ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ବିରଜା ବଳ
ସହଦେବ ସାହୁ
କାହ୍ନୁଚରଣ ମହାନ୍ତି
ସୌଭାଗ୍ୟ ମିଶ୍ର
ତ୍ରିନାଥ ସିଂହ
ମନୋରଞ୍ଜନ ପାଣିଗ୍ରାହୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଫେବୃଆରୀ ୨୫, ୨୦୧୧  
ମୂଳ ପୃଷ୍ଠାଗଳ୍ପ
 

କୁବେର ବାବୁ ବୁଝିଗଲେ ଝିଅ କୋଉଥିଲାଗି ପଦାକୁ ବାହାରୁ ନାହିଁ୤ ଗାଡି ଭିତରେ ଗଲେ ଶ୍ରୀମୁଖଟା ଘୋଡେଇ ହୋଇପଡେ୤ ରିକ୍‌ସାରେ ଗଲାରୁ ମୁହାଁମୁହିଁ ଦିଶିଯାଉଛି୤ ଜ୍ବାଇଁର ଇଜ୍ଜତ ଗଲେ ଝିଅର ବି ଇଜ୍ଜତ ଗଲା୤ ହଉ ଦେଖିବ୤

ଶେଷରେ ପାଞ୍ଚ ଛଅମାସପରେ ଫିଆଟ୍‌ ଗାଡିଟାଏ ଝିଅଜ୍ବାଇଁଙ୍କ ଲାଗି ଆସିଲା୤ ଅଯନ୍ତ୍ରୀ ବାବୁ ନିଜର ନୂଆଗାଡିରେ ଅଫିସଗଲେ୤ ସସ୍ତ୍ରୀକ ବଜାରକୁ ସଉଦା କରିଗଲେ୤ ମୋଟଉପରେ ନିଜ ଗାଡିରେ ଚଢିବାର ସନ୍ତୋଷଟା ପୁରାପୁରି ପାଇଯିବା ପରେ ପେଟ୍ରୋଲ ବିଲ୍‌ଟା ଦେଖି ଚମ୍‌କି ପଡିଲେ୤ ଆରେ ଆରେ ଗାଡି ପେଟ୍ରୋଲ ପିଇବ କ’ଣ ପେଟ୍ରୋଲ ତ ଗାଡିକୁ ଚକଟି ପିଇବା ଆରମ୍ଭ କଲାଣି୤ ଆଉ କେତେ ଦିନ ଗଲେ ମୋତେ ବି ପିଇଦେବ ୤ ଉପୁରି ଖାଇବା ରୋକିବା ଲାଗି ଯାହାର ପାଟି ସିଲେଇ କରି ଦିଆଯାଇଛି ତା ପକ୍ଷରେ ଏ ଚାରିଗୋଡିଆ ଜନ୍ତୁଟିକୁ ଚାକରପଣେ ଖଟେଇବା ଯେ କି କଷ୍ଟକର ତାହା କେବଳ ଭୁକ୍ତଭୋଗୀମାନ ଜାଣନ୍ତି, ଆଉ ଏବେ ମୁଁ ଜାଣିଲି୤ ସରକାରୀ ଗାଡି କେତେ ପେଟ୍ରୋଲ ପିଉଥିଲା ତାହା ଜଣା ପଡୁନଥିଲା୤ ସେ ଗାଡି ନିଜେ ପିଉଥିଲା, ଅନ୍ୟକୁ ପିଆଉ ଥିଲା ଅଥଚ କାହାକୁ କିଛି ବାଧୁ ନଥିଲା୤ ଏବ ନିଜ ଗାଡିରେ ପେଟ୍ରୋଲ ପିଆଟା ଚାଉଁକରି ଦିହରେ ଲାଗିଯାଉଛି୤ କ୍ରମେ ଅବସ୍ଥାଟା ଏତେ ଖରାପ ହୋଇ ଆସିଲା ଯେ, ଗାଡିଟା ଅଯନ୍ତ୍ରୀଙ୍କ ଖାଦ୍ୟ ଆଡକୁ ହାତ ବଢାଇଲା ପରି ଜଣାଗଲା୤ ନାଗ ଚୁଚୁନ୍ଦ୍ରାଟାକୁ ଧରିଲେ ତାକୁ ଯେପରି ଗିଳିପାରେ ନାହିଁ କି ଛାଡି ପାରେ ନାହିଁ, ଅଯନ୍ତ୍ରୀ ବାବୁ ସେହିପରି ରଖିପାରୁ ନଥାନ୍ତି କି ଛାଡିଦେଇ ପାରୁ ନଥାନ୍ତି୤ ଘରୁ ଅଫିସ ୨୩ କି.ମି. ରାସ୍ତା୤ ଯିବା ଆସିବା ୪୬ କି.ମି. ପାଇଁ ବି ପେଟ୍ରୋଲ ଯୋଗାଇବା କଷ୍ଟକର ହେଲ୤ ଅନ୍ୟ ଖର୍ଚ୍ଚରୁ କାଟିବାକୁ ପଡିଲା୤ ଚାଳକଜଣେ ରଖିଲେ ଦରମା ଯୋଗାଇବାକୁ କଷ୍ଟ ହେବ ଭାବି ଅଯନ୍ତ୍ରୀ ନିଜେ ଗାଡି ଚଳାଉଥିଲେ୤

