ନବ ପ୍ରତିଭା

ମୁଁ ଅନୁତପ୍ତ
|- ସମ୍ବିତ କୁମାର ହୋତା, କତାର୍, ଦୋହା
ବସ୍ତ୍ର ହରଣ
|- ଅକ୍ଷୟ କୁମାର ରାଉତ
ନିମିତ୍ୟ
|- ରଜତ କୁମାର ମିଶ୍ର

ସାମ୍ପ୍ରତିକ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ଓଡ଼ିଶାର ଜନଜାତି ଓ ବନଜାତିର ଜୀବନ ପ୍ରତିଫଳିତ ହେଉଛି କି ?

ମତଦାନ ଫଳାଫଳ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ୤


-ଉତ୍କଳ ଗୌରବ ମଧୁସୂଦନ ଦାସ

ବିୟୁଟି ପାର୍ଲର୍‌
 |- କମଳାକାନ୍ତ ଜେନା
 
 
ତା: ଅକ୍ଟୋବର୍ ୧୩, ୨୦୦୯  
ମୂଳ ପୃଷ୍ଠାଗଳ୍ପ
 

ବାବୁଙ୍କ ଓଠରେ ହସ ବଢ଼ିବଢ଼ି ଚାଲିଛି ତ ଗୋଟେପଣେ ଥରୁଥିବା ଛୁଞ୍ଚିଆର ଚିରାପୋଟଳରୁ ଲୁହ ଗଡ଼ି ଚାଲିଛି୤ ବାବୁଙ୍କ ଗୋଡ଼ ଧରି ବସି ପଡ଼ିଲା୤ ଆଜ୍ଞା, ମାଆ ଆମର ଆଶା ପାରେଖ୍‌ଷ୍ଟାଇଲ୍‌କରିବାକୁ କହିଥିଲେ୤ ମାଆଙ୍କ ମୁଣ୍ଡକୁ ସେଇ ନଅ କୋଣିଆ ଡବା ଭିତରେ ପୁରାଇ ମୋ କମ୍ପ୍ୟୁଟର ଅପରେଟର୍‌ଟୋକାଟା ମଧ୍ୟ କମାଣ୍ଡ ଦେଇଥିଲା୤ ହେଲେ ଆଜ୍ଞା କମ୍ପ୍ୟୁଟର ଭିତର ଯେ ଭାଇରସ୍‌କେତେବେଳେ ପଶିଯାଇଛି ମୋତେ ଜଣାନାହିଁ କି କାହାରିକୁ ମାଲୁମ ନାହିଁ୤ ଡବା ଭିତରୁତ ମୁଣ୍ଡ କାଢ଼ିଲା ବେଳକୁ ସବୁ ସରିଯାଇଛି୤ ବହୁତ ବଡ଼ ଭୁଲ ହୋଇଗଲା ଆଜ୍ଞା୤ ଆଉ କହି ପାରିଲାନି, ଖାଲି ଭୋ ଭୋ ହୋଇ କାନ୍ଦିଲା ଛୁଞ୍ଚିଆ୤ ବାବୁ ଛୁଞ୍ଚିଆକୁ ତଳୁ ଉଠେଇ ପକେଇ କହିଲେ, ନାଁ ନାଁ, ମୋଟେ କାନ୍ଦନା୤ ଦିହ ଖରାପ ହେବ୤ ତୋତେ ବି ସୁବିଧା ହେଲା, ଆଉ ମୋତେ ବି ଆରାମ୤ ତୁ ବିଚରା ମାସକୁ ମାସ ମାଆଙ୍କର ବାଳ ବାଗେଇ ଇନ୍‌ଷ୍ଟାଇଲ୍‌ମେଣ୍ଟରେ ମୋର ଋଣ ଗୁଡ଼ାକ ଶୁଝି ଥାଆନ୍ତୁ୤ ଯାହା ହେଉ, ଭଲ ହେଲା ନା, ଏକା ବେଳରେ ଫୁଲ୍‌ପେମେଣ୍ଟ ଦେଇଦେଲୁ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କମଳାକାନ୍ତ ଜେନା, ସୁନ୍ଦରଗଡ
ଜଣେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଭାବେ କମଳାକାନ୍ତ ଜେନା ବିଭିନ୍ନ ବିଜ୍ଞାନଭିତ୍ତିକ ପ୍ରବନ୍ଧ ଏବଂ ଲେଖା ପାଇଁ ବେଶ୍ ପରିଚିତ୤ ଏହା ବ୍ୟତୀତ ତାଙ୍କର ବ୍ୟଙ୍ଗ ରଚନା ହେଉଛି ଅନ୍ୟତମ ନିଶା୤ ପେଶାରେ ଜଣେ ଅଧ୍ୟାପକ ହୋଇଥିଲେ ସୁଦ୍ଧା ବିଭିନ୍ନ ଓଡ଼ିଆ ପତ୍ରପତ୍ରିକା ସହିତ ସମ୍ବାଦପତ୍ର ପାଇଁ ଶ୍ରୀ ଜେନା ତାଙ୍କର ଲେଖନୀଚାଳନା ଅବ୍ୟାହତ ରଖିଛନ୍ତି୤
 

