ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ସୁଧାଂଶୁ ଶେଖର ପାତ୍ର
କନକଲତା ସାହୁ
ମନମୋହନ ମିଶ୍ର
ଅମରେଶ ବିଶ୍ବାଳ
ସୁରେନ୍ଦ୍ର ମହାନ୍ତି
ଗଣେଶ୍ୱର ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଧୂର୍ତ୍ତ ସାମ୍ବାଦିକ
 |- ନାରାୟଣ ମିଶ୍ର
 
 
ତା: ଫେବୃଆରୀ ୧, ୨୦୧୨  
ମୂଳ ପୃଷ୍ଠାଗଳ୍ପବ୍ୟଙ୍ଗ
 

ଯମରାଜଙ୍କ ସାମନାରେ ସାମ୍ବାଦିକଙ୍କ ଆତ୍ମା-ଜେରା ଚାଲିଛି୤ ଚିତ୍ରଗୁପ୍ତଙ୍କ ପାଞ୍ଜି ଓଲଟି ଚାଲିଛି୤ ସାମ୍ବାଦିକଙ୍କ କୃତକର୍ମର ଫଳ ହେଲା ଏକମାସ ସ୍ବର୍ଗସୁଖ ଓ ଚବିଶବର୍ଷ ଏଗାରମାସ ନର୍କଭୋଗ୤ ଯମରାଜ ପଚାରିଲେ- “ତୁମେ କେଉଁଟା ଆଗ ଭୋଗିବାକୁ ଇଚ୍ଛା କରିବ ?” ସାମ୍ବାଦିକ କହିଲେ- “ମୁଁ ନିଶ୍ଚୟ ସ୍ବର୍ଗସୁଖ ଆଗ ଆଦରିବି, କିନ୍ତୁ ଜୀବନସାରା ଏତେ ପରିଶ୍ରମ କରି ସମ୍ପାଦକ, ପ୍ରକାଶନ, ମାଲିକ ଏବଂ ସର୍ବସାଧାରଣଙ୍କ ସେବାକରି ଗାଳିଶୁଣି ମାତ୍ର ମାସଟାଏ ସ୍ବର୍ଗସୁଖ ? ପରିବାର ଚଳାଇବାକୁ ଜୀବନସାରା ମୁଁ ଅସମର୍ଥ ଏବଂ ଅଯୋଗ୍ୟ ପଦବୀ ପାଇ ମଧ୍ୟ ଏ ସାମ୍ବାଦିକତା ପେସାକୁ ଛାଡ଼ିନାହିଁ୤ ମୋ ସାଙ୍ଗରେ ଏକାପ୍ରକାର ଡିଗ୍ରୀ ଥାଇ ଲୋକେ ନିଜର ଘରଦ୍ବାର କରି ପିଲାଛୁଆଙ୍କୁ ମଣିଷ କଲେ୤ ହେଲେ ମୁଁ ସବୁଦିନେ ଛୁଆ ମୋର ଉଠିବା ପୂର୍ବରୁ ଅଫିସରେ ପହଞ୍ଚି ଛୁଆ ଶୋଇ ସାରିବା ପରେ ପରେ ପହଞ୍ଚୁଥିବାରୁ କେବଳ ଛୁଟିଦିନ ବ୍ୟତୀତ ଅନ୍ୟ ଦିନେ ମୁଁ ମୋ ନିଜ ଛୁଆଙ୍କ ସଙ୍ଗେ ଟିକେ ହସଖୁସି ହୋଇପାରିନି୤ ପ୍ରାଇଭେଟ୍‌ ସଂସ୍ଥା ହେତୁ ଚାକିରି ଆଜି ଅଛି କାଲି ନାହିଁ ମଧ୍ୟରେ ପ୍ରତିଦିନ ଗତି କରୁଥିଲା୤ ଚାକିରି ସଂଖ୍ୟାର ଦଶପନ୍ଦର ଗୁଣ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ହୋଇଥିବାରୁ ଚାକିରି ଛାଡ଼ିଦେଲେ ମୋ ଠୁ କମ୍‌ ଦରମାରେ ଅନେକ ମିଳିଯିବେ ଭାବି ଦାନ୍ତରେ ତିରଣ ଦେଇ ଗୋତିଶ୍ରମିକ ପରି ମୁଁ ସାରା ଜୀବନ ଚଳିଲି୤ ଗାଡ଼ିରେ ‘ପ୍ରେସ୍‌’ ଲେଖାଥିବାରୁ ବାଟରେ ସିନା କେହି ଅଟକାଇଲେ ନାହିଁ ବା ପୋଲିସ୍‌ ଭାଇମାନେ କିଛି ଅଯଥା ନିର୍ଯାତନା ଦେବାକୁ ସାହସ କଲେ ନାହିଁ, ହେଲେ ଏଥିରେ କ’ଣ ମୋ ଘରେ ଦଶକିଲୋ ଚାଉଳ ପହଞ୍ଚିଗଲା ନା ପାଞ୍ଚକିଲୋ ଡାଲି ? ଏସବୁ ସତ୍ତ୍ବେ ମାତ୍ର ମାସଟାଏ ସ୍ବର୍ଗସୁଖ ଆଉ ଚବିଶବର୍ଷ ଏଗାରମାସ ନର୍କ ଭୋଗ-କ’ଣ ପାଇଁ ?”

