ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଦୀପକ ମିଶ୍ର
କେ.ଶ୍ୟାମବାବୁ ଦୋରା
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ବିପ୍ର ଆଚାର୍ଯ୍ୟ
ବାମାଚରଣ ମିତ୍ର
କିଶୋରୀ ଚରଣ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚୁନୁର ପାପ
 |- ମୋନାଲିସା ମିଶ୍ର
 
 
ତା: ମାର୍ଚ୍ଚ୍ ୧୫, ୨୦୧୧  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ହରମୋହନଙ୍କର ପାଟି ଫିଟୁ ନଥିଲା୤ ଆଉ କାହାକୁ କାହାକୁ ଫୋନ୍ ଲଗେଇବେ ଚିନ୍ତା କରୁଥିଲେ୤
ରୀତା ପାଗଳଖାନାର ରୋଗୀଟେ ପରି ଚିତ୍କାର କଲେ୤ କେତେବେଳେ ଦାଣ୍ଡପଟ ଗ୍ରିଲ୍‌କୁ ବାଡେଇ ଆସିଲେଣି ତ, କେତେବେଳେ ବାଡିପଟ କବାଟକୁ ପିଟି ଆସିଲେଣି୤ ଫୋନ୍ କଚାଡି ପକାଉଛନ୍ତି ତ, ନିଜ ଚୁଟି, ଭିଡି ପକାଉଛନ୍ତି୤

“କୁଆଡେ ପଳେଇଯିବ ମ ପୁଅ୤ ମୋ ସ୍ବପ୍ନ, ମୋର ଜୀବନ୤ ମୋର ତ ସବୁ ସିଏ ହିଁ୤ ଆଜିଯାଏଁ ପୁଅ ଛଡା ମୁଁ ଆଉ କିଛି ଜାଣିନି୤ ତାର ପାଠ, ତାର ଖାଇବା, ସେଇଥିରେ ତ ମୋର ଚବିଶ ଘଣ୍ଟା ଯାଏ୤ ପୁଅ ପାଠ ପଢିବ ବୋଲି, ଗାଁରୁ ଶାଶୁ ଶ୍ବଶୁରଙ୍କୁ ଆଣୁନି୤ ଭଣଜା, ଝିଆରୀ, ଦିଅର କାହା ମୁହଁ ଚାହିଁନି୤ ଏଇ ବର୍ଷଟା ସାଙ୍ଗସାଥୀଙ୍କୁ ବି ମନା କରିଦେଇଛି ଯେ, ମୋ ଘରକୁ ଆସିବେନି୤ ଚୁନୁର ଫାଇନାଲ୍ ପରୀକ୍ଷା ସରିଲେ ଆସିବେ୤ ଚୁନୁ ତୁ ଏଇୟା କଲୁ୤ ଆମ ନାକ କଟେଇଲୁ୤ ଆମେ ରାସ୍ତାରେ ମୁଣ୍ଡ ଟେକି ଚାଲିପାରିବୁ ତ?
ରୀତାକୁ ସାନ୍ତ୍ବନା ଦେବା ପାଇଁ ହରମୋହନ ଶବ୍ଦ ଖୋଜି ହେଲେ୤ ରୀତା ଧୈର୍ଯ୍ୟ ଧର, ଦେଖିବା କିଛି କରିବା୤”

“କଣ କରିବ୤ ଆଉ କଣ କରିଥାନ୍ତୁ୤ ପାଞ୍ଚଟା ଟିଉସନ୍ ତ ଖଞ୍ଜିଲୁ୤ ଦୁଇ ବର୍ଷ ବୟସରୁ ସେ ପାଠ ପଢିଛି୤ ତା ଲାଗି ପର୍ବପର୍ବାଣି ବି ଛାଡି ଦେଇଛି, ସେ ବଡ ମଣିଷ ହେଉ୤ ପାଞ୍ଚ ଲୋକଙ୍କ ଭିତରେ ଟିକେ ଅଲଗା ହେଇ ବାରି ପଡୁ୤ ସେଇଥିପାଇଁ ଏତେ ଲାଗିଛି, ଆଉ ସେ ଶେଷରେ ଏମିତି କଲା”

