ନବ ପ୍ରତିଭା

କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କାହ୍ନୁଚରଣ ମହାନ୍ତି
ବିଷ୍ଣୁପ୍ରିୟା ମହାପାତ୍ର
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ମନମୋହନ ମିଶ୍ର
ପ୍ରଦୀପ ନାୟକ
କାଳିନ୍ଦି ଚରଣ ପାଣିଗ୍ରାହୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଗମ୍ଭାରୀ ଗଛ
 |- ଅମରେଶ ବିଶ୍ବାଳ
 
 
ତା: ଡିସେମ୍ବର୍ ୧୭, ୨୦୧୨  
ମୂଳ ପୃଷ୍ଠାଗଳ୍ପଅଣୁ ଗଳ୍ପ
 

ବିଛଣାରେ ପଡି ପଡି ଶମ୍ଭୁନାଥ ବିଳିବିଳି ହେଉଥିଲେ୤ ଅସ୍ପଷ୍ଟ ପାଟିରେ ପୁଅକୁ କହୁଥିଲେ, ଗମ୍ଭାରୀ ଗଛଟାକୁ ଆଇତିରେ ରଖିଥିବୁରେ ବେନୁଆ, ସେଇଟା ତୋ ବୋଉର ଶେଷ ସନ୍ତକ୤ ଗଲାବେଳେ କାନ୍ଦି କାନ୍ଦି କହିଥିଲା, ବେନୁଆକୁ ଯେମିତି ଯତ୍ନରେ ପାଳିବ, ସେ ଗମ୍ଭାରୀ ଗଛଟାକୁ ସେମିତି ଯତ୍ନରେ ପାଳି ପୋଷିକି ରଖିଥିବ୤ ଇଏ ମୋ ସଂସାରର ମଝିଖୁଣ୍ଟ, ସେଟା ଗଛ ନୁହେଁରେ ବେନୁଆ, ସେ ତୋ ମାଆ, ତୋ ଭାଇ୤

ବେନୁଆ ଓରଫ‌୍ ବିନୋଦ ବାବୁ ଅସହାୟ ହୋଇ ବାପାଙ୍କ ହାତକୁ ମୁଠେଇ ଧରିଥିଲେ| ମୁଣ୍ଡରେ ହାତ ବୁଲେଇ ବୁଢାବାପକୁ ବୋଧ ଦେଲାବେଳେ, ସେ ଭଲ କରି ଜାଣିଥିଲେ, ଯିଏ ଯେତେ ଚାହିଁଲେ ବି ତାଙ୍କ ତଳବାଡିର ସେ ଗମ୍ଭାରୀ ଗଛଟାକୁ କେହି ବଞ୍ଚାଇ ପାରିବେ ନାହିଁ| ସରକାର ସବୁ ବିକିଦେଲେ୤ କିଆରି କିଆରି ଧାନଗଛ, ଖଣ୍ଡମଣ୍ଡଳ ମହକୁଥିବା ଏକର ଏକର କୁରେଇଫୁଲର ବୁଦା,ଡେଙ୍ଗା ଡେଙ୍ଗା ତାଳଗଛ,ଇତିହାସର ମୁଣ୍ଡିଆ ପାହାଡ଼୤ ସବୁ ଏବେ ଶୋଇବେ ମୃତ୍ୟୁ ଶେଯରେ୤ ଗଛଙ୍କ ଶବ ଉପରେ କାରଖାନା ବସିବ୤ ଟୋକେଇରେ କୋଳି ଗୋଟେଇଲା ପରି, କାରଖାନା ମାଲିକ ଜମିବାଡ଼ି ଗୋଟେଇ ନେଉଛନ୍ତି୤ ଏମାନଙ୍କୁ ଦେଖିଲେ ଲାଗୁଛି,ଉଦୁଉଦିଆ ଖରାବେଳେ ବିକୃତ ମୁହଁ କରି ସତେ ଯେମିତି ଅରଣା ମଇଁଷିମାନେ ବୁଲୁଚନ୍ତି୤ ଯାହା ପାଇବେ ଶିଙ୍ଗରେ ଭୁଷି ସମାନ କରିଦେବେ୤
ଅସୁସ୍ଥ ଶମ୍ଭୁନାଥଙ୍କ ପଦସେବା କରୁଥିବା ନାତି ଦୟାନନ୍ଦ କହିଲା୤ ସାଆନ୍ତ,ସବୁତ ଗଲା, ଏଇ ଗମ୍ଭାରୀ ଗଛଟା କି କାମକୁ ଆସିବ୤ ଏଇଟା ପାଇଁ ଶେଷ ଜୀବନରେ ଏତେ ଅଶାନ୍ତି ପାଉଚ୤

