ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବିଷ୍ଣୁପ୍ରିୟା ମହାପାତ୍ର
ଗଣେଶ୍ୱର ମିଶ୍ର
ନନ୍ଦ କିଶୋର ବଳ
ସଦାନନ୍ଦ ତ୍ରିପାଠୀ
ଶୈଳେନ୍ଦ୍ର କୁମାର ଜେନା
ଦିଲ୍ଲୀପ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚୋର
  କମଳାକାନ୍ତ ମହାପାତ୍ର, ଭୁବନେଶ୍ବର
 
 
ତା: ଏପ୍ରିଲ୍ ୧୪, ୨୦୧୧  
 

(୪)

ଶଶାଙ୍କର ମାଆ ବ୍ୟସ୍ତ ହୋଇ ବାହାର ବାରଣ୍ଡାରେ ଠିଆ ହୋଇଥିଲେ୤ ତା’କୁ ଦେଖି କହିଲେ, “ଏତେ ଡେରି ? ପିଲାଏ ତ କେତେବେଳୁ ଫେରିଲେଣି ୤ ମତେ ତ ଛାନିଆ ଲାଗୁଥିଲା କାଳେ ଗୁଣମଣି ଆଙ୍ଗୁଠି ଚୁଚୁମିଚୁଚୁମି କୋଉ ଆଦିବାସୀ ଗାଁକୁ ଗଲେ କି ଆଉ ?”
“ମୁଁ ଆଙ୍ଗୁଠି ଚୁଚୁମିବା ଛାଡ଼ିବାକୁ ଗଲାବେଳେ ମୋର ମନେପକାଇ ଦେଉଥା୤” ଶଶାଙ୍କ କହିଲା୤ “ଆ, ଦେଖିବୁ କିଏ ଆସିଛନ୍ତି ୤”
“କିଏ ?” “ଆ, ଦେଖିବୁ ୤”
“ମାଆ,” ଶଶାଙ୍କ କହିଲା, “ଗୋଟେ କଥା ମାଆ ୤”
“କ,ଣ?” “ନାଇଁ, କିଛି ନାହିଁ୤”
“ସ୍କୁଲ୍ରେ ନାଆଁ ପକାଇନାହୁଁ ତ?” ମାଆ କଣ୍ଠ ଉଦ୍ବିଗ୍ନ ହୋଇଉଠିଲା୤
“ମୁଁ କାହିଁକି ସ୍କୁଲ୍‌ରେ ନାଆଁ ପକେଇବାକୁ ଯାଉଥିଲି୤”
“ଯଦି ଭଲ ଦଶା ଅଛି, ତା’ ହେଲେ କହିଦେ କି ଅପକର୍ମ କରିଆସିଛୁ ଆଜି୤
ମୁଁ ମରିଯାଆନ୍ତି ହେଲେ, ତୋଠୁ ତ୍ରାହି ପାଇଯାଆନ୍ତି୤”
“ମୁଁ କିଛି କରିନି ମାଆ,” ଶଶାଙ୍କ ମାଆକୁ ଜାବୁଡ଼ିଧରି କହିଲା୤ “ବିଶ୍ବାସ କର, ମୁଁ ଆଖି ଛୁଉଁଛି୤”
“ପୋଡ଼ିଯାଉ ମୋ କପାଳ, ପୋଡ଼ିଯାଏଁ ମୁଁ୤” ମାଆ କହୁ କହୁ ରୋଷେଇଘରକୁ ଚାଲିଗଲେ୤

(୫)

