ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କାହ୍ନୁଚରଣ ମହାନ୍ତି
କୃଷ୍ଣପ୍ରସାଦ ମିଶ୍ର
ମହାପାତ୍ର ନୀଳମଣି ସାହୁ
ତରୁଣକାନ୍ତି ମିଶ୍ର
ସହଦେବ ସାହୁ
ରଜତ କୁମାର ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚୋର
  କମଳାକାନ୍ତ ମହାପାତ୍ର, ଭୁବନେଶ୍ବର
 
 
ତା: ଏପ୍ରିଲ୍ ୧୪, ୨୦୧୧  
 

ଶଶାଙ୍କ ଓ ନୀଳମଣି ଗଡ଼ଚଣ୍ଡୀ ମନ୍ଦିର ଗଲେ୤ ମନ୍ଦିର ପାଖ ଯାତ୍ରା ପଡ଼ିଆରେ ଡାଲି ଚାଉଳ ଦୋକାନୀ ବସି ନ ଥିଲେ, ଖାଲି ମାଳେ ମନୋହରି ଜିନିଷ ଓ ବରାପକୁଡ଼ି ଦୋକାନ; ସମସ୍ତଙ୍କଠାରୁ ଏକୁଟିଆ ବାଆଁରା ହୋଇ ମାଠିଆରୁ ସରାରେ ଢାଳି ସଳପ ମଦ ବିକୁଥିଲା ଗୋଟିଏ ଲୋଚାକୋଚା ବୁଢ଼ାଲୋକ୤

“ନୀଳେଇ, ଅଣାକର ସଳପ ହଉ ?” ଶଶାଙ୍କ କହିଲା୤
“ନାଇଁ ମ ସାନବାବୁ”, ନୀଳମଣି ଦୁର୍ବଳ ପ୍ରତିବାଦ କଲା୤
‘ନାଇଁମ’ ଶୁଣି ଶଶାଙ୍କର ବିଶ୍ବାସ ଆସିଲା ଯେ ସବୁଥର ପରି ଏଥର ମଧ୍ୟ ସେ ନୀଳମଣିକୁ ହାତେଇ ନେଇପାରିବ୤
“ଚାଲ୍ ଚାଲ୍”, ଶଶାଙ୍କ କହିଲା୤ “ସରାଏ ହେଉ !” ଶଶାଙ୍କ ତା’ ହାତ ଧରି ଟାଣିଲା ମଦ ବିକୁଥିବା ବୁଢ଼ାଲୋକ ଆଡ଼କୁ୤
“ମୋ ଚାକିରି ଗଲା ଆଜ୍ଞା”, ନୀଳମଣି ପୁଣି ପ୍ରତିବାଦ କଲା୤
“ଯାଉନୁ କାହିଁକି ମ୤” ଶଶାଙ୍କ ମିଛ ହସ ହସିଲା୤
“ହେଡ୍‌ମାଷ୍ଟ୍ରେ ଜାଣିଲେ ମଲି, ସାହେବାଣୀ ଜାଣିଲେ ମଲି୤”
“କେହି ଜାଣିଲେ ସିନା ! ଦେଖି କ’ଣ ଚିଠି ଲେଖିଚି ଶଳା ଚନ୍ଦାମୁଣ୍ଡିଆ ଚପଲଚୋର ! ଦେ, ମୁଁ ନେଇ ପଳାଇଯାଉ ନାହିଁ୤” ଶଶାଙ୍କ ନୀଳମଣିର ମଦ ସରାରେ ବିଶିଆଙ୍ଗୁଠି ଥରେ ବୁଡ଼ାଇ ପାଟିରେ ମାରିଲା୤

(୩)

ନୀଳମଣି ହସୁଥିଲା୤ ଶଶାଙ୍କ ରାସ୍ତାକଡରେ ପରିସ୍ରା କରି ଓଦା ମାଟିରୁ ଟିକିଏ ମୁଣ୍ଡରେ ବୋଳିବା ଦେଖି ସେ କହିଲା, “ଜାଣିଲ ସାନବାବୁ, ନେଇ ଆଣି ଥୋଇ ନ ପାରିଲେ ସେ ବିଦ୍ୟାରେ ହାତ ମାରିବ ନାଇଁ ଟି୤”
“ଚୁପ୍ ବେ”, ଶଶାଙ୍କ କହିଲା୤
“ସେଇଟା ଗୋଟିଏ କଳା୤ ସମସ୍ତଙ୍କଠି ନାହିଁ୤” ନୀଳମଣି ହସିଲା ଓ କମିଜ୍‌ର ଛାତି ପକେଟ୍‌ରୁ ଗୋଟିଏ ସିଗାରେଟ୍ କାଢ଼ିଲା୤
“ପୁଣି ବାପାଙ୍କ ସିଗାରେଟ୍‌ରେ ହାତ ଦେଲୁଣି ! ଶଶାଙ୍କ କହିଲା୤
“ହେଲେ ସେ ବିଦ୍ୟା ମୋତେ କିଏ ଶିଖାଇଲା ?” ନୀଳମଣି କହିଲା୤ “ସାହେବ
ଯେଉଁଦିନ ଟେର୍ ପାଇଯିବେ, ସେଇଦିନ ମୋର ଚାକିରି ଗୋଲ !”
ଶଶାଙ୍କ କିଛି କହିଲା ନାହିଁ୤