ବୃଦ୍ଧ ଶମ୍ଭୁନାଥ ନିଜର ସବୁ ବଳ ଖଟେଇ ଦୟାନନ୍ଦକୁ ଏକ ଶକ୍ତ ଗୋଇଠା ମାରିଲେ୤ ଶଳା,ଆଜିକା ଟୋକା ଶଃ
ମେଞ୍ଚଡ଼ଟା, କହିଲା କ’ଣ ନା ଗମ୍ଭାରୀ ଗଛର ମହତ୍ବ ନାହିଁ୤ ଶଳା ହାରମଜାଦା ଅକାଳକୁଷ୍ମାଣ୍ଡ କାହାଁକା୤
ବେନୁଆ ଓରଫ ବିନୋଦ ବାବୁ ବାରମ୍ବାର ଲଗାଇଥିଲ୥ ବାପା ଏ ଗମ୍ଭାରୀ ଗଛଟା ହାଣି ଦେବା୤ ପଟା ଚିରି ଚିରି ଭାଡ଼ିଟାଏ କରିବା୤ ବାକି ଯାହା ବଳିବ, ତାକୁ ଆଟୁରେ ଲଗେଇ ଦେବା୤ ଏଇ ଜାଗାରେ ଗୋବର ଗ୍ୟାସ‌୍ ଗାତ ଗୋଟେ କରିବା୤

କିନ୍ତୁ ଗମ୍ଭାରୀ ଗଛ କଥା ପଡିଲେ ବୃଦ୍ଧ ଶମ୍ଭୁନାଥ ସମସ୍ତଙ୍କୁ ଖେଙ୍କାରି ଗୋଡ଼ାଉଥିଲେ୤ କହୁଥିଲେ, ୟାହାପ! ମାଆକୁ ଚିରିବୁ, ଯିଏ ତତେ ଜନ୍ମ ଦେଇଚି୤ ତାକୁ ହାଣି ତା ଜାଗାରେ ଗାତ ଖୋଳିବୁ୤ ମୁର୍ଖ, ପାଷାଣ୍ଡ କୋଉଠିକାର୤
ତୁ ପେଟରେ ଥିଲୁ, ତୋ ମାଆ ଏ ଗଛଟାକୁ ଲଗେଇଥିଲା, ସେତେବେଳେ ସେ ନୂଆ ଭୁଆସୁଣୀ୤ ମୁଣ୍ଡ ଉପର ସୂର୍ଯ୍ୟଙ୍କୁ ହାତ ଯୋଡି କହିଥିଲା,ମହାପ୍ରୁ, ଏଇ ଗମ୍ଭାରୀ ଗଛକୁ ସାକ୍ଷୀ ରଖିଲି୤ ମୋ ସଂସାର, ମୋ ପିଲାପିଚିକା, ମୋ ଗେରସ୍ତକୁ ସହି ସଲାମତ ରଖିଥିବୁ୤

ତା ପରେପରେ ତୁ ଜନ୍ମ ହେଲୁ୤ ଏ ଗଛ ତୋ ବଡ଼ଭାଇ୤ କହୁଚୁ କଣନା, ପଟା ଚିରି ଦେବୁ୤ ଚିରିଲୁ ଦେଖି, ଦେଖିବି କୋଉ କାରଖାନା ବାଲା ଆସିବ ଏ ଗଛ କାଟିବାକୁ୤

ଘର ସଂସାର କଥା ବୁଝି ବୁଝି ଶମ୍ଭୁନାଥ ଧୀରେ ଧୀରେ କ୍ଳାନ୍ତ ହୋଇ ପଡ଼ୁଥିଲେ| ଧୀରେ ଧୀରେ ବେନୁଆ ଓରଫ ବିନୋଦ ବାବୁଙ୍କ ହାତକୁ ଚାଲି ଆସୁଥିଲା ସଂସାରର ଭାର, ଜମିବାଡ଼ି, ଘରଖଞ୍ଜା, ଖଳା, ଶଗଡ଼, ବଳଦ, କରଂଜ ଓ ଗମ୍ଭାରୀ ଗଛ୤

