ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସୀତାକାନ୍ତ ମହାପାତ୍ର
ସହଦେବ ସାହୁ
ବୈକୁଣ୍ଠନାଥ ପଟ୍ଟନାୟକ
ଗୋଦାବରୀଶ ମହାପାତ୍ର
କୁନ୍ତଳା କୁମାରୀ ସାବତ
ରାଜକିଶୋର ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆମ ସମୟର ଚରିତ୍ରମାନେ
  ତାପସ ରଞ୍ଜନ ତ୍ରିପାଠୀ, ମନମଧୁପୁର, କେନ୍ଦ୍ରାପଡା
 
 
ତା: ଫେବୃଆରୀ ୨୫, ୨୦୧୧  
ମୂଳ ପୃଷ୍ଠାଗଳ୍ପବ୍ୟଙ୍ଗ
 

ସହଧର୍ମିଣୀ କହିଲେ “ଦେଖ ଇଏ କ’ଣ ? ବୀରବାବୁ ଥତମତ ହୋଇ କହିଲେ ‘ଚିଙ୍ଗୁଡ଼ି୤ ପିଲାଟି ଆଣିଥିଲା କି ?’ ‘ହଁ୤’ ବୀରବାବୁ ଗର୍ବର ସହ କହିଲେ ‘ଜାଣ ମୁଁ ଯେଉଁ ଘନିଷ୍ଠ ବନ୍ଧୁଙ୍କ କଥା କହେନି – ଦାମୋଦର ମିଶ୍ର୤ ସେ ତ ନିମାପଡ଼ାରେ ସେଟଲ୍ କରିଗଲା୤ ବଢ଼ିଆ ଫାର୍ମଟିଏ କରିବା କଥା କହୁଥିଲା ୤ ଏଇ ଚିଙ୍ଗୁଡ଼ିର ମାର୍କେଟ୍ ରେଟ୍ ତିନିଶ ଟଙ୍କାରୁ କମ୍ ହେବନି୤ ” ଡ୍ରଇଁ ରୁମ୍କୁ ଆସି ପିଲାଟିକୁ କହିଲେ ‘ଶୁଣ କେବଳ ଦାମବାବୁଙ୍କ ଯୋଗୁଁ ବାଧ୍ୟ ହୋଇ ଅପକର୍ମଟି କରିବି୤ ଇଂରାଜୀ ତ, ପଚାଶ ମାର୍କରୁ ଅଧିକ ଆଶା କରିବନି୤ ଖାଇଲାବେଳେ ସହଧର୍ମିଣୀ କହିଲେ ‘ଚିଙ୍ଗୁଡ଼ି ଝୋଳଟା କେମିତି ଲାଗୁଛି ?’ ଅଧ୍ୟାପକ ମହାଶୟ ଚିଙ୍ଗୁଡ଼ି ସମ୍ପର୍କରେ ଲମ୍ବା ଭାଷଣଟିଏ ଆରମ୍ଭ କରିବାରେ ସହଧର୍ମିଣୀ ବିରକ୍ତ ହୋଇ କହିଲେ ‘ଭାଷଣ ମୋତେ ଭଲ ଲାଗେନି୤ ଦେଖିଛ ସୁଧାବାବୁଙ୍କର କ’ଣ ସବୁ କଲେଣି- କ’ଣ ନାହିଁ ତାଙ୍କ ଘରେ୤ ତୁଳନା କରିଛ କେତେବେଳେ ? ଛାଡ଼, ୱାଡ଼ର୍ସ ୱାର୍ଥଙ୍କ ସଙ୍ଗେ ମଧୁସୂଦନଙ୍କ ତୁଳନାର କୌଣସି ମୂଲ୍ୟ ନାହିଁ୤ ମୋତେ ଲଜ୍ଜା ଲାଗୁଛି ତାଙ୍କ ଘରକୁ ଗଲାବେଳେ ବା ତାଙ୍କ ମିସେସ୍ ଆମ ଘରକୁ ଆସିଲାବେଳେ୤ ରକ୍ତମାଂସର ଶରୀର କେତେ ବା ସହ୍ୟ କରିବ ?’
ବର୍ତ୍ତମାନ ବୀରବାବୁ ଗୋଟିଏ ନୂତନ ମାରୁତି ଭ୍ୟାନ୍ରେ କଲେଜ ଯିବାଆସିବା କରନ୍ତି୤ ପ୍ରତି ସଞ୍ଜରେ ସ୍ତ୍ରୀଙ୍କ ସହ ବଜାର ପରିଭ୍ରମଣ କରନ୍ତି୤ ଏ ପ୍ରଗତିର କାରଣ ତାଙ୍କ ସହଧର୍ମିଣୀ ବୋଲି ଅତି ଗର୍ବର ସହ କୁହନ୍ତି୤

