ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କମଳା ଶତପଥି
ଗନ୍ତାୟତ ଶିବପ୍ରସାଦ
କୁନ୍ତଳା କୁମାରୀ ସାବତ
ଅମରେଶ ବିଶ୍ବାଳ
ଅଚ୍ୟୁତାନନ୍ଦ କର
ଫନି ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଦାରୁଭୂତ
 |- ଗିରି ଦଣ୍ଡସେନା
 
 
ତା: ଜୁଲାଇ ୩, ୨୦୧୨  
 

ଦେଖିବାକୁ ଗଲେ ଆଦୌ କଷ୍ଟକର କାମ ନୁହେଁ୤ ବାଳ ପ୍ରମାଣେ ସୂତାଟାର ବା ଜୋର କେତେ? କିନ୍ତୁ ପରିସ୍ଥିତି ଦେଖ, ପୋଷାକ ସିଲେଇ ରିଲ୍‌ ସୂତା ଖଣ୍ଡକରେ କେମିତି ଗୋଟେ ଥୁଣ୍ଟା ଗଛଗଣ୍ଡି ସହିତ ବନ୍ଧା ହୋଇ ତିନିଘଣ୍ଟାରୁ ବେଶି ହେବ ନିର୍ଜନ ଟୁଙ୍ଗୁରି ଉପରେ ଏକା ଛିଡା ହୋଇରହିଛି ଯୁବକଟା! ଅନନ୍ୟୋପାୟ, କିଂକର୍ତ୍ତବ୍ୟବିମୂଢ଼ ହୋଇ! କଣ ହୋଇଛି?

ଏଇଠୁ ଧାନକ୍ଷେତ ଓ ଆମ୍ବତୋଟାର ବିସ୍ତୀର୍ଣ୍ଣ ବ୍ୟାପ୍ତି ପରେ ଅନତିଦୂରେ ଚିତ୍ରପଟ୍ଟ ପରି ଦିଶୁଛି ଛୋଟ ଗାଁଟା! ଦିଶୁଛି ମୁଷ୍ଟିମେୟ ନବନିର୍ମିତ କୋଠାଘର ଉତ୍ତୁଙ୍ଗ ଛାତମାନ୤ ଦିଶୁଛି ଜୀର୍ଣ୍ଣ ମନ୍ଦିରର ଧ୍ବଜାଧାରୀ ଚିକ୍‌ଚିକ୍‌ ଚୂଡ଼ା ଓ ବିଶାଳ ବିଶାଳ ଆରଣ୍ୟକ ବୃକ୍ଷରାଜି୤ ଏମାନଙ୍କ କରାଳ ଛାୟାରେ ଲୁଚି ଯାଇଛି ନାତ୍ୟୁଚ୍ଚ ଚାଳଛପରର ଘରମାନ! ଏତେ ପାଖରେ ନଈ ବିଲବାଡ଼ି୤ ପୁଣି ଶ୍ମଶାନ ଆମ୍ବତୋଟା ଓ ପ୍ରାନ୍ତରେ ଚରୁଥିବା ଗୋରୁଗାଈ୤ ସବୁ ନିଜ ଗାଁର! ସବୁ ଆପଣାର! ପାଟି ଫିଟାଇ ଡକା ପାରିଲେ, କେହି ନା କେହି ଶୁଣି ପାରିବେ; ପାଖକୁ ଆସି ବି ପାରିବେ୤ ଅଥଚ ସବୁକିଛି ଲାଗୁଛି ପର ପର; ଅପହଞ୍ଚ ଦୂରଦୂର! ସେ ମୂକ ବି ନୁହେଁ, କିନ୍ତୁ ପାଟି କରି ଡାକି ପାରୁନି୤ ଏପରି କ’ଣ ହୋଇଛି ଯୁବକଟାକୁ? ଦୁର୍ବଳ ସୂତା ଖଣ୍ଡକ ଛିଣ୍ଡାଇ ବି ପାରୁନି?