ଯମରାଜ କହିଲେ- “ଏସବୁ ଭାଷଣ ମର୍ତ୍ତ୍ୟରେ ଦେବ ଯେ ସେମାନେ ଶୁଣି ‘ଆହାଃ’ କରିବେ୤ କିନ୍ତୁ ଏଠି ତ ତୁମ ସମସ୍ତ କର୍ମର ଭିଡ଼ିଓଟେପ ଅଛି୤ ମୋର ବେଳେ ନାହିଁ ଏ ସବୁ ଦେଖାଇବାକୁ୤ ମୁଁ ଚିତ୍ରଗୁପ୍ତଙ୍କ କହିଦେଉଛି ସେ ତୁମକୁ ତୁମ ସାରାଜୀବନର କାହାଣୀ ଦେଖେଇଦେବେ ଓ ଶୁଣେଇଦେବେ୤ ହଁ, ମାସଟାଏ ସ୍ବର୍ଗସୁଖର କଥା ତୁମେ ଶୁଣିଯାଅ୤ ତୁମେ ପ୍ରଥମେ ସାମ୍ବାଦିକ ହୋଇ ନିଯୁକ୍ତି ପାଇବାରେ ବର୍ଷେ ପର୍ଯ୍ୟନ୍ତ ସମସ୍ତ ଖବର ଠିକ୍‌ଭାବେ ନିଜେ ଦେଖି ସଂଗ୍ରହକରି ସତ୍ୟ ପରିବେଷଣ କରୁଥିଲ୤ କାହାରି କଥାରେ ବିଶ୍ବାସ କରୁ ନ ଥିଲ୤ ରାତିଦିନ କ୍ୟାମେରା, କଲମ, ଟିପାଖାତା ଧରି ବୁଲୁଥିଲ୤ ମାଡ଼ଗାଳି ଅପମାନକୁ ଦେହରେ ବୋଳି କର୍ତ୍ତବ୍ୟ ଠିକ୍‌ ଭାବେ ସମ୍ପାଦନ କରୁଥିଲ୤ ବିଭା ହୋଇ ନ ଥିଲ, ଛୁଆପିଲାଙ୍କ ଜଞ୍ଜାଳ ନ ଥିଲା୤ ନ୍ୟାୟ ବାଟରେ ଠିକ୍‌ ଖବର ପରିବେଷଣ ପାଇଁ ମାସଟାଏ ସ୍ବର୍ଗ ସୁଖ ମିଳିଛି୤ ଯାଅ, ଅୟସ କର୤ ଅପ୍‌ସରାମାନଙ୍କ ସହ ନୃତ୍ୟ କର୤ ଇନ୍ଦ୍ରସଭା ଦେଖ୤ ଐରାବତ ହସ୍ତୀ, ଉଚ୍ଚୈଶ୍ରବା ଅଶ୍ବ, ନନ୍ଦନକାନନ, ପାରିଜାତ ପୁଷ୍ପ ସହ ଏଠାରେ କେବଳ ଶାନ୍ତି ଓ ଆନନ୍ଦ ଅନୁଭବ କର-କିନ୍ତୁ କେବଳ ମାସଟାଏ୤”

