ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସୁବ୍ରତ ପ୍ରିୟବ୍ରତ ମହାନ୍ତି
ରଜତ କୁମାର ମିଶ୍ର
ଅଖିଳମୋହନ ପଟ୍ଟନାୟକ
ଭକ୍ତକବି ମଧୁସୂଦନ ରାଓ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
କିଶୋରୀକିଙ୍କର ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଫେବୃଆରୀ ୨୫, ୨୦୧୧  
ମୂଳ ପୃଷ୍ଠାଗଳ୍ପ
 

“ଅତିରିକ୍ତ ଯନ୍ତ୍ରୀ” ଉଚ୍ଚାରଣ କରିବାକୁ କଷ୍ଟ ହେବାରୁ ଲୋକେ ଭଗବାନ ବାବୁ ଓରଫା ଭାଗୁବାବୁଙ୍କୁ ‘ଅଯନ୍ତ୍ରୀ’ ବୋଲି ଡାକୁଥିଲେ୤ ଅଯନ୍ତ୍ରୀ ନହେବା ଯାଏଁ ସେ ବାହାଘର ନାଁ ଶୁଣିଲେ ଫିଡୁକୁଥିଲେ୤ ଅଯନ୍ତ୍ରୀ ପଦବୀଟାକୁ ଥୋପ କରି ସେ ବିନିଶୀଟାକୁ ଶ୍ବଶୁରଘର ଦୀଘିରେ ପକେଇ ଥିଲେ୤ ଗୋଟାଏ ବିରାଟକାୟ ରୋହି ଟାପୁ କରି ଥୋପଟାକୁ ଗିଳିଦେଲା୤ ସେ ରୋହି ହେଉଛନ୍ତି ଲକ୍ଷପତି କୁବେର ଦଳେଇ୤ ଉଭାଯେତେ ପୋତା ସେତେ୤ ତାଙ୍କ ଅଲିଅଳି ଝିଅ ଦୁମୁକିର ଦେହ ରଙ୍ଗଟା ଶ୍ୟାମଳରୁ କମ୍‌୤ ମୁହଁର ଗଠନଟା ବିରାଡି ମୁହଁଠାରୁ ଟିକିଏ ଭଲ୤ କଳାଶ୍ରୀମୁଖରେ ଛାମୁ ଦାନ୍ତ ଦୁଇଟା ଘନମେଘ କୋଳରେ ବିଜୁଳି ଚମକିଲା ପରି ଭ୍ରମ ଜାତ କରାଉଥିଲା୤ ବିରାଡିକୁ ଦେଖି ଦୂରୁ ମୂଷା ବାଟ କାଟିଲା ପରି ଦୁମୁକିର ଦାନ୍ତ ଦେଖି ଦୁଇଜଣ ଆଇଏଏସ ଅଫିସର ନିଜ ମୁହଁ ମୋଡି ଛାନିଆଁରେ ପଳେଇବାରୁ ଦଳେଇବାବୁ ଚାଇନିଜ ଦାନ୍ତ ଡାକ୍ତର ପାଖରେ ସେ ଦୁଇ ଦାନ୍ତକୁ ବଦଳେଇ ନୂଆ ଡାଳିମ୍ବ ବୀଜଦନ୍ତ ମୁତୟନ କରିଥିଲେ୤ ତାପେର ହାବୁଡିଗଲେ ଅଯନ୍ତ୍ରୀ୤

ମଧ୍ୟସ୍ଥିଙ୍କ ସଙ୍ଗେ କଥାବାର୍ତ୍ତା ହେଲାବେଳେ ଦଳେଇବାବୁ କହିଲେ – ସେତ ମୁଖ୍ୟ ନୁହଁନ୍ତି…ଉଁ-ଉଁ-ଅତି-ରିକ୍ତ୤ ମଧ୍ୟସ୍ଥି ଦଳେଇଙ୍କ ପେଟଭିତରର କଥାଟାକୁ ପଟ୍‌କରି ଧରି ପକେଇଲେ୤ ସଙ୍ଗେ ସଙ୍ଗେ ଉତ୍ତରଦେଲେ ‘ଅତିରିକ୍ତ’ଟା କାଲି ସକାଳେ ମୁଖ୍ୟ ହୋଇଯିବ୤ ମୁଖ୍ୟ ମରିଯିବା ପରେ ଶବ ନଉଠୁଣୁ ‘ଅତିରିକ୍ତ’ ଯାଇ ମୁଖ୍ୟଙ୍କ ଗାଦିରେ ବସିଯିବେ୤ ମଝିରେ ଆଉ କେହି ନାହାନ୍ତି ଯେ୤ ଆମେ ବି ସେଥିପାଇଁ ଚଣ୍ଡୀ ମନ୍ଦିରରେ ନିଇତି ଘିଅ ଦୀପ ଦେଉଛୁ, ସେ ଯେମିତି ମୁଖ୍ୟଙ୍କୁ ଶିଘ୍ର ସ୍ବର୍ଗବାସୀ କରାନ୍ତୁ୤ ଦଳେଇ ଏଥିରେ ରାଜି ହୋଇଗଲେ୤