ଧୀରେ ଧୀରେ କାରଖାନା ବସୁଥିଲା, ଡେଙ୍ଗା ଡେଙ୍ଗା ତାଳଗଛକୁ ମେସିନ‌୍ ଚକିରେ କଟାଯାଉଥିଲା, ପାଚେରୀ ଗଢ଼ା ହେଉଥିଲା, ତାରଜାଲି ଲାଗୁଥିଲା, ଡ୍ରୋଜର୍‌ ଚାଲୁଥିଲା, ବଡ଼ ବଡ଼ ମେସିନ‌୍କୁ ଦେଖି ଗାଁ ଲୋକେ ଭାବୁଥିଲେ, ଏଇ ବୋଧେ କାରଖାନା୤

ଏପଟେ ଶମ୍ଭୁନାଥ ଅଧିକ ଅସୁସ୍ଥ ହେଉଥିଲେ, ଦିନରାତି ବିଛଣାରେ ପଡ଼ିଅ ବେଶି ବେଶି ଗମ୍ଭାରୀ ଗଛ କଥା ବିଳିବିଳି ହେଉଥିଲେ, ବିନୋଦ ବାବୁ କାରଖାନା କଣ୍ଟ୍ରାକ୍ଟର ସହ ଚୁକ୍ତି କରୁଥିଲେ, ଧୀରେ ଧୀରେ ବାପ-ଗୋସାପ ଅମଳର ଜମିବାଡ଼ିଅ, ଚାରିବଂଶର ଘରଡିହ, ଲିପାପୋଛା ଖଳାବାଡ଼ିଅ, ଉଚ୍ଚା ଉଚ୍ଚା ଧାନଗଦା ଓ କେନା ଦେଉଥିବା ବାଉଁଶ ବୁଦା ଉପରେ ଚାଲୁଥିଲା ଡ୍ରୋଜର ମେସିନ‌୍୤

ଏପଟେ ଧୀରେ ଧୀରେ କତରାଲଗା ହେଉଥିଲେ, ଶମ୍ଭୁନାଥ, ଗୀତା ଭାଗବତ ଶୁଣୁଥିଲେ, ଆକାଶର ତାରା ହୋଇଯାଇଥିବା ପତ୍ନୀ ସେବତୀଙ୍କୁ ମନେ ପକାଉଥିଲେ, ପଚାରୁଥିଲେ, ଗମ୍ଭାରୀ ଗଛ କାଇଁ, କାଇଁ ତା ପାଉଁଶିଆ ଡାଳ, ଶୁଆପକ୍ଷିଆ ପତର, କାଇଁ ?

ବିନୋଦ ବାବୁ ଓରଫ ବେନୁଆ କହିଲେ, ଅଧିଗ୍ରହଣ ହୋଇଥିବା ସବୁ ଜମିରୁ ସରକାର ଗଛ କାଟିବେ, ଗାଁ ଲୋକ ଗଦାହେଲେ, ଚକିରି ମେସିନ‌୍ ଆସି ସଁ ସଁ କଁ କଁ ହେଇ ଗୋଟିଏ ପରେ ଗୋଟିଏ ଗଛକୁ ମୁହୂର୍ତ୍ତ ମୁହୂର୍ତ୍ତରେ ଧରାଶାୟୀ କରୁଥିଲା୤ ଏପଟେ ବୃଦ୍ଧ ଶମ୍ଭୁନାଥ ବିଳିବିଳି ହେଉଥିଲେ୤ ସେପଟେ ଖଳାବାଡ଼ିରେ ଗଡୁଥିଲା ଗୋଟେ ପରେ ଗୋଟେ ଗଛଙ୍କ ମୃତଦେହ, ଆଉ ତା ଭିତରେ ଗଡୁଥିଲା ଗମ୍ଭାରି ଗଛର ଗଣ୍ଡି୤