ଏକ ଅଜବ କିସମର ବନ୍ଧନ୤ ଏକ ବିଚିତ୍ର ପରିସ୍ଥିତି୤ କିଛି ଅସୁବିଧା ନାହିଁ, କିନ୍ତୁ ଅସୁବିଧାରେ ପଡ଼ିଥିବ୤ ବିଷୟ କିଛି ନୁହେଁ, ଅଥଚ ଗୁରୁତର ବିଷୟ ! ନିଜ ତୃଷାର୍ତ୍ତ ଶୁଷ୍କ ଓଠକୁ ଚାଟି ଶୂନ୍ୟ ବିବର୍ଣ୍ଣ ଆକାଶକୁ ଅନେଇ ଦୀର୍ଘଶ୍ବାସ ଛାଡ଼ୁଛି ଏବଂ ପୁଣି ତଳକୁ ମୁହଁ କରି ଦୁଶ୍ଚିନ୍ତାରେ ବୁଡ଼ିଯାଉଛି୤ ଆଉ କେତେ ସମୟ ଏମିତି ଗଛଗଣ୍ଡି ସହ ଭୂତ ଭଳି ବାନ୍ଧି ହୋଇ ରହିଥିବ?

ଏ ପଟେ କ୍ଷୟୀଷ୍ଣୁ ଅପରାହ୍ନଟା କ୍ରମଶଃ ଆତଙ୍କିତ ମଣିଷର ଚେହେରା ପରି ନିଷ୍ପ୍ରଭ ମଳିନ ହୋଇ ଆସୁଛି୤ ୟା ପରେ ତ ମାଡ଼ିଆସୁଛି ନିରନ୍ଧ୍ର ଅନ୍ଧକାର ରାତି ! କଣ କରାଯାଇପାରେ?

ବସ୍ତୁତଃ, ଯୁବକଟା ଏଇ ଗାଁର୤ ନଥିଲା ପୁଣି କୌଣସି ଚୋର ଚାଣ୍ଡାଳ ଅବା ଅପରାଧୀ! ତା ସଙ୍ଗେ ଉଚ୍ଚ ଶିକ୍ଷିତ ଥିଲେ ବି ନଥିଲା କୌଣସି ସଂଭ୍ରାନ୍ତ ପରାକ୍ରମୀ ପରିବାରର ଦାୟାଦ୤ ବରଂ ଥିଲା ଗୋଟେ ନିହାତି ସାଧାରଣ ଘରର ପିଲା୤ ଗୋଟେ ଗୁରୁତ୍ବହୀନ ପରିବାରର୤ ଅନ୍ୟ ପାଞ୍ଚଜଣଙ୍କ ପରି ପାଠ ପଢ଼ିଥିଲା ଗ୍ରାମ୍ୟ ସ୍କୁଲ୍‌ରେ୤ ତାପରେ କଷ୍ଟେମଷ୍ଟେ ପାଖ ବ୍ଲକ୍ ହାଇସ୍କୁଲ୍‌ରେ ପଖାଳ ତୋରାଣି ଖାଇ ନିତି ଆଠ କିଲୋମିଟର ଗୋଟେ ଭଙ୍ଗା ଦଦରା ସାଇକେଲରେ ଯା ଆସ କରି୤ ପିଲାଟି କିନ୍ତୁ ବୁଦ୍ଧିମାନ ଏବଂ ଉଚ୍ଚାଭିଳାଷୀ୤ ହାଇସ୍କୁଲ ପରେ ବ୍ଲକ୍‌ ଛାଡ଼ି ଗ୍ରାମଠୁ ଅନେକ ଦୂର ଗୋଟେ ଛୋଟ ସହରର କଲେଜରେ ପଢ଼ିଲା ଦାରିଦ୍ୟ୍ର ସତ୍ତ୍ବେ୤ ସେଠୁ ପାଶ୍‌ କରି, ତାପରେ ଏକ ବଡ଼ ସହରର ବିଶ୍ବବିଦ୍ୟାଳୟରେ, ଟ୍ୟୁସନ୍‌ଫ୍ୟୁସନ କରି, କିଛି ରୋଜଗାର କରି୤ ଏମିତି ସେ ଉଚ୍ଚଶିକ୍ଷିତ ହୋଇଗଲା୤