ବାହାଘରଟା ଖୁବ୍‌ ଜାକଜମକରେ ହୋଇଗଲା୤ ଯୌତୁକର ଧାସ କେହି ଦେଖିଲେ ନାହିଁ୤ ଅଯନ୍ତ୍ରୀ କିନ୍ତୁ ନିଜର ଅଧା ତିଆରି ହୋଇ ପଡିରହିଥିବା କୋଠାଟାକୁ ଚଟାପଟ୍‌ ସାରିଦେଲେ୤ ସେ କୋଠାର ବିଶାଳତା ଦେଖି ଭିଜିଲାନ୍ସ କୁଆଡେ ଛିଙ୍କି ଦେଇଥିଲା୤ ଫଳରେ ଅଧା ତିଆରି କୋଠାଟଶ କେତେବର୍ଷଯାଏଁ ଉତ୍‌ଥାନ ଶକ୍ତି ରହିତ ହୋଇ ପଡି ରହିଥିଲା୤ ଅଯନ୍ତ୍ରୀ ପୂର୍ଣ୍ଣତା ପାଇବାର ଆନନ୍ଦରେ ସେ ବି ପୂର୍ଣ୍ଣତା ପାଇଗଲା୤ ଅଯନ୍ତ୍ରୀ ସସ୍ତ୍ରୀକ ମହାଆଡମ୍ବରରେ ଗୃହ ପ୍ରବେଶ କଲେ୤ କିନ୍ତୁ ଗାଡିଶାଳ ବା ଗ୍ୟାରେଜଟା ସେମିତି ଫାଙ୍କା ରହିଥିଲା୤