ଏଇ ସମୟରେ, ଘର ଅଗଣାରୁ ଜୋର‌୍‌ରେ ଶୁଭିଲା କାନ୍ଦ ବୋବାଳି, କିଏଜଣେ ବଡପାଟିରେ କହୁଥିଲା, ତୁ ଅନାଥ ହୋଇଗଲୁରେ ବେନୁଆ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅମରେଶ ବିଶ୍ବାଳ, ଭୁବନେଶ୍ବର
ଅମରେଶ ବିଶ୍ବାଳ
ଜଣେ ବୈଦୁତ୍ୟିକ ଗଣମାଧ୍ୟମର ସାମ୍ବାଦିକ ଭାବେ କାର୍ଯ୍ୟରତ ଅମରେଶ ବିଶ୍ବାଳ ଜଣେ ଗାଳ୍ପିକ ଭାବେ ଜଣାଶୁଣା୤ ଏହା ବ୍ୟତୀତ ସେ ସାମ୍ପ୍ରତିକ ବିଷୟ ଉପରେ କବିତା ଓ ସ୍ତମ୍ଭ ମଧ୍ୟ ଲେଖା ଜାରି ରଖିଛନ୍ତି୤ ତାଙ୍କର ପ୍ରକାଶିତ ସଙ୍କଳନ ମଧ୍ୟରେ ‘ଅବକ୍ଷୟ ମୁଖୀ ଜାତୀୟ ଚରିତ୍ର’ ଓ ‘ବୟସ୍କ ଲୋକର ସମୟ’ ଅନ୍ୟତମ୤ ସାମ୍ବାଦିକତା ସହିତ ସାହିତ୍ୟ ପାଇଁ ଶ୍ରୀ ବିଶ୍ବାଳ ରାଜଧାନୀ ପୁସ୍ତକ ମେଳା ପୁରସ୍କାର, ଟାଇମ୍‌ ପାସ୍‌ ପୁସ୍ତକ ପୁରସ୍କାର ଆଦିରେ ସମ୍ମାନିତ ହୋଇଛନ୍ତି୤
ଅମରେଶ ବିଶ୍ବାଳଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୨୨ ଆପଣଙ୍କ ମତାମତ ?

  • ୧. shantanu, rourkela |  ଜାନୁଆରୀ ୧୨, ୨୦୧୩ - ୪:୩୨ ପୂର୍ବାହ୍ନ

    ଭଲ ହେଇଛି ହେଲେ ଗପଟିର ଶେଷ ଆଉଟିକେ ଭଲ ହେଇପାରିଥାନ୍ତା

  • ୨. sannyasi nayak, manamunda baudh  |  ଫେବୃଆରୀ ୧୦, ୨୦୧୩ - ୫:୨୫ ପୂର୍ବାହ୍ନ

    sundar gapa …………. barnana bhala lagichi …………. sesha bhaga karuna hoechi ‘……………

  • ୩. amarendra madhaba dash, bbsr |  ମେ ୧୭, ୨୦୧୩ - ୧୨:୪୬ ଅପରାହ୍ନ

    amaresh vai sabu bele emiti pralubdha karanti…..chamatkar….

  • ୪. Soudamini sahoo, Sambalpur |  ମେ ୧୭, ୨୦୧୩ - ୨:୧୪ ଅପରାହ୍ନ

    Really hart touching story. its indicate that how good relationship with a human & a Tree
    ThakQ sir…..for post this story……..

  • ୫. ଅଶୋକ କୁମାର ଶତପଥୀ, ଲକ୍ଷ୍ନୌ |  ଜୁଲାଇ ୩୧, ୨୦୧୩ - ୧୧:୩୮ ପୂର୍ବାହ୍ନ

    ଅମରେଶ ବାବୁ ଙ୍କ ଗଳ୍ପ ଟି ଭାରି ଭଲ ଲାଗିଲା୤

  • ୬. ରଶ୍ମି |  ଅଗଷ୍ଟ୍ ୯, ୨୦୧୩ - ୮:୪୯ ପୂର୍ବାହ୍ନ

    ବହୁତ ଭଲ ଲାଗିଲା ୤
    ଶିଳ୍ପ ତଥା ସହରୀକରଣ ନିମନ୍ତେ ଏମିତି କେତେ ଯେ ସ୍ମୃତି ବିଜଡିତ ଗଛ ବୃକ୍ଷ ହାଣ ପଡୁଛନ୍ତି, ତାହାର ସୀମା ନାହିଁ ୤

  • ୭. ସୁବ୍ରତ ପାଠକ, balasore |  ଡିସେମ୍ବର୍ ୨୭, ୨୦୧୩ - ୧:୧୪ ଅପରାହ୍ନ

    ଭଲ ହୋଇଛି , କିନ୍ତୁ ଆଉଟିକେ ଭଲ ହୋଇପାରିଥନ୍ତା .