ମତାମତ ସଂଖ୍ୟା - ୯ ଆପଣଙ୍କ ମତାମତ ?

  • ୧. skrathg  |  ଡିସେମ୍ବର୍ ୧୨, ୨୦୦୯ - ୭:୪୮ ପୂର୍ବାହ୍ନ

    ଅତିସୁନ୍ଦର୤
    ବିଷୟବସ୍ତୁ ଏବଂ ଶବ୍ଦ ସଂରଚନା ଉଭୟ ପ୍ରଶଂସାଯୋଗ୍ୟ୤

  • ୨. tanmayamishra  |  ଡିସେମ୍ବର୍ ୧୫, ୨୦୦୯ - ୧୨:୪୬ ପୂର୍ବାହ୍ନ

    ବହୁତ ଭଲ ହୋଇଛି, ସତରେ ପ୍ରଶଂସାଯୋଗ୍ୟ୤

  • ୩. ସୁଦୀପ୍ତ ପଣ୍ଡା  |  ମାର୍ଚ୍ଚ୍ ୨୦, ୨୦୧୧ - ୩:୩୫ ପୂର୍ବାହ୍ନ

    ଭଲ ହୋଇଛି୤ ଯଦି କମ୍ପୁଟର୍, ଭାଇରସ ଇତ୍ୟାଦିର ବ୍ୟବହାର କରା ହୋଇ ନଥାନ୍ତା ତା ହେଲେ ଆହୁରି ଭଲ ହୋଇଥାନ୍ତା୤

  • ୪. Abhishek  |  ମାର୍ଚ୍ଚ୍ ୨୬, ୨୦୧୧ - ୬:୨୦ ପୂର୍ବାହ୍ନ

    kichi bujhi helani

  • ୫. ସୁନ୍ଦର  |  ଜୁନ୍ ୨୨, ୨୦୧୧ - ୩:୦୩ ଅପରାହ୍ନ

    ଅତିସୁନ୍ଦର,ସତରେ ପ୍ରଶଂସାଯୋଗ୍ୟ.

  • ୬. ବିରଞ୍ଛି ନାରାୟଣ ବେହେରା  |  ଜୁଲାଇ ୮, ୨୦୧୧ - ୮:୩୮ ପୂର୍ବାହ୍ନ

    ବହୁତ ଭଲ ହୋଇଛି ୤

  • ୭. ଜିତେଶ୍ ଜେନ୤  |  ଜୁଲାଇ ୧୫, ୨୦୧୧ - ୫:୧୩ ପୂର୍ବାହ୍ନ

    ବହୁତ୍ ଭଲ ଲାଗୁଛି ଟେକ୍ନୋଲଜି ଟା କିନ୍ତୁ କିଛି , ବ୍ର୤ଉଜର୍ ସହିତ ବି ଖାପ ଖାଉଛି, ବହୁତ୍ ଭଲ, ଆଗେଇ ଜାଆନ୍ତୁ.

  • ୮. ଚିତ୍ତରଞ୍ଜନ ଜେନା  |  ଅଗଷ୍ଟ୍ ୭, ୨୦୧୧ - ୧୦:୪୩ ପୂର୍ବାହ୍ନ

    ଅଧ୍ୟାପକ ସାରେ ଭାଆରି ବଢିଆ

  • ୯. ଶୁଭମ ବିଶ୍ବାଳ  |  ଅକ୍ଟୋବର୍ ୪, ୨୦୧୧ - ୧:୫୬ ପୂର୍ବାହ୍ନ

    ଗଲ୍ପଟି ଖୁବ୍ ସୁନ୍ଦର ହୋଇଛି!

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