ନୀଳମଣି ସିଗାରେଟ୍ ଲଗାଇ କହିଲା, “ଯାହା କହିଲି, ସେଇଟା ଗୋଟେ ବିଦ୍ୟା୤ ମଝିରେ ମଝିରେ ତମ ଘରୁ ମୁଁ ଲୁଗାକଚା ପାଉଡର୍ କେମିତି ସଫେଇ କରେ ଜାଣିଚ?” ସେ ନିଜେ ହସିପକାଇଲା୤ “କାଗଜ କାହାଳୀ କରି ବେଶୀ କରି ପାଉଡ଼ର୍ ଅଜାଡ଼ିଆଣି ଗାଧୁଆ ଘରକୁ ପଶିଯାଏ୤ ଅଧେ ବାଲ୍ଟିରେ ଢାଳେ ତମ ଲୁଗାକଚା ପାଇଁ, ଆର ଅଧକ ଗୁଡ଼େଇଗାଡ଼େଇ ଗୁଞ୍ଜିଦିଏ ଅଣ୍ଟାରେ୤ ସେଇଠୁ ଟିକିଏ ଏପଟସେପଟ ହୋଇ ତେଣେ ମାଇପିଟା କ’ଣ କଲାଣି ଟିକିଏ ଦେଖିଆସେ ବୋଲି କହି ଆମ ଘରକୁ ଚାଲିଯାଏ୤ ଟିମାବୋଉ କାନିରେ ଅଜାଡ଼ିଦେଲେ କାମ ସଇଲା୤ ଟିମାଟା ପରା ଆଜ୍ଞା କନ୍ଥାପଟା ମୂତରେ ଭସଉଚି୤ ଖାଲି ପାଣିରେ ଧୋଇଲେ ଗଂଧ ଯାଉନି୤ ହେଇଟି ସାନବାବୁ, ତମ ଆଗରେ ଖୋଲିକରି କହିଦେଲି ବୋଲି ମାଆଙ୍କୁ ଯାଇ କହିବ ନାଇଁଟି ! କହିଲେ ମୋ ଚାକିରି ଗଲା୤ ମୋ ପିଲା ମାଇପ ତମକୁ ଲାଗିଲେ୤ ମୁଁ କ’ଣ ଲୁଗାକଚା ପାଉଡର୍ ଖୁସିରେ ଚୋରଉଛି ?”
“ଟିମାଟା ଖାସ୍ତା ଟୋକାଟେ ହୋଇଛି”, ଶଶାଙ୍କ କହିଲା “ଟମାଟୋ !”
“ହେଁ ହେଁ- ଟମାଟୋ୤ କଣ ତୋ ଗୋଡ଼ ଏପଟେ ସେପଟେ ପଡୁଛି, ନେଳୀ୤”
“କ’ଣ ତୋ ଗୋଡ଼ ଏପଟେ ସେପଟେ ପଡୁଛି, ନେଳୀ ?”
“ମୋଟେ ନୁହେଁ୤ ଗୋଡ଼ ଛାଏଁ ଗୋଡ଼ ଠିକ୍ ପଡୁଛି୤”
“ସେ ଟୋକା ଏବେ ବି ମାଆ ଦୁଧ ଖାଉଛି ?”
“ସାତ ମାସ ପୂରିନି, ଖାଉ, ଭଲକରି ଖାଉ, ଦି’ ବର୍ଷ କାଳ ଖାଉ୤”

