ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ସକାଳ ଦଶଟା ବାଜିଲା କୁନା ଓ ମୁନା ସ୍କୁଲକୁ ଗଲେ ରମେଶବାବୁ ଅଫିସ ଯିବା ବାଟରେ ବୁଢାଙ୍କୁ ବସ୍ରେ ବସାଇଦେବେ ବୁଢା ବି ସାତଚଉତା ଧୋତି ଆଉ ପଞ୍ଜାବୀ ପିନ୍ଧିସାରିଲେଣି ରମେଶବାବୁ ପଚାରିଲେ- ବାପା ତମେ କ’ଣ ସତରେ ଆଜି ଗାଁକୁ ଚାଲିଯିବ ? ବୁଢା ବୋହୂକୂ ଡାକି କହିଲେ, ପିଲା ବୁଦ୍ଧି ଛାଡ, ମା’ ମୁଁ ଗାଁ କୁ ଯାଉଛି ତୁ ପିଲାମାନଙ୍କୁ ଜମା ମାରଧର କରିବୁନି ବୋହୂ ନିରୁତ୍ତର ପ୍ରଣାମ ବି କଲା ନାହିଁ ବୁଢା ପାଦ କାଢିଲେ ଏସବୁ ଭାଗ୍ୟ ଦୋଷ କୁଆଡେ କର୍ମକୁ ଆଦରି ପୁଅର ପିଛା ଧରିଲେ
ବୁଢା ଏକା ଏକା ନରଣଗଡ ଯିବେ ଅନେକ ରାସ୍ତା ବସ ଚାଲିଥାଏ ବୁଢା ଖୁବ୍ ବିଷର୍ଣ୍ଣ ମନେମନେ ଭାବୁଥିଲେ, ସେ ଆଜିକାଲି ଅଦରକାରୀ ହୋଇଗଲେଣି ବସି ଖାଇଲେ ନଈବାଲି ସରେ ତାଙ୍କୁ କିଏ କାହିଁକି ଏ ମହଙ୍ଗା ଯୁଗରେ ପଚାରିବ ଭାବନାର ଅନ୍ତ ନାହିଁ ଗାଡି ଆସି ଭଞ୍ଜନଗରରେ ଛିଡା ହେଲାଣି ସେତେବେଳକୁ ଘଣ୍ଟାରେ ଚାରିଟା ସ୍କୁଲ ପିଲାମାନେ ବହିବସ୍ତାନି ଧରି ଘରକୁ ଫେରୁଛନ୍ତି ବୁଢାଙ୍କର ପୁଣି କୋହ ଉଠିଲା କୁନାମୁନା ଏବେ ସ୍କୁଲରୁ ଫେରୁଥିବେ ସ୍କୁଲରୁ ଫେରିବା ପରେ ଜେଜେ କବାଟ ଖୋଲିଦେଲେ କୁନା ଭିତରକୁ ଆସେ ଜେଜେକୁ ସେ ଖୋଜୁଥିବ ନିଶ୍ଚୟ ଜେଜେ ସେଦିନ କୁନାକୁ ପାଠ ପଢାଇଲାବେଳେ କହିଥିଲେ, ମିଛ କହିବା ମହାପାପ କିନ୍ତୁ ଆଜି ଜେଜେ ମତେ ମିଛ କହି ଠକି ଚାଲିଗଲେ- ଏଇଆ ଭାବୁଥିବ ମନରେ ସିଏ ? ବୋଧହୁଏ କୁନା ଏଇଠୁ ସଂସାରଯାକର ମିଛ କହିବା ଶିଖିବ କହିବ ବଡମାନେ କହନ୍ତି ଗୋଟାଏ, କରନ୍ତି ଗୋଟାଏ ବୁଢାର ମୁଣ୍ଡ ଭିତରେ ସେଇ ଚକ୍ରଟା ପୁଣି ଓଲଟା ଘୂରୁଥିଲା ବସ ରେଲିଂ ଦେହରେ ମୁଣ୍ଡଟାକୁ ପିଟି ଛତୁ କରିଦେବାକୁ ଇଚ୍ଛା ହେଉଥିଲା ଅବା
