାରୀ ଲୋକର କି ଶୋଚନୀୟ ଅବସ୍ଥା ହେବ !

ତେଣେ ଗାଡି ଭିତରେ ଅଯନ୍ତ୍ରୀବାବୁ ଭାବୁଥାନ୍ତି ପେଟ୍ରୋଲ ନହେଲେ ନାହିଁ ୤ ଦଶଟଙ୍କାରେ ରସଗୋଲା ତ ମାଗଣାରେ ମିଳିଗଲା୤ ଘରେ କେଡେ ଆହ୍ଲାଦରେ ସେ ନଖାଇବେ! ଗାଡି ପାଇଁ ଆହୁରି ଦି’ ଦିନର ଦାନା ଅଛି୤ ପରବାୟ କ’ଣ !

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଫତୁରାନନ୍ଦ
ଫତୁରାନନ୍ଦ
ଓଡ଼ିଆ କଥା ସାହିତ୍ୟରେ ଜଣେ ବଳିଷ୍ଠ ଏବଂ ଶାଣିତ ବ୍ୟଙ୍ଗ ସାହିତ୍ୟିକ ଭାବେ ଫତୁରାନନ୍ଦ ପରିଚିତ୤ ନିଜର ପ୍ରକୃତ ନାମ ରାମଚନ୍ଦ୍ର ମିଶ୍ରକୁ ପରିବର୍ତ୍ତନ କରି ଫତୁରାନନ୍ଦ ନାଁରେ ପରିଚିତ ହେବା ପରେ ନିରୁତା ବ୍ୟଙ୍ଗ ରଚନା ପାଇଁ ସେ ବେଶ୍ ପାଠକୀୟ ସ୍ବୀକୃତି ହାସଲ କରିଥିଲେ୤ ତାଙ୍କର ରଚନା ମଧ୍ୟରେ “ନାକଟା ଚିତ୍ରକର”, “ସାହିତ୍ୟଚାଷ”, “ଫମାଲୋଚନା”, “ଅମୃତ ବେହିଆ” ଆଦି ଅନ୍ୟତମ୤ ଫତୁରାନନ୍ଦଙ୍କ “ମୋ ଫୁଟା ଡଙ୍ଗାର କାହାଣୀ” ନାମକ ଆତ୍ମଜୀବନୀ ସମକାଳୀନ ସାମ୍ପ୍ରତିକ ବ୍ୟଙ୍ଗ ରଚନାରେ ଏକ ଅନବଦ୍ୟ ସୃଷ୍ଟି୤... [ କ୍ରମେ ସବିଶେଷ ]
ଫତୁରାନନ୍ଦଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧୬ ଆପଣଙ୍କ ମତାମତ ?

  • ୧. Aswini Kumar Sahoo |  ଫେବୃଆରୀ ୨୮, ୨୦୧୧ - ୮:୧୧ ପୂର୍ବାହ୍ନ

    gapati ete hrudaya sparshi helani. Ahuri bhala hei parithanta.

  • ୨. ହରପ୍ରସାଦ |  ମାର୍ଚ୍ଚ୍ ୫, ୨୦୧୧ - ୧୦:୪୭ ପୂର୍ବାହ୍ନ

    ଓଃ ବଢ଼ିଆ ନା! ମାତ୍ର ଏତକ ପେଟ୍ରୋଲ୍ ସରିଆସିଲା ବେଳକୁ?
    ନୂଆ ନୂଆ ଯନ୍ତ୍ର ପୁଣି ଅଯନ୍ତ୍ରୀଙ୍କ ହାତକୁ ଯୁଟିନି କି? ଅଯନ୍ତ୍ରୀଙ୍କ ଫିଆଟ୍ ସବୁ ଦିନକୁ ସବୁ ଆଡ଼କୁ ସବୁ ବେଳେ ଫିଟ୍ ପରା!

