ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ଗୋଦାବରୀଶ ମହାପାତ୍ର
ବରେନ୍ଦ୍ର କୃଷ୍ଣ ଧଳ
ମଧୁସୂଦନ ଦାସ
ମହାପାତ୍ର ନୀଳମଣି ସାହୁ
ଗୋପାଳ ଚନ୍ଦ୍ର ପ୍ରହରାଜ
ସୁଶାନ୍ତ ଦାଶ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବିୟୁଟି ପାର୍ଲର୍‌
 |- କମଳାକାନ୍ତ ଜେନା
 
 
ତା: ଅକ୍ଟୋବର୍ ୧୩, ୨୦୦୯  
ମୂଳ ପୃଷ୍ଠାଗଳ୍ପ
 

ସେଦିନ ସକାଳୁ ମାଈ ନେଉଳ ବାଟ କାଟିଥିଲା କି କଅଣ, ଗୋଟେ ଫୁଲୁଫୁଲିଆ ବେଳରେ ଛୁଞ୍ଚିଆର ପରିଚୟ ହୋଇଗଲା, ଜଣେ ବେଙ୍କ୍‌ବାବୁଙ୍କର ଦିଲ୍‌ଘର ଭିତରେ ଓଥରାଟା ପାଇଁ ଭୁତୁଭୁତୁ କୋହ ଉଠିଲା୤ ଯୋଗକୁ ସେହିମାସ ଗାଦିଏ ଟଙ୍କା କରଜରେ ଲଗାଇବା ପାଇଁ ଅଫିସ୍‌କୁ ଚେତାବନି କାଗଜ ଆସିଥାଏ୤ ଆହା, କି ଯୋଟକ୤ “ରୋଗୀ ଖୋଜୁଥିଲା କାକରପାଣି, ବଇଦ କହିଲା ପିଇ ତୋରାଣି”୤ ବାବୁ ସବୁର ଗେରେଣ୍ଟି ଫେରେଣ୍ଟି ନିଜ ମୁଣ୍ଡକୁ ନେଇ ଟୋକାଟାକୁ ଗୋଟେ ଭଲକରି ମଡ଼ର୍ଣ୍ଣ ବିଉଟି ପାର୍ଲର୍‌କରିବା ପାଇଁ ଯେତିକି ଟଙ୍କାର ଋଣ କରେଇଦେଲେ, ସେତିକି ଛୁଞ୍ଚିଆର ବାପ ବି ଦେଖି ନଥିଲା୤ ଛୁଞ୍ଚିଆ କଷ୍ଟେମଷ୍ଟେ ଏକରେ ଦିଇଟା ଶୂନ ଯାଏ ଗଣି ପାରିବ ସିନା, ହେଲେ ଦୁଇରେ ପାଞ୍ଚଟା ଶୂନ ଶୁଣି ପେଟର ଅନ୍ତପିତ୍ତ ସବୁ ମଗଜକୁ ଉଠିଗଲାପରି ତାକୁ ଲାଗିଲା୤ ଯାହା ହେଉ ବାବୁଙ୍କ ଅପାର କରୁଣାରୁ ଛୁଞ୍ଚିଆ ସହରର ପ୍ରଥମ କମ୍ପ୍ୟୁଟରାଇଜ୍‌ବିୟୁଟି ପାର୍ଲର୍‌ଖୋଲିଦେଲା୤ ବାପ ଛେଉଣ୍ଡକୁ ଲାଗିଲା ସେ ଯେମିତି ବେଙ୍କ୍‌ପାଖରେ ନୁହେଁ, ବରଂ ବାବୁଙ୍କ ନିକଟରେ ଆଜୀବନ ଋଣୀ ରହିଗଲା୤