ଚିତ୍ରଗୁପ୍ତ ତାଙ୍କ ଭିଡ଼ିଓ ଲଗାଇଦେଲେ ଓ ସାମ୍ବାଦିକଙ୍କୁ ବୁଝାଇ ଚାଲିଲେ- “ହେ ପ୍ରିୟ ସାମ୍ବାଦିକ, ପ୍ରାୟ ବର୍ଷକପରେ ତୁମେ ଅଳ୍ପ କେତେକ ସାମ୍ବାଦିକ ସାଙ୍ଗଙ୍କ କଥାରେ ଅବାଟକୁ ଗୋଡ଼ ବଢ଼ାଇଲ୤ ଯେଉଁଠି ଅନ୍ୟାୟ ଦେଖିଲ, ସେ ଖବର ଆଣି ଖବରକାଗଜକୁ ନ ଦେଇ ଅନ୍ୟାୟୀ ଠାରୁ ଲାଞ୍ଚ ଖାଇଲ୤ ପୋଲିସ, ଡକାୟତଙ୍କ ସହ ହାତ ମିଳାଇଲ୤ ବ୍ୟବସାୟୀଙ୍କ ଘରେ ମାଲ୍‌ ପିଇଲ୤ ବିଶିଷ୍ଟ ଶିଳ୍ପପତିଙ୍କଠାରୁ ଉପହାର ଆଣି ତାଙ୍କ ବିରୋଧରେ ପଦୁଟିଏ ବି ଲେଖିଲ ନାହିଁ୤ ନିଜ ଜୀବନକୁ ଭଲରେ ଗଢ଼ିବାକୁ ଲାଞ୍ଚ, ଉପହାର, ସୁରା ଆଉ ସାକୀକୁ ବାଛିନେଲ୤ ଏଇ ଦେଖ, ଏ ଯେଉଁ ଚିନି ବେପାରୀ ପାଞ୍ଚଶହ ବସ୍ତା ଚିନି ମହଜୁଦ ରଖିଥିବାର କେବଳ ତୁମେ ଜାଣିଥିଲ, ତାଙ୍କଠାରୁ ମାତ୍ର ଦୁଇହଜାର ଟଙ୍କା ଆଣି ସେ ଖବର ବାଟରେ ଚିରି ଫୋପାଡ଼ି ଦେଲ୤ ଅନ୍ୟାନ୍ୟ ଖବରକାଗଜର ସାମ୍ବାଦିକମାନଙ୍କ ସହ ହାତ ମିଳାଇଲ୤ ଜଣେ ଉଚ୍ଚଶିକ୍ଷିତା, ଅବିବାହିତା ଛାତ୍ରୀଙ୍କୁ ବଳାତ୍କାର କରି ମାରିଦେଇଥିବା ଦୁଇଜଣ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଇ ରଖିଲ୤ କେବଳ ଏଇଥିପାଇଁ ଯେ, ସେ ଜଣେ ମନ୍ତ୍ରୀଙ୍କ ଶଳା ଓ ଅନ୍ୟ ଜଣକ ଜଣେ ଉଚ୍ଚପଦସ୍ଥ ପୋଲିସର ଅଧିକାରୀଙ୍କ ପୁଅ୤ କେବଳ ଟଙ୍କା ଲୋଭରେ ଜଣେ ପ୍ରଶାସନିକ ଅଧିକାରୀଙ୍କ ପତ୍ନୀ ନିର୍ଯ୍ୟାତନା ଖବର ଏବଂ ତାଙ୍କର ଡ୍ରାଇଭରଙ୍କ ପତ୍ନୀ ଆତ୍ମହତ୍ୟାରେ ଖୋଦ୍‌ ପ୍ରଶାସନିକ ଅଧିକାରୀଙ୍କ ଅନୈତିକ ସମ୍ପର୍କକୁ ବାରମ୍ବାର ସର୍ବସାଧାରଣ ଦାବି କରିବା ସତ୍ତ୍ବେ ତୁମେ ଛପାଇବା ପାଇଁ ସାହସ କଲ ନାହିଁ, କାରଣ ତାଙ୍କର ଟଙ୍କାରେ ତୁମେ ଘରେ ମାର୍ବଲ ବିଛାଯାଇଥିଲା- ଏଇ ଦେଖ, ତୁମ ଟଙ୍କା ନେବା ଫଟୋ !”

