ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ବିଦ୍ୟୁତପ୍ରଭା ଦେବୀ
ଅଖିଳମୋହନ ପଟ୍ଟନାୟକ
ଅମିୟବାଳା ପଟ୍ଟନାୟକ
ରବି ଶତପଥୀ
ଭୁବନେଶ୍ବର ବେହେରା
ଭାନୁଜୀ ରାଓ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଛାଇ ଆଲୁଅ
  ସ୍ନେହଲତା ନାୟକ, ରାଉରକେଲା
 
 
ତା: ମାର୍ଚ୍ଚ୍ ୫, ୨୦୧୧  
 

କୁସୁମୀ ସଞ୍ଜ ସଳିତା ଜାଳିଲା ବେଳକୁ ଠାକୁରାଣୀ ଛକ ଖାଲି ଉଠୁଥିଲା ପଡ଼ୁଥିଲା୤ ବତାସୀ ଠେକିରେ ଟୋପାଟେ ହେଲେ ତାଡ଼ି ନାହିଁ୤ ସବୁ ତା’ଉପରେ ଗରମ୤ ଯଦି ତାଡ଼ି ନାଇଁ, ଯା… ଦେଶୀ ମାଲ୍ କୋଉଠୁଁ ଆଣେ୤ ବତାସୀ ଟିକେ ଏପାଖସେପାଖ ହେଲା, ଦେଶୀ ମାଲ୍ ଉପରେ ଏବେ ଟିକେ କଟକଣା୤ ପୁଲିସ୍ ଲାଗ୍ଲାଗ୍ ଦି’ତିନିଥର ଚଢ଼ଉ କଲାପରେ ନନ୍ଦିଆର ପଛପଟିଆ କାରବାର ବନ୍ଦ୤ ଦେଶୀ ମାଲ, ତାଡ଼ି, ଭାଙ୍ଗ ଗଞ୍ଜେଇ ନହେଲେ କି ମିଟିଙ୍ଗ୍ ହୋ…. ଲୋକେ ନାକ ଛିଞ୍ଚାଡ଼ି ସଭା ଜାଗା ଛାଡ଼ି ବତାସୀ ଚାଳିଆ ଆଗରେ ଭିଡ଼ ଜମେଇଲେ୤ କୁସୁମୀ ଆଗରୁ ସବୁବେଳେ ବତାସୀକୁ କହିଛି- ଏ ତାଡ଼ି ବିକା ଧନ୍ଦା ଛାଡ଼ିଦିଅ୤ ସାଆନ୍ତରାବାବୁ ଘରେ ପଛେ ମଜୁରୀ ଖଟ, ଏ ଝାମେଲାରେ ପଡ଼ନା୤ ମୋ କଥା ଛାଡ଼୤ ଝିଅଟା ଆମର ବଡ଼ ହେଲାଣି୤ ନିଶାଡିଗୁଡ଼ାଙ୍କର ହୋସ୍ ରହୁନି୤ କେତେବେଳେ କ’ଣ କରିବସିବେ୤ ବତାସୀ ତାକୁ ହାଙ୍କେ- ମୋର ଏଇ ଧନ୍ଦା ଢେର ଭଲ୤ କାହିଁକି କା’ ଘରେ ମୁଣ୍ଡ ବିକିମି ? ତୁ ତ ଝାଡୁଫାଡୁ ବାନ୍ଧୁଛୁ୤ ଏ ବେପାରରେ ବି ଦି’ପଇସା ବାହାରୁଛି୤ ଏତେ ଆଗକୁ କାହିଁକି ଭାବୁଛୁ୤ ଝିଅଟା ଭୂଇଁରୁ ବାହାରିନି୤ ପନ୍ଦର ବର୍ଷ ଆଗକୁ ମାଡ଼ି ଯାଉଛୁ୤