ତା ପରଠାରୁ ବାବୁଙ୍କୁ ରାସ୍ତା ଘାଟ ଯେଉଁଠି ଦେଖିଲେ, ମୁଣ୍ଡ ନୁଏଇଁ ଓଳଗି ହୁଏ୤ ବାବୁତ ପଇସାବାଲା ବଡ଼ ଲୋକ୤ କଅଣ ଦେଇ ତାଙ୍କ ଋଣ ସୁଝିବ ? ଛୋଟିଆ ଜିଭରେ ସାହସ ଜମାକରି ବାବୁଙ୍କ କୁହେ, ଆଜ୍ଞା, ଦୋକାନଟା ଆପଣଙ୍କର୤ କେତେ ଅବାଗିଆ ମାଡ଼ାମ ଆସି ହିରୋଇନୀ ହୋଇ ଏଠୁ ଯାଉଛନ୍ତି୤ ହେଲେ ଆପଣ ଦିନେ ହେଲେ ମାଆଙ୍କୁ ଦୋକାନ ବୁଲେଇ ଆଣୁନାହାନ୍ତି୤ ମାଆ ଥରେ ଖାଲି ମୋ ଷ୍ଟାଇଲି ଦେଖିବେ ନା, ପ୍ରତିମାସ ଆସିବେ୤ ବେଙ୍କ୍‌ଋଣ ତ ଠାକୁରଙ୍କ ଦୟାରୁ ଠିକ୍‌ସୁଝି ଚାଲିଛି୤ ଆପଣଙ୍କ ଋଣ ସୁଝିବା ପାଇଁ ଅଧମ ଟାକୁ କୃପା ଟିକିଏ କରନ୍ତେନି ? ଅନେକ ଥର ଏମିତି ଶୁଣି ଶୁଣି ଛୁଞ୍ଚିଆ ଉପରେ ବାବୁଙ୍କର ଦୟା ଆସିଲା୤ ହେଲେ ବିୟୁଟି ପାର୍ଲର୍‌କିଏ ନା ମା କିଏ ? ବାବୁ ସିନା ଫିଟ୍‌ଫାଟ୍‌୤ କିନ୍ତୁ, ଛୁଞ୍ଚିଆ କି ଜାଣିଛି, ତା ମାଆ ଖାଲି ଛୁଞ୍ଚିଆର କାହିଁକି, ସାରା ଜଗତର ମାଆ ମଦର ଇଣ୍ଡିଆ ? ଏତେ ଥର କହିଲାଣି ଯେତେ ବେଳେ, ବାବୁ ସେଦିନ ବହୁତ ବୁଝେଇ ସୁଝେଇ ମଦର ଇଣ୍ଡିଆଙ୍କୁ ଆଣି ଛୁଞ୍ଚିଆ ସେଲୁନ୍‌ରେ ସମର୍ପି ଦେଇ ବାହାରେ ପାନ ଦୋକାନରେ ଅପେକ୍ଷା କଲେ୤

ବହୁ ସମୟରେ ଅପେକ୍ଷା କଲା ପରେ ଜଣେ ଲଣ୍ଡାମୁଣ୍ଡି ମାତାଜୀଙ୍କ ସହିତ ଛୁଞ୍ଚିଆ ସେଲୁନ୍‌ଭିତରୁ ବାହାରକୁ ବାହାରିଲା୤ କାନ୍ଦକାନ୍ଦ ହୋଇ ଥରି ଯାଉଛି୤ ବାବୁ ମନେ ମନେ ଭାବିଲେ, ଆହା ଟୋକାଟାର କେତେ ଭକ୍ତି୤ ବିଚରା ମାତାଙ୍କୁ ବାଟେଇ ଦେବା ପାଇଁ ବେଉସା ଛାଡ଼ି ଉଠି ଆସିଛି୤ ଛୁଞ୍ଚିଆ ଯେମିତି ପାଖକୁ ହୋଇଛି, ବାବୁ ଆଉ ଥୟ ନ ଧରି ପଚାରିଲେ, ବାବୁରେ, ମାଆଙ୍କର ସରିଲା ନା ନାହିଁ ? ବସି ବସି ଆଉ କେତେ ଖଣ୍ଡ ପାନ ଚୋବେଇବି ? ହଠାତ୍‌ଶୁଣାଗଲା, କଉ ଅଲକ୍ଷଣାର ମାଆ କି ହୋ ? ମୁଁ ନାଇଁ ନାଇଁ କରୁଥିଲି ? ହେଲେ କଉ ଅମଗଜିଆଟା ହାବୁଡ଼ରେ ମୋତେ ଭିଡ଼େଇ ଦେଲ ଯେ, ଅଣପାଣ୍ଡୁଆଟା ମୋର କୁଞ୍ଚୁକୁଞ୍ଚିଆ ସୁନେଲି କେଶର ପୁରା ବିନାଶ କରି ଦେଇଛି୤ କର୍କଶିଆ ସଙ୍କେତ ଗୁଡ଼ାକ ବାବୁଙ୍କର ଆଣ୍ଟିନା ହଠାତ୍‌ଧରିଲାନି୤ କିନ୍ତୁ ମାତାଙ୍କର ଡାଇଲଗ୍‌ସରିବା ପୂର୍ବରୁ ବାବୁ ବୁଝିଗଲେ ଯେ ମହିଳା ଜଣକ ବାରବର୍ଷ ତଳେ କଲ୍ୟାଣ ମଣ୍ଡପରେ ଦୁର୍ଘଟଣା ପଶ୍ଚାତ୍‌ଘରକୁ ଆଣିଥିବା ପୁରୁଣା କଥାକୁହା ଯନ୍ତ୍ର୤ ଆଖି ନେଫେଡ଼ି ହସିହସି କହିଲେ, ମୁଖମଣ୍ଡଳ ତଳନାରେ ତୁମର ଟାଙ୍ଗୁଆ ମୁଣ୍ଡଟା କେଡ଼େ ଉଜ୍ଜଳ ସତରେ ! ତୁଚ୍ଛାକୁ ସେଇ ଛେଳି ଲାଙ୍ଗୁଡ଼ିଆ ବାଳ ଗୁଡ଼ାକ ମୁଣ୍ଡଟାକୁ ଢାଙ୍କି ରଖିଥିଲା ଯାହା୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କମଳାକାନ୍ତ ଜେନା, ସୁନ୍ଦରଗଡ
ଜଣେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଭାବେ କମଳାକାନ୍ତ ଜେନା ବିଭିନ୍ନ ବିଜ୍ଞାନଭିତ୍ତିକ ପ୍ରବନ୍ଧ ଏବଂ ଲେଖା ପାଇଁ ବେଶ୍ ପରିଚିତ୤ ଏହା ବ୍ୟତୀତ ତାଙ୍କର ବ୍ୟଙ୍ଗ ରଚନା ହେଉଛି ଅନ୍ୟତମ ନିଶା୤ ପେଶାରେ ଜଣେ ଅଧ୍ୟାପକ ହୋଇଥିଲେ ସୁଦ୍ଧା ବିଭିନ୍ନ ଓଡ଼ିଆ ପତ୍ରପତ୍ରିକା ସହିତ ସମ୍ବାଦପତ୍ର ପାଇଁ ଶ୍ରୀ ଜେନା ତାଙ୍କର ଲେଖନୀଚାଳନା ଅବ୍ୟାହତ ରଖିଛନ୍ତି୤
 