ଉଚ୍ଚ ଡିଗ୍ରୀ ସତ୍ତ୍ବେ ଚାକିରୀ ଖଣ୍ଡେ ପାଇ ପାରିଲା ନାହିଁ୤ ଘର ଅବସ୍ଥା ସ୍ବଚ୍ଛଳ ନଥିବାରୁ ବ୍ୟକ୍ତିଗତ ଅର୍ଥ ଖଟାଇ ଆରମ୍ଭ କରି ବି ପାରିଲା ନାହିଁ ନିଜସ୍ବ ବ୍ୟବସାୟଟେ୤ କଣ କରିବ, କଣ କରିବ ହୋଇ କର୍ମ ସଂସ୍ଥାନ ପ୍ରଚେଷ୍ଟା ଭିତରେ କିଛି ଦିନ ପାଇଁ ଫେରିଆସିଲା ନିଜ ଗାଁକୁ୤ ମନରେ ଅଫୁରନ୍ତ ଆଶା ଏବଂ ଅଜସ୍ର ସୁନେଲି ସ୍ବପ୍ନ ମୁଣ୍ଡେଇ୤

ଦୀର୍ଘ ଦଶବର୍ଷ ବାହାରେ ରହି ଏବଂ ପୁଣି ଆସି ଗ୍ରାମୀଣ ଜୀବନ ସହ ଯୋଡ଼ି ହୋଇଗଲା ସତ, କିନ୍ତୁ ସବୁ କେମିତି ଓଲଟପାଲଟ ହୋଇଯାଇଥିଲା୤ ପୂର୍ବର ଅଧିକାଂଶ ‘ଅର୍ଥ-ସାମା-ରାଜନୀତି’, ପଟ୍ଟଚିତ୍ର ବଦଳି ଯାଇଥିଲା୤ ଅଧିକାଂଶ ବାଲ୍ୟବନ୍ଧୁମାନେ କେମିତି ଗୋଟେ ଖାପଛଡ଼ା ପାଲଟି ଯାଇଥିଲେ- କଥାବାର୍ତ୍ତା, ବ୍ୟବହାର, ଚିନ୍ତାଚେତନା ସବୁ ଜିନିଷରେ୤ ମନେ ହେଉଥିଲା, ଗ୍ରାମଟି କେଉଁ ଏକ କରାଳ ଗର୍ତ୍ତରେ ପଡ଼ିଯାଇଥିଲା୤ ସେମାନେ ନେତାଗିରି ନୁହେଁ, ଦାଦାଗିରି କରି ଗ୍ରାମ ସହ ପାଖାପାଖି ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇ ଯାଇଥିଲେ ଯେମିତି୤ ଯେମିତି ସେମାନଙ୍କ ହୁକୁମ ଓ ମର୍ଜି ଚାଲିଥିଲା ସବୁ କ୍ଷେତ୍ରରେ ୤ ଜନଜୀବନ ହାହାକାରରେ ଭରି ଯାଇଥିଲା୤ ରାଜନେତା ଓ ପ୍ରଶାସନକୁ ସେମାନେ ଏମିତି ପ୍ରଭାବିତ କରି ରଖିଥିଲେ ଯେ, ତାଙ୍କ ଉପରେ କେବଳ ଦୋଷାରୋପ କରାଯାଇ ପାରେ; ମାତ୍ର ଦୋଷ ସାବ୍ୟସ୍ତ କରାଯାଇ ପାରେନା୤ ଓଲଟା ଅଭିଯୋଗକର୍ତ୍ତାକୁ ତାଙ୍କର ରୋଷର ଶିକାର ହେବାକୁ ପଡ଼ୁଥିଲା୤