ସୁନ୍ଦରୀ, ଗୁଣବତୀ, ସର୍ବକାର୍ଯ୍ୟନିପୁଣା ଏବଂ ତୁମ ଛୁଆଙ୍କ ସମସ୍ତ ଭାର ବହନ କରୁଥିବା ତୁମ ସ୍ତ୍ରୀ ତୁମ ବାଟକୁ ଚାହିଁରହିଥିବା ସତ୍ତ୍ବେ ସକାଳ ସଂସ୍କରଣ ନାମରେ ତୁମରେ ରାତି ଦୁଇଟା ତିନିଟା ପର୍ଯ୍ୟନ୍ତ ଅଫିସରେ ରହି ଜଣେ କନ୍‌ଷ୍ଟେବଳଙ୍କ ସାମ୍ବାଦିକା ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲ୤ କେବଳ ସେତିକି ନୁହେଁ, ଏ କଥା ସମ୍ପାଦକଙ୍କୁ ଜଣାଇ ଦେଇଥିବା ଜଣେ ଅସ୍ଥାୟୀ ନବନିଯୁକ୍ତ ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ ଯୁବ ସାମ୍ବାଦିକ ଚାକିରି ଚାଲିଯିବାରେ ପ୍ରମୁଖ ଭୂମିକା ଗ୍ରହଣ ମଧ୍ୟ କରିଥିଲ୤ ସବୁଠୁ ବଡ଼କଥା ହେଲା ଖବର ପରିବେଷଣ କଲାବେଳେ ରାଜ୍ୟ ଓ ଦେଶର ଖବର ଅପେକ୍ଷା ବଳାତ୍କାର, ପ୍ରେମଜନିତ ହତ୍ୟା ଓ ଆତ୍ମହତ୍ୟା ଇତ୍ୟାଦି ଅରୁଚିକର ଖବରକୁ ବାରମ୍ବାର ପୁଟ ଦେଇ ପରିବେଷଣ କରିବାକୁ ତୁମେ ଭଲ ପାଉଥିଲ୤ ନିଜ ସ୍ତ୍ରୀ ଓ ପିଲାମାନଙ୍କୁ ଭଲରେ ରଖିବାକୁ ତମେ ସରକାରଙ୍କ ଦୋଷଗୁଡ଼ାକୁ ଆଖି ବୁଜିଦେଇ କେବଳ ପ୍ରଶଂସାତ୍ମକ ଖବର ପରିବେଷଣ କରୁଥିଲ୤ ଏତିକିବେଳେ ଯମରାଜ ସେଠାରେ ପହଞ୍ଚି ଭିଡ଼ିଓ ବନ୍ଦ କରିବାକୁ କହିଲେ ଓ ଚିତ୍ରଗୁପ୍ତଙ୍କୁ କହିଲେ- “ଏ ସାମ୍ବାଦିକଙ୍କୁ କିଛି ଭିଡ଼ିଓ ଦେଖାଇବା ବନ୍ଦ କରି ତୁମେ ତାଙ୍କୁ ମଝିରେ ପାଞ୍ଚ ସାତଦିନ ସ୍ବର୍ଗ ବୁଲିବାକୁ ଛାଡ଼ି ଦେଇଥିଲ କି ?” ଚିତ୍ରଗୁପ୍ତ ହଁ କହିବାରୁ ଯମରାଜ କହିଲେ- “ଏ ଧୂର୍ତ୍ତ ସାମ୍ବାଦିକ ୟା ଭିତରେ ଆମ ସ୍ବର୍ଗପୁରରୁ ବାହାରୁଥିବା