ହରମୋହନଙ୍କ ପାଖରେ ଶବ୍ଦ ନଥିଲା, କଣ କହି ଏ ପାଗେଳୀ ପରି ହେଉଥିବା ମାଆକୁ ବୁଝେଇବେ! କହିପାରିବେକି ଏତିକି, ତା ପିଛା ଲାଗିବାଟା ହିଁ ଭୁଲ୍ ହେଲା, କାହିଁ ଅଧିକ ଆଶା ରଖି ଆମେ ତାର ନିଜତ୍ବକୁ ବଳି ଦେଇନୁ ତ!
ନହେଲେ, ଚୁନୁ, ଏତେ ନିରୀହ! ଫୁଲ ବି ତା ଠାରୁ ରୁକ୍ଷ ହେବ ବୋଧେ୤ ବୟସ ଷୋହଳ ହେଇନାହିଁ, ଏତେ ବଡ ବଡ କଥା ଲେଖିଛି୤ ଏତେ ଶାନ୍ତ , ଧୀର ପିଲା୤ ଟିକେ ଜୋର୍‌ରେ ଦୌଡି ବି ପାରିବନି୤ କୁଆଡେ ଯିବ! ପୋଲିସ୍‌କୁ ଖବର ଦେବାକୁ ପଡିବ୤

ଛାତିକୁ ପଥର କରି ହରମୋହନ ପୋଲିସ୍ ଷ୍ଟେସନ୍ ବାହାରିଲା ବେଳକୁ ପଛରୁ ରୀତା ଡାକ ଛାଡିଲେ୤
କଣ ହେଲା ବୋଲି ଚମକି ପଡି ହରମୋହନ ଭିତରକୁ ଆସିଲେ୤

ରୀତା ହାତରେ କାଗଜ ଖଣ୍ଡେ ଧରି ଠାକୁର ଘରୁ ଡାକ ଛାଡୁଥିଲେ୤ କଣ ଲେଖା ହେଇଛି ଏ କାଗଜରେ!
“ମା, ମୁଁ ଜାଣିଛି ତମେ ମତେ ବାହାରକୁ ଖୋଜିବାକୁ ଯିବା ଆଗରୁ ନିଶ୍ଚେ ଠାକୁର ଘରକୁ ଆସିବ୤ ନାଇଁ, ମା, ମୁହଁରୁ ଝାଳ ପୋଛି ଦିଅ୤ ବାପା ବି ବ୍ୟସ୍ତ ହେଇପଡିଥିବେ, ଦୁହେଁ ଟିକେ ସ୍ଥିର ହେଇ ବସିଯାଅ୤ କେବେଠୁ ଠାକୁର ଘରେ ଏକାଠି ହେଇ ବସିନଥିବ୤

ମୁଁ ତୁମ ପୁଅ ମାସୁମ୍୤ ଯଦି ଚିଠିରେ ବର୍ଣ୍ଣିତ ମାସୁମ୍ ହେଇଥାନ୍ତି କେମିତି ହେଇଥାନ୍ତା!

ମୁଁ ଭବିଷ୍ୟତରେ କଣ ହେବି କହିପାରୁନି, କିନ୍ତୁ ଉତ୍ତମ ମଣିଷଟିଏ ନିଶ୍ଚୟ ହେବି୤ ନିଜ ଗାଁ, ମାଟି, ସମାଜର ଦାୟିତ୍ବ ମୁଣ୍ଡେଇ ପାରୁଥିବା ସାମାଜିକ ସମ୍ମାନ ଥିବା ବ୍ୟକ୍ତିଟିଏ ନିଶ୍ଚୟ ହେବି୤ ତମର ସେବା କରିବା ପାଇଁ ମୋ ପାଖରେ ମନ ଓ ସମୟ ଉଭୟ ଥିବ୤ ବହୁତ ପଇସା କମେଇ ପାରେକି ନପାରେ, କିନ୍ତୁ ତୁମର କୌଣସି ଅଭାବ କରେଇ ଦେବି ନାହିଁ୤

ଏତେ ଉପରକୁ ବି ଉଠିଯିବିନି କି, ତୁମେ ପୁଅ ବୋଲି ଧରିପାରିବନି୤ ଚଳିବ?
ଏମିତି ପୁଅ ଯଦି ଚଳିବ, ତେବେ ମୋ ରେଜଲ୍ଟ୍ କାର୍ଡ ଟା ଠାକୁରଙ୍କ ଭୋଗଥାଳି ଚଳେ ଅଛି୤ ମୁଁ ନାଇନ୍ଟି ପର୍ସେଣ୍ଟ୍ ରଖିପାରିନି୤ ମୁଁ, ଲୁଚିଛି, ଆଈ ଘରର ଠାକୁର ଖଟୁଲି ପଛପଟେ୤”