ଏ ସବୁ ସତ୍ତ୍ବେ ଯୁବକଟା ହତୋତ୍ସାହ ହୋଇପଡ଼ି ନଥିଲା୤ ଗୋଟେ ସଂଘର୍ଷର ମନୋଭାବ ନେଇ, ସମବିଚାର, ସମଦୃଷ୍ଟିଭଙ୍ଗୀ ରଖିଥିବା କିଛି ଉତ୍ସାହୀ ଯୁବକଙ୍କୁ ନେଇ ଗୋଟେ ଶୋଷଣମୁକ୍ତ ସମାଜ ପାଇଁ ଲାଗିପଡ଼ିଲା୤ ନିଜର ସ୍ବାର୍ଥହାନି ଆଶଙ୍କାରେ ତଥାକଥିତ ଉଗ୍ର-ଉଦ୍ଧତ୍ତ ବନ୍ଧୁମାନେ ତାକୁ ଡରାଇବାକୁ ଚେଷ୍ଟା କଲେ, ତା କାର୍ଯ୍ୟରେ ନାନା ବାଧା ସୃଷ୍ଟି କଲେ୤ କିନ୍ତୁ ଯୁବକଟି ସେ ଅଞ୍ଚଳକୁ ଆସୁଥିବା ସୁଷମ ବଣ୍ଟନ ଖାଦ୍ୟାନ୍ନ ତଥା ବିକାଶମୁଖୀ ଅନୁଦାନ ରାଶିକୁ ଜଗି ରହିଲା, ଯେମିତି ସେସବୁ ଅପବ୍ୟବହୃତ ନ ହୁଏ୤ ପୁଣି ଥରେ କିଛି ବ୍ୟକ୍ତି ଗ୍ରାମର ଜଣେ ଯୁବତୀକୁ ଟେକି ନେଇ ପାଖ ନଈକୂଳେ ଧର୍ଷଣ କଲେ୤ ଯୁବକଟି ଥାନା ପୋଲିସ କଲା୤ କିନ୍ତୁ ସେମାନଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଗଲାନାହିଁ -ଓଲଟା ଦିନେ ବଳପୂର୍ବକ ତାକୁ ଦ୍ବିପ୍ରହରରେ ଧରି ନେଇ ସେଇ ଟୁଙ୍ଗୁରି ଉପରକୁ ଛାଡ଼ିଦିଆଗଲା୤ ଗ୍ରାମ ଲୋକେ ସାଙ୍ଗସାଥୀ କେହି ଭୟରେ ପ୍ରତିବାଦ ସୁଦ୍ଧା କରିବାକୁ ସାହାସ କଲେନାହିଁ୤ କେବଳ ମୁକସାକ୍ଷୀ ହୋଇ ନିଷ୍କ୍ରିୟ ଭାବରେ ନିରବଦ୍ରଷ୍ଟା ସାଜି ରହିଥିଲେ୤

ନିର୍ଜନ ଟୁଙ୍ଗୁରି ଉପରକୁ ଧରିନେଇ ତାକୁ ଗୋଟେ ଗଛଗଣ୍ଡି ସହ ପୋଷାକ ସିଲେଇ ରିଲ ସୂତାରେ ଦୁଇ ଚାରି ପରସ୍ତ ଗୁଡ଼ାଇ ଦେଇ ଚରମ ଚେତାବନୀ ଦେଲେ- ଯଦି ଏ ସୂତା ଛିଡ଼ାଇବାକୁ ଅପଚେଷ୍ଟା କରୁ, ରେ ଅପରିଣାମଦର୍ଶୀ ସଂସ୍କାରକ, ତେବେ ତୋତେ ଜୀବନରେ ମାରିଦେଇ ଏମିତି ଗାୟବ କରିଦେବୁ ଯେ, ଚିଲଶାଗୁଣା ମଧ୍ୟ ତୋର ଟେର ସୁଦ୍ଧା ପାଇ ପାରିବେ ନାହିଁ; ଖବର୍‌ଦାର୍‌ !!

ସେତେବେଳଠୁ ଅର୍ଥାତ୍‌ ଚାରିପାଞ୍ଚଘଣ୍ଟା ହେଲାଣି, ସେଇମିତି ଅସହାୟ ଦୟନୀୟ ଅବସ୍ଥାରେ କାଠ ଭଳି ଛିଡ଼ା ହୋଇରହିଛି ବିଚରା! ଗାଁ ଆଡକୁ ବାରମ୍ବାର ଚାହୁଁଛି୤ କିନ୍ତୁ ସାହାଯ୍ୟ ବା ଉଦ୍ଧାର କରିବାକୁ କେହି ଏପର୍ଯ୍ୟନ୍ତ ଆସିନାହାଁନ୍ତି୤ କାପୁରୁଷଙ୍କ ଆସିବାର ସମ୍ଭାବନା ମଧ୍ୟ ନାହିଁ୤

ଅପରାହ୍ନ ଢଳି ସନ୍ଧ୍ୟା ଏବଂ ସନ୍ଧ୍ୟା ଢଳି ଅନ୍ଧକାର ମାଡ଼ି ଆସୁଛି୤
ଯୁବକଟା ଭାବି ପାରୁନାହିଁ କଣ କରିବ ବୋଲି୤ ଯଦିବା ଭାବୁଛି, ଭାବି ଭାବି ଦ୍ବନ୍ଦରେ ପଡି ଯାଉଛି୤ କିଛି ନିଷ୍ପତ୍ତି ନେଇ ପାରୁନାହିଁ୤ କିନ୍ତୁ ସ୍ପଷ୍ଟ ବୁଝିପାରୁଛି ଯେ, ଏଭଳି ମାରାତ୍ମକ ବନ୍ଧନଟିକୁ ଛିଣ୍ଡାଇବାକୁ ପ୍ରକୃତରେ ଶକ୍ତି ନୁହେଁ, ସାହାସ ଦରକାର!!