ଦୈନିକ ‘ସ୍ବର୍ଗପୁରୀ’ ଖବରକାଗଜର ସମ୍ପାଦକଙ୍କୁ ଭେଟି କାହିଁକି ମସଲାଦିଆ ଖବର ବାହାରୁନାହିଁ ବୋଲି ପଚାରିଥିଲା ଏବଂ ସେ ନିଜେ ସେଭଳି ଖବର ଯୋଗାଇଦେବ କହି ତାଙ୍କଠାରୁ ଏକ ସହସ୍ର ସ୍ବର୍ଣ୍ଣମୁଦ୍ରା ଦାବି କରିଛି୤ କିନ୍ତୁ ପାଞ୍ଚଦିନ ବୁଲିବା ପରେ ସ୍ବର୍ଗରେ କୌଣସିଠାରେ ସେ ଛୁରି, କଟୁରି, ବନ୍ଧୁକ ଦୋକାନ ପାଇନାହାଁନ୍ତି, ହିଂସା, ମରାମରି, ବାଡ଼ିଆପିଟା, ବଳାତ୍କାର ଇତ୍ୟାଦିର କୌଣସି ଗନ୍ଧ ନ ପାଇ ମନଦୁଃଖରେ ଏଠାକୁ ଫେରି ପୁଣି ନିଜ ମର୍ତ୍ତ୍ୟଲୋକ ଜୀବନର ଭିଡ଼ିଓ ଦେଖୁଛନ୍ତି୤ କିନ୍ତୁ ଏଇ ସ୍ବଳ୍ପ ସମୟ ମଧ୍ୟରେ ଜଣେ ଦି’ଜଣ ଅପ୍‌ସରାଙ୍କୁ ଦେବରାଜ ଇନ୍ଦ୍ରଙ୍କୁ ବଦ୍‌ନାମ କରାଇବାକୁ ପ୍ରବର୍ତ୍ତେଇଛନ୍ତି୤ ଏସବୁ ଏଠାରେ ଗୁରୁତର ଅପରାଧ, ତେଣୁ ଅନ୍ୟ ସାମ୍ବାଦିକମାନଙ୍କର ନର୍କଭୋଗର ମିୟାଦ ବଢ଼ି ନ ଥିବା ସ୍ଥଳେ ଏ ବାବୁଙ୍କର ନର୍କଭୋଗ ଚବିଶବର୍ଷ ଏଗାରମାସ ଜାଗାରେ ଚଉତିରିଶ ବର୍ଷ ଏଗାରମାସ କରିଦିଆଯାଇଛି୤” ଯମରାଜ କହିଲେ- “ଏବେ ମୁଁ ଭାବଛି ଏ ପ୍ରାଣୀ ନର୍କରେ ମଧ୍ୟ କିଛି ଗୋଟାଏ ଗଣ୍ଡଗୋଳ କରିପାରେ୤ କିଛି ନ ହେଲେ ସମସ୍ତ ପାପୀଙ୍କୁ ଏକାଠିକରି ଅନଶନ, ଧର୍ମଘଟ ଇତ୍ୟାଦି ବି ଆରମ୍ଭ କରିଦେଇପାରେ୤ ତେଣୁ ଯମଯନ୍ତ୍ରଣା ମିଆଦ ସରିବାମାତ୍ରେ ଏଭଳି ବିରଳ ପ୍ରାଣୀକୁ ମର୍ତ୍ତ୍ୟରେ ଥିବା କୌଣସି ପାଇଖାନା ଟାଙ୍କିର ମଇଳା ପାଣିରେ କୃମି ରୂପରେ ଆଠଥର ଜନ୍ମନେବାର ଦଣ୍ଡବିଧାନ କରାଯାଉ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
 

