ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ହରମୋହନ ଆଉ ଠିଆ ହେଇ ପାରିଲେନି ମୁଣ୍ଡ ବୁଲେଇ ଯାଉଛି, ଚିଠି ତ ଆହୁରି ଫର୍ଦ୍ଦେ ଅଛି ଡର ଲାଗିଲା, ଆହୁରି ପୁଣି କଣ ଲେଖିଥିବ! ଇଏ ତାଙ୍କ ଗେଲବସର ପୁଅ ଚୁନୁର ହାତଲେଖା ତ! ଡରି ଡରି ଚିଠିର ତଳ ଭାଗ ଆଡେ ଆଖି ପକେଇଲେ ହରମୋହନ “ମମ୍, ତମେ ଗୋଟେ ଜିନିଷ ବିଷୟରେ ଜାଣିଛ! ଧଳା ଧଳା, ଗୁଣ୍ଡ ଗୁଣ୍ଡ ପାଉଡର୍ ପରି ମତେ ସେଇଟା ରିଜୁର ବଡ ଭାଇ ଥରେ ଚଖେଇ ଦେଇଥିଲା| ୱାଃ…..ୱାଃ…. ଫେଣ୍ଟାଷ୍ଟିକ୍
ସ୍ବପ୍ନ ରାଇଜଟା ତ ପୂରା ଓହ୍ଲେଇ ଆସିଲା ମତୁଆଲା… ଝୁମିଲା ଭଳିଆ ଅବସ୍ଥା ସେଥିରେ ଲିସୁ, ଜେନି, ସମସ୍ତେ ନାଚୁଥିଲେ ଡୋଣ୍ଟ୍ ୱରି ମୁଁ ହୋସ୍ରେ ଥାଏ, ଜେନିଟା ଉପରେ ପଡୁଥାଏ, ତାର ଛାତିକୁ ଆଣି ବାରମ୍ବାର ମୋ ପିଠିରେ ଘଷେୱାଃ…. କ୍ୟା ବାତ୍ ହେ , ତମେ ବ୍ୟସ୍ତ ହୁଅନି, ମୁଁ ସେକ୍ସ ବିଷୟରେ ଅନେକ କିଛି ଜାଣେ କିଛି ଅସୁବିଧା ନାହିଁ ମୁଁ ଜେନିକୁ ବୁଝେଇ ଦେଇଛି କିଛି ଖଟ୍କା ହେଲେ ସାଫ୍ କରିଦେବା”
ଆଉ ପଢି ପାରିଲେନି ହରମୋହନ ଗୋଟେ ଜଗ୍ ପାଣି ପିଇଦେଲେ ମୁହଁରେ ଟିକେ ପାଣି ଛାଟିଦେଲା ପରେ ହିଁ ଲାଗିଲା, ତାଙ୍କର ଜୀବନ ରହିଲା
ଚୁନୁ ପୁଣି ଏମିତି ଚିଠି ଲେଖିଛି ହେଲେ ସେ ଗଲା କୁଆଡେ? ଆଜି ତ ଖାଇଲା ବେଳେ ତାକୁ ଦେଖିନି ତା ମାଆର ତ ସୋମବାର, ତେଣୁ ସେ ଭାତ ଖାଇନି
“ରିତା, ରିତା ଚୁନୁ କାଇଁ?”
“ସେଇ କଥା ମୁଁ ତୁମକୁ ତିନିଥର ପଚାରିଲିଣି, ସ୍କୁଲ୍ରୁ ତ ଏ ଯାଏଁ ଫେରିନି”
“ଫେରିନି, ମାନେ! ଚାରିଟା ଉପରେ ହେଲାଣି ବୋଲି ଜାଣିଛ ତ!”
“ହଁ ମୋ ମନକୁ ପାପ ଛୁଇଁଲାଣି, ଗୋଟାଏ ରେ ଘରେ ପହଞ୍ଚିଯିବା କଥା ବେଳେ ବେଳେ ଡେରି କରେ ଯେ, ଆଜି ମଣିମାଙ୍କର ରେଜଲ୍ଟ ବାହାରିବାର ଥିଲା”
“ରେଜଲ୍ଟ ବାହାରିବାର ଥିଲା?”
