ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ରାଜକିଶୋର ରାୟ
ରବି ଶତପଥୀ
ନନ୍ଦ କିଶୋର ବଳ
ବ୍ରଜନାଥ ରଥ
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ସୀତାକାନ୍ତ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବାଇ ଚଢେଇର ଜମାନବନ୍ଦୀ
  ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଭୁବନେଶ୍ବର
 
 
ତା: ଫେବୃଆରୀ ୧୬, ୨୦୧୧  
ମୂଳ ପୃଷ୍ଠାଗଳ୍ପଅଣୁ ଗଳ୍ପ
 

ସହର ମଝି୤ ଓଭରବ୍ରିଜ୍‌ କାନ୍ଥ ସନ୍ଧିରେ ଉଠିଥିଲା ଦେଢ ଫୁଟିଆ ଖଜୁରୀ ଗଛଟେ୤ କିଛି ଦିନ ହେବ ବାଇଚଢେଇଟିଏ ବସା ବାନ୍ଧି ରହିଛି ସେ ଗଛରେ ୤ ଆଉ କୋଉଠି ସେ ରହିଥାନ୍ତା ଏଡେ ବଡ ସହରଟାରେ! ନଡିଆ କି ଖଜୁରୀ ଗଛଟିଏ ବି ନାହିଁ୤ ତା’ ଘର ପାଇଁ କୋଉଠୁ ରୁଅ ପାଇଥାନ୍ତା ?

ସାନ ଗଛ, ଅଳପ ପତର ବୋଲି, ଛୋଟିଆ ଘରଟେ କରିଛି ସେ୤ ଅଣ୍ଡା ଦେବା ବେଳ ପାଖେଇଆସିଲା ବୋଲି କେତେ ଅଳପ ଦିନରେ ଘରଟାକୁ ତୋଳିଦେଲେ ଦୁଇପ୍ରାଣୀ ! ଚାରି ଦିନ ତଳେ, ମା’ ବାଇଟି ଚାରିