ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ବା ଘର ଘର ବୁଲି ଦାଢିମାଙ୍କୁଡି କଟାକଟି କରୁଥିବାବେଳେ ଛୁଞ୍ଚିଆ ବି ସାଙ୍ଗରେ ଯାଉଥିଲା କିନ୍ତୁ ସାପ ମନ୍ତ୍ର ଜଣା ନ ଥିବାରୁ ଖାଲି ନଖ କାଟିବା ତାଦ୍ବାରା ସମ୍ଭବ ହେଉଥିଲା ସେତେବେଳେ ଛୁଞ୍ଚିଆ ଅଣ୍ଡାଟେ ଥିଲା ଅଜି ଫୁଟି ବାହାରକୁ ବାହାରିଲାଣି ଫୁଲ୍ପେଣ୍ଟ୍ ପିନ୍ଧିଲାଣି ହେଲେ ନଳି ପେଣ୍ଟ୍ ପିନ୍ଧା ଛୁଞ୍ଚିଆ ତ ସେଇଟା କରିବା ପାଇଁ ବସି ପାରିବ ନାହିଁ ଯାହା କରିବ ସବୁ ଠିଆ ଠିଆ ଅନେକ ଚିନ୍ତା ବିଚିନ୍ତା କରିବା ପରେ ଠିକ୍ କଲା ଛକରେ ଗୁମୁଟି ପକାଇ ସେଲୁନ୍ କରି ବସିବ, ଯେଉଁଠି ବାଳୁଆମାନେ ଉଚ୍ଚା ଚଉକିରେ ବସିବେ ଆଉ ଛୁଞ୍ଚିଆ ଠିଆ ଠିଆ ତାଙ୍କ ବାଳରେ କଇଁଚି ଚଳାଇବେ ସେଲୁନ୍କୁ ଅଡୁଆ ବାଳଧରି ଗରାଖ କାଁ ଭାଁ ଆସୁଥିଲେ
ଛୁଞ୍ଚିଆ ଅଧିକ ସମୟ ଦେଉଥିଲା କାନ ଟାଣି ଓ ବେକମୋଡି ଫୁଟେଇବା ଆଉ ହାତପିଠି ଦଳିମାଳି ମାଲିସ୍ କରିବାରେ କାମଗୁଡାକ ଦେଶି ଲୋକଙ୍କୁ ସେତେ ବାଗିଆ ନ ଲାଗିଲେ ବି ଲମ୍ବା ଦାଢି ବଙ୍କା ନିଶ ରଖିବା, ଢିଲା ଢାଲା ପେଣ୍ଟ୍ ପିନ୍ଧା ଟ୍ରକ୍ ଡ୍ରାଇଭର୍ଙ୍କ ଭିଡ ଜମିଲା ବିନା କଟାକଟିରେ କାନବେକ ଫୁଟେଇ ଦେହ ହାତଗୋଡ ମନଇଚ୍ଛା ବିଧା ଚାପୁଡା ମାରି ଦେଇଗଲେ ସେମାନେ ଶାନ୍ତି ଆଉ ଛୁଞ୍ଚିଆର ମୁରି ଗରମ ଛୁଞ୍ଚିଆ ଭାବେ, ଘରେ ଏଗୁଡାକ କେତେ ଗୋଇଠା ବିଧା ଖାଆନ୍ତି କେଜାଣି, ବିଧା ମାରି ମାରି ଥକି ପଡିଲେ ବି ଜାବଗୁଡାକ ଉଃ କି ଆଃ କରୁନାହାନ୍ତି ଓଥରା ଛୁଞ୍ଚିଆ ଦିନେ ଅପରିଷ୍କାର କଥା ଭାବୁ ଭାବୁ କେଭିତି ଅବାଗିଆ କରି ଜଣେ ଡ୍ରାଇଭର୍ କାନକୁ ଟାଣିଦେଲା ଯେ, ଜୀବଟା ବିଚରା ବିକଟାଳ ରଡି କରି ଏକାଥରକେ ଠିଆ ହୋଇ ପଡିଲା ଛୁଞ୍ଚିଆ କିଛି ବୁଝିବା ପୂର୍ବରୁ ଲୋକଟାର କାନଠାରୁ ଗାଲ ଯାଏ ଫୁଲିଯାଇ ଚିତଉପିଠା ହୋଇଗଲା ସଙ୍ଗେ ସଙ୍ଗେ ତାକୁ ଟ୍ରକ୍ ପିଠିରେ ଲଦି ଦାଢିଆ ସବୁ ଡାକ୍ତରଖାନା ଆଡକୁ ମୁହେଁଇଲେ ସେଇ ମଉକାରେ ଗୁମୁଟିରେ ତାଲା ପକାଇ ଛୁଞ୍ଚିଆ ଘରକୁ ମୁହେଁଇଲା ବାସ୍, ସେଇ ଦିନଠୁ ବିଦେଶୀ ଗରାଖ ବନ୍ଦ୍ ତ ବନ୍ଦ୍, ସବୁ ଡ୍ରାଇଭର୍ ଭାଇ ମିଶି ଗୁମୁଟିରେ ନିଆଁ ଲଗେଇ ଦେଲେ ଦିନରାତି ଚିନ୍ତାଗୁଡାକ ମୁଣ୍ଡଭିତରେ ରହିବାରୁ ବିଚରା ଓ ଥରାଟାର ଦେହରୁ ରକତ – ମାଉଁସ କମିବାକୁ ଲାଗିଲା
ମତାମତ ସଂଖ୍ୟା - ୯ ଆପଣଙ୍କ ମତାମତ ?