ସାପ କାମୁଡିଥିବା ଲୋକ ପାଳଦଉଡା ଦେଖିଲେ ଡରେ୤ ଭିଜିଲାନ୍ସ ଥରେ ଛିଙ୍କିଥିବାରୁ ସେ ବହୁତ ହଇରାଣ ହୋଇଥିଲେ୤ ସେ ଛିଙ୍କର ଭୟାବହତା ଏଡେ ତୀବ୍ର ଥିଲା ଯେ ସେ ବଡ ହୁସିଆର ହୋଇଯାଇଥିଲେ୤ ଆଉଥରେ ଭିଜିଲାନ୍ସ ଯେପରି ନଛିଙ୍କେ ସେଥିପ୍ରତି ଖୁବ୍‌ ଦୃଷ୍ଟି ଦେଇଥିଲେ୤ ସେଥିଲାଗି ନିଜର ଗୋଟାଏ ଗାଡି କରିବାକୁ ସେ କଣ୍ଟ୍ରାକ୍ଟରଙ୍କ ପକେଟରେ ହାତ ପୁରାଇବାକୁ ଭୟ କରୁଥିଲେ୤ ଦରମାଟଙ୍କାରେ ଗାଡି କିଣିବା ଏକପ୍ରକାର ଅସମ୍ଭବ ଥିଲା୤ ମୁହଁଖୋଲି ଶ୍ବଶୁରଙ୍କୁ କହିବା ମଧ୍ୟ ଏକପ୍ରକାର ବେହିଆମି ହୋଇଥାନ୍ତା୤ ତାଙ୍କରି ଯୋଗୁଁ କୋଠାଟା ପୂର୍ଣ୍ଣାଙ୍ଗ ହୋଇଛି୤ ସେଥିରେ ତାଙ୍କ ଥଳିଟି ବହୁତ ଶୁକୁଟି ଯାଇଥିଲା୤ କେଉଁ ମୁହଁରେ ସେ ପୁଣି ଗୋଟିଏ ଆମ୍ବାସଡର୍‌ ପାଇଁ ଅଳି କରିବେ ? ସ୍ତ୍ରୀ ପାଖରେ ବହୁତ ପଦ୍ମତୋଳା ବୋଲିଲେ୤ ଦୁମ୍‌କି ଦେବୀ କିନ୍ତୁ ଧଣ୍ଡସାପ ପରି ତାହା କାନରେ ପୁରେଇଲେ ନାହିଁ କି ମୁଣ୍ଡ ଟେକିଲେ ନାହିଁ୤
ଶେଷରେ ମଧ୍ୟସ୍ଥି ଯାଇ ଦଳେଇବାବୁଙ୍କ ପାଖେ ତେଲ ପିମ୍ପା ଖୋଲିଲେ୤ ସେ କହିଲେ – ଅଯନ୍ତ୍ରୀ ବାବୁ ଖୁବ୍‌ ଅଳ୍ପ ଦିନରେ ଯେ ମୁଖ୍ୟଯନ୍ତ୍ରୀ ହୋଇଯିବେ ତାହାର ସମ୍ଭାବନା ଦେଖାଦେଲାଣି୤ ଆଗେ ଚଣ୍ଡୀମନ୍ଦିରରେ ବନସ୍ପତି ଘିଅର ଦୀପ ଦିଆଯାଉଥିଲା୤ ସେଗୁଡାକୁ ଗୋରୁ ଚର୍ବିବୋଲି ଖବରକାଗଜରେ ବାହାରି ପଡିଲା୤ ଚଣ୍ଡୀ ମାଆଙ୍କୁ କଥାଟା ଆଉ ଲୁଚାଇବ କିଏ ? ବନସ୍ପତି ଦୀପ ଆଡେ ସେ ବିଲକୁଲ ଚାହିଁଲେ ନାହିଁ୤ ଆମେ ସେ ବନସ୍ପତି ଦୀପ ବନ୍ଦ କରିଦେଲୁ୤ କଟକର ବାଙ୍କା ବଜାରରେ ମିଳୁଥିବା ଖାଣ୍ଟି ଗୁଆ ଘିଅର ଦୀପ ଦେବା ଆରମ୍ଭ କଲୁ୤ ଦେବୀ ଯେ ତାକୁ ଆଦରରେ ଗ୍ରହଣ କଲେ ତାହା ପରିଷ୍କାର ଜଣା ପଡିଗଲା୤ ମୁଖ୍ୟଯନ୍ତ୍ରୀ ଏବେ ଶକ୍ତି ବେମାର ପଡିଛି୤ ଡାକ୍ତରମାନ ଜାଣି ପାରୁ ନାହାନ୍ତି୤ ଏହାର ଅର୍ଥ କ’ଣ ? ଏହା କ’ଣ ଚଣ୍ଡୀମାଆଙ୍କର ଆମ ପ୍ରତି ଦୟା ନୁହେଁ ? ଏହା କଅଣ ବାଙ୍କା ବଜାର ଘିଅ ଦୀପର କରାମତି ନୁହେଁ ? ଜ୍ବାଇଁଙ୍କର ମୁଖ୍ୟଯନ୍ତ୍ରୀ ହେବାର ସମ୍ଭାବନାଟା ପାଖରେ ଦେଖାଗଲାଣି୤ ହେଲେ ଲୋକଙ୍କ ମୁହଁରେ ଆପଣଙ୍କର ଆଉ ଆପଣଙ୍କ ଝିଅର ତାରିଫ କେବଳ ଶୁଭୁଛି୤ ଅଯନ୍ତ୍ରୀଙ୍କ ଭାଗ୍ୟର ଉଦୟ କେବଳ ଆପଣଙ୍କ ଲାଗି ସମ୍ଭବ ହେଲା୤ ଆପଣଙ୍କ ଝିଅ ମା ଲକ୍ଷ୍ମୀଙ୍କର ଚଳନ୍ତି ପ୍ରତିମା୤ ସେ ଘରେ ବିଜେ କଲେନି ଯେ ମା ଲକ୍ଷ୍ମୀ ବିଜେ କଲେ୤ ଗୋଟିଏ କଥା ଲାଗି ଜ୍ବାଇଁ ଝିଅଙ୍କ ମୁଣ୍ଡ ତଳକୁ ହୋଇଯାଉଛି୤ ଜ୍ବାଇଁଙ୍କ ପାହ୍ୟାର ସବୁ ଅଫିସରମାନ ନିଜ ନିଜର ଗାଡିରେ ଚଢୁଛନ୍ତି, କିନ୍ତୁ ଜ୍ବାଇଁ ଝିଅ ଚଢୁଛନ୍ତି ସରକାରୀ ଗାଡି କିମ୍ବା ରିକ୍‌ସା୤ ବେଳେବଳେ ସେମାନଙ୍କୁ ରିକ୍‌ସାରେ ଯିବା ଦେଖି ଲୋକ ଟୁପୁରୁ ଟାପର ହେଉଛନ୍ତି – ଆରେ ଦେଖ ହୋ କୁବେର ବାବୁଙ୍କ ଝିଅ ଜ୍ବାଇଁ ରିକ୍‌ସାରେ ଯାଉଛନ୍ତି୤ ଆପଣଙ୍କ ଝିଅ ଆଉ ବେଶି ପଦାକୁ ବାହାରୁ ନାହାନ୍ତି୤