  • ୮. ଭଗବାନ ଭୂୟାଁ, ଖଲ୍ଲିକୋଟ ଓଡ଼ିଶା |  ଫେବୃଆରୀ ୨୦, ୨୦୧୪ - ୪:୦୮ ପୂର୍ବାହ୍ନ

    ଏମିତି ବହୁତ ଗଛ କଟା ଚାଲିଛି l ନୀର୍ଲଜ ମଣିଷ ଏ ସବୁ ଦେଖି ଚାଲିଛି l ତାର ଫଳ ତାକୁ ଭୋଗିବାକୁ ପଡ଼ିବ

  • ୯. prasanta sahu, hyderabad |  ମେ ୨, ୨୦୧୪ - ୫:୧୧ ପୂର୍ବାହ୍ନ

    ଭଲ ହେଇଛି ହେଲେ ଗପଟିର ଶେଷ ଆଉଟିକେ ଭଲ ହେଇପାରିଥାନ୍ତା

  • ୧୦. ସାରଦା ଦଳାଇ, କୋଲକତା |  ମେ ୧୦, ୨୦୧୪ - ୮:୧୯ ପୂର୍ବାହ୍ନ

    ବହୁତ ଭଲ ହୋଇଛି

  • ୧୧. ସୁନିଲ୍ କୁମାର୍ ବାଘସିଂହ, ଭୁବନେଶ୍ୱର,ଓଡିଶା |  ଅଗଷ୍ଟ୍ ୧୬, ୨୦୧୪ - ୧୧:୪୩ ଅପରାହ୍ନ

    ଗମ୍ଭାରି ଗଛ ଗଲ୍ପ ତି ବହୁତ୍ ଭଲ ହୋଇଛି।ଆଜିର ଆଧୁନିକ ଯୁଗରେ ଅତିତର ସମସ୍ତ ସ୍ମ୍ରୁତି ହଜି ଯିବାକୁ ବସିଲାଣି। ଆମେ ସମସ୍ତେ ଅଧୁନିକତାକୁ ଅନୁସରଣ କରି ବାପ ଗୋସିବାପ ଅମଳର ସ୍ମ୍ରୁତି କୁ ଭୁଲି ସାରିଲୁଣି। ଏହିପରି ଲେଖା ଆଜିକାର୍ ଯୁବ ସମାଜ୍ ପାଇଁ ଏକ୍ ଅହ୍ୱାନ୍ ଓ ବର୍ତା ବୋଲି କହିଲେ ଭୁଲ୍ ହେବନି।
    ଶ୍ରୀଯୁକ୍ତ ବିଶ୍ୱାଳ୍ ଅପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍। ଆଶା କରୁଛି ଆଗକୁ ଏହିପରି ଲେଖା ପ୍ରକାଶ ପାଇବ।

  • ୧୨. ତରୁଣ ପ୍ରସାଦ ସାହୁ, ଆଇ.ଆଇ.ଟି. ଦୀଲ୍ଲି |  ସେପ୍ଟେମ୍ବର୍ ୧୨, ୨୦୧୪ - ୪:୩୪ ପୂର୍ବାହ୍ନ

    ବହୁତ ଭଲ ଲାଗିଲା ୤

  • ୧୩. ଓଡିଆ ବୀର, ବାରିପଦା , ମୟୁରଭଞ୍ଜ  |  ଡିସେମ୍ବର୍ ୧, ୨୦୧୪ - ୯:୩୦ ପୂର୍ବାହ୍ନ

    ଏ ସବୁ କାହାଣୀ ଗୁଡିକୁ ପେସବୁକ , ଟ୍ଵିଟର , ଗୁଗୁଲ ପ୍ଲସ୍ ରେ ମଧ୍ୟ ଶେୟାର କରନ୍ତୁ । ଧନ୍ୟବାଦ ॥