ତମକୁ ଏତିକି ଜଣାନାହିଁ ଟି, ତମ ମୁଣ୍ଡରେ ଯେତେ ଯାହା ପଶେଇଲେ କଣ କିଛି ପଶେ! ପିଲା କେତେ କଣ କରୁଛନ୍ତି
ସେଦିନ ଟି.ଭି.ରେ ଦେଖଉଥିଲା, ଏଡିକିଟିଏ ପିଲା ପାଞ୍ଚ କି ଛଅ ବର୍ଷର ହୋଇଥିବ, ଛୋଟିଆ ପିଲାଟିଏ ତମ ରଫି ସାହେବ୍ଙ୍କ ପାଞ୍ଚଗୁଣ ଆଉ ଷ୍ଟାର୍ ପ୍ଲସ୍ରେ କୁଇଜ୍ ସୋ ଦେଉଛି, ସେଠିତ ଜଣେ କ୍ଲାସ୍ ସେଭେନ୍ ପିଲା, ଇଃଲୋ, ବୋପାଲୋ, ସୁପର୍ କମ୍ପ୍ୟୁଟର, ପ୍ରଶ୍ନ ପଚାରୁ ପଚାରୁ ସାଙ୍ଗେ ସାଙ୍ଗେ ସୁଇଚ୍ ଟିପି ଦେଉଥାଏ ବାପ୍ରେ, କି ବ୍ରେନ୍ ଦେଇ ପଠେଇଇଛନ୍ତି ଭଗବାନ୍ ଏମିତି ଏମିତି କେତେ……….
ପତ୍ନୀଙ୍କ କଥାରେ ବିରକ୍ତ ହୋଇପଡି ଘର କମ୍ପେଇଲା ସ୍ବରରେ ପାଟି କଲେ ହରମୋହନ
“ଚୁନୁ କାହିଁକି ଏ ଯାଏଁ ଫେରିନି?”
“ସେଇତ ମୁଁ ତାକୁ ଚାହିଁକି ବସିଛି ଦୁନିଆ ଫୋନ୍ ଲଗେଇ ସାରିଲିଣି”
“ଅଜା ଘରକୁ ଫୋନ୍ ଲଗେଇଛ?”
“ନାଇଁ ସେଠି ନାହିଁ ସବୁ ସାଙ୍ଗମାନଙ୍କୁ ଫୋନ୍ କରିସାରିଛି ମୁଁ ଭାବୁଛି, ସେ ତା ଗୀତ ସାର୍ ଘରକୁ ପଳେଇଥିବ କେବେ କେବେ ଯାଏ ତାଙ୍କ ଘରେ ତ ଫୋନ୍ ନାହିଁ ମୋବାଇଲ୍ ଗୋଟେ ଯେ, ସେଇଟା ସାର୍ ଧରି ବୁଲନ୍ତି କି ଗୀତ ସେ ଶିଖେଇଲେ କେଜାଣି ମୋ ପୁଅକୁ ଗୁଣି କରିଦେଲା ପରି ଲାଗୁଛି”
ହରମୋହନ ଚିନ୍ତାରେ ପଡିଗଲେ ଏଇ ଆଶାୟୀ ମାଆକୁ କଣ କହିବେ, ଚିଠିଟି ତାଙ୍କ ହାତକୁ ବଢେଇ ଦେଇ, ନିଜେ ମୁଣ୍ଡରେ ହାତ ଦେଇ ବସିଗଲେ
ରୀତା ଡରି ଡରି କାଗଜଟି ଧରିଲେ କଣ ଏଇଟା! ଚୁନୁର ହାତ ଲେଖା! ସେ ପୁଣି ଅଧା ଓଡିଆ, ଅଧା ଇଂରାଜୀରେ!
ଚୁନୁ ଚିଠି ଲେଖିଛି କାହିଁକି?
ହରମୋହନଙ୍କ ମୁହଁକୁ ଥରେ, ଚିଠିକୁ ଥରେ ଚାହିଁ ଡରି ଡରି ଚିଠି ଉପରେ ଆଖି ବୁଲେଇଲେ ରୀତା
“ମମ୍, ତମେ ଭାବୁଥିବ ଇଏ କଣ କହୁଛି, ଗଲା ତିନି କୂଳରୁ ଗଲା, ନୋ ମମ୍ ୟୁ ଆର୍ ଓଲ୍ଡ୍ ଫ୍ୟାସନ୍ଡ୍ ସେଦିନ ଦେଖୁଥିଲ ନା! ଦାଉଦ୍ର ଇଣ୍ଟର୍ଭିଉ? ଆରେ, ବଡ ବଡ ଟେରରିଷ୍ଟମାନଙ୍କର ଯେଉଁ ଖାତିର୍ ନା, କେଉଁ ନେତାର ବି ସେତିକି ନାହିଁ ପଇସା ପ୍ରଚୁର ଆଉ ପପୁଲାରିଟି ବି ବଡ ବଡ ହିରୋଇନ୍, କି ମଡେଲ୍ମାନେ ତାଙ୍କ ଗୋଡ ତଳେ, କଙ୍କି କି ପ୍ରଜାପତି ପରି ଫଡ୍ ଫଡ୍ ହେଉଥାନ୍ତି ସେଇ ଲାଇନ୍ ଆପଣେଇଲେ କ୍ଷତି କଣ? ମୁଁ ମୋର କ୍ୟାରିୟର୍ ନେଇ ଆଉ ଚିନ୍ତା କରୁନି? ମୁଁ ଜାଣିଛି ମୋ ରାସ୍ତା କେଉଁ ଆଡେ, ଯେଉଁ ଆଡେ ମୁଁ ଚାହିଁବି, ଉଡିବି, ବୁଲିବି, ଲୁଟିବି, ମଉଜ୍ କରିବି, ଦୁନିଆକୁ ଅଙ୍ଗୁଳିରେ ନଚେଇବି”