ଅଫିସକୁ ଯିବା ଆସିବା ରାସ୍ତାରୁ କିଛି ଯାତ୍ରୀ ଯୋଗାଡ କରି ପେଟ୍ରୋଲ ଖର୍ଚ୍ଚାନ୍ତ ଅନ୍ତତଃ ଉଠେଇ ନେବାକୁ ଅଯନ୍ତ୍ରୀବାବୁ ମନେ ମନେ ଠିକ୍‌ କରିନେଲେ୤ ପଛ ସିଟ୍‌ରେ ଚାରିଜଣ ଯାତ୍ରୀ ବସେଇ ନେଇଗଲେ କେହିଜାଣି ପାରିବେନି, ଅଥଚ ପେଟ୍ରୋଲ ଦାମ୍‌ଟା ଉପରେ ଉପରେ ମିଳିଯିବ୤ ଯିବା ଆସିବାରେ ଏହିପରି ଆଠଜଣ ଯାତ୍ରୀମିଳିଗଲେ କାମଫତେ୤ ବସ୍‌ଷ୍ଟାଣ୍ଡମାନଙ୍କରେ ଯାତ୍ରୀମାନେ ଯେପରି ସାଲୁବାଲୁ ହେଉଛନ୍ତି ଓ ଗାଡି ଫେଲ୍‌ ହୋଇ ମୁହଁ ଆମ୍ବିଳା କରୁଛନ୍ତି, ସେଥିରେ ମାତ୍ର ଚାରି ଚାରିଟା ଯାତ୍ରୀ ଗୋଟେଇ ନେବା ଏକ କିଞ୍ଚିତକର କଥା୤

ପହିଲିଦିନ ବସ୍‌ଷ୍ଟାଣ୍ଡ ଦଇ ଅଫିସ ଆସିଲାବେଳେ ଟିକିଏ ଦୂରରେ ଚାରିଜଣ ଲୋକ ଅପକ୍ଷା କରୁଥିବାର ଦେଖି ଗାଡି ଅଟକେଇ ଦେଲେ ଆଉ ପଚାରିଲେ – ରାଜଧାନୀ ଆଡେ ଯିବ କି ? ଚାରିଜଣଯାକ ଏକ ସଙ୍ଗେ କହିଲେ ହଁ – ହଁ ଯିବୁ୤ ଅଯନ୍ତ୍ରୀଙ୍କ ନିମନ୍ତ୍ରଣକ୍ରମେ ଚାରିଜଣଯାକ ପଛସିଟ୍‌ରେ ବସିପଡିଲେ୤ ଗାଡି ଚାଲିଲାବେଳେ ଅଯନ୍ତ୍ରୀ ଗପିଚାଲିଲେ – ଆମ ଇଂଲଣ୍ଡରେ ଜଣେ ଖାଲି ଗାଡି ନେଇଯାଉଥିଲାବେଳେ ରାସ୍ତାରେ ଯଦି କୌଣସି ବାଟୋଇକୁ ଚାଲି ଚାଲି ଯାଉଥିବାର ଦେଖେ, ତେବେ ସେ ଗାଡି ଅଟକାଏ, ଆଉ ସେ ବାଟୋଇକୁ ଗାଡିରେ ବସାଇ ତାର ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇ ଦିଏ୤ ଏଇଟା ସେଠି ଏକ ସାଧାରଣ ଭଦ୍ରତା୤ ଦୁଃଖର କଥା ଏ ଦେଶରେ କେହିବି ଏ ଭଦ୍ରତା କଥା ଜାଣନ୍ତି ନାହିଁ୤