ମତାମତ ସଂଖ୍ୟା - ୨୭ ଆପଣଙ୍କ ମତାମତ ?

  • ୧. kamakshya jena |  ଫେବୃଆରୀ ୩, ୨୦୧୨ - ୮:୨୫ ଅପରାହ୍ନ

    Tathapi madhya sambadika mane sudhuribeni.

  • ୨. ହେମନ୍ତ୍ କୁମର୍ ପତ୍ର |  ଫେବୃଆରୀ ୪, ୨୦୧୨ - ୧୧:୩୨ ପୂର୍ବାହ୍ନ

    ବହୁତ୍ ଭଲ୍ ସୁନ୍ଦର୍ ହୋଇଛି

  • ୩. ଦୁଷ୍ମନ୍ତ କୁମାର ସାହୁ |  ଫେବୃଆରୀ ୯, ୨୦୧୨ - ୧୦:୫୯ ପୂର୍ବାହ୍ନ

    ପାଇଖାନା ଟାଙ୍କିର କୁର୍ମି ହେଲା ପରେ କଣ ଆଉ ସେ ସାମ୍ବାଦିକ ଥିବ କି?

  • ୪. ଆଲୋକ କୁମାର ସାହୁ |  ଫେବୃଆରୀ ୧୩, ୨୦୧୨ - ୧୨:୦୪ ପୂର୍ବାହ୍ନ

    ଭଲ ଲାଗିଲା୤ ୤ ଗଲ୍ପଟି ବର୍ତମାନର ସାମ୍ବାଦିକଙ୍କ ଅସଲ ଚରିତ୍ରର ଏକ ପରିପ୍ରକାଶ ମାତ୍ର୤

  • ୫. ମନୋରଞ୍ଜନ ନାଏକ |  ଫେବୃଆରୀ ୧୩, ୨୦୧୨ - ୧୧:୦୨ ପୂର୍ବାହ୍ନ

    ସାଂପ୍ରତିକ ଘଟଣାଭିତ୍ତିକ ବେଶ୍ ପାଠୋକୀୟ ରଚନା ଅଟେ ୤

  • ୬. ଅଜୟ କୁମାଋ ପାଢୀ |  ଫେବୃଆରୀ ୨୧, ୨୦୧୨ - ୧:୩୩ ପୂର୍ବାହ୍ନ

    ଭଲ ଲାଗିଲା;
    କେଉଁ ସାମ୍ବାଦିକ ପଢିଲା ପରେ ଚରିତ୍ର ମନ୍ଥନ ପାଇଁ ଚେଷ୍ଟା କରିପାରନ୍ତି….

  • ୭. Jagabandhu Swain |  ମାର୍ଚ୍ଚ୍ ୯, ୨୦୧୨ - ୨:୩୯ ପୂର୍ବାହ୍ନ

    Story is very nice and its try to keep reportes in right direction and out of corruption. The truth is all the reportes are not like the character of this story. For the reason politicians and corrupted peoples are thinking 1000 times to do the corruption.
    Reporter is the true reflector of society. So do the job honestly.

  • ୮. ପ୍ରଭାକର ମହାରଣା |  ମାର୍ଚ୍ଚ୍ ୧୬, ୨୦୧୨ - ୬:୦୪ ପୂର୍ବାହ୍ନ

    ଶତକଡା ଶହେ ଭାଗ ସତ୍ୟ, ଏହା ଦ୍ବାରା ନିଶ୍ଚୟ ନିଜ ଚରିତ୍ର ପରିବର୍ତ୍ତନ ପାଇଁ ଏହି ବର୍ଗର ସାମ୍ବାଦିକ ମାନେ ଯତ୍ନବାନ ହେବା ଆବଶ୍ୟକ/ ନଚେତ ସମାଜ ସେମାନଙ୍କୁ କ୍ଷମା କରିବ ନାହିଁ/

