ନବ ପ୍ରତିଭା

ମୁଁ ଅନୁତପ୍ତ
|- ସମ୍ବିତ କୁମାର ହୋତା, କତାର୍, ଦୋହା
ବସ୍ତ୍ର ହରଣ
|- ଅକ୍ଷୟ କୁମାର ରାଉତ
ନିମିତ୍ୟ
|- ରଜତ କୁମାର ମିଶ୍ର

ସାମ୍ପ୍ରତିକ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ଓଡ଼ିଶାର ଜନଜାତି ଓ ବନଜାତିର ଜୀବନ ପ୍ରତିଫଳିତ ହେଉଛି କି ?

ମତଦାନ ଫଳାଫଳ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ୤


-ଉତ୍କଳ ଗୌରବ ମଧୁସୂଦନ ଦାସ

 
 
ତା: ଫେବୃଆରୀ ୧, ୨୦୧୧  
ମୂଳ ପୃଷ୍ଠାଗଳ୍ପ
 

ଆଜିକାଲି ବହୁତ ଡେ ପାଳନ କରାଯାଉଛି୤ ଫାଦରସ୍‌ ଡେ, ମଦରସ୍‌ ଡେ, ଡକ୍ଟରସ୍‌ ଡେ, ଚିଲ୍‌ଡ୍ରେନ୍‌ସ ଡେ, ଭ୍ୟାଲେଣ୍ଟାଇନ୍‌ ଡେ୤ ପୁଣି ପରିବେଶ ଦିବସ, ସ୍ବାସ୍ଥ୍ୟ ଦିବସ, ସମ୍ପ୍ରୀତି ଦିବସ ଇତ୍ୟାଦି୤ ବର୍ଷର ଆଉ ବେଶୀ ଦିନ ଖାଲି ନାହିଁ, ସବୁଦିନ କିଛି ନା କିଛି ଡେ୤ ଏ ଡେ ରୁ ଅଧିକାଂଶ ଫିରିଙ୍ଗିମାନେ ଆମ ଉପରେ ଲଦି ଦେଇଛନ୍ତି୤ ତ ଆମ୍ଭେ ଆଉ କେତେକ ଡେ ଆଉ ନାଇଟ୍‌ (ସବୁ କଥାରେ ଖାଲି ଦିବସ କାହିଁକି ହେବ, ରଜନୀ କିଆଁ ନହେବ !) ଆରମ୍ଭ କରିବାକୁ ଚାହୁଁଛୁ୤ ଏଗୁଡିକ ଏଠି ପାଳିତ ହୋଇ ପପୁଲାର ହେଲାପରେ ତାକୁ ଫିରିଙ୍ଗିମାନଙ୍କ ଉପରେ ଲଦିଦେବାକୁ ଚାହୁଁଛୁ୤ କି କି ଡେ ପାଳନ କରାଯାଇପାରେ, ଏ ବିଷୟରେ ବଙ୍ଗଳାର ଏକ ନମ୍ବର ଖବର କାଗଜ ‘ଆନନ୍ଦ ବଜାର ପତ୍ରିକା’ ବି ପାଠକମାନଙ୍କଠୁଁ ପରାମର୍ଶ ମାଗିଥିଲେ୤ ପାଠକମାନେ କେତେକ ପରାମର୍ଶ ଦେଇଥିଲେ୤ ସେଥିରୁ କିଛି ବି ଏଥିରେ ସାମିଲ କରିଦେଇଛି୤ ଆରମ୍ଭ କରିବା ଦାରିଦ୍ର୍ୟ ବୃଦ୍ଧିକରଣ ଦିବସରୁ୤

ଦାରିଦ୍ର୍ୟ ଦୂରୀକରଣକୁ ନେଇ ବର୍ଷରେ ଅନେକ ଦିବସ ପାଳନ କରାଯାଏ୤ ଭାବି ଦେଖନ୍ତୁ ବନ୍ଧୁଗଣ, ଦାରିଦ୍ର୍ୟ ଆମର ସ୍ବାଭାବିକ ସ୍ଥିତି୤ ଆମର ସଂସ୍କୃତି୤ ଗୀତ ଅଛି : କିଛି ମାଗୁନାହିଁ ତୋତେ, ଧନ ମାଗୁନାହିଁ, ଜନ ମାଗୁ ନାହିଁ, ମାଗୁଛି ଶରଧା ବାଲିରୁ ହାତେ୤ ଶାସ୍ତ୍ର ପୁରାଣ ଦେଖନ୍ତୁ୤ ଲେଖାହୋଇଛି, ଈଶ୍ବର ଦରିଦ୍ରର ବନ୍ଧୁ୤ ଶାସ୍ତ୍ରପୁରାଣ ଛାଡି, ପ୍ରାକ୍‌ଟିକାଲ ଲାଇଫ୍‌ରେ ଦେଖନ୍ତୁ, ଦାରିଦ୍ର୍ୟ ଦୂର ହୋଇଗଲେ ଆମର କେତେ ଅସୁବିଧା ହେବ୤