ଅଜା ବଗିଚାରେ ବୁଲି ବୁଲି ଫସଲପାତି ଦେଖୁଥିଲେ୤ ଶଶାଙ୍କକୁ ଦେଖି ଖୁସିଟାଏ ହେଲେ ଓ କହିଲେ, “କିଓ ଫୁଲ୍‌ବାବୁ, କେମିତି ଅଛ?”
“ଅଜା, ତମେ ଆଈଙ୍କୁ ସାଙ୍ଗରେ କାହିଁକି ଆଣିଲ ନାହିଁ?”
ଅଜା ପାକୁଆ ପାଟି ମେଲା କରି ହସିଲେ ଓ କହିଲେ, “ତାକୁ କାହିଁକି ଏଠାକୁ ଆଣିଥାନ୍ତି, କିଏ କାଳେ ଚୋରେଇନେଇଥାନ୍ତା୤”
ଶଶାଙ୍କ ଜାଣିଗଲା ଯେ ମାଆ ଆଉ ଅଜା ତା’ ବିଷୟରେ ଗପସପ ହୋଇସାରିଛନ୍ତି୤ ସେ କହିଲା, “ଆସ, ତମକୁ ବଜାର ଆଡ଼େ ବୁଲେଇଆଣିବି୤”
“ଦୋକାନବଜାର ଆଉ କ’ଣ ଦେଖିବା, ଚାଲ୍ ମୋତେ ମନ୍ଦିର ଦେଖେଇଦେବୁ,” ଅଜା କହିଲେ ୤ “ପ୍ରତ୍ୟକ୍ଷ ଠାକୁରାଣୀ ପରା୤”
“ମୁଁ ଏଇ ସଙ୍ଗେ ସଙ୍ଗେ ମନ୍ଦିର ବାଟେ ଫେରୁଛି୤ ଚାଲ ବଜାର ଯିବା୤ ବଢିଆ ଦୋସା ମିଳେ ଗୋଟେ ଦୋକାନରେ୤ ଗୋଟେ ଗୋଟେ ଖାଇବା୤”
“ପଇସା କୁଆଡ଼ୁ ଆସିବ?” “ମୋ ପାଖେ ଅଛି ୤”
“ତୋ ପାଖେ କୁଆଡ଼ୁ ଆସିଲା, ହଇରେ?”

ମାଆ ଠିକ୍ ସେତିକିବେଳେ ରୋଷେଇ ଘରୁ ବାହାରିଆସିଲା ଓ କହିଲା, “ଆଜି ତୁ ଆଉ ଅଜା ଏକାଠି ଶୋଇବ୤”
ଶଶାଙ୍କ ଅଜାଙ୍କୁ ପଚାରିଲା, “ତମକୁ କୋଉ ଗପ ଭଲ ଆସେ – ଭୂତ ନା ଡିଟେକ୍ଟିଭ୍ ?”
ବଗିଚା ଟପି ଫାଟକ ପାଖେ ପହଞ୍ଚିବାବେଳେ ଶଶାଙ୍କ କହିଲା, “ଅଜା, ଏ ଗୋଲାପ ବୁଦାକୁ ଦେଖିଥା୤”
ଡାହାଣ ପାଖ ଗୋଲାପ ବୁଦାଆଡ଼େ ଆଖି ବୁଲେଇଦେଇ ଅଜା ପଚାରିଲେ, “କାଇଁକି?” “ଅଛି ଗୋଟେ ଗୁପ୍ତକଥା୤”
“କି ଗୁପ୍ତକଥା?” “ପରେ କହିବି୤ ମୋର ମନେ ପକେଇଦେବ୤”
“ହଉ ୤” “ଏ ଗଛକୁ ବି ଦେଖିଥା,” ଶଶାଙ୍କ କହିଲା, ପାଚିରି ଉପରେ ପେଟେଇ ପଡ଼ିଥିବା ଝଙ୍କା ବରଗଛକୁ ଦେଖାଇ ୤ “ଏ ଗଛରେ ଗୋଟିଏ କୋରଡ଼ ଅଛି୤ ମୋ ଛଡ଼ା ଆଉ କେହି ଜାଣନ୍ତି ନାହିଁ୤ ସେ କୋରଡ଼ରେ କ’ଣ ଅଛି କହିଲ ?”
“ଚଢେଇ ?” “ଭୁଲ୍୤”
“ସାପ?” “ନାଇଁ, ଆଉ ଗୋଟେ ଜିନିଷ୤ ଆଚ୍ଛା, ମୁଁ ତମକୁ ଗୋଟେ ଧନ୍ଦା ପଚାରିବି, ତା’ର ଉତ୍ତର ଦେଲ ଦେଖିବା: ସେଇ ବସ୍ତୁଟିର ନାଆଁ କୁହ ଯାହାଠାରେ ପୃଥିବୀର ସବୁ ଲୋକଙ୍କର ଲୋଭ୤”
“ଖାଦ୍ୟ୤” “ଭୁଲ୍୤ ଆଉ ଗୋଟିଏ ଥର ଦେଉଛି – ଭାବିଚିନ୍ତି କହ୤ ବସ୍ତୁଟି ଧାତୁ ହୋଇପାରେ, କାଗଜ ବି ହୋଇପାରେ୤”
“ହଉ ମୁଁ ଭାବୁଥାଏଁ, ଏ ଭିତରେ ମୋ ପ୍ରଶ୍ନର ଉତ୍ତର ତୁ ଦେଲୁ ଦେଖି – ଗୋଟିଏ ହଣ୍ଡାରେ ଗୋଟିଏ ଅଣ୍ଡା ସିଝିବା ପାଇଁ ପାଞ୍ଚ ମିନିଟ୍ ଲାଗିଲେ ସାତ ଶହ ଅଣାନବେ ଅଣ୍ଡା ସିଝିବାକୁ କେତେ ସମୟ ଲାଗିବ?”
“ଏଇ ଗୋଟେ ପ୍ରଶ୍ନ?” ଶଶାଙ୍କ ହୁଙ୍କାର ମାରିଲା୤ “ରହ, ଏଇକ୍ଷିଣା ମନେ ମନେ ଗୁଣନ କରି କହୁଛି, ରହ୤”
ଅଜା ହସିଲେ ଓ ତାଙ୍କ ଫତେଇ ପକେଟରୁ ନାସ କରାଟ ବାହାରକଲେ୤ ରୂପା କରାଟ ସାଙ୍ଗରେ ଲୋଚାକୋଚା ଗୋଟିଏ ଦୁଇଟଙ୍କିଆ ଗୋଲାପୀ ନୋଟ୍ ବାହାରିଆସିଲା୤
“ଅଜା, ଆଜି ତମର ମୋର ସାଙ୍ଗହୋଇ ଶୋଇବା ନା ?” ଶଶାଙ୍କ କହିଲା୤