ନୀଳମଣି ହଠାତ୍ ଅଟକିଗଲା୤ ‘‘ସାନବାବୁ, ଘର ପାଖେଇଆସିଲାଣି୤ ତମେ ଆଗେ ଆଗେ ଯାଅ, ମୁଁ ପଛରେ ଯିବି୤ ମାଆ ଯଦି ସଲପ ଗନ୍ଧ ବାରିଦେବେ, ମୋ ଚାକିରି ଯିବି୤ ମାଆ ଯଦି ସଲପ ଗନ୍ଧ ବାରିଦେବେ, ମୋ ଚାକିରି ଯିବ୤’’ ସେ ରାସ୍ତାକଡ଼ରେ ମୁତିବାକୁ ବସିଗଲେ୤
ଶଶାଙ୍କ ଅଟକିଗଲା୤
ନୀଳମଣି କହିଲା, ‘‘କହିଲି ପରା ଯାଅ ଆଗରେ୤ ହେ ସାନବାବୁ, ସୁନାଟା ପରା, ଆଗରେ ଯା୤ ମୁଁ କହୁଛି ଦେବିନାହିଁ ମା’ଙ୍କୁ ସେ ଚିଠି, ହେଲା?’’
ଶଶାଙ୍କ ମନେ ମନେ ଠିକ୍ କଲା, ଘରେ ପହଞ୍ଚିବା ପରେ ନୀଳମଣିର ସ୍ତ୍ରୀକୁ ଯାଇ କହିବ, ମୋ ଆଖିରେ କ’ଣ ଗୋଟେ ପଡ଼ିଯାଇଛି, ଟିକେ ତୋ’ ଦୁଧ ପକାଇଦେଲୁ୤

ପୃଷ୍ଠା ସଂଖ୍ୟା : 1 2 3 4 5 6 7 8 9 10

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କମଳାକାନ୍ତ ମହାପାତ୍ର, ଭୁବନେଶ୍ବର
author photo
୧୯୫୧ ମସିହାରେ ଜନ୍ମଗ୍ରହଣ କରିଥିବା କଥାକାର ଶ୍ରୀ କମଳାକାନ୍ତ ମହାପାତ୍ର ଆଧୁନିକ ଓଡ଼ିଆ କଥାସାହିତ୍ୟରେ ଜଣେ ବିସ୍ମୟକର ପ୍ରତିଭାସମ୍ପନ୍ନ ଗାଳ୍ପିକ ଓ ଅନୁବାଦକ ମଧ୍ୟ୤ ତାଙ୍କର ଗଳ୍ପ ସଂକଳନ ମଧ୍ୟରେ "ପାଳଭୁତ (୧୯୮୩)", "ଚୋର ଓ ଅନ୍ୟାନ୍ୟ ଗଳ୍ପ (୨୦୦୧)" ଏବଂ ଉପନ୍ୟାସ "ଫଟୋ (୧୯୯୦)" ଉଲ୍ଲେଖନୀୟ୤ ଜଁ ପାଲ ସାର୍ତ୍ତ, ଆଇଜାକ୍ ବାସେଭିସ୍ ସିଙ୍ଗର, ଗାବ୍ରିଏଲ ଗର୍ସିଆ ମାର୍କ୍ବେଜ୍ଙ୍କ ଭଳି ବିଶ୍ବପ୍ରସିଦ୍ଧ ଲେଖକଙ୍କ ରଚନାକୁ ଓଡିଆରେ ଅନୁବାଦ କରିବା ସହିତ ଫକୀରମୋହନ ସେନାପତି, ଲକ୍ଷ୍ମୀକାନ୍ତ ମହାପାତ୍ର, କିଶୋରୀ ଚରଣ ଦାସ ପ୍ରଭୃତିଙ୍କ ସାହିତ୍ୟକୁ ଇଂଲିଶ୍‌ରେ ଅନୁବାଦ କରି ବିଶ୍ବସ୍ତରରେ ପହଞ୍ଚାଇପାରିଛନ୍ତି୤

ସଂଖ୍ୟା ଦୃଷ୍ଟିରୁ ସ୍ବଳ୍ପ ହୋଇଥିଲେ ହେଁ ଶ୍ରୀ ମହାପାତ୍ରଙ୍କ ଲେଖାର ଶୈଳୀ ଓ କଥାବସ୍ତୁ ଏତେ ମୌଳିକ ଭାବେ ସ୍ବତନ୍ତ୍ର ଓ ଅଦ୍ବିତୀୟ ଯେ ତାଙ୍କର ଧାଡିଟିଏ ପଢିବା ଆରମ୍ଭ କଲେ ଶେଷଯାଏଁ ନ ପହଞ୍ଚି ରହିହୁଏନା୤

ସାମୟିକ ଭାବେ ଅଧ୍ୟାପନା ପରେ ୧୯୭୬ ମସିହାରୁ ଭାରତୀୟ ରାଜସ୍ବ ସେବାରେ ଯୋଗଦାନ କରି ଗାଳ୍ପିକ ଶ୍ରୀ ମହାପାତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନେକ ଉଚ୍ଚ ପଦପଦବୀରେ ଅବସ୍ଥାପିତ୤

 

ମତାମତ ସଂଖ୍ୟା - ୯ ଆପଣଙ୍କ ମତାମତ ?