ଜଣେ ଅତି ଆଗ୍ରହର ସହିତ କହି ପକାଇଲେ – ସେମାନେ ସେତିକି ଭଦ୍ର ନହୋଇଥିଲେ ଏ ଛତରା ଦଶଟାକୁ ୨୦୦ ବର୍ଷଧରି ଶାସନ କରିଥାନ୍ତେ ? ଅନ୍ୟମାନ ମନେ ମନେ ଭାବିଲେ ଯାହାହେଉ ବସ୍‌ଭଡାଟା ଆଜି ବଞ୍ଚିଗଲା୤
ହଠାତ୍‌ ଗାଡିଟା କେମିତି ଗୋଟେ ଅସ୍ବାଭାବିକ ଶବ୍ଦ କରି ଗୋଟାଏ ପେଟ୍ରୋଲ ଡିପୋ ପାଖରେ ଅଟକିଗଲା୤ ଅଯନ୍ତ୍ରୀ ବିବ୍ରତ ହୋଇପଡି କହିଲେ – ଓଃ, କି ଭୁଲ୍‌ଟା କରି ପକେଇଲି୤ ଘର ପାଖରେ ପେଟ୍ରୋଲ ପକେଇ ଦେଇଥିଲେ ଭଲ ହୋଇଥାନ୍ତା୤ ଟଙ୍କା ଥଳିଟିବି ଘରେ ଛାଡି ଦେଇ ଆସିଲି୤ ଗାଡିଟା ବାଟରେ ଏମିତି ଦଗା ଦେବ ବୋଲି କିଏ ଜାଣିଛି୤ ଏବେ କରେ କଅଣ୤ କୋଡିଏଟି ଟଙ୍କାର ପେଟ୍ରୋଲ ନହେଲେ ଏ ଗାଡି ନହୁଙ୍କେ୤ ଅଫିସ ଆଜି ଯାଇ ପାରିବିନି ଦେଖୁଛି୤

ଯାତ୍ରୀମାନେ ଦେଖିଲେ ଏତେବଡ ଜଣେ ଇଂଲଣ୍ଡ ଫେରନ୍ତା ଅଫିସରକୁ ଏତେବେଳେ ସାହାଯ୍ୟ କରିଥିଲେ ଭବିଷ୍ୟତରେ ବହୁତ କାମରେ ଲାଗିବ୤ ଟ୍ୟାକ୍‌ସିରେ ଆସିଥିଲେ ଚାରିଟଙ୍କା ପଡିଥାନ୍ତା, ହେଇ ହେଇ ଜଣକୁ ଟଙ୍କାଏ ଲେଖାଏଁ ଅଧିକ ପଡିବ୤ ସେଇଟା କିଛି ନୁହେଁ୤ ଏହା ଭାବି ସମସ୍ତେ ନିଜ ନିଜ ମୁଣିରୁ ଟଙ୍କା କାଢି କୋଡିଏଟି ଟଙ୍କା ଅଯନ୍ତ୍ରୀଙ୍କ ହାତରେ ଗୁଞ୍ଜିଦେଲେ୤ ଗାଡି ଠେଲା ହୋଇ ପମ୍ପ ପାଖକୁ ନିଆଗଲା ଓ ପେଟ୍ରୋଲ ପୁରାଗଲା୤ ଅଯନ୍ତ୍ରୀବାବୁ ଏତେ କୃତଜ୍ଞତା ଜଣାଇଲେ ଯେ ଚାରିଜଣଯାକକୁ ମାଡି ମାଡି ପଡିଲା୤ ଯାହାହେଉ ଗାଡି ଚାଲିଲା୤ ଗନ୍ତବ୍ୟସ୍ଥଳରେ ଚାରିଜଣଙ୍କୁ ଓହ୍ଲାଇ ଅଯନ୍ତ୍ରୀ ବାବୁ ଅଫିସ ଚାଲିଗଲେ୤ ଦୁଇତିନି ଦିନର ପେଟ୍ରୋଲ ଟାଙ୍କିରେ ମହଜୁଦ କରିଦେଇ ପାରିଥିବାରୁ ବେଶ ଆତ୍ମପ୍ରସାଦ ଅନୁଭବ କଲେ୤