ହରି ମାଷ୍ଟ୍ରେ ଅଗଷ୍ଟ ପନ୍ଦର ଦିନ ସନ୍ଧ୍ୟାରେ ବଜାରକୁ ଦେଢ଼ କେଜିର ରୋହି ମାଛଟିଏ ଧରି ଘରେ ପହଞ୍ଚିଲେ୤ ତାଙ୍କର ଦୁଇ ପୁଅ ଓ ତିନିଝିଅ ଭିଡ଼ାଓଟରା ହୋଇ ମାଛଟାକୁ ଧରି ତଳ ଘରକୁ ଚାଲିଗଲେ୤ ତାଙ୍କ ସ୍ତ୍ରୀ ବିରକ୍ତ ହୋଇ କହିଲେ ‘ଏଇଟା କ’ଣ ମାଛ ଖାଇବାର ବେଳ ?’ ଉତ୍ତରରେ ମାଷ୍ଟ୍ରେ କହିଲେ ‘ମୋର ଛାତ୍ରଟିଏ ଏବେ ଓ.ଏ.ସ. ପାଇଛି୤ ସେ ନିଜେ ମାଛଟି ଧରି ଆମ ଘରକୁ ଆସୁଥିଲା୤ ମୋ ବିବେକ ବାଧା ଦେଲା୤ ହାତେ ହାତେ ନେଇଆସିଲି୤’ ପ୍ରକୃତରେ ହରିମାଷ୍ଟ୍ରେ ଅଗଷ୍ଟ ପନ୍ଦରକୁ ପିଲାଙ୍କୁ ମିଠା ବଣ୍ଟନ ପାଇଁ ଆସିଥିବା ଟଙ୍କାରୁ ସତୁରି ଟଙ୍କା ବାଟମାରଣା କରି ମାଛଟିକୁ ଖରିଦ କରିଥିଲେ୤ ମାତ୍ର ଦୁଇବର୍ଷ ପରେ ହରିମାଷ୍ଟ୍ରେ ରାଜ୍ୟପାଳ ପୁରସ୍କାର ପାଇଲେ୤