ଆଜି ତାଡ଼ି ସରିଗଲାଣି ବୋଲି କେତେ ଗାଳିଫଜିତ୍ ଖାଇଲାଣି ବତାସୀ୤ ଯେତକ ପିଇଛନ୍ତି କେହି ହୋସ୍ରେ ନାହାନ୍ତି୤ ଆଉ ଗୋଟେ ଦଳର ନେତାଙ୍କ ମାଆଭଉଣୀ, ଚଉଦପୁରୁଷଙ୍କୁ ଦୁନିଆ ପ୍ରକାର ଅକଥା କହି ଗାଳି ଦେଉଛନ୍ତି୤ ବତାସୀ ପଛପଟ ଦୁଆର ଦେଇ ନନ୍ଦିଆ ଦୋକାନରେ ପହଞ୍ଚିଲା୤ ଆଗପଟେ ନ ଯାଇ ଟିକେ ବୁଲାଣିରେ ଯାଇ ପଛପଟେ ଢୁକିଲା୤ ଡବଲ ଦାମ୍ ଦେଇ ଗୋଟେ ବେରେଲ୍ ଭର୍ତ୍ତି ମଦ ଧରି ଦୌଡ଼ିଲା ଘର ଆଡ଼େ୤ ୟାକୁ ଆଜି ଚାରିଗୁଣାରେ ବିକିବ୤ ଇଛୁଣି ସମସ୍ତଙ୍କ ପକେଟ ଗରମ୤ ଯାହାକୁ ଯାହା ମାଗିଲେ ମିଳିବ୤ ତା’ର ତ ଦଳଫଳ ନାହିଁ୤ ସମସ୍ତଙ୍କୁ ଆଜ୍ଞା ହଜୁର୍ କରି ଦି’ପଇସା କମେଇଲେ ଗଲା୤ ଆଉ ଦି’ଦିନପରେ ଡ଼ଙ୍ଗା ଚିହ୍ନ ବାଲାଙ୍କର ମିଟିଙ୍ଗ୍୤ ଏଇନେ ଭଲ କରି କମେଇଲେ ବରଷା ଚାରି ମାସକୁ ଆଉ ଝାମେଲା ନ ଥିବ୤ ବତାସୀ ବାଡ଼ିପଟ ଦୁଆର ଦେଇ ଘର ଭିତରେ ପଶିଲା୤ ଦାଣ୍ଡରେ ଲୋକେ ହୋହୋ ହଉଛନ୍ତି୤ ବଗୁଲିଆ ଟୋକା ପିତେଇ ଗାଁ ର ଜଣେ ସାଆନ୍ତଙ୍କୁ କୁଣ୍ଢେଇ ଗୀତ ଗାଉଛି , ମୋ ରଙ୍ଗବତୀ ଲୋ ରଙ୍ଗବତୀ , ଆମ୍ବଚି଼ହ୍ନରେ ତୁ ଭୋଅଟ ଦେବୁ ଲୋ ଡଙ୍ଗାକୁ ମାରିବୁ କାତି୤ କୁସୁମୀ ଛୁଆଙ୍କୁ ଧରି କୋଣରେ ପଶିଛି୤ ତା’ଛାତି ଖାଲି ଦାଉଁଦାଉଁ ପଡୁଛି୤ ଆଜି କ’ଣ ଏଇ ଚାଳିଆ ଭିତରେ ପ୍ରଳୟ ହେବ କି ? ବତାସୀ ମଦ ବେରେଲ ଓ ଗ୍ଲାସ୍ ଧରି ବାହାରକୁ ବାହାରିଗଲା୤ ଥାଳିରେ ଥାଳିଏ ରାଗ ମଟର ଭଜା ପୁଅ ଆଣି ଥୋଇଦେଲା ତା’ପାଖରେ୤ ବେରେଲ୍ଟା ଯାକ ମଦ ନିମିଷିକ ଭିତରେ ଖତମ୍୤ ପେଟେ ପେଟେ ପିଇ ନଗେନ୍ ଭାଇ ଜିନ୍ଦାବାଦ୍ କହି ଲୋକେ ଚାଲିଲେ ମିଟିଙ୍ଗ୍ ପାଖକୁ୤ ବତାସୀର ଟଙ୍କା ବାକ୍ସ ପୁରା ଫୁଲ୍୤ ଜିନିଷ ପତ୍ର ଉଠାଉଠି କରିସାରିଲା ବେଳକୁ ଦୁଆର ଖୋଲି ବାହାରକୁ ଆସିଲା କୁସୁମୀ୤ ଖଟ ତଳେ ଉପରେ ଆହୁରି ତିନିଚାରିଟା ଗଡୁଛନ୍ତି୤ କିଏ କିଏ ଅସଭ୍ୟ ଭାଷାରେ ବିଳିବିଳେଉଛନ୍ତି୤ ଗୋଟେ ତ ଆଉ ଗୋଟେ ନିଶାଡିକୁ ତା’ ମାଇକିନା ଭାବି ଟଣାଓଟରା କରୁଛି୤