ନରଣଗଡରେ ବସ୍ ପହଞ୍ଚିଲା ବୁଢା ଘରେ ପାଦ ପକାଇଲେ କିଛି ହେଉ ନ ହେଉ ଏଇଠି ପଡିରହିଲେ ଜାତି ଭାଇ ତାଙ୍କର ମଡାରେ ହାତ ଲଗାଇବେ ତ ନିଜକୁ ନିଜେ ସାନ୍ତ୍ବନା ଦେଉଥିଲେ ମଝିଆ ପୁଅ ସୁକେଶ ଖୁବ୍ ବିରକ୍ତ ହେଲା କହିଲା – ମୁଁ ମନା କରୁଛି ଯାଅନି ସେଠିକୁ ହଉ, ତୁମେ ବିଶ୍ରାମ କର ମୁଁ ସନ୍ଧ୍ୟାରେ ଦୋକାନରୁ ଫେରିଲେ ତୁମକୁ ଡାକ୍ତର ଦେଖାଇବି
ମଝିଆଁ ପୁଅ ସୁକେଶର ବହି ଦୋକାନ ବିକ୍ରିବଟା ସେତେ ଭଲ ନୁହେଁ ମନେମନେ ସେ ଭାବୁଛି, ପାଖ ମଦ ଦୋକାନରେ ଏତେ ଭିଡ କିନ୍ତୁ ବହିକୁ କାହିଁକି ଲୋକଙ୍କର ଏତେ କମ୍ ଆଗ୍ରହ ? ସୋମରସଠାରୁ ପୁସ୍ତକର ରସ କ’ଣ ଏତେ ନୀରସ ! ଖୁବ୍ ଆଶ୍ଚର୍ଯ୍ୟ ଲାଗୁଥିଲା ତାକୁ ସେ ଗୋଟାଏ ସତ୍ ବ୍ୟବସାୟରେ ଅଛି କିନ୍ତୁ ତାକୁ ଲକ୍ଷ୍ମୀ ମିଳୁନାହାନ୍ତି ସୁକେଶ ନିରାଶ ହୋଇ ଦୋକାନର ସଟର ଟାଣିଲା ଘରେ ପହଞ୍ଚିବା ବେଳକୁ ବୁଢା ଆସି ଦାଣ୍ଡଦୁଆରେ କହିଲେ, ଆଜି ଏତେ ଡେରି କଲୁ ବଇଦ ପାଖକୁ ଯିବା ପରା
ନାଇଁ ବାପା ! ଆଜି କିଛି ଭଲ ବିକ୍ରି ହେଲାନି ବୁଢାର ମୁଣ୍ଡଟା ବରଗଛ ଓହଳ ପରି ତଳକୁ ଲମ୍ବିଗଲା ବୁଢା କହିଲେ, “ମୁଁ ଜାଣେ ପରା ତୁ ସେ ଦୋକାନରେ ମୃଗୁଣୀ ସ୍ତୁତି, ମନବୋଧ ଚଉତିଶା ଆଉ ବାଲ୍ମିକୀ ରାମାୟଣ ନ ରଖିବା ପର୍ଯ୍ୟନ୍ତ ତୋର ବିକ୍ରିବଟା ଭଲ ହେବନି ” ସୁକେଶ ବାପାଙ୍କ ସରଳତାର ଗଭୀର ସମୁଦ୍ରରେ ଡୁବ ମାରି ପୁଣି ଉପରକୁ ଉଠୁଥିଲା ଯେଉଁଠି ଡିସ୍କୋ ନୃତ୍ୟ କଳା, ଯେଉଁଠି ସାମାଜିକ ଚଳଣୀ ଅଶ୍ଳୀଳତାରେ ଭରପୁର, ସେଠି ମୃଗୁଣୀ ସ୍ତୁତି ପଢିବ କିଏ ? ସୁକେଶ ବାପାଙ୍କୁ ବୁଝାଇ ନ ପାରି ନିଜକୁ ନିଜେ ବୁଝାଉଥିଲା
ବୁଢାଙ୍କ ଶ୍ବାସ ଧଇଁ ପେଲିହେଉଛି ବାଉଳାଚାଉଳା ହେଲେଣି ଲାଗୁଛି ସେପାରିରୁ ଡାକ ଶୁଭିଲାଣି ଦେହ ଭିତରେ ଅବା ହାଡଗୁଡାକ ଖସି ବିଡା ବାନ୍ଧିହେଉଛି ଦେହର କାନ୍ଥରେ ପଲସ୍ତରା ଛାଡି ଖଣ୍ଡେ ଖଣ୍ଡେ ଇଟା ଖସି ଦାନ୍ତୁରା ଦିଶିଲାଣି କହିଲେ, ଭାଇକୁ ଡାକ୍ ଜଲଦି ସିଏ ବ୍ୟାଙ୍କ ଅଫିସର ଟଙ୍କା ପଇସା ଯଦି ଖର୍ଚ୍ଚ କରିବ କେଜାଣି କାଳେ ବଞ୍ଚିଯିବି ବୁଢାଙ୍କ କଥାରୁ ମନେ ହେଉଥିଲା ତାଙ୍କର ବଞ୍ଚିବାର ମୋହ ଦୁର୍ବାର ଥିଲା
