ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଗାଁର ଚାନ୍ଦାଭେଦା ଦେଇ ନ ପାରିବା ହେତୁ ରାମ ମିଶ୍ରେ ଏକଘରକିଆ ହେଲେ ସେଇଠୁ ଧୋବା ଓ ବାରିକ ତାଙ୍କୁ ଖଟନ୍ତିନାହିଁ ଗୋଟିଏ ପୁଅ ପୋଲିଓ ଯୋଗୁଁ ଅକର୍ମଣ୍ୟ, ଅର୍ଥାଭାବରୁ ଦୁଇଟି ଝିଅଙ୍କ ବୟସ ଗଡ଼ିଯାଉଛି ବାହାଘର ପାଇଁ ଯେନତେନ ପ୍ରକାରେ ପୁଅଟିଏ ଠିକଣା କରିପାରୁନାହାନ୍ତି ରାମ ମିଶ୍ରଙ୍କର ଦାଢ଼ି ପେଟକୁ ଛୁଇଁବାକୁ ବସିଲାଣି ଲୋକେ ଭାବନ୍ତି ଦୁଃଖ ଗଲେ ସେ ଦାଢ଼ି କାଟିବାକୁ ମନସ୍ଥ କରିଥିବେ ପ୍ରକୃତରେ ସେଲୁନ୍ରେ ବ୍ୟୟ ସାପେକ୍ଷ ହେବା ହେତୁ ସେ ଦାଢ଼ି ଓ ମୁଣ୍ଡବାଳକୁ ସ୍ବାଧୀନ କରିଦେଇଛନ୍ତି
ଡହଡହ ଖରା ବେଳଟାରେ ସେ ବହୁ ସାହସ ସଞ୍ଚୟ କରି ବ୍ଲକ୍ ଅଫିସ୍ରେ ପହଞ୍ଚିଲେ ବି.ଡ଼ି.ଓ.ଙ୍କ ପିଅନକୁ ପଚାରିଲେ ‘ଆଜ୍ଞା ବାବୁଙ୍କୁ ଦେଖା କରିହେବ ସେ ବିରକ୍ତି ପ୍ରକାଶ କରି, ଅପେକ୍ଷା କର ବୋଲି କହିଲା ଦୀର୍ଘ ସମୟ ଅପେକ୍ଷାର ଯନ୍ତ୍ରଣାକୁ ହଜମ କରିବା ପରେ ଭିତରକୁ ପଶିଲେ ବି.ଡ଼ି.ଓ. କଞ୍ଚା ବୟସର ରାମ ମିଶ୍ରଙ୍କ ଚେହେରାଟା ଦେଖି ତାଙ୍କର ହୃଦୟଟା ବୋଧେ ତରଳିଗଲା ତହୁଁ ପଚାରିଲେ, କ’ଣ ହେଲା ? ଥର ଥର ହୋଇ ରାମ ମିଶ୍ରେ କହିଲେ ‘ଆଜ୍ଞା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦରଖାସ୍ତ କରିଥିଲି- ଏକମାତ୍ର ପୁଅ ପୋଲିଓ ରୋଗରେ ଅକାମି, ଦୁଇଟି ବାଡୁଅ ଝିଅ, ବୋହୂ, ଗୋଟିଏ ନାତି, ମୁଁ ଓ ଭାରିଜା ମିଶିଲେ ସାତଜଣ, କିପରି ବ୍ରାହ୍ମଣପଣ କରି ଏ ବୟସରେ ଘର ଚଳାଉଛି ତା’ ମୁଁ ଜାଣେ ମୋ ଗୁହାରି କ’ଣ ଶୁଣିବେନି ! ନାୟକ ବାବୁଙ୍କୁ ସାକ୍ଷାତ୍ କର ବୋଲି ବି.ଡ଼ି.ଓ. ମହାଶୟ କହିଲେ