ଛି- ଏ ମର୍ଦ୍ଦଗୁଡ଼ାକ କ’ଣ ହଉଛନ୍ତି ଲୋ ମା୤ ନିଶା ପିଇବ ବୋଲି ଇମିତି ହବ… ଘରଭିତରକୁ ପଶିଆସି କୁସୁମୀ କହିଲା ବତାସୀକୁ୤

-ଏ… ତୁ ଚୁପ୍ଚାପ୍ ରହ୤ ବାହାରକୁ ବାହାରେନା୤ ଏଇଠି ଗଣ୍ଡେ ଫୁଟାଇଦେ୤ ଯାଉ ଆଉ ପନ୍ଦର ଦିନ୤ ସବୁ ଥଣ୍ଡା ପଡ଼ିଲେ ଯାଇ ବାହାରେ ରୋଷେଇ କରିବୁ୤ ଦିନରେ ବଳିଥିବା ତିନି ଚାରୋଟି ଶୁଖୁଆକୁ ପୋଇ ସାରୁ ପକେଇ ଝୋଳ କଲା କୁସୁମୀ୤ ଗରମ ଭାତ ତରକାରୀ ବାପଛୁଆ ଚାରିଜଣଙ୍କୁ ବାଢ଼ିଦେଲା୤ ବାସନତକ ଘରର ଗୋଟେ କୋଣରେ ଥୋଇଦେଲା୤ ସକାଳେ କୂଅରୁ ପାଣି କାଢ଼ି ମାଜିବ୤ ବାହାରେ ଏ ଯାଏଁ ବି ଘୋଘୋ ଶବ୍ଦ, ଗାଳିଫଜିତ୍୤ ଆଉ ଥରେ ଥରେ ମାଲ୍ ପିଇବାକୁ ଲୋକେ ତାଙ୍କ ଦୁଆର ବାଡ଼େଇବାଡ଼େଇ ଫେରିଗଲେଣି୤ ଛୁଆମାନଙ୍କୁ ଧରି ବତାସୀ ଓ କୁସୁମୀ ଭିତରୁ ଛିଟିକିଣି ଦେଇ ଶୋଇଗଲେ ନିଘୋଡ଼ ନିଦରେ୤ ଟୋକା ତିନିଚାରିଟା ତଥାପି ଗଡୁଛନ୍ତି ସେଇଠି୤

କୁଆ କା’ କରିବା ଆଗରୁ ନିଦ ଭାଙ୍ଗିଲା କୁସୁମୀର୤ ଅଣ୍ଡାଳିପକେଇଲା ବିଛଣାକୁ୤ ଏଁ ଝିଅଟା କୁଆଡ଼େ ଗଲା ? ଏଇଠି ତ ଶୋଇଥିଲା୤ ଧଡ଼ପଡ଼ ହେଇ ଉଠିଲାବେଳକୁ ଦେଖିଲା ବାଡି ଦୁଆର ଠିଆ ମେଲା୤ ତା ଛାତିରେ ଖାଲି ହାତୁଡି ପାହାର, ସେ ବତାସୀକୁ ହଲାଇଦେଲା ଜୋର୍ରେ୤ ନିଦ ମଳ ମଳ ଆଖିରେ ଉଠି ବସିଲା ବତାସୀ୤
– କ’ଣ ହେଲା ଇମିତି ଚିଲ୍ଲଉଚୁ କାହିଁକି ?
– ଝିଅ ତ ଘରେ ନାହିଁ୤
– ଝିଅ ଘରେ ନାଇଁ ? କୁଆଡ଼େ ଗଲା ? ଏଇ ଝାଡ଼ାଝପଟ ଲାଗି ଯାଇଥିବ ବାଡିଆଡ଼େ, ଏଇଥିରେ ବ୍ୟସ୍ତ ହେଉଛୁ ! ବତାସୀ କୁସୁମୀର ହାତଧରି ଘର ଚାରିପଟେ ଅଣ୍ଡାଳିଲା୤ କ’ଣ ପୋଖରୀ ଆଡ଼େ ପଳେଇଲା କି ? ଆକାଶ ଫର୍ଚ୍ଚା ଦିଶିଲାଣି୤ ଦିହେଁ ଦି’ଦିଗକୁ ଖେଦିଗଲେ୤ ତୋଟାର ଶେଷ ମୁଣ୍ଡରେ ଝିଅକୁ ଦେଖିଲା କୁସୁମୀ୤ ତା’ପାଟିରେ ଲୁଗା ବିଣ୍ଡା୤ ଦିହରେ କପଡ଼ା ନାହିଁ୤ ନ ବର୍ଷର ଛୁଆକୁ….