  • ୯. rajesh patro |  ମାର୍ଚ୍ଚ୍ ୨୪, ୨୦୧୨ - ୨:୫୭ ପୂର୍ବାହ୍ନ

    bhala lagila

  • ୧୦. ରାଜେଶ ପାତ୍ର |  ମାର୍ଚ୍ଚ୍ ୨୪, ୨୦୧୨ - ୩:୦୩ ପୂର୍ବାହ୍ନ

    ଗୋଟିଏ ଜଟିଳ ବିଷୟ କୁ ଭାରି ସରଳ ଭାବରେ ବର୍ଣ୍ଣନା କରାଯାଇଛି୤

  • ୧୧. ରାମକୃଷ୍ନ ମଙ୍ଗରାଜ |  ଏପ୍ରିଲ୍ ୫, ୨୦୧୨ - ୪:୦୨ ପୂର୍ବାହ୍ନ

    ଭଲ ପ୍ରୟାସ ୤ କିଛି ଫୁତୁରାନନ୍ଦଙ୍କ କିମ୍ବା ଫକୀର ମୋହନଙ୍କ ରଚନାରୁ ପଢିବାକୁ ମିଲିବ ?
    ଧନ୍ୟବାଦ

  • ୧୨. shashanka |  ଏପ୍ରିଲ୍ ୭, ୨୦୧୨ - ୧୧:୩୧ ଅପରାହ୍ନ

    Bhala rachanatie

  • ୧୩. Saroj Biswal |  ମେ ୩, ୨୦୧୨ - ୩:୪୯ ପୂର୍ବାହ୍ନ

    ଏକ ଦମ ଠିକ…. ଆଜିକାଲି କେବଳ ଯେଇୟା ଚାଲିଛି, ଆଉ ସବୁଠି ଚାଲିଛି ॥ କୃମି ହେଲେ ମଧ୍ୟ ସୁଧୁରିବନି ୟେଃ ଜାତି।

  • ୧୪. ମଳୟ କୁମାର୍ ମିଶ୍ର |  ଜୁନ୍ ୬, ୨୦୧୨ - ୩:୩୫ ପୂର୍ବାହ୍ନ

    ଭଲ ଲେଖା ହୋଇଛି

  • ୧୫. ରତନ କୁମାର ଜେନା |  ଜୁଲାଇ ୩୧, ୨୦୧୨ - ୧:୩୭ ଅପରାହ୍ନ

    ଭଲ ଗପ ଟିଏ!

  • ୧୬. Debi Prasad samal |  ଅଗଷ୍ଟ୍ ୨୦, ୨୦୧୨ - ୬:୧୯ ପୂର୍ବାହ୍ନ

    gapa ti padhi vala lagila………….au emiti gapa uplaoad karibakuu anurodaha rahila………….dhanyabad.

  • ୧୭. ଜିବନ ବନ୍ଧୁ ସାହୁ, କଲିକତା |  ଡିସେମ୍ବର୍ ୩୦, ୨୦୧୨ - ୧୨:୦୭ ଅପରାହ୍ନ

    ନିଛଟ୍ଟ ସତ କଥା ଟୀଏ କହିଲେ ୤

  • ୧୮. ଉପାସନା ଦାଶ୍, ଭୁବନେଶ୍ବର୍ |  ଏପ୍ରିଲ୍ ୧୯, ୨୦୧୩ - ୧୨:୩୮ ପୂର୍ବାହ୍ନ

    ଏ ଲେଖାଟି ଖୁବ୍ ସୁନ୍ଦର୍ ହେଇଛି ଏବମ୍ ଏ ଲେଖାସ୍ଥଳ ରେ ଓଡିଆ ଲେଖିପାରିବାର ଯେଉନ୍ ସୁବିଧା ଦିଆ ଯାଇଛି ତାହା ମୋତେ ଆହୁରି ବି ଖୁସି ଦେଉଅଛି I