(୬)

ପୃଷ୍ଠା ସଂଖ୍ୟା : 1 2 3 4 5 6 7 8 9 10

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କମଳାକାନ୍ତ ମହାପାତ୍ର, ଭୁବନେଶ୍ବର
author photo
୧୯୫୧ ମସିହାରେ ଜନ୍ମଗ୍ରହଣ କରିଥିବା କଥାକାର ଶ୍ରୀ କମଳାକାନ୍ତ ମହାପାତ୍ର ଆଧୁନିକ ଓଡ଼ିଆ କଥାସାହିତ୍ୟରେ ଜଣେ ବିସ୍ମୟକର ପ୍ରତିଭାସମ୍ପନ୍ନ ଗାଳ୍ପିକ ଓ ଅନୁବାଦକ ମଧ୍ୟ୤ ତାଙ୍କର ଗଳ୍ପ ସଂକଳନ ମଧ୍ୟରେ "ପାଳଭୁତ (୧୯୮୩)", "ଚୋର ଓ ଅନ୍ୟାନ୍ୟ ଗଳ୍ପ (୨୦୦୧)" ଏବଂ ଉପନ୍ୟାସ "ଫଟୋ (୧୯୯୦)" ଉଲ୍ଲେଖନୀୟ୤ ଜଁ ପାଲ ସାର୍ତ୍ତ, ଆଇଜାକ୍ ବାସେଭିସ୍ ସିଙ୍ଗର, ଗାବ୍ରିଏଲ ଗର୍ସିଆ ମାର୍କ୍ବେଜ୍ଙ୍କ ଭଳି ବିଶ୍ବପ୍ରସିଦ୍ଧ ଲେଖକଙ୍କ ରଚନାକୁ ଓଡିଆରେ ଅନୁବାଦ କରିବା ସହିତ ଫକୀରମୋହନ ସେନାପତି, ଲକ୍ଷ୍ମୀକାନ୍ତ ମହାପାତ୍ର, କିଶୋରୀ ଚରଣ ଦାସ ପ୍ରଭୃତିଙ୍କ ସାହିତ୍ୟକୁ ଇଂଲିଶ୍‌ରେ ଅନୁବାଦ କରି ବିଶ୍ବସ୍ତରରେ ପହଞ୍ଚାଇପାରିଛନ୍ତି୤

ସଂଖ୍ୟା ଦୃଷ୍ଟିରୁ ସ୍ବଳ୍ପ ହୋଇଥିଲେ ହେଁ ଶ୍ରୀ ମହାପାତ୍ରଙ୍କ ଲେଖାର ଶୈଳୀ ଓ କଥାବସ୍ତୁ ଏତେ ମୌଳିକ ଭାବେ ସ୍ବତନ୍ତ୍ର ଓ ଅଦ୍ବିତୀୟ ଯେ ତାଙ୍କର ଧାଡିଟିଏ ପଢିବା ଆରମ୍ଭ କଲେ ଶେଷଯାଏଁ ନ ପହଞ୍ଚି ରହିହୁଏନା୤

ସାମୟିକ ଭାବେ ଅଧ୍ୟାପନା ପରେ ୧୯୭୬ ମସିହାରୁ ଭାରତୀୟ ରାଜସ୍ବ ସେବାରେ ଯୋଗଦାନ କରି ଗାଳ୍ପିକ ଶ୍ରୀ ମହାପାତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନେକ ଉଚ୍ଚ ପଦପଦବୀରେ ଅବସ୍ଥାପିତ୤

 

ମତାମତ ସଂଖ୍ୟା - ୯ ଆପଣଙ୍କ ମତାମତ ?