ଆହା କି ଚାଣ୍ଡାଳ କାମ….. ଝିଅକୁ କୁଣ୍ଢେଇଧରି ବଡ଼ ପାଟିକଲା କୁସୁମୀ୤ ଦଉଡ଼ିଆସିଲା ବତାସୀ୤ ଝିଅର ନିଃଶ୍ବାସ ଟିକେ ଟିକେ ଚାଲିଛି୤ କୁସୁମୀ ତା’ଲୁଗା କାନି ଘୋଡ଼େଇ ଝିଅକୁ ଘରଯାଏ ଟେକିଆଣିଲା୤ ଡାକ୍ତରଖାନାକୁ ବାହାରିଲା ବେଳକୁ ଦୁଆର ମୁହଁରେ ପୋଲିସ୤

– ତୁ ବତାସୀ ନା, ଚାଲ ଥାନାକୁ୤ ମଦରେ କ’ଣ ମିଶେଇ ବିକିଛୁ୤ ରାତିସାରା ଲୋକେ ଡାକ୍ତରଖାନାକୁ ଧାଡ଼ି ଲଗେଇଛନ୍ତି୤ ଚୋରା ମଦ କାରବାର କରୁଛୁ ନା, ତୋ ମଜ୍ଜା ଛଡ଼େଇବି ଆଜି, ଥାନା ବଡ଼ବାବୁ ଧମକେଇଲେ ବତାସୀକୁ….୤ କୁସୁମୀ ତାଙ୍କ ଗୋଡ଼ ତଳେ ଛୁଆକୁ ଗଡ଼େଇ ଦେଇ ଭେଁଭେଁ ହୋଇ କାନ୍ଦିଲା…. ବାବୁ ମୋ ଝିଅକୁ ବଞ୍ଚାନ୍ତୁ୤

– ତାହେଲେ ଏଇଠି ଦିଇଟା କେସ୍୤

ପୋଲିସ୍ ବାପ ମାଆ ଛୁଆ ତିନିଜଣଙ୍କୁ ଗାଡ଼ିରେ ବସାଇ ନେଇଯାଇଥିଲା ବେଳେ ଆଉ ଦି’ପୁଅ ଗାଡ଼ି ପଛେ ପଛେ ଦଉଡୁଥିଲେ ଅଣନିଃଶ୍ବାସୀ ହେଇ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସ୍ନେହଲତା ନାୟକ, ରାଉରକେଲା
author photo
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. abhimanyu Rout |  ମାର୍ଚ୍ଚ୍ ୨୧, ୨୦୧୧ - ୩:୫୮ ପୂର୍ବାହ୍ନ

    Thanks for sending me odia sahitya.

  • ୨. MANOJ NAYAK |  ମାର୍ଚ୍ଚ୍ ୨୧, ୨୦୧୧ - ୭:୦୦ ପୂର୍ବାହ୍ନ

    This is the Real Picture of villages now,Gerat Thought, God bless.

  • ୩. Ashok Nayak |  ମାର୍ଚ୍ଚ୍ ୨୩, ୨୦୧୧ - ୧:୫୪ ଅପରାହ୍ନ

    Thanks for sending ,odia sahitya

  • ୪. susanta kumar badi |  ମାର୍ଚ୍ଚ୍ ୨୬, ୨୦୧୧ - ୧୧:୧୬ ପୂର୍ବାହ୍ନ

    It really touches my heart.It bounds me in village evironment.I really appreciate the matching between TITLE and THEME of story. Thank you

  • ୫. Goutam Das, ରାଉରକେଲା |  ଡିସେମ୍ବର୍ ୩୧, ୨୦୧୨ - ୯:୩୫ ପୂର୍ବାହ୍ନ

    ଗଳ୍ପଟି ସୁନ୍ଦର ହେଇଛି୤ ଗାଲ୍ପିକ ଙ୍କୁ ବଧେଇ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