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଫତୁରାନନ୍ଦ
ଫତୁରାନନ୍ଦ
ଓଡ଼ିଆ କଥା ସାହିତ୍ୟରେ ଜଣେ ବଳିଷ୍ଠ ଏବଂ ଶାଣିତ ବ୍ୟଙ୍ଗ ସାହିତ୍ୟିକ ଭାବେ ଫତୁରାନନ୍ଦ ପରିଚିତ୤ ନିଜର ପ୍ରକୃତ ନାମ ରାମଚନ୍ଦ୍ର ମିଶ୍ରକୁ ପରିବର୍ତ୍ତନ କରି ଫତୁରାନନ୍ଦ ନାଁରେ ପରିଚିତ ହେବା ପରେ ନିରୁତା ବ୍ୟଙ୍ଗ ରଚନା ପାଇଁ ସେ ବେଶ୍ ପାଠକୀୟ ସ୍ବୀକୃତି ହାସଲ କରିଥିଲେ୤ ତାଙ୍କର ରଚନା ମଧ୍ୟରେ “ନାକଟା ଚିତ୍ରକର”, “ସାହିତ୍ୟଚାଷ”, “ଫମାଲୋଚନା”, “ଅମୃତ ବେହିଆ” ଆଦି ଅନ୍ୟତମ୤ ଫତୁରାନନ୍ଦଙ୍କ “ମୋ ଫୁଟା ଡଙ୍ଗାର କାହାଣୀ” ନାମକ ଆତ୍ମଜୀବନୀ ସମକାଳୀନ ସାମ୍ପ୍ରତିକ ବ୍ୟଙ୍ଗ ରଚନାରେ ଏକ ଅନବଦ୍ୟ ସୃଷ୍ଟି୤... [ କ୍ରମେ ସବିଶେଷ ]
ଫତୁରାନନ୍ଦଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧୬ ଆପଣଙ୍କ ମତାମତ ?

  • ୧. Aswini Kumar Sahoo |  ଫେବୃଆରୀ ୨୮, ୨୦୧୧ - ୮:୧୧ ପୂର୍ବାହ୍ନ

    gapati ete hrudaya sparshi helani. Ahuri bhala hei parithanta.

  • ୨. ହରପ୍ରସାଦ |  ମାର୍ଚ୍ଚ୍ ୫, ୨୦୧୧ - ୧୦:୪୭ ପୂର୍ବାହ୍ନ

    ଓଃ ବଢ଼ିଆ ନା! ମାତ୍ର ଏତକ ପେଟ୍ରୋଲ୍ ସରିଆସିଲା ବେଳକୁ?
    ନୂଆ ନୂଆ ଯନ୍ତ୍ର ପୁଣି ଅଯନ୍ତ୍ରୀଙ୍କ ହାତକୁ ଯୁଟିନି କି? ଅଯନ୍ତ୍ରୀଙ୍କ ଫିଆଟ୍ ସବୁ ଦିନକୁ ସବୁ ଆଡ଼କୁ ସବୁ ବେଳେ ଫିଟ୍ ପରା!