ମହାପାତ୍ରବାବୁଙ୍କୁ କାକୁତିମିନତି ହୋଇ ନକୁଳ ନାୟକ କହିଲା ‘ବାବୁ ମୁଁ ନଡ଼ିଆ ଛଡ଼ାଏ୤ ପେଟ କାଟିକାଟି ସାତ ହଜାର ଟଙ୍କା ରଖିଥିଲି୤ ଏଇ ଖାଲୁଆ ଜମିଟା କିଣିଲି୤ କିବା ସମ୍ପତ୍ତି, କ’ଣ କହୁଛନ୍ତି ଚାରି ହଜାର ଟଙ୍କା କାହୁଁ ଦେବି ଆଜ୍ଞା୤’ ମହାପାତ୍ରବାବୁ ନାଶିକା କୁଞ୍ଚନ କରି କହିଲେ ‘ତୁ ସିନା ଜାଣୁଛୁ ଖାଲୁଆ ଜମି- ପଟାରେ ଅଛି ‘ପତିତ’୤ ମୋ ହାତରେ ଆଉ କଥା ନାହିଁ, ଅଫିସରଙ୍କୁ ମୁଁ ବହୁତ ବୁଝାଇଲିଣି- ସେ କ’ଣ ବୁଝିବା ମଣିଷ୤ ଯା’ ବଳୀ ପିଅନକୁ କହିବୁ୤’ ଏଇ କଥାବାର୍ତ୍ତା ଭିତରେ ସେ ପାଞ୍ଚଥର ଡ୍ର ଖୋଲି ବନ୍ଦ କରିଥିଲେ୤ ନକୁଳ ଛଳଛଳ ଆଖିରେ ବଳୀକୁ କହିଲା ‘ମତେ ଉଧାର କର୤’ ବଳୀ କହିଲା ‘କେତେ ତୋତେ ଅଧିକା ପଡୁଛି୤’ ଉତ୍ତର ‘ଚାରି’୤ ଆରେ ନିର୍ବୋଧ ବାବୁ ଡ୍ର ଖୋଲିବା ବନ୍ଦ କରିବା ଦେଖିଛୁ ? ‘ହଁ୤’ ତହୁଁ ନକୁଳ ପଶିଲା ଅଫିସ୍ ଭିତରକୁ୤ ମହାପାତ୍ରବାବୁ ଟେବୁଲ୍ ଡ୍ର ଖୋଲିବାରେ ନକୁଳ ଚାରିଶହ ଟଙ୍କା ସାହସର ସହ ଫିଙ୍ଗିଦେଲା୤ ମହାପାତ୍ରବାବୁ ହସହସ ମୁହଁରେ କହିଲେ ‘ତୁ ସବୁ ଭେଜା ମୋର ଖାଇଗଲୁଣି୤ ଯା’- ହଉ କିଛି ଗୋଟେ କରିଦେବା୤’ ନକୁଳ ସାଧାସିଧା ମଣିଷଟା୤ ନନ୍ଦଛନ୍ଦ ଜାଣେନି୤ ସେଇଦିନଠୁଁ ମହାପାତ୍ରବାବୁ ତାକୁ ନିଜର ମଣିଷଟେ ଭଳି ଲାଗନ୍ତି୤ ବାଡ଼ିରେ ସଜନା ଛୁଇଁ, ଅମୃତଭଣ୍ଡା, ଭେଣ୍ଡି, ଜହ୍ନି ଯାହା କରେ ମଝିରେ ମଝିରେ ଦେଇଆସେ ଅକପଟ ମନରେ୤ପ୍ରତ୍ୟେକ ଦିନ ସନ୍ଧ୍ୟାରେ ରେଳ ଷ୍ଟେସନ୍ର ଶେଷ ବେଞ୍ଚରେ ଏଇ ଆୟ ସବ୍ରେଜିଷ୍ଟରଙ୍କ ଉପସ୍ଥିତିରେ ଭାଗ ବଣ୍ଟାଯାଏ୤ ପିଅନ, କିରାଣୀ ଓ ଅଫିସର ବିଭିନ୍ନ ପ୍ରକାର ଭାଗ ପାଆନ୍ତି୤ ଏ ନେଇ ଏ ଯାଏଁ କୌଣସି ଦୁର୍ଘଟଣା ଘଟିନାହିଁ୤ କେତେ ଅଫିସର୍, କିରାଣୀ ଓ ପିଅନ ଆସିଲେଣି ଓ ଗଲେଣି ସବୁ ଚାଲିଛି ଠିକ୍ଠାକ୍୤