ମା, ବାପା ଦୁଇ ଜଣ ପରସ୍ପରକୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ୤ ଏଇ ମାତ୍ର ପ୍ରଚଣ୍ଡ ଭୁମିକମ୍ପରେ ଦୋହଲିଗଲା ପରି ଲାଗୁଥିବା ଘରଟା ଧୀରେ ଧୀରେ ସ୍ଥିର ହେଉଥିଲା୤

ରୀତା, ଛାତିରେ ହାତ ମାରି ନିଜ ଦ୍ରୁତ ନିଃଶ୍ବାସକୁ ଧୀରେ ଧୀରେ କମେଇଲେ୤ ପଣତରେ ଝାଳ ପୋଛୁ ପୋଛୁ ସାମ୍ନାରେ ଥିବା ନଟ ଖଟିଆ କୃଷ୍ଣଙ୍କର ଫଟୋକୁ ଦେଖି କହିଲେ ଆଜି କୃଷ୍ଣଙ୍କର ହସ ଟିକେ ଭିନ୍ନ ପ୍ରକାର ଦିଶୁଛି କି?

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମୋନାଲିସା ମିଶ୍ର, ରାଉରକେଲା
ଜଣେ ନୂତନ ପିଢ଼ୀର ଲେଖିକା ଭାବେ ପରିଚିତ ମୋନାଲିସା ମିଶ୍ର ବୃତିରେ ଜଣେ ଶିକ୍ଷୟିତ୍ରୀ ହେଲେ ମଧ୍ୟ ଗଳ୍ପ ଓ କବିତା ଲେଖିବା ତାଙ୍କର ନିଶା୤ ବିଶେଷତଃ ରୋମାଞ୍ଚକର ଅନୁଭୂତିପୁର୍ଣ୍ଣ ଲେଖା ଲେଖୁଥିବା ଶ୍ରୀମତୀ ମିଶ୍ରଙ୍କ ପ୍ରତ୍ୟେକଟି ଲେଖାରେ ସମାଜ ପାଇଁ ଦିଗ୍‌ଦର୍ଶନ ରହିଥାଏ୤ ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ “ଉଭାନ ଫେରିବାଲା” କବିତା ସଙ୍କଳନ ଏବଂ “ବାଘରାତି” ଗଳ୍ପ ସଙ୍କଳନ ଅନ୍ୟତମ୤
 

ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?

  • ୧. ଜ୍ଞାନରଞ୍ଜନ ସ୍ବାଇଁ |  ମାର୍ଚ୍ଚ୍ ୧୭, ୨୦୧୧ - ୧୦:୫୯ ପୂର୍ବାହ୍ନ

    ଲେଖାଟି ଭଲ ଲାଗିଲା|

  • ୨. ଭବାନି ପ୍ରସାଦ ପତି |  ମେ ୨୩, ୨୦୧୧ - ୪:୧୮ ପୂର୍ବାହ୍ନ

    ବହୁତ ବଢିଆ
    ମତେ ବହୁତ ଭଲ ଲାଗିଲା ..। ମାନେ Great

  • ୩. Chinmaya |  ମେ ୨୩, ୨୦୧୧ - ୯:୨୯ ପୂର୍ବାହ୍ନ

    Bhala lagila. It’s good.

  • ୪. sushanta |  ଜୁନ୍ ୩, ୨୦୧୧ - ୪:୨୬ ପୂର୍ବାହ୍ନ

    Really very nice. keep it up and mail me some other

  • ୫. partha |  ଅଗଷ୍ଟ୍ ୧, ୨୦୧୧ - ୭:୧୨ ପୂର୍ବାହ୍ନ

    Ehaku Eka Galpa bhabi samuchit hebani,karana eha madya re samaj re prakruta re chali thiba ghatana ku prachhanna bhabare upasthapan karajaichhi

  • ୬. Bijan Ray |  ସେପ୍ଟେମ୍ବର୍ ୧୭, ୨୦୧୧ - ୨:୧୯ ପୂର୍ବାହ୍ନ

    ଧନ୍ୟବାଦ୍ , ଲେଖାଟି ବହୁତ ଭଲ ହୋଇଛି.

  • ୭. ବିକାଶ ବିଶ୍ବାଳ |  ଜୁଲାଇ ୬, ୨୦୧୨ - ୩:୪୯ ପୂର୍ବାହ୍ନ

    ଆମ ଓଡ଼ିଆ ଭାଷାର ଉନ୍ନତ୍ତି ପାଇଁ ଏହି ପରି ଜାଗରଣ ଦରକାର ଯାହା ଫଳରେ ଦେଶର ସବୁ ରାଜ୍ୟରେ ଓଡ଼ିଆ ଭାଷା ମାନ୍ୟତା ପାଇ ପାରିବ.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