  • ୩. ରାଜେଶ କୁମାର ସିଂହ |  ଏପ୍ରିଲ୍ ୨୨, ୨୦୧୧ - ୧୨:୨୫ ପୂର୍ବାହ୍ନ

    ଓନ୍ ଲାଇନ୍ ଓଡିଆ ମାଗାଜିନ୍ ଦେଖି ବହୁତ ଭଲ ଲାଗିଲା. ଗପଟି ଏତେ ଭଲ ହେଇ ନାହି

  • ୪. SURESH PANDA |  ମେ ୨୧, ୨୦୧୧ - ୮:୫୭ ପୂର୍ବାହ୍ନ

    MIND BLOWING

  • ୫. SURESH PANDA |  ମେ ୨୧, ୨୦୧୧ - ୮:୫୯ ପୂର୍ବାହ୍ନ

    AJI MADHYA ORISSA O ODIYA SIRSHA RE

  • ୬. SURESH PANDA |  ମେ ୨୧, ୨୦୧୧ - ୯:୦୨ ପୂର୍ବାହ୍ନ

    ଓନ୍ ଲାଇନ୍ ଓଡିଆ ମାଗାଜିନ୍ !

  • ୭. Akhaya |  ଜୁନ୍ ୨୭, ୨୦୧୧ - ୪:୧୨ ପୂର୍ବାହ୍ନ

    Galpati khub bhala heichhi. Ehi bhali byanga galpakaranku proschahan deba nihati darkar.

  • ୮. ମନୋରଞ୍ଜନ୍ ବେହେର |  ଜୁଲାଇ ୧୫, ୨୦୧୧ - ୫:୪୫ ପୂର୍ବାହ୍ନ

    ଭଲ ଲଗିଲ ବହୁତ ଧନ୍ୟବଦ

  • ୯. Galpati |  ଜୁଲାଇ ୧୫, ୨୦୧୧ - ୫:୪୮ ପୂର୍ବାହ୍ନ

    Galpati khub bhala heichhi. Ehi bhali byanga galpakaranku proschahan deba nihati darkar.

  • ୧୦. jyotiranjansahoo |  ଅଗଷ୍ଟ୍ ୨୬, ୨୦୧୧ - ୮:୧୭ ପୂର୍ବାହ୍ନ

    badia heichi

  • ୧୧. ବିଶ୍ନୁ ପ୍ରସଦ ମଲିକ୍ |  ସେପ୍ଟେମ୍ବର୍ ୧୦, ୨୦୧୧ - ୬:୪୮ ପୂର୍ବାହ୍ନ

    ବହୁତ ଭଲ ଗପ

  • ୧୨. ଶ୍ରୀକାନ୍ତ ତ୍ରିପାଠୀ, କେନ୍ଦୁଝର, ଓ଼ଡିଶା |  ଅକ୍ଟୋବର୍ ୫, ୨୦୧୧ - ୩:୩୬ ପୂର୍ବାହ୍ନ

    ଖୁବ ଭଲ ଲାଗିଲା ୤ ଧନ୍ୟବାଦ

  • ୧୩. SUMANTA |  ଜାନୁଆରୀ ୧, ୨୦୧୨ - ୧୧:୪୪ ପୂର୍ବାହ୍ନ

    ଏହି ଭଳି ଓଡ଼ିଆ ଭାଷାର ମାନ ବଢିବ ,ଧନ୍ୟବାଦ ।

  • ୧୪. kamakshya jena |  ଜାନୁଆରୀ ୭, ୨୦୧୨ - ୮:୧୧ ପୂର୍ବାହ୍ନ

    Galpa ti samapta na hela bhali lagila.

  • ୧୫. କୃଷ୍ଣ ପ୍ରସାଦ ପୃଷ୍ଟି |  ଜୁନ୍ ୩, ୨୦୧୨ - ୧:୦୬ ପୂର୍ବାହ୍ନ

    ବହୁତ ବଢିଆ ହୋଇଛି

  • ୧୬. ରତନ କୁମାର ଜେନା |  ଜୁଲାଇ ୩୧, ୨୦୧୨ - ୧:୫୭ ଅପରାହ୍ନ

    ଭଲ ଲାଗିଲା!!!!!!!!!

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