ରାମ ମିଶ୍ରେ ଆଶୀର୍ବାଦ ଶ୍ଳୋକଟିଏ ବୋଲି ସେଠୁ ବିଦାୟ ନେଇ ପଚାରିପଚାରି ସେଇ ମହାମାନବ ପାଖରେ ପହଞ୍ଚିଗଲେ ସେତବେଳକୁ ନାୟକ ମହାଶୟ ଉଦର ପୂର୍ଣ୍ଣ କରୁଥିଲେ କହିଲେ କ’ଣ ହେଲା “ଭତ୍ତା କଥା ତ” ? ସବୁ ହୋଇଯାଇଛି ହେଲେ ଦି ଖଣ୍ଡ ନ ଦେଲେ ସେଇମିତି ବସିଥିବ ଦୁଇଶହ ଟଙ୍କା ନାୟକ ବାବୁଙ୍କ ପକେଟରେ ଭର୍ତ୍ତି କରିବାକୁ ରାମ ମିଶ୍ରଙ୍କୁ ପ୍ରାୟ ୩ ମାସ ଲାଗିଗଲା ଯା’ହେଉ ରାମ ମିଶ୍ରେ ବର୍ତ୍ତମାନ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି ସେ ଯେଉଁଠି ବସନ୍ତି ନାୟକ ବାବୁଙ୍କ ନିର୍ମଳ ପ୍ରଶଂସା କରନ୍ତି
ଜଗୁ ମହାନ୍ତି ଦିନ ଚାରିଟା ବେଳେ ଡାକ୍ତର ପଣ୍ଡାଙ୍କ ଘର କଲିଙ୍ଗ୍-ବେଲ୍ ଚିପିଲା ସଙ୍ଗେ ସଙ୍ଗେ ଦୁଆର ମଧ୍ୟ ଖୋଲିଗଲା ଚାକର ଟୋକା ପଚାରିଲା କ’ଣ ହେଲା ? ଉତ୍ତର- ‘ଡାକ୍ତରଙ୍କୁ କହିବ ଜଗୁ ମହାନ୍ତି ଆସିଛନ୍ତି’ ଡାକ୍ତର ମହାଶୟ ଭଗବାନଙ୍କୁ ପାଇଲା ଭଳି ଲୁଙ୍ଗି ଓ ଗାମୁଛା ସହ ଆଖି ମଳି ମଳି ପହଞ୍ଚିଗଲେ ଓ କହିଲେ ‘କିଓ ଅସମୟରେ- ଆମକୁ ତ ପୁରା ଭୁଲିଗଲଣି, ବସ ବସ’ ଜଗୁ ମହାନ୍ତି ଛାତି ଫୁଲାଇ କହିଲା-‘ମୋ ଘର ଲୋକଟା ତା ସାଇର ଗୋଟେ ଟୋକାକୁ ବାଡ଼େଇପକାଇଛି ସେ ଏ ଯାଏଁ ପୋଲିସ୍ ଷ୍ଟେସନ୍ ଆସିନି ଆମେ ଆଗୁଆ ଗୋଟିଏ ଏଫାୟାର୍ ଦେଇ ଦେଲେ ଆଉ ଡରଭୟ ନ ଥିବ
ଜଗୁ ମହାନ୍ତି କଥା ଅନୁସାରେ ଲୋକଟିର ଦେହସାରା ମିଛ ବ୍ୟାଣ୍ଡେଜ୍ କରିଦେଲେ ଡାକ୍ତର ମହାଶୟ ମସ୍ତବଡ଼ ରିପୋର୍ଟ ମଧ୍ୟ ଲେଖିଦେଲେ ଶେଷରେ କହିଲେ ‘ଏଇ ଛୋଟିଆ କାମରେ ମୋର ଦ୍ବାରସ୍ଥ ହେଲ ! ହଁ- ଆମ ପ୍ରତି ନିଘା ରଖିଥିବ, ଟ୍ରାନସ୍ଫର ଚାଲିଛି ଜଗୁ ହସିହସି କହିଲା ‘ମୁଁ ଏବେ ବିଧାୟକଙ୍କ ସହ ଆପଣଙ୍କ ବିଷୟ ଏକ ଘଣ୍ଟା କଥା ହୋଇଛି’ ତା’ପରେ ଚା ସିଗାରେଟ୍- ତାପରେ ପାନ ତହିଁ ପରଦିନ ଜଗୁ ମହାନ୍ତି ବଛା ପାଟକପୁରା କଦଳୀ କାନ୍ଧିଟିଏ ଡାକ୍ତରଙ୍କ ଘରକୁ ପଠାଇଥିଲା ତା ଲୋକ ହାତରେ ପ୍ରକୃତରେ ଜଗୁ ମହାନ୍ତିର ଗୋଟେ ଲୋକ ବୁଢ଼ୀ ପାଗେଳୀଟାକୁ ଦିନ ଦିପହରରେ ରମଣ କଲା ସାଇଟୋକା ଦୟା ବେହେରା ଏହାର ପ୍ରତିବାଦ କରି ଜେଲ୍ ଗଲା ବିଜୟା ସ୍ବେଚ୍ଛାସେବୀ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ଜଗୁ ମହାନ୍ତି ସ୍ବେଚ୍ଛାସେବୀ ‘ଗୋପବନ୍ଧୁ’ ପୁରସ୍କାର ଗ୍ରହଣ କଲାବେଳେ କରତାଳି ଆରମ୍ଭ କରିଥିଲେ ଡାକ୍ତର ମହାଶୟ