ବିଧାୟକ ତାଙ୍କ ଅତି ନିକଟ ମଣିଷ ରାଜୁ ପ୍ରଧାନିଙ୍କୁ କହିଲେ ‘ଏଇ ଚାହିଁଲ ଗେଟ୍ ସାମ୍ନାରେ କିଏ ‘ରାଜଦୂତରୁ’ ଓହ୍ଲାଉଚି ?’ ରାଜୁ ପ୍ରଧାନି ଚୋରୀ ଜଳାରେ ଭଲ କରି ଦେଖିନେଇ କହିଲା ‘ସପ୍ଲାଇ ଇନସ୍ପେକ୍ଟର ବସନ୍ତ ମହାପାତ୍ର୤ ମୁଁ କହୁ ନ ଥିଲି ସେ ଆପଣଙ୍କୁ ସାକ୍ଷାତ୍ କରିବାକୁ ଚାରିଥର ପ୍ରାୟ ଆସିଲାଣି୤ କୋରାପୁଟ ଟ୍ରାନସ୍ଫର ହୋଇଛି୤’ ବିଧାୟକଙ୍କ ମୁହଁଟା ଲାଲ୍ ହୋଇଗଲା୤ ରାଜୁ ପ୍ରଧାନି ସାହସରେ କହିଲା ‘ଆଜ୍ଞା ମୁଁ ‘ଏକ’ କହିଛି’୤ ବିଧାୟକ ମହାଶୟ ଉତ୍କ୍ଷିପ୍ତ ହୋଇ କହିଲେ ‘ତୁମେ ଏତେ କମ୍ କହିଲ ? ରାଜୁ ପ୍ରଧାନି ଛ ଥର ଛେପ ଢୋକି କହିଲା ‘ଦେଢ଼ କହିବି ? ବିଧାୟକ କହିଲେ ‘ସେ କେଉଁଠା ଚାହୁଁଚି ?’ ‘ଆଜ୍ଞା ପୁରୀ୤’ ‘ତାହେଲେ ଦୁଇ୤’ଦୁଇ ଦିନ ପରେ ସପ୍ଲାଇବାବୁ ବିଧାୟକଙ୍କ ଘରେ ଘର ମଣିଷ ଭଳି ଅଟାଚି ଧରି ପହଁଚିଲେ୤ ରାଜୁ ପ୍ରଧାନିଙ୍କ ହାତକୁ ବଢ଼ାଇ କହିଲେ ‘ଗଣିବାର ଆବଶ୍ୟକତା ନାହିଁ ପୁରା ଦୁଇ ଲକ୍ଷ୤’ ରାଜୁ ପ୍ରଧାନି କହିଲେ ‘ତୁମର ମଧ୍ୟ ଭାବିବାର ନାହିଁ, ତୁମ କାମ ସରିବଣି୤ ବାବୁ ଖାସ୍ ତୁମ କାମରେ ଯାଇଛନ୍ତି୤’ ଗାଁ ପାନ ଦୋକାନରେ ବଦଳିର ଶୀକାର ହୋଇଥିବା ନିରୀହ ଶିକ୍ଷକ ରମାକାନ୍ତଙ୍କୁ ସପ୍ଲାଇବାବୁ କହିଲେ ‘ବିଧାୟକଙ୍କ କାନ କଲନି୤ ଆଗରୁ ଏତେ ବିଧାୟକ ହୋଇଥିଲେ, ହେଲେ ଏତେ ପରୋପକାରୀ ଓ ପ୍ରଭାବଶାଳୀ ବିଧାୟକ ଏ ଅଞ୍ଚଳ ପାଇ ନ ଥିଲା୤ ଶଳା ଏ ଲୋକଙ୍କ ବିଚାର ବୋଲି କିଛି ନାହିଁ୤ ଖାଲି ଖାଇଗଲା, ଖାଇଗଲା୤ ଈର୍ଷା ତ ଆମ ଦୁର୍ଗତିର କାରଣ୤’

ଅଫିସ୍ ଭିତରୁ ପୋଲିସ୍ ଇନ୍ସପେକ୍ଟର ସରବାବୁ ଚଢ଼ାଗଳାରେ କହିଲେ ‘ ସେ ସବିତା ଓ ତା’ ଲୋକଙ୍କୁ ଡାକ ତ୤’ ସବିତା ଓ ତାର ଭାଇ ଦୀର୍ଘ ଚାରି ଘଣ୍ଟା ଧରି ଏଇ ଡାକରାକୁ ଅପେକ୍ଷା କରିଥିଲେ୤ ସରବାବୁ କହିଲେ ‘ତମେ ସବିତା ପ୍ରଧାନ, କ’ଣ ହେଇଚି ?’ ଲୁହ ସରସରରେ ସବିତା କହିଲା ‘ଗତ କାଲି ରାତି ନଟାରେ ମୁଁ ସାଙ୍ଗ ଘରୁ ଫେରୁଥିଲି୤ ଏଇ ପହଲି ପ୍ରଧାନ କହିଲା ‘ଏକଲା କ’ଣ ଯାଉଚୁ କିଲୋ ? ମୁଁ କହିଲି, ଯାଉଚି ତ୤’ ତହୁଁ ଭିଡ଼ାଓଟରା କଲା୤ ସରବାବୁ ରାଗରେ ପାଚିଯାଇ କହିଲେ ‘ତୁ କାଇଁ ରାତି ନଟାରେ ଏକଲା ଫେରୁଥିଲୁ୤ ଏଇଟା କ’ଣ ଆମେରିକା ? ଏ କଥା ରଟିଗଲେ ବା’ହେଇ ପାରିବୁ ତ ? ବାଡ଼ୁଅ ଝିଅଟା କିଛି ବୁଝିପାରୁନୁ ? ନିଜକୁ ତ ଲୁସ୍ନା କି ଅଞ୍ଜନା ଭାବିଦେଉଛ୤ ମୁର୍ଖଗୁଡ଼ାକ୤ ହଇରେ ପହଲି, ପହଲି ପ୍ରଧାନ ! ପହଲି ଆଜ୍ଞା ଆଜ୍ଞା ହୋଇ ପଶିଆସିଲା୤ ଛାଟଖୁମ୍ବକୁ ଯାଉଥିବା ବୋଦା ଭଳି ଛିଡ଼ା ହୋଇରହିଲା୤ ତହୁଁ ସରବାବୁ କହିଲେ- ‘ତୁ ସବିତାକୁ ଭୁଲ୍ ମାଗେ- ଆଜିଠୁ ତମେ ଭାଇଭଉଣୀ୤ ରାତି ଏଗାରଟା ସରିକି ପହଲି ପ୍ରଧାନ ସରବାବୁଙ୍କ ଘରେ ପହଞ୍ଚ ତାଙ୍କ ମିସେସ୍ଙ୍କ ହାତରେ ଲଫାପାଟିଏ ଦେଲା୤ ସେଥିରେ ମାତ୍ର ତିନି ହଜାର ଟଙ୍କା ଥିଲା୤