ମତାମତ ସଂଖ୍ୟା - ୧୦ ଆପଣଙ୍କ ମତାମତ ?

  • ୧. skrathg |  ଡିସେମ୍ବର୍ ୧୨, ୨୦୦୯ - ୭:୪୮ ପୂର୍ବାହ୍ନ

    ଅତିସୁନ୍ଦର୤
    ବିଷୟବସ୍ତୁ ଏବଂ ଶବ୍ଦ ସଂରଚନା ଉଭୟ ପ୍ରଶଂସାଯୋଗ୍ୟ୤

  • ୨. tanmayamishra |  ଡିସେମ୍ବର୍ ୧୫, ୨୦୦୯ - ୧୨:୪୬ ପୂର୍ବାହ୍ନ

    ବହୁତ ଭଲ ହୋଇଛି, ସତରେ ପ୍ରଶଂସାଯୋଗ୍ୟ୤

  • ୩. ସୁଦୀପ୍ତ ପଣ୍ଡା |  ମାର୍ଚ୍ଚ୍ ୨୦, ୨୦୧୧ - ୩:୩୫ ପୂର୍ବାହ୍ନ

    ଭଲ ହୋଇଛି୤ ଯଦି କମ୍ପୁଟର୍, ଭାଇରସ ଇତ୍ୟାଦିର ବ୍ୟବହାର କରା ହୋଇ ନଥାନ୍ତା ତା ହେଲେ ଆହୁରି ଭଲ ହୋଇଥାନ୍ତା୤

  • ୪. Abhishek |  ମାର୍ଚ୍ଚ୍ ୨୬, ୨୦୧୧ - ୬:୨୦ ପୂର୍ବାହ୍ନ

    kichi bujhi helani

  • ୫. ସୁନ୍ଦର |  ଜୁନ୍ ୨୨, ୨୦୧୧ - ୩:୦୩ ଅପରାହ୍ନ

    ଅତିସୁନ୍ଦର,ସତରେ ପ୍ରଶଂସାଯୋଗ୍ୟ.

  • ୬. ବିରଞ୍ଛି ନାରାୟଣ ବେହେରା |  ଜୁଲାଇ ୮, ୨୦୧୧ - ୮:୩୮ ପୂର୍ବାହ୍ନ

    ବହୁତ ଭଲ ହୋଇଛି ୤

  • ୭. ଜିତେଶ୍ ଜେନ୤ |  ଜୁଲାଇ ୧୫, ୨୦୧୧ - ୫:୧୩ ପୂର୍ବାହ୍ନ

    ବହୁତ୍ ଭଲ ଲାଗୁଛି ଟେକ୍ନୋଲଜି ଟା କିନ୍ତୁ କିଛି , ବ୍ର୤ଉଜର୍ ସହିତ ବି ଖାପ ଖାଉଛି, ବହୁତ୍ ଭଲ, ଆଗେଇ ଜାଆନ୍ତୁ.

  • ୮. ଚିତ୍ତରଞ୍ଜନ ଜେନା |  ଅଗଷ୍ଟ୍ ୭, ୨୦୧୧ - ୧୦:୪୩ ପୂର୍ବାହ୍ନ

    ଅଧ୍ୟାପକ ସାରେ ଭାଆରି ବଢିଆ

  • ୯. ଶୁଭମ ବିଶ୍ବାଳ |  ଅକ୍ଟୋବର୍ ୪, ୨୦୧୧ - ୧:୫୬ ପୂର୍ବାହ୍ନ

    ଗଲ୍ପଟି ଖୁବ୍ ସୁନ୍ଦର ହୋଇଛି!

  • ୧୦. ରାକେଶ, ସମ୍ବଲପୁର୍ |  ଅକ୍ଟୋବର୍ ୫, ୨୦୧୩ - ୪:୨୦ ପୂର୍ବାହ୍ନ

    ହା ହା ହା ……..

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