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଫତୁରାନନ୍ଦ
ଫତୁରାନନ୍ଦ
ଓଡ଼ିଆ କଥା ସାହିତ୍ୟରେ ଜଣେ ବଳିଷ୍ଠ ଏବଂ ଶାଣିତ ବ୍ୟଙ୍ଗ ସାହିତ୍ୟିକ ଭାବେ ଫତୁରାନନ୍ଦ ପରିଚିତ୤ ନିଜର ପ୍ରକୃତ ନାମ ରାମଚନ୍ଦ୍ର ମିଶ୍ରକୁ ପରିବର୍ତ୍ତନ କରି ଫତୁରାନନ୍ଦ ନାଁରେ ପରିଚିତ ହେବା ପରେ ନିରୁତା ବ୍ୟଙ୍ଗ ରଚନା ପାଇଁ ସେ ବେଶ୍ ପାଠକୀୟ ସ୍ବୀକୃତି ହାସଲ କରିଥିଲେ୤ ତାଙ୍କର ରଚନା ମଧ୍ୟରେ “ନାକଟା ଚିତ୍ରକର”, “ସାହିତ୍ୟଚାଷ”, “ଫମାଲୋଚନା”, “ଅମୃତ ବେହିଆ” ଆଦି ଅନ୍ୟତମ୤ ଫତୁରାନନ୍ଦଙ୍କ “ମୋ ଫୁଟା ଡଙ୍ଗାର କାହାଣୀ” ନାମକ ଆତ୍ମଜୀବନୀ ସମକାଳୀନ ସାମ୍ପ୍ରତିକ ବ୍ୟଙ୍ଗ ରଚନାରେ ଏକ ଅନବଦ୍ୟ ସୃଷ୍ଟି୤... [ କ୍ରମେ ସବିଶେଷ ]
ଫତୁରାନନ୍ଦଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧୬ ଆପଣଙ୍କ ମତାମତ ?

  • ୧. Aswini Kumar Sahoo |  ଫେବୃଆରୀ ୨୮, ୨୦୧୧ - ୮:୧୧ ପୂର୍ବାହ୍ନ

    gapati ete hrudaya sparshi helani. Ahuri bhala hei parithanta.

  • ୨. ହରପ୍ରସାଦ |  ମାର୍ଚ୍ଚ୍ ୫, ୨୦୧୧ - ୧୦:୪୭ ପୂର୍ବାହ୍ନ

    ଓଃ ବଢ଼ିଆ ନା! ମାତ୍ର ଏତକ ପେଟ୍ରୋଲ୍ ସରିଆସିଲା ବେଳକୁ?
    ନୂଆ ନୂଆ ଯନ୍ତ୍ର ପୁଣି ଅଯନ୍ତ୍ରୀଙ୍କ ହାତକୁ ଯୁଟିନି କି? ଅଯନ୍ତ୍ରୀଙ୍କ ଫିଆଟ୍ ସବୁ ଦିନକୁ ସବୁ ଆଡ଼କୁ ସବୁ ବେଳେ ଫିଟ୍ ପରା!