କିଏ ଜଣେ ଆଟାଚିଟା ତଳେ ଥୋଇବାର ଶବ୍ଦ ଶୁଣାଗଲା ବୁଢା ଉପରକୁ ଚାହିଁଲାବେଳକୁ ସାମ୍ନାରେ ରମେଶ ତା ପଛରେ ବୋହୂ କୁନା-ମୁନା ଜେଜେ ଉପରକୁ ଚଢିଯିବା ବେଳକୁ ବୁଢାର ଧଇଁକାଶରେ ଛିଞ୍ଚାଡିହୋଇପଡିଲେ ବୁଢାଙ୍କ ଶ୍ବାସ ରୋଗର ତୀବ୍ରତା ଅନୁଭବ ହେଲାଣି ବୋହୂ ବୁଢାଙ୍କ ପାଦ ଛୁଇଁ ପ୍ରଣାମ କଲା
ବୁଢା ପୁଣି ବାଉଳାଚାଉଳା କଥା କହିଲେଣି ଅଙ୍ଗୁଳି ନିର୍ଦ୍ଦେଶ କରି କହିଲେ, ଆରେ ପୁଅ ଦେଖିଲୁ ବଡ ବଡ ଶିଙ୍ଗ ଅଛି ମୁଣ୍ଡରେ ସେ ଲୋକଟା କାହାକୁ ଡାକୁଛି ପଚାରିଲୁ କାହାକୁ ଖୋଜୁଛି ସିଏ ସମସ୍ତେ ସେଇଆଡକୁ ଚାହିଁଲେ ଆଖପାଖରେ କେହି ନାହିଁ ବୁଢାଙ୍କର ବୋଧହୁଏ ସମୟ ପାଖେଇଗଲା ଦେଖାଗଲା ବୁଢା କାଶିକାଶି ମୁଦାହେଇ ଗୋଟେ ପ୍ରଶ୍ନବାଚୀ ପାଲଟିଗଲେ ମନେ ହେଲା ବୁଢା ଆମ ସମସ୍ତଙ୍କୁ ବାରମ୍ବାର ପ୍ରଶ୍ନ କରୁଛନ୍ତି – “ଆରେ ଅଧମ – ତୁମେ କ’ଣ କେହି ବୁଢା ହେବ ନାହିଁ ? ତୁମେ କ’ଣ କେହି ବାର୍ଦ୍ଧକ୍ୟକୁ ସାମ୍ନା କରିବ ନାହିଁ ? ଲୋକଗୁଡାକ ଦାନ୍ତରେ ତିରଣ ନିକୁଟି ଧରିଥିବା ଗୋହତ୍ୟାକାରୀ ଭଳି ଛିଡା ହୋଇଥିଲେ
ପୃଷ୍ଠା ସଂଖ୍ୟା : 1 2
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. ଜଗଦୀଶ ତ୍ରିପାଠୀ | ଫେବୃଆରୀ ୩, ୨୦୧୧ - ୧୧:୪୪ ଅପରାହ୍ନ
ବହୁତ ଭଲ ଲାଗିଲା । ଆପଙ୍କଠୁ ଏମିତି ଅନେକ ଆଶା କରୁଛୁ ।
୨. ମହେନ୍ଦ୍ର ମିଶ୍ର | ଫେବୃଆରୀ ୮, ୨୦୧୧ - ୧:୩୧ ପୂର୍ବାହ୍ନ
ଲେଖାଟି ବହୁତ ଭଲ ହୋଇଛି ପ୍ରଚଳିତ ସାମାଜିକ ବ୍ୟବସ୍ଥା ଏବଂ ଗତାନୁଗତିକ ଢଙ୍ଗରେ ଲେଖାଟି ପର୍ଯ୍ୟବେଶିତ ହୋଇଥିଲେ ମଧ୍ୟ ଲେଖକଙ୍କ ଶବ୍ଦ ସଂଯୋଜନା ବିଶେଷ କରି ଆଞ୍ଚଳିକ ଶବ୍ଦ ବିନ୍ୟାଶ ଲେଖାଟିକୁ ଜୀବନ୍ତ କରିଛି
୩. ସ୍ମୁତି ସୁମନ, Bhubaneswar | ମେ ୩, ୨୦୧୩ - ୧୨:୪୮ ପୂର୍ବାହ୍ନ
ବହୁତ ଭଲ ଲାଗିଲା