  • ୧୯. ସତକଥା, ଓଦିଶା |  ଜୁନ୍ ୨୬, ୨୦୧୩ - ୨:୪୯ ଅପରାହ୍ନ

    ଯାହାଭି ଲେଖାଯାଇଛି ସବୁ ଠିକ୍୤ କିନ୍ତୁ ଏ ସବୁ ସମସ୍ତ ଚାକିରୀରେ ବ୍ୟାପି ଗଲାଣି୤

  • ୨୦. ଜ୍ଞାନରଞ୍ଜନ ସ୍ୱାଇଁ, ରାୟପୁର, ଛତିଶଗଡ |  ଅଗଷ୍ଟ୍ ୩୦, ୨୦୧୩ - ୯:୧୪ ଅପରାହ୍ନ

    ଗପଟିରେ ସମାଜର ପ୍ରକୃତ ଚିତ୍ର ଦେଖିବାକୁ ମିଳିଲା୤ ଭଲ ଲାଗିଲା୤

  • ୨୧. ରାକେଶ, ସମ୍ବଲପୁର୍ |  ଅକ୍ଟୋବର୍ ୫, ୨୦୧୩ - ୪:୦୫ ପୂର୍ବାହ୍ନ

    ଅତି ସୁନ୍ଦର ଉପସ୍ଥାପନା ………

  • ୨୨. ଦାମୋଦର ବେହେରା, ସୁରତ |  ଅକ୍ଟୋବର୍ ୧୧, ୨୦୧୩ - ୬:୦୦ ଅପରାହ୍ନ

    ଖୁବ୍ ସୁନ୍ଦର

  • ୨୩. ରୂପଧର, ହାଇଦ୍ରାବାଦ |  ନଭେମ୍ବର୍ ୧୭, ୨୦୧୩ - ୧୧:୦୯ ପୂର୍ବାହ୍ନ

    ସତରେ ଏ ଧୂର୍ତ୍ତ ସମ୍ବାଦିକଙ୍କୁ ମର୍ତ୍ତ ଲୋକରେ ଦଣ୍ଡ ଦେବାର ବ୍ୟବସ୍ଥା ହିଁ ନାହିଂ । ଚମତ୍କାର ଗଳ୍ପ ।

  • ୨୪. ରୁଦ୍ର ନାରାୟଣ ଦାଶ୍ |  ମାର୍ଚ୍ଚ୍ ୧, ୨୦୧୪ - ୫:୦୭ ପୂର୍ବାହ୍ନ

    ବହୁତ ଭଲ ଲାଗିଲା

  • ୨୫. ବିଜୟ କୁମାର ବେହେରା, ଖାଲଲିଂଗୀ  |  ମେ ୧୭, ୨୦୧୪ - ୨:୧୩ ପୂର୍ବାହ୍ନ

    ବହୁତ ସୁନ୍ଦର

  • ୨୬. ବିଶ୍ବମ୍ବର ଦାସ, ଜାଜପୁର, ଓଡିଶା |  ଅଗଷ୍ଟ୍ ୧୪, ୨୦୧୪ - ୧୨:୫୧ ପୂର୍ବାହ୍ନ

    ବୋହୁତ୍ ଭଲ ଲାଗିଲା …. କିନ୍ତୁ ଲେଖି ବାରେ କିଛି ଭୁଲ୍ ଅଛି ଜେମିତିକି … ବେଳେ-ବେଳ
    ଚିତ୍ରଗୁପ୍ତଙ୍କ- ଚିତ୍ରଗୁପ୍ତଙ୍କୁ

  • ୨୭. ହେମନ୍ତ କୁମାର ନାୟକ |  ଜୁଲାଇ ୨୧, ୨୦୧୫ - ୭:୫୮ ପୂର୍ବାହ୍ନ

    ବହୁତ ଭଲ ଲାଗିଲା୤ ଗଳ୍ପଟି ସାମ୍ବାଦିକ ମାନଙ୍କ ଅସଲ ଚରିତ୍ର। କୃମି ହେଲେ ମଧ୍ୟ ସୁଧୁରିବନି । ତାଙ୍କୁ ତାତିଲା ତେଲ କଡେଇ ରେ ଭଜା ଯିବା ଉଚିତ । ହେଲେ ସେମାନେ ବୁଦ୍ଧି ଶିଖନ୍ତେ ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