ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବିପ୍ର ଆଚାର୍ଯ୍ୟ
ତ୍ରିନାଥ ସିଂହ
ନିତ୍ୟାନନ୍ଦ ମହାପାତ୍ର
କନକଲତା ସାହୁ
ସୌଭାଗ୍ୟ ମିଶ୍ର
କେ.ଶ୍ୟାମବାବୁ ଦୋରା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆମ ସମୟର ଚରିତ୍ରମାନେ
  ତାପସ ରଞ୍ଜନ ତ୍ରିପାଠୀ, ମନମଧୁପୁର, କେନ୍ଦ୍ରାପଡା
 
 
ତା: ଫେବୃଆରୀ ୨୫, ୨୦୧୧  
ମୂଳ ପୃଷ୍ଠାଗଳ୍ପବ୍ୟଙ୍ଗ
 

ଗାଁର ଚାନ୍ଦାଭେଦା ଦେଇ ନ ପାରିବା ହେତୁ ରାମ ମିଶ୍ରେ ଏକଘରକିଆ ହେଲେ୤ ସେଇଠୁ ଧୋବା ଓ ବାରିକ ତାଙ୍କୁ ଖଟନ୍ତିନାହିଁ୤ ଗୋଟିଏ ପୁଅ ପୋଲିଓ ଯୋଗୁଁ ଅକର୍ମଣ୍ୟ, ଅର୍ଥାଭାବରୁ ଦୁଇଟି ଝିଅଙ୍କ ବୟସ ଗଡ଼ିଯାଉଛି୤ ବାହାଘର ପାଇଁ ଯେନତେନ ପ୍ରକାରେ ପୁଅଟିଏ ଠିକଣା କରିପାରୁନାହାନ୍ତି ୤ ରାମ ମିଶ୍ରଙ୍କର ଦାଢ଼ି ପେଟକୁ ଛୁଇଁବାକୁ ବସିଲାଣି୤ ଲୋକେ ଭାବନ୍ତି ଦୁଃଖ ଗଲେ ସେ ଦାଢ଼ି କାଟିବାକୁ ମନସ୍ଥ କରିଥିବେ୤ ପ୍ରକୃତରେ ସେଲୁନ୍ରେ ବ୍ୟୟ ସାପେକ୍ଷ ହେବା ହେତୁ ସେ ଦାଢ଼ି ଓ ମୁଣ୍ଡବାଳକୁ ସ୍ବାଧୀନ କରିଦେଇଛନ୍ତି୤
ଡହଡହ ଖରା ବେଳଟାରେ ସେ ବହୁ ସାହସ ସଞ୍ଚୟ କରି ବ୍ଲକ୍ ଅଫିସ୍ରେ ପହଞ୍ଚିଲେ୤ ବି.ଡ଼ି.ଓ.ଙ୍କ ପିଅନକୁ ପଚାରିଲେ ‘ଆଜ୍ଞା ବାବୁଙ୍କୁ ଦେଖା କରିହେବ୤ ସେ ବିରକ୍ତି ପ୍ରକାଶ କରି, ଅପେକ୍ଷା କର ବୋଲି କହିଲା୤ ଦୀର୍ଘ ସମୟ ଅପେକ୍ଷାର ଯନ୍ତ୍ରଣାକୁ ହଜମ କରିବା ପରେ ଭିତରକୁ ପଶିଲେ୤ ବି.ଡ଼ି.ଓ. କଞ୍ଚା ବୟସର୤ ରାମ ମିଶ୍ରଙ୍କ ଚେହେରାଟା ଦେଖି ତାଙ୍କର ହୃଦୟଟା ବୋଧେ ତରଳିଗଲା୤ ତହୁଁ ପଚାରିଲେ, କ’ଣ ହେଲା ? ଥର ଥର ହୋଇ ରାମ ମିଶ୍ରେ କହିଲେ ‘ଆଜ୍ଞା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦରଖାସ୍ତ କରିଥିଲି- ଏକମାତ୍ର ପୁଅ ପୋଲିଓ ରୋଗରେ ଅକାମି, ଦୁଇଟି ବାଡୁଅ ଝିଅ, ବୋହୂ, ଗୋଟିଏ ନାତି, ମୁଁ ଓ ଭାରିଜା ମିଶିଲେ ସାତଜଣ, କିପରି ବ୍ରାହ୍ମଣପଣ କରି ଏ ବୟସରେ ଘର ଚଳାଉଛି ତା’ ମୁଁ ଜାଣେ୤ ମୋ ଗୁହାରି କ’ଣ ଶୁଣିବେନି ! ନାୟକ ବାବୁଙ୍କୁ ସାକ୍ଷାତ୍ କର ବୋଲି ବି.ଡ଼ି.ଓ. ମହାଶୟ କହିଲେ୤