ଫାଷ୍ଟ୍ ଚୋରିକଲି ଅଜା ଘରୁ ଗୋଟିଏ ଛୋଟ ଚୋରି, ଜଷ୍ଟ୍ ୫୦୦ ଟଙ୍କା ପରୀକ୍ଷା କରୁଥିଲି ଚୋରି କରିପାରୁଛି କି ନାହିଁ ସଫଳ ହେଲି ମଧ୍ୟ
ତେଣୁ ମୋର ଚିନ୍ତା କଣ, କୌଣସି ସଙ୍ଗଠନରେ ଜଏନ୍ କରିଦେବି ସେମିତି ଜୀବନରେ ମଜ୍ଜା ଅଛି”
ରିତାଙ୍କର ଆଙ୍ଗୁଠି ଗୁଡାକ କାଠ ଖଣ୍ଡ ପରି ଟାଣ ହେଇଗଲା ଦେହ ଥଣ୍ଡା ହୋଇଯାଉଛି କି? ଜାବୁଡି ଧରିଲେ ସ୍ବାମୀଙ୍କୁ ଏମିତି କେମିତି ଚୁନୁ ଲେଖିପାରିଲା
ଲୁହରେ ଜୁଡୁବୁଡୁ ରୀତା, ଥମ୍ ହେଇ ବସିପଡିଲେ ତା ପରେ ହାଉଳି ଖାଇଲା ପରି ପାଟି କଲେ “ଇଃଲୋ, ମୋ ପୁଅ କୁଆଡେ ଯାଇଥିବ କାହିଁକି ଏମିତି ଚିଠି ଲେଖିଛି ଖୋଜ, ଖୋଜ ମୋ ପୁଅକୁ ଫୋନ୍ ଲଗାଅ
କିଏ ଶିଖେଇଲା ତାକୁ ଏସବୁ! ଏତେ ଖରାପ କାମ ସେ କେମିତି କରିପାରିବ!
ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?
୧. ଜ୍ଞାନରଞ୍ଜନ ସ୍ବାଇଁ | ମାର୍ଚ୍ଚ୍ ୧୭, ୨୦୧୧ - ୧୦:୫୯ ପୂର୍ବାହ୍ନ
ଲେଖାଟି ଭଲ ଲାଗିଲା|
୨. ଭବାନି ପ୍ରସାଦ ପତି | ମେ ୨୩, ୨୦୧୧ - ୪:୧୮ ପୂର୍ବାହ୍ନ
ବହୁତ ବଢିଆ
ମତେ ବହୁତ ଭଲ ଲାଗିଲା ..। ମାନେ Great
୩. Chinmaya | ମେ ୨୩, ୨୦୧୧ - ୯:୨୯ ପୂର୍ବାହ୍ନ
Bhala lagila. It’s good.
୪. sushanta | ଜୁନ୍ ୩, ୨୦୧୧ - ୪:୨୬ ପୂର୍ବାହ୍ନ
Really very nice. keep it up and mail me some other
୫. partha | ଅଗଷ୍ଟ୍ ୧, ୨୦୧୧ - ୭:୧୨ ପୂର୍ବାହ୍ନ
Ehaku Eka Galpa bhabi samuchit hebani,karana eha madya re samaj re prakruta re chali thiba ghatana ku prachhanna bhabare upasthapan karajaichhi
୬. Bijan Ray | ସେପ୍ଟେମ୍ବର୍ ୧୭, ୨୦୧୧ - ୨:୧୯ ପୂର୍ବାହ୍ନ
ଧନ୍ୟବାଦ୍ , ଲେଖାଟି ବହୁତ ଭଲ ହୋଇଛି.
୭. ବିକାଶ ବିଶ୍ବାଳ | ଜୁଲାଇ ୬, ୨୦୧୨ - ୩:୪୯ ପୂର୍ବାହ୍ନ
ଆମ ଓଡ଼ିଆ ଭାଷାର ଉନ୍ନତ୍ତି ପାଇଁ ଏହି ପରି ଜାଗରଣ ଦରକାର ଯାହା ଫଳରେ ଦେଶର ସବୁ ରାଜ୍ୟରେ ଓଡ଼ିଆ ଭାଷା ମାନ୍ୟତା ପାଇ ପାରିବ.