  • ୧. BISIKESAN NAYAK |  ଏପ୍ରିଲ୍ ୨୩, ୨୦୧୧ - ୩:୦୭ ପୂର୍ବାହ୍ନ

    ଭାରି ସୁନ୍ଦର୍ ହୋଇଛି ଲେଖାଟି

  • ୨. ପ୍ରୁଥୀରାଜ ପାତ୍ର (ଚାଣକ୍ୟ) |  ଜୁଲାଇ ୧୮, ୨୦୧୧ - ୭:୧୧ ପୂର୍ବାହ୍ନ

    ଆପଣଙ୍କ ଲେଖାଟି ଅତି ବଢିଆ ଲାଗିଲା
    ବହୁତ ଧନ୍ୟବାଦ .

  • ୩. ପ୍ରୁଥୀରାଜ ପାତ୍ର (ଚାଣକ୍ୟ) |  ଜୁଲାଇ ୧୮, ୨୦୧୧ - ୭:୧୪ ପୂର୍ବାହ୍ନ

    ଆପଣଙ୍କ ଲେଖାଟି ଅତି ବଢିଆ ଲାଗିଲା
    ବହୁତ ଧନ୍ୟବାଦ .
    ଇତି
    ଆପଣଙ୍କ ର ପା଼କ

  • ୪. Gopal Das |  ଜୁଲାଇ ୧୯, ୨୦୧୧ - ୬:୩୩ ଅପରାହ୍ନ

    ଲେଖାଟି ଏକରକମ ଭଲ ହେଲେ ବ୍ୟଙ୍ଗ ଭଳି ଲଗିଲା.

  • ୫. କ୍ଷୀରୋଦ ରାଉତ, ନାଗପୁର |  ଜୁଲାଇ ୨୭, ୨୦୧୧ - ୫:୫୪ ପୂର୍ବାହ୍ନ

    ଅନେକ ସୁନ୍ଦର ହୋଇଛି. ବାସ୍ତବ ରେ ଘଟୁଥିବା ଛୋଟ ଛୋଟ ଘଟଣା ଗୁଡିକ ଖୁବ୍ ସୁନ୍ଦର କରି ତୋଳି ଧରଛନ୍ତି ଲେଖକ.

  • ୬. ତରୁଣକାନ୍ତି ମିଶ୍ର |  ଅକ୍ଟୋବର୍ ୨, ୨୦୧୧ - ୧୦:୧୬ ପୂର୍ବାହ୍ନ

    କମଳାକାନ୍ତ ଓଡିଆ ସାହିତ୍ୟଜଗତରେ ଏକ ବିସ୍ମୟକର ପ୍ରତିଭା୤ ସେ ଅଳ୍ପ ଲେଖିଛନ୍ତି , କିନ୍ତୁ ଯାହା ଲେଖିଛନ୍ତି, ପ୍ରତ୍ୟେକଟି ଅସାଧାରଣ୤ ସମସାମୟିକ ଓଡିଆ ଗଳ୍ପର ସଂକ୍ଷିପ୍ତତମ ସଂକଳନରେ ମଧ୍ୟ ତାଙ୍କର ଗୋଟିଏ କାହାଣୀ ସ୍ଥାନ ପାଇବାର ଯୋଗ୍ୟ୤
    – ତରୁଣକାନ୍ତି ମିଶ୍ର

  • ୭. Ansumali, Balasore |  ଫେବୃଆରୀ ୨୦, ୨୦୧୩ - ୨:୦୩ ପୂର୍ବାହ୍ନ

    Khub sundara.

  • ୮. ରାଜେଶ୍ ସାହୁ, ଅନୁଗୁଳ,ଓଡିଶା |  ମାର୍ଚ୍ଚ୍ ୩, ୨୦୧୩ - ୨:୦୫ ଅପରାହ୍ନ

    ଓଡିଆ ଭାଷାର ଉନ୍ନତି ପାଇଁ ଏମିତି ଲେଖା ଉଚ୍ଚ ପ୍ରସଶଂନୀୟ ।

  • ୯. ସ୍ମୁତି ସୁମନ |  ମେ ୩, ୨୦୧୩ - ୩:୩୬ ପୂର୍ବାହ୍ନ

    ଅତ୍ୟନ୍ତ ଉଚ୍ଚକୋଟିର ଲେଖା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