  • ୧. BISIKESAN NAYAK |  ଏପ୍ରିଲ୍ ୨୩, ୨୦୧୧ - ୩:୦୭ ପୂର୍ବାହ୍ନ

    ଭାରି ସୁନ୍ଦର୍ ହୋଇଛି ଲେଖାଟି

  • ୨. ପ୍ରୁଥୀରାଜ ପାତ୍ର (ଚାଣକ୍ୟ) |  ଜୁଲାଇ ୧୮, ୨୦୧୧ - ୭:୧୧ ପୂର୍ବାହ୍ନ

    ଆପଣଙ୍କ ଲେଖାଟି ଅତି ବଢିଆ ଲାଗିଲା
    ବହୁତ ଧନ୍ୟବାଦ .

  • ୩. ପ୍ରୁଥୀରାଜ ପାତ୍ର (ଚାଣକ୍ୟ) |  ଜୁଲାଇ ୧୮, ୨୦୧୧ - ୭:୧୪ ପୂର୍ବାହ୍ନ

    ଆପଣଙ୍କ ଲେଖାଟି ଅତି ବଢିଆ ଲାଗିଲା
    ବହୁତ ଧନ୍ୟବାଦ .
    ଇତି
    ଆପଣଙ୍କ ର ପା଼କ

  • ୪. Gopal Das |  ଜୁଲାଇ ୧୯, ୨୦୧୧ - ୬:୩୩ ଅପରାହ୍ନ

    ଲେଖାଟି ଏକରକମ ଭଲ ହେଲେ ବ୍ୟଙ୍ଗ ଭଳି ଲଗିଲା.

  • ୫. କ୍ଷୀରୋଦ ରାଉତ, ନାଗପୁର |  ଜୁଲାଇ ୨୭, ୨୦୧୧ - ୫:୫୪ ପୂର୍ବାହ୍ନ

    ଅନେକ ସୁନ୍ଦର ହୋଇଛି. ବାସ୍ତବ ରେ ଘଟୁଥିବା ଛୋଟ ଛୋଟ ଘଟଣା ଗୁଡିକ ଖୁବ୍ ସୁନ୍ଦର କରି ତୋଳି ଧରଛନ୍ତି ଲେଖକ.

  • ୬. ତରୁଣକାନ୍ତି ମିଶ୍ର |  ଅକ୍ଟୋବର୍ ୨, ୨୦୧୧ - ୧୦:୧୬ ପୂର୍ବାହ୍ନ

    କମଳାକାନ୍ତ ଓଡିଆ ସାହିତ୍ୟଜଗତରେ ଏକ ବିସ୍ମୟକର ପ୍ରତିଭା୤ ସେ ଅଳ୍ପ ଲେଖିଛନ୍ତି , କିନ୍ତୁ ଯାହା ଲେଖିଛନ୍ତି, ପ୍ରତ୍ୟେକଟି ଅସାଧାରଣ୤ ସମସାମୟିକ ଓଡିଆ ଗଳ୍ପର ସଂକ୍ଷିପ୍ତତମ ସଂକଳନରେ ମଧ୍ୟ ତାଙ୍କର ଗୋଟିଏ କାହାଣୀ ସ୍ଥାନ ପାଇବାର ଯୋଗ୍ୟ୤
    – ତରୁଣକାନ୍ତି ମିଶ୍ର

  • ୭. Ansumali, Balasore |  ଫେବୃଆରୀ ୨୦, ୨୦୧୩ - ୨:୦୩ ପୂର୍ବାହ୍ନ

    Khub sundara.

  • ୮. ରାଜେଶ୍ ସାହୁ, ଅନୁଗୁଳ,ଓଡିଶା |  ମାର୍ଚ୍ଚ୍ ୩, ୨୦୧୩ - ୨:୦୫ ଅପରାହ୍ନ

    ଓଡିଆ ଭାଷାର ଉନ୍ନତି ପାଇଁ ଏମିତି ଲେଖା ଉଚ୍ଚ ପ୍ରସଶଂନୀୟ ।

  • ୯. ସ୍ମୁତି ସୁମନ |  ମେ ୩, ୨୦୧୩ - ୩:୩୬ ପୂର୍ବାହ୍ନ

    ଅତ୍ୟନ୍ତ ଉଚ୍ଚକୋଟିର ଲେଖା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