ମୋ ସହଧର୍ମଣୀ ତିନି ଦିନ ହେଲା ମୋତେ ଓ ମୋର ଗପକୁ ଏକବାରେ ଜଗିଛନ୍ତି୤ ନିଜକୁ ସଞ୍ଜତ ନ କରିପାରି କହିଲେ୤ ଶୁଣ ମୋ ଭାଇ ନାଁରେ ଯଦି ଧାଡ଼ିଟିଏ ଲେଖ ତୁମ ଗପଲେଖା ଛଡ଼ାଇଦେବି୤ ମୁଁ ମିଛରାଗରେ କହିଲି ‘ହଁ ହଁ ତୁମ ଭାଇଙ୍କୁ ମୁଁ ଚାରି ମାସ ତଳେ ଚାରି ହଜାର ଇଲେକ୍ଟ୍ରି ବିଲ୍ ହେଲାଣି ବୋଲି କହିଥିଲି୤ ସେ ଉଡ଼େଇଦେବ ବୋଲି କହିଥିଲା୤ ଏସ୍.ଡ଼ି.ଓ ହୋଇଛି ନା ଚପରାଶି ? ଶୁଣ ଯଦି ବିଲ୍ଟି ନ ଉଡ଼ାଏ ତେବେ ତ’ର ପାଳି ୟା ପରେ୤’ ସ୍ତ୍ରୀ କହିଲେ ‘ଏ କାମ ତାକୁ ଘଡ଼ିଏ ଲାଗିବନି୤ ମୁଁ କହିଦେବି୤ ଏକଦମ୍ ଭୋଳାଟା୤’

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ତାପସ ରଞ୍ଜନ ତ୍ରିପାଠୀ, ମନମଧୁପୁର, କେନ୍ଦ୍ରାପଡା
author photo
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. shampa |  ଜୁନ୍ ୨୬, ୨୦୧୧ - ୫:୪୯ ପୂର୍ବାହ୍ନ

    Bahut bhala lekhatie.Kintu dukha lage je aame e charitra mananku aama bhitare bahula bhabare dekhuchhu o sethipain lajjita bi nohun.

  • ୨. Akhaya |  ଜୁନ୍ ୨୭, ୨୦୧୧ - ୪:୩୫ ପୂର୍ବାହ୍ନ

    Bahut bhala heichhi galpati.

  • ୩. ଦେବଦତ୍ତ ମହାରଣା |  ଅଗଷ୍ଟ୍ ୩, ୨୦୧୧ - ୪:୦୪ ପୂର୍ବାହ୍ନ

    ଗପଟା ବହୁତ୍ ରୋମାଞ୍ଛକର. ପ୍ରତିଦିନ ଜିବନରେ ଯାହା ଯାହା ହୁଏ, ଗଳ୍ଫଟା ତାର ଏକ ପ୍ରତିବିମ୍ବ

  • ୪. Asis Kumar Samantaray |  ମେ ୩୦, ୨୦୧୨ - ୧୦:୫୯ ଅପରାହ୍ନ

    Eta gote sundar Galpati a Bahut Bhala Hoichhi.

  • ୫. swadhin, nagpur |  ମାର୍ଚ୍ଚ୍ ୧୩, ୨୦୧୪ - ୧:୦୧ ଅପରାହ୍ନ

    bahut badhia heichi

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