ଆଗକୁ ଅନ୍ଧାର ରାତି ମାଡ଼ି ଆସୁଛି୤ ଏତିକି ସତ୍ତ୍ବେ ଯାହା ହେବ, ଦେଖାଯିବ ବୋଲି ନିଜକୁ କହିପାରୁନାହିଁ୤ କଣ କରିବ ତେବେ??

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗିରି ଦଣ୍ଡସେନା, ସୁନ୍ଦରଗଡ଼
ଜଣେ ବଳିଷ୍ଠ ତଥା ନିଆରା ଗାଳ୍ପିକ ଭାବେ ଗିରି ଦଣ୍ଡସେନା ସମ୍ପ୍ରତି ଓଡ଼ିଶା ସାହିତ୍ୟ ଏକାଡ଼େମୀର ଉପସଭାପତି ଭାବେ କାର୍ଯ୍ୟରତ୤ ସୁନ୍ଦରଗଡ଼ ପରି ଏକ ଉପାନ୍ତ ଜିଲ୍ଲାର ମୁଖ୍ୟାଳୟରେ ବାସ କରୁଥିବା ଶ୍ରୀ ଦଣ୍ଡସେନା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ନିଜ ସ୍ତରରେ ଅନେକ ଉଦ୍ୟମ କରିଛନ୍ତି୤ ସେ ସାଧାରଣଭାବେ ଓଡ଼ିଆ ଭାଷାରେ ଗଳ୍ପ ରଚନା କରିବା ସହିତ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ମଧ୍ୟ ଗଳ୍ପ ରଚନା କରିଛନ୍ତି୤ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିବା ଶ୍ରୀ ଦଣ୍ଡସେନା ସୁନ୍ଦରଗଡ଼... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. santosh padhy |  ଜୁଲାଇ ୧୨, ୨୦୧୨ - ୧:୫୧ ଅପରାହ୍ନ

    Are you going to continue the writing further? i am interested to know.

  • ୨. Odia Sahitya |  ଜୁଲାଇ ୧୨, ୨୦୧୨ - ୧:୫୫ ଅପରାହ୍ନ

    We don’t know to whom this question is directed to. If it is directed to the author of this article then it is difficult to get an answer back as the message is not going to be forwarded to the author unless he sees it himself here. thank you.

  • ୩. santosh padhy |  ଜୁଲାଇ ୧୨, ୨୦୧୨ - ୧:୫୮ ଅପରାହ୍ନ

    To the writer, Please write or continue the article. I want to know the rest of the article.

  • ୪. ଜିତୁ ପାତ୍ର |  ଜୁଲାଇ ୧୩, ୨୦୧୨ - ୧୨:୨୯ ପୂର୍ବାହ୍ନ

    ଆଗକୁ କଣ ହେଲା ………..?

  • ୫. S k mishra |  ଜୁଲାଇ ୧୪, ୨୦୧୨ - ୮:୪୭ ପୂର୍ବାହ୍ନ

    Dear Giribabu,
    Bhala hoitha’nta, jadi ending ku khoji paai tha’nta se’ jubakati.. kichhi bi heu pachhe .
    Tathapi, aapana dhanyabadara patra nischaya.
    Aapanankar,
    SKM

  • ୬. ଅଶୋକ କୁମାର ସାହୁ |  ଅଗଷ୍ଟ୍ ୪, ୨୦୧୨ - ୧୦:୪୭ ପୂର୍ବାହ୍ନ

    ଆଜିର ଗାଁ ମାନଙ୍କରେ ଏହା ନିତି ଘଟୁଥିବା ନିରାଟ ସତ୍ୟ ଘଟଣା
    , ଭଲ ଲାଗିଲା…

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