ଅଧ୍ୟାପକ ବୀରବାବୁ କଲେଜ୍ରୁ ଫେରି ଘରେ ପଶୁପଶୁ ଦେଖିଲେ ସତର ଅଠର ବର୍ଷର ପିଲାଟିଏ ଦାଣ୍ଡଘରେ ବସିଥିଲା- ଛିଡ଼ା ହୋଇଗଲା ବସ ବସ, କ’ଣ ହେଲା ? କାନରେ ହାତ ମାରିମାରି ପିଲାଟି କହିଲା ‘ସାର୍ ଏ ଚିଠିଟା ଆପଣଙ୍କ ସାଙ୍ଗ ଦାମ ବାବୁ ଦେଇଛନ୍ତିଏକ ନିଶ୍ବାସକେ ପଢ଼ି ମୁହଁଟାକୁ ଆମ୍ବିଳେଇଦେଇ କହିଲେ କ’ଣ ସେ ଭଲ ଅଛନ୍ତି ? ‘ଆଜ୍ଞା’ ‘ଶୁଣ ମୁଁ ଖାତାରେ ମାର୍କ ବଢ଼ାଇବା ବା କପି କରିବାର ପକ୍ଷରେ ନୁହେଁ ଏ କଥା ତ ଦାମବାବୁ ବେଶ୍ ଭଲ ଭାବରେ ଜାଣନ୍ତି’ ପିଲାଟିର ଫିଉଜ୍ ଆସ୍ତେ ଆସ୍ତେ ଉଡ଼ିଯିବା ବେଳକୁ ମାଡ଼ାମ୍ଙ୍କର ନିର୍ଦ୍ଦେଶପୂର୍ଣ୍ଣ ଡାକରା ଆସିଲା ପିଲାଟି ସହ କଥାବାର୍ତ୍ତା ଅଧା ରଖି ସେ ଘର ଭିତରକୁ ଧସେଇପଶିଲେ
( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )
ପୃଷ୍ଠା ସଂଖ୍ୟା : 1 2
ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?
୧. shampa | ଜୁନ୍ ୨୬, ୨୦୧୧ - ୫:୪୯ ପୂର୍ବାହ୍ନ
Bahut bhala lekhatie.Kintu dukha lage je aame e charitra mananku aama bhitare bahula bhabare dekhuchhu o sethipain lajjita bi nohun.
୨. Akhaya | ଜୁନ୍ ୨୭, ୨୦୧୧ - ୪:୩୫ ପୂର୍ବାହ୍ନ
Bahut bhala heichhi galpati.
୩. ଦେବଦତ୍ତ ମହାରଣା | ଅଗଷ୍ଟ୍ ୩, ୨୦୧୧ - ୪:୦୪ ପୂର୍ବାହ୍ନ
ଗପଟା ବହୁତ୍ ରୋମାଞ୍ଛକର. ପ୍ରତିଦିନ ଜିବନରେ ଯାହା ଯାହା ହୁଏ, ଗଳ୍ଫଟା ତାର ଏକ ପ୍ରତିବିମ୍ବ
୪. Asis Kumar Samantaray | ମେ ୩୦, ୨୦୧୨ - ୧୦:୫୯ ଅପରାହ୍ନ
Eta gote sundar Galpati a Bahut Bhala Hoichhi.
୫. swadhin, nagpur | ମାର୍ଚ୍ଚ୍ ୧୩, ୨୦୧୪ - ୧:୦୧ ଅପରାହ୍ନ
bahut badhia heichi