୧. skrathg | ଡିସେମ୍ବର୍ ୧୨, ୨୦୦୯ - ୭:୪୮ ପୂର୍ବାହ୍ନ
ଅତିସୁନ୍ଦର ବିଷୟବସ୍ତୁ ଏବଂ ଶବ୍ଦ ସଂରଚନା ଉଭୟ ପ୍ରଶଂସାଯୋଗ୍ୟ୨. tanmayamishra | ଡିସେମ୍ବର୍ ୧୫, ୨୦୦୯ - ୧୨:୪୬ ପୂର୍ବାହ୍ନ
ବହୁତ ଭଲ ହୋଇଛି, ସତରେ ପ୍ରଶଂସାଯୋଗ୍ୟ୩. ସୁଦୀପ୍ତ ପଣ୍ଡା | ମାର୍ଚ୍ଚ୍ ୨୦, ୨୦୧୧ - ୩:୩୫ ପୂର୍ବାହ୍ନ
ଭଲ ହୋଇଛି ଯଦି କମ୍ପୁଟର୍, ଭାଇରସ ଇତ୍ୟାଦିର ବ୍ୟବହାର କରା ହୋଇ ନଥାନ୍ତା ତା ହେଲେ ଆହୁରି ଭଲ ହୋଇଥାନ୍ତା୪. Abhishek | ମାର୍ଚ୍ଚ୍ ୨୬, ୨୦୧୧ - ୬:୨୦ ପୂର୍ବାହ୍ନ
kichi bujhi helani୫. ସୁନ୍ଦର | ଜୁନ୍ ୨୨, ୨୦୧୧ - ୩:୦୩ ଅପରାହ୍ନ
ଅତିସୁନ୍ଦର,ସତରେ ପ୍ରଶଂସାଯୋଗ୍ୟ.୬. ବିରଞ୍ଛି ନାରାୟଣ ବେହେରା | ଜୁଲାଇ ୮, ୨୦୧୧ - ୮:୩୮ ପୂର୍ବାହ୍ନ
ବହୁତ ଭଲ ହୋଇଛି ୭. ଜିତେଶ୍ ଜେନ | ଜୁଲାଇ ୧୫, ୨୦୧୧ - ୫:୧୩ ପୂର୍ବାହ୍ନ
ବହୁତ୍ ଭଲ ଲାଗୁଛି ଟେକ୍ନୋଲଜି ଟା କିନ୍ତୁ କିଛି , ବ୍ରଉଜର୍ ସହିତ ବି ଖାପ ଖାଉଛି, ବହୁତ୍ ଭଲ, ଆଗେଇ ଜାଆନ୍ତୁ.୮. ଚିତ୍ତରଞ୍ଜନ ଜେନା | ଅଗଷ୍ଟ୍ ୭, ୨୦୧୧ - ୧୦:୪୩ ପୂର୍ବାହ୍ନ
ଅଧ୍ୟାପକ ସାରେ ଭାଆରି ବଢିଆ୯. ଶୁଭମ ବିଶ୍ବାଳ | ଅକ୍ଟୋବର୍ ୪, ୨୦୧୧ - ୧:୫୬ ପୂର୍ବାହ୍ନ
ଗଲ୍ପଟି ଖୁବ୍ ସୁନ୍ଦର ହୋଇଛି!