ରାମ ମିଶ୍ରେ ଆଶୀର୍ବାଦ ଶ୍ଳୋକଟିଏ ବୋଲି ସେଠୁ ବିଦାୟ ନେଇ ପଚାରିପଚାରି ସେଇ ମହାମାନବ ପାଖରେ ପହଞ୍ଚିଗଲେ୤ ସେତବେଳକୁ ନାୟକ ମହାଶୟ ଉଦର ପୂର୍ଣ୍ଣ କରୁଥିଲେ୤ କହିଲେ କ’ଣ ହେଲା “ଭତ୍ତା କଥା ତ” ? ସବୁ ହୋଇଯାଇଛି ହେଲେ ଦି ଖଣ୍ଡ ନ ଦେଲେ ସେଇମିତି ବସିଥିବ୤ ଦୁଇଶହ ଟଙ୍କା ନାୟକ ବାବୁଙ୍କ ପକେଟରେ ଭର୍ତ୍ତି କରିବାକୁ ରାମ ମିଶ୍ରଙ୍କୁ ପ୍ରାୟ ୩ ମାସ ଲାଗିଗଲା୤ ଯା’ହେଉ ରାମ ମିଶ୍ରେ ବର୍ତ୍ତମାନ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି୤ ସେ ଯେଉଁଠି ବସନ୍ତି ନାୟକ ବାବୁଙ୍କ ନିର୍ମଳ ପ୍ରଶଂସା କରନ୍ତି୤
ଜଗୁ ମହାନ୍ତି ଦିନ ଚାରିଟା ବେଳେ ଡାକ୍ତର ପଣ୍ଡାଙ୍କ ଘର କଲିଙ୍ଗ୍-ବେଲ୍ ଚିପିଲା୤ ସଙ୍ଗେ ସଙ୍ଗେ ଦୁଆର ମଧ୍ୟ ଖୋଲିଗଲା୤ ଚାକର ଟୋକା ପଚାରିଲା କ’ଣ ହେଲା ? ଉତ୍ତର- ‘ଡାକ୍ତରଙ୍କୁ କହିବ ଜଗୁ ମହାନ୍ତି ଆସିଛନ୍ତି୤’ ଡାକ୍ତର ମହାଶୟ ଭଗବାନଙ୍କୁ ପାଇଲା ଭଳି ଲୁଙ୍ଗି ଓ ଗାମୁଛା ସହ ଆଖି ମଳି ମଳି ପହଞ୍ଚିଗଲେ ଓ କହିଲେ ‘କିଓ ଅସମୟରେ- ଆମକୁ ତ ପୁରା ଭୁଲିଗଲଣି, ବସ ବସ୤’ ଜଗୁ ମହାନ୍ତି ଛାତି ଫୁଲାଇ କହିଲା-‘ମୋ ଘର ଲୋକଟା ତା ସାଇର ଗୋଟେ ଟୋକାକୁ ବାଡ଼େଇପକାଇଛି୤ ସେ ଏ ଯାଏଁ ପୋଲିସ୍ ଷ୍ଟେସନ୍ ଆସିନି୤ ଆମେ ଆଗୁଆ ଗୋଟିଏ ଏଫାୟାର୍ ଦେଇ ଦେଲେ ଆଉ ଡରଭୟ ନ ଥିବ୤

ଜଗୁ ମହାନ୍ତି କଥା ଅନୁସାରେ ଲୋକଟିର ଦେହସାରା ମିଛ ବ୍ୟାଣ୍ଡେଜ୍ କରିଦେଲେ ଡାକ୍ତର ମହାଶୟ୤ ମସ୍ତବଡ଼ ରିପୋର୍ଟ ମଧ୍ୟ ଲେଖିଦେଲେ୤ ଶେଷରେ କହିଲେ ‘ଏଇ ଛୋଟିଆ କାମରେ ମୋର ଦ୍ବାରସ୍ଥ ହେଲ ! ହଁ- ଆମ ପ୍ରତି ନିଘା ରଖିଥିବ, ଟ୍ରାନସ୍ଫର ଚାଲିଛି୤ ଜଗୁ ହସିହସି କହିଲା ‘ମୁଁ ଏବେ ବିଧାୟକଙ୍କ ସହ ଆପଣଙ୍କ ବିଷୟ ଏକ ଘଣ୍ଟା କଥା ହୋଇଛି୤’ ତା’ପରେ ଚା ସିଗାରେଟ୍- ତାପରେ ପାନ୤ ତହିଁ ପରଦିନ ଜଗୁ ମହାନ୍ତି ବଛା ପାଟକପୁରା କଦଳୀ କାନ୍ଧିଟିଏ ଡାକ୍ତରଙ୍କ ଘରକୁ ପଠାଇଥିଲା ତା ଲୋକ ହାତରେ୤ ପ୍ରକୃତରେ ଜଗୁ ମହାନ୍ତିର ଗୋଟେ ଲୋକ ବୁଢ଼ୀ ପାଗେଳୀଟାକୁ ଦିନ ଦିପହରରେ ରମଣ କଲା୤ ସାଇଟୋକା ଦୟା ବେହେରା ଏହାର ପ୍ରତିବାଦ କରି ଜେଲ୍ ଗଲା୤ ବିଜୟା ସ୍ବେଚ୍ଛାସେବୀ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ଜଗୁ ମହାନ୍ତି ସ୍ବେଚ୍ଛାସେବୀ ‘ଗୋପବନ୍ଧୁ’ ପୁରସ୍କାର ଗ୍ରହଣ କଲାବେଳେ କରତାଳି ଆରମ୍ଭ କରିଥିଲେ ଡାକ୍ତର ମହାଶୟ୤