ଦାରିଦ୍ର୍ୟ ଅଛି ବୋଲି ଦାରିଦ୍ର୍ୟ ଦୂରୀକରଣ ଯୋଜନା ଗୁଡିକ ଅଛି୤ ସେଥିରେ କେତେ ଲୋକ ଓ ସ୍ବେଚ୍ଛାସେବୀ ସଂସ୍ଥାମାନେ ସାମିଲ ଅଚନ୍ତି୤ ସେମାନଙ୍କ ଅନ୍ନସଂସ୍ଥାନ ହେଉଛି୤ ସେମାନେ ସହରରେ କାର୍ଯ୍ୟାଳୟ ଖୋଲି, ଥଣ୍ଡାଗାଡି ମଟରରେ ବୁଲି ବୁଲି ଦାରିଦ୍ର୍ୟ ଦୂର କରନ୍ତି – ସେସବୁ କ’ଣ ହେବ ? ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଭିନ୍ନ ଯୋଜନା କରାଯାଉଛି୤ ସେଥିରେ କେତେ ବୁଦ୍ଧିଜୀବି ଯୋଗ ଦେଇ ଏ ବିଷୟରେ ମୁଣ୍ଡ ଖେଳାଉଛନ୍ତି୤ ଦାରିଦ୍ର୍ୟ କେମିତି ଦୂର ହେବ ସେ ସମ୍ପର୍କରେ ପଞ୍ଚତାରକା ହୋଟେଲମାନଙ୍କରେ କେତେ କର୍ମଶାଳା, ସେମିନାର ଆଦି ଆୟୋଜନ ହେଉଛି୤ ଦାରିଦ୍ର୍ୟ ଦୂର ହୋଇଗଲେ ହୋଟେଲମାନଙ୍କ କାରବାର କମିଯିବ୤ ଦେଶର ଅର୍ଥନୀତି ଉପରେ ଏହାର କେତେ କୁପ୍ରଭାବ ପଡିବ ଥରେ ଚିନ୍ତା କରନ୍ତୁ୤ ଦରିଦ୍ରମାନଙ୍କୁ ନେଇ କେତେ ଗଳ୍ପ କବିତା ଉପନ୍ୟାସ ଲେଖାହେଉଛି୤ ଦାରିଦ୍ର୍ୟ ଦୂର ହୋଇଗଲେ ସେ ଲେଖକମାନଙ୍କର କ’ଣ ହେବ ? ସେମାନେ କ’ଣ ଲେଖିବେ ? ଦାରିଦ୍ର୍ୟକୁ ନେଇ କେତେ ରାଜନୀତି ହେଉଛି୤ ଦାରିଦ୍ର୍ୟ ଦୂର ହୋଇଗଲେ ସେ ରାଜନୀତି କରୁଥିବା ଲୋକମାନଙ୍କର କ’ଣ ହେବ ? ଦାରିଦ୍ର୍ୟ ଦୂର ହୋଇଗଲେ ଅଳ୍ପଟଙ୍କାରେ ମୂଲ ଲାଗିବାକୁ, ବାସନ ମାଜିବାକୁ, ରିକ୍ସା ଟାଣିବାକୁ ଲୋକ କେଉଁଠୁ ମିଳିବେ ? ଗଣମାଧ୍ୟମରେ ପିଲାବିକ୍ରି, ଅନାହାର ମୃତ୍ୟୁର ଖବର କେମିତି ମିଳିବ ? ବିଧାନସଭା, ସଂସଦରେ ତୁମ୍ବିତୋଫାନ କେମିତି ହେବ ?