  • ୩. ରାଜେଶ କୁମାର ସିଂହ |  ଏପ୍ରିଲ୍ ୨୨, ୨୦୧୧ - ୧୨:୨୫ ପୂର୍ବାହ୍ନ

    ଓନ୍ ଲାଇନ୍ ଓଡିଆ ମାଗାଜିନ୍ ଦେଖି ବହୁତ ଭଲ ଲାଗିଲା. ଗପଟି ଏତେ ଭଲ ହେଇ ନାହି

  • ୪. SURESH PANDA |  ମେ ୨୧, ୨୦୧୧ - ୮:୫୭ ପୂର୍ବାହ୍ନ

    MIND BLOWING

  • ୫. SURESH PANDA |  ମେ ୨୧, ୨୦୧୧ - ୮:୫୯ ପୂର୍ବାହ୍ନ

    AJI MADHYA ORISSA O ODIYA SIRSHA RE

  • ୬. SURESH PANDA |  ମେ ୨୧, ୨୦୧୧ - ୯:୦୨ ପୂର୍ବାହ୍ନ

    ଓନ୍ ଲାଇନ୍ ଓଡିଆ ମାଗାଜିନ୍ !

  • ୭. Akhaya |  ଜୁନ୍ ୨୭, ୨୦୧୧ - ୪:୧୨ ପୂର୍ବାହ୍ନ

    Galpati khub bhala heichhi. Ehi bhali byanga galpakaranku proschahan deba nihati darkar.

  • ୮. ମନୋରଞ୍ଜନ୍ ବେହେର |  ଜୁଲାଇ ୧୫, ୨୦୧୧ - ୫:୪୫ ପୂର୍ବାହ୍ନ

    ଭଲ ଲଗିଲ ବହୁତ ଧନ୍ୟବଦ

  • ୯. Galpati |  ଜୁଲାଇ ୧୫, ୨୦୧୧ - ୫:୪୮ ପୂର୍ବାହ୍ନ

    Galpati khub bhala heichhi. Ehi bhali byanga galpakaranku proschahan deba nihati darkar.

  • ୧୦. jyotiranjansahoo |  ଅଗଷ୍ଟ୍ ୨୬, ୨୦୧୧ - ୮:୧୭ ପୂର୍ବାହ୍ନ

    badia heichi

  • ୧୧. ବିଶ୍ନୁ ପ୍ରସଦ ମଲିକ୍ |  ସେପ୍ଟେମ୍ବର୍ ୧୦, ୨୦୧୧ - ୬:୪୮ ପୂର୍ବାହ୍ନ

    ବହୁତ ଭଲ ଗପ

  • ୧୨. ଶ୍ରୀକାନ୍ତ ତ୍ରିପାଠୀ, କେନ୍ଦୁଝର, ଓ଼ଡିଶା |  ଅକ୍ଟୋବର୍ ୫, ୨୦୧୧ - ୩:୩୬ ପୂର୍ବାହ୍ନ

    ଖୁବ ଭଲ ଲାଗିଲା ୤ ଧନ୍ୟବାଦ

  • ୧୩. SUMANTA |  ଜାନୁଆରୀ ୧, ୨୦୧୨ - ୧୧:୪୪ ପୂର୍ବାହ୍ନ

    ଏହି ଭଳି ଓଡ଼ିଆ ଭାଷାର ମାନ ବଢିବ ,ଧନ୍ୟବାଦ ।

  • ୧୪. kamakshya jena |  ଜାନୁଆରୀ ୭, ୨୦୧୨ - ୮:୧୧ ପୂର୍ବାହ୍ନ

    Galpa ti samapta na hela bhali lagila.

  • ୧୫. କୃଷ୍ଣ ପ୍ରସାଦ ପୃଷ୍ଟି |  ଜୁନ୍ ୩, ୨୦୧୨ - ୧:୦୬ ପୂର୍ବାହ୍ନ

    ବହୁତ ବଢିଆ ହୋଇଛି

  • ୧୬. ରତନ କୁମାର ଜେନା |  ଜୁଲାଇ ୩୧, ୨୦୧୨ - ୧:୫୭ ଅପରାହ୍ନ

    ଭଲ ଲାଗିଲା!!!!!!!!!

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