ନବ ପ୍ରତିଭା

ମୁଁ ଅନୁତପ୍ତ
|- ସମ୍ବିତ କୁମାର ହୋତା, କତାର୍, ଦୋହା
ବସ୍ତ୍ର ହରଣ
|- ଅକ୍ଷୟ କୁମାର ରାଉତ
ନିମିତ୍ୟ
|- ରଜତ କୁମାର ମିଶ୍ର

ସାମ୍ପ୍ରତିକ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ଓଡ଼ିଶାର ଜନଜାତି ଓ ବନଜାତିର ଜୀବନ ପ୍ରତିଫଳିତ ହେଉଛି କି ?

ମତଦାନ ଫଳାଫଳ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ୤


-ଉତ୍କଳ ଗୌରବ ମଧୁସୂଦନ ଦାସ

ବୟସର ଦୁଃଖ
  ରବି କାନୁନ୍‌ଗୋ
 
 
ତା: ଅକ୍ଟୋବର୍ ୧୩, ୨୦୦୯  
ମୂଳ ପୃଷ୍ଠାଗଳ୍ପ
 

ଯଦିଓ ପରକୀୟା ପାଠ ତୁଲେଇବାରେ ପୁରୁଷମାନେ ଧୂର୍ତ୍ତ ଓ ଧୁରନ୍ଧର, କିନ୍ତୁ ଚନ୍ଦ୍ରକାନ୍ତଙ୍କର ନୈଷାବରଣରେ ଟିକେ ବି ତୃଟି ନ ଥାଏ୤ ଇଏ କେମିତି ସମ୍ଭବ ? ରମାଙ୍କୁ ଅଥୟ ଲାଗୁଥାଏ୤ ଏତେ କଥା ଭାବିବାକୁ ମନ ହେଉ ନଥାଏ, କିନ୍ତୁ ଭୁଲିବାକୁ ଭୟ ବି ଲାଗୁଥାଏ୤ ବୈବାହିକ ଜୀବନକୁ ମ୍ୟୁନିସିପାଲ୍‌ଟି ନର୍ଦ୍ଦମାରେ ପକାଇବାକୁ ଚାହୁଁ ନ ଥିବା ଯେ କୌଣସି ବିଚାରସିଦ୍ଧ ମଧ୍ୟବିତ୍ତ ନାରୀ ପରି ଠାକୁରଠାକୁରାଣୀଙ୍କୁ ମାନସିକ ଯାଚିବା ଛଡ଼ା ମନୋରମା ନିଜ ବ୍ୟବହାରରେ ଖାସ କୌଣସି ପରିବର୍ତ୍ତନ କରିପାରିଲେ ନାହିଁ୤ ସ୍ବାମୀଙ୍କ ଉପରେ ଯଥା ସମ୍ଭବ ନିଘା ରଖିଲେ୤

ଏଣିକି ସେ ଦେଖୁଥିଲେ ଯେ କାନ୍ତ ସେଭିଙ୍ଗ୍ ହେଲାବେଳେ ପାଟିରେ ପବନ ପୁରାଇ ଗାଲ ଫୁଲାନ୍ତି୤ ବୁଲେଇ ବଙ୍କେଇ ଆଇନାରେ ମୁହଁ ଦେଖନ୍ତି୤ କି ସୁନ୍ଦର ହେଜ ଲାଇନ ପରି ବଢ଼ିଥିବା ନିଶ ହଳକ କ୍ରମେ କ୍ରମେ ପତଳାରୁ ପତଳା ଏବଂ ପ୍ରସ୍ଥ କ୍ଷୀଣ ହୋଇ ପ୍ରାୟ ଅଧଇଞ୍ଚ ବହଳରୁ ଦେଢ଼-ଦି ସୁତା ସାଇଜ ହୋଇଗଲା୤ କାହିଁକି ବା, ଆଉ କାହା ବରାଦରେ ତୁମେ ମୋ ପ୍ରିୟ ମୁହଁର ମାନଚିତ୍ର ବଦଳାଇବ ? ଏତିକି ପଚାରିବାକୁ ମନ ଉବୁକା ମାରିଥିଲେ ସୁଦ୍ଧା ରମାଙ୍କର ସାହାସ କୁଳୋଉ ନ ଥାଏ୤

ଦିନେ ସନ୍ଧ୍ୟାରେ ଏକ ବାହାଘର ଭୋଜିକୁ ଯିବାର ପ୍ରସ୍ତୁତିରେ କାନ୍ତ କହିଲେ, ହେ ଶୁଣୁଚ ? ମୋ ଟୁର୍ କିଟ୍‌ରୁ ଆଇବ୍ରୋ ପେନ୍‌ସିଲ୍‌ଟା ଆଣିଲ୤
କଣ ହବ ?
ନିଶ ବହୁତ ପାଚି ଗଲାଣି୤ ଟିକେ ଘଷି ଦବା୤
ଟୁଇଜର ?
ଗୋଟେ ଅଧେ ଧଳା ଦେଖି ସିନା ଓପାଡ଼ିଦେଉଥିଲି୤ ଏବେ ଅସଂଖ୍ୟ୤ ଟୁଇଜର ବେଶି ବ୍ୟବହାର କଲେ ଡାକ୍ତର ପାଖକୁ ଯିବାକୁ ପଡ଼ିବ୤
ଆଉ ଲିପ୍‌ଷ୍ଟିକ ?
ତୁମେ ନେଇନ କି ? ରୋଜ୍ କଲର୍‌ର୤ ଏକଦମ୍ ମିଶିଯିବ ତୁମ ଓଠ ସହିତ୤ ସେଇଥିପାଇଁ ତ ଆଣିଥିଲି୤ ବହୁତ ଦାମିକା୤ ଦୁଇ ଶହ କେତେ ଟଙ୍କା, ଆଜି ଲଗା, ପ୍ଲିଜ୍୤
ତୁମେ ସେଇଟା ମୋ ପାଇଁ ଆଣିଥିଲ ? ସତ କହିଲ୤ ମନୋରମା ସ୍ବାମୀଙ୍କ ମୁହଁକୁ ଚାହିଁ ରହିଗଲେ୤ ଇସ୍ କେତେ ଭଲ ମଣିଷଟେ ବିରୁଦ୍ଧରେ ମୁଁ କି ପାପ କଥାସବୁ ନ ଭାବିଚି ଟି ! ମନ ହେଉଥିଲା, ସେଇଠି ତାଙ୍କ କୋଳରେ ଓଜାଡ଼ିହୋଇ ପଡ଼ିବାକୁ୤ ପୁଅ ବଦମାସ ଡ୍ରେସ୍ପଟା ହୋଇ ସେଇଠି ଆସି ନାଚିଲା, ‘ଶୀଘ୍ର ଯିବା’୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରବି କାନୁନ୍‌ଗୋ
author photo
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. Nachiketa Mishra  |  ଫେବୃଆରୀ ୩, ୨୦୧୧ - ୩:୩୭ ପୂର୍ବାହ୍ନ

    ଭଲ ଲାଗିଲା | ଲେଖକଙ୍କୁ ଅନେକ ଶୁଭକାମନା|

  • ୨. ପ୍ରୁଥୀରାଜ ପାତ୍ର (ଚାଣକ୍ୟ) ୯୪୩୭୭୭୧୬୯୧  |  ଜୁଲାଇ ୧୮, ୨୦୧୧ - ୭:୧୭ ପୂର୍ବାହ୍ନ

    ଖୁବ ମଜା ଲଗିଲା ସିଖିଲି ଜେତିକି ହସିଲି ସେତିକି

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