  • ୩. ରାଜେଶ କୁମାର ସିଂହ |  ଏପ୍ରିଲ୍ ୨୨, ୨୦୧୧ - ୧୨:୨୫ ପୂର୍ବାହ୍ନ

    ଓନ୍ ଲାଇନ୍ ଓଡିଆ ମାଗାଜିନ୍ ଦେଖି ବହୁତ ଭଲ ଲାଗିଲା. ଗପଟି ଏତେ ଭଲ ହେଇ ନାହି

  • ୪. SURESH PANDA |  ମେ ୨୧, ୨୦୧୧ - ୮:୫୭ ପୂର୍ବାହ୍ନ

    MIND BLOWING

  • ୫. SURESH PANDA |  ମେ ୨୧, ୨୦୧୧ - ୮:୫୯ ପୂର୍ବାହ୍ନ

    AJI MADHYA ORISSA O ODIYA SIRSHA RE

  • ୬. SURESH PANDA |  ମେ ୨୧, ୨୦୧୧ - ୯:୦୨ ପୂର୍ବାହ୍ନ

    ଓନ୍ ଲାଇନ୍ ଓଡିଆ ମାଗାଜିନ୍ !

  • ୭. Akhaya |  ଜୁନ୍ ୨୭, ୨୦୧୧ - ୪:୧୨ ପୂର୍ବାହ୍ନ

    Galpati khub bhala heichhi. Ehi bhali byanga galpakaranku proschahan deba nihati darkar.

  • ୮. ମନୋରଞ୍ଜନ୍ ବେହେର |  ଜୁଲାଇ ୧୫, ୨୦୧୧ - ୫:୪୫ ପୂର୍ବାହ୍ନ

    ଭଲ ଲଗିଲ ବହୁତ ଧନ୍ୟବଦ

  • ୯. Galpati |  ଜୁଲାଇ ୧୫, ୨୦୧୧ - ୫:୪୮ ପୂର୍ବାହ୍ନ

    Galpati khub bhala heichhi. Ehi bhali byanga galpakaranku proschahan deba nihati darkar.

  • ୧୦. jyotiranjansahoo |  ଅଗଷ୍ଟ୍ ୨୬, ୨୦୧୧ - ୮:୧୭ ପୂର୍ବାହ୍ନ

    badia heichi

  • ୧୧. ବିଶ୍ନୁ ପ୍ରସଦ ମଲିକ୍ |  ସେପ୍ଟେମ୍ବର୍ ୧୦, ୨୦୧୧ - ୬:୪୮ ପୂର୍ବାହ୍ନ

    ବହୁତ ଭଲ ଗପ

  • ୧୨. ଶ୍ରୀକାନ୍ତ ତ୍ରିପାଠୀ, କେନ୍ଦୁଝର, ଓ଼ଡିଶା |  ଅକ୍ଟୋବର୍ ୫, ୨୦୧୧ - ୩:୩୬ ପୂର୍ବାହ୍ନ

    ଖୁବ ଭଲ ଲାଗିଲା ୤ ଧନ୍ୟବାଦ

  • ୧୩. SUMANTA |  ଜାନୁଆରୀ ୧, ୨୦୧୨ - ୧୧:୪୪ ପୂର୍ବାହ୍ନ

    ଏହି ଭଳି ଓଡ଼ିଆ ଭାଷାର ମାନ ବଢିବ ,ଧନ୍ୟବାଦ ।

  • ୧୪. kamakshya jena |  ଜାନୁଆରୀ ୭, ୨୦୧୨ - ୮:୧୧ ପୂର୍ବାହ୍ନ

    Galpa ti samapta na hela bhali lagila.

  • ୧୫. କୃଷ୍ଣ ପ୍ରସାଦ ପୃଷ୍ଟି |  ଜୁନ୍ ୩, ୨୦୧୨ - ୧:୦୬ ପୂର୍ବାହ୍ନ

    ବହୁତ ବଢିଆ ହୋଇଛି

  • ୧୬. ରତନ କୁମାର ଜେନା |  ଜୁଲାଇ ୩୧, ୨୦୧୨ - ୧:୫୭ ଅପରାହ୍ନ

    ଭଲ ଲାଗିଲା!!!!!!!!!

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