ତେଣୁ ଦାରିଦ୍ର୍ୟ ଦୂରୀକରଣ ନୁହେଁ, ଦାରିଦ୍ର୍ୟ ବଢେଇବା ଦରକାର୤ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ପାଳନ କରାଯିବ ଦାରିଦ୍ର୍ୟ ବୃଦ୍ଧିକରଣ ଦିବସ୤ ଏହି ଦିନ ବୁଦ୍ଧିଜୀବି, ସ୍ବେଚ୍ଛାସେବୀମାନେ ବସି ଚିନ୍ତା କରିବେ ଏ ଦେଶରେ ଦାରିଦ୍ର୍ୟ ବଢା ଯିବ କେମିତି ?

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମୃଣାଳ, ସଞ୍ଚାରମାର୍ଗ, ଢେଙ୍କାନାଳ
ମୃଣାଳ
ପ୍ରଥମେ ଜଣେ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ମୃଣାଳ ବା ମୃଣାଳ ଚାଟାର୍ଜୀ ସମ୍ପ୍ରତି ଢେଙ୍କାନାଳ ସ୍ଥିତ ଭାରତୀୟ ଗଣଯୋଗାଯୋଗ ପ୍ରତିଷ୍ଠାନର ମୁଖ୍ୟ ଭାବେ କାର୍ଯ୍ୟରତ୤ ମୁଖ୍ୟତଃ ରମ୍ୟ ରଚନା ଏବଂ ବ୍ୟଙ୍ଗ ଗଳ୍ପ ଲେଖୁଥିବା ମୃଣାଳ ଏବେ ରାଜ୍ୟର ବିଭିନ୍ନ ଓଡ଼ିଆ ସମ୍ବାଦପତ୍ରରେ ନିୟମିତ ସ୍ତମ୍ଭ ଲେଖିବା ସହ ଏକାଧିକ ପତ୍ରିକାରେ ମଧ୍ୟ ଲେଖନୀ ଚାଳନା ଜାରି ରଖିଛନ୍ତି୤ ନିଜର ଲେଖା ପାଇଁ ଅଜସ୍ର ପାଠକୀୟ ସ୍ବୀକୃତୀ ହାସଲ କରିଥିବା ମୃଣାଳ ବହୁ ପୁରସ୍କାର ଓ ସମ୍ମାନରେ ସମ୍ବର୍ଦ୍ଧିତ୤ ତାଙ୍କର ପ୍ରକାଶିତ ପୁସ୍ତକ ଗୁଡ଼ିକ ମଧ୍ୟରେ “ଜଗତେ ଥିବ ଯେତେଦିନ”, “ଯମରାଜ-୫୦୦୩ ଉପନ୍ୟାସ”, “ରଙ୍ଗଢଙ୍ଗ” ଆଦି ବେଶ୍ ପରିଚିତ୤
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. samir kumar singh  |  ଫେବୃଆରୀ ୧, ୨୦୧୧ - ୧:୩୭ ଅପରାହ୍ନ

    Good Web site.

  • ୨. ନଚିକେତା ମିଶ୍ର  |  ଫେବୃଆରୀ ୩, ୨୦୧୧ - ୧୨:୧୩ ପୂର୍ବାହ୍ନ

    ଆପଣଙ୍କ ଲେଖାଟି ଖୁବ୍ ସୁନ୍ଦର ହୋଇଚି. ଆଶା କରେ ଏହା ନିଶ୍ଚିତ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରି ପାରିବ.

  • ୩. Best of the bestest.  |  ଫେବୃଆରୀ ୧୮, ୨୦୧୧ - ୫:୫୮ ପୂର୍ବାହ୍ନ

    Thx

  • ୪. ତାପସ କୁମାର ପଣ୍ଡା  |  ଏପ୍ରିଲ୍ ୯, ୨୦୧୧ - ୬:୪୫ ପୂର୍ବାହ୍ନ

    ସାର୍, ମୁଁ ଆପଣଙ୍କ ଲେଖା ର ବହୁତ ବଡ ପ୍ରଶସଂକ. ଆପଣ ଏମିତି ଲେଖି ଚାଲିଥାନ୍ତୁ.

  • ୫. ପୂର୍ଣ୍ଣଚନ୍ଦ୍ର ରଥା  |  ସେପ୍ଟେମ୍ବର୍ ୫, ୨୦୧୧ - ୯:୩୬ ପୂର୍ବାହ୍ନ

    ବଢିଆ ହୋଇଛି! ଅବଶ୍ୟ ଆଗରୁ ପଢା ସରିଛି୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