  • ୧୪. ଶୁସାନ୍ତ ସାହୁ, ତାଳପଡ଼ା,ଖଲ୍ଲିକୋଟ |  ମାର୍ଚ୍ଚ୍ ୧୭, ୨୦୧୫ - ୧୧:୦୫ ଅପରାହ୍ନ

    ଗପଟି ଭଲ ହୋଇଛି

  • ୧୫. ବିବେକାନନ୍ଦ ରାଉଳ, ଚେନ୍ନାଇ, ତାମିଲ୍ ନାଡୁ |  ଏପ୍ରିଲ୍ ୮, ୨୦୧୫ - ୨:୨୫ ଅପରାହ୍ନ

    ଅପୂର୍ବ ଏ ସାଇଟ୍ ଏବଂ ଏ ଗଳ୍ପ୤ ଧନ୍ୟବାଦ୍୥

  • ୧୬. ସିଦ୍ଧେଶ୍ବଋ ନନ୍ଦ, ବାଲେଶ୍ବର |  ଜୁନ୍ ୨୭, ୨୦୧୫ - ୫:୫୦ ପୂର୍ବାହ୍ନ

    ଗଛ କଟା ହେବ ଆଉ ପାଣି ମିଲିବନି

  • ୧୭. kalyani maharana, cuttack |  ସେପ୍ଟେମ୍ବର୍ ୧୬, ୨୦୧୫ - ୪:୫୫ ପୂର୍ବାହ୍ନ

    a gapa bahota bhala lagila. a hi gaparo lokamane auo sarkar kichhi sikhiba uchit.

  • ୧୮. brahmananda sahoo, athantar, bhubaneswar odisha |  ଫେବୃଆରୀ ୨୫, ୨୦୧୬ - ୮:୩୭ ଅପରାହ୍ନ

    Amresh Bhai tuma lekha padhi bahut khusi lagila.gambhari gacha pari au kichi Puruna gacha bisayare lekhantu jaha bilupta pray a.

  • ୧୯. ରବୀନ୍ଦ୍ର କୁମାର ସାମନ୍ତରାୟ, ବେତନଟୀ |  ମାର୍ଚ୍ଚ୍ ୭, ୨୦୧୬ - ୯:୩୩ ପୂର୍ବାହ୍ନ

    ବହୁତ ଭଲ ଲାଗିଲା

  • ୨୦. ଅକ୍ଷୟ କୁମାର ରଥ, ଗୁଣପୁର, ଜିଲ୍ଲା : ରାୟଗଡ, ଓଡିଶା  |  ମାର୍ଚ୍ଚ୍ ୭, ୨୦୧୬ - ୧୦:୦୭ ପୂର୍ବାହ୍ନ

    ଦୈବ ସୃଷ୍ଟ ହେଉ କିମ୍ବା ବୈଜ୍ଞାନିକ ପ୍ରତିବିମ୍ବିତ, ଲିଙ୍ଗ ଭେଦ ସତ୍ତ୍ୱେ ପିତୃତ୍ୱ ଏବଂ ମାତୃତ୍ୱ ଉଭୟର ଅର୍ଦ୍ଧନାରୀଶ୍ୱର ସ୍ୱରୂପ ଗମ୍ଭାରୀ ଗଛର ହତ୍ୟାକାରୀ ଅରଣା ମଇଁଷିର ଦୌରାତ୍ମ୍ୟ ଯେତିକି ଅସହ୍ୟ ; ଶମ୍ଭୁନାଥଙ୍କ ବେନୁଆକୁ ଅନାଥ ସମ୍ବୋଧନ ମଧ୍ୟ ସେତିକି ଗ୍ରହଣୀୟ ।

  • ୨୧. basanta sahoo, delhi |  ମେ ୬, ୨୦୧୬ - ୧:୩୨ ପୂର୍ବାହ୍ନ

    Bahut bhala lagila.hrudaya sparshi kahani.ta sahita sundar message tie milila.

  • ୨୨. ajitkumar, Hyderabad |  ଜୁନ୍ ୯, ୨୦୧୭ - ୧୨:୩୭ ପୂର୍ବାହ୍ନ

    Loved this lekha. It touched my hearth. Thanks for this. Kudos

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