ଅଧ୍ୟାପକ ବୀରବାବୁ କଲେଜ୍ରୁ ଫେରି ଘରେ ପଶୁପଶୁ ଦେଖିଲେ ସତର ଅଠର ବର୍ଷର ପିଲାଟିଏ ଦାଣ୍ଡଘରେ ବସିଥିଲା- ଛିଡ଼ା ହୋଇଗଲା୤ ବସ ବସ, କ’ଣ ହେଲା ? କାନରେ ହାତ ମାରିମାରି ପିଲାଟି କହିଲା ‘ସାର୍ ଏ ଚିଠିଟା ଆପଣଙ୍କ ସାଙ୍ଗ ଦାମ ବାବୁ ଦେଇଛନ୍ତି୤ଏକ ନିଶ୍ବାସକେ ପଢ଼ି ମୁହଁଟାକୁ ଆମ୍ବିଳେଇଦେଇ କହିଲେ କ’ଣ ସେ ଭଲ ଅଛନ୍ତି ? ‘ଆଜ୍ଞା’୤ ‘ଶୁଣ ମୁଁ ଖାତାରେ ମାର୍କ ବଢ଼ାଇବା ବା କପି କରିବାର ପକ୍ଷରେ ନୁହେଁ୤ ଏ କଥା ତ ଦାମବାବୁ ବେଶ୍ ଭଲ ଭାବରେ ଜାଣନ୍ତି୤’ ପିଲାଟିର ଫିଉଜ୍ ଆସ୍ତେ ଆସ୍ତେ ଉଡ଼ିଯିବା ବେଳକୁ ମାଡ଼ାମ୍ଙ୍କର ନିର୍ଦ୍ଦେଶପୂର୍ଣ୍ଣ ଡାକରା ଆସିଲା୤ ପିଲାଟି ସହ କଥାବାର୍ତ୍ତା ଅଧା ରଖି ସେ ଘର ଭିତରକୁ ଧସେଇପଶିଲେ୤

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ତାପସ ରଞ୍ଜନ ତ୍ରିପାଠୀ, ମନମଧୁପୁର, କେନ୍ଦ୍ରାପଡା
author photo
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. shampa |  ଜୁନ୍ ୨୬, ୨୦୧୧ - ୫:୪୯ ପୂର୍ବାହ୍ନ

    Bahut bhala lekhatie.Kintu dukha lage je aame e charitra mananku aama bhitare bahula bhabare dekhuchhu o sethipain lajjita bi nohun.

  • ୨. Akhaya |  ଜୁନ୍ ୨୭, ୨୦୧୧ - ୪:୩୫ ପୂର୍ବାହ୍ନ

    Bahut bhala heichhi galpati.

  • ୩. ଦେବଦତ୍ତ ମହାରଣା |  ଅଗଷ୍ଟ୍ ୩, ୨୦୧୧ - ୪:୦୪ ପୂର୍ବାହ୍ନ

    ଗପଟା ବହୁତ୍ ରୋମାଞ୍ଛକର. ପ୍ରତିଦିନ ଜିବନରେ ଯାହା ଯାହା ହୁଏ, ଗଳ୍ଫଟା ତାର ଏକ ପ୍ରତିବିମ୍ବ

  • ୪. Asis Kumar Samantaray |  ମେ ୩୦, ୨୦୧୨ - ୧୦:୫୯ ଅପରାହ୍ନ

    Eta gote sundar Galpati a Bahut Bhala Hoichhi.

  • ୫. swadhin, nagpur |  ମାର୍ଚ୍ଚ୍ ୧୩, ୨୦୧୪ - ୧:୦୧ ଅପରାହ୍ନ

    bahut badhia heichi

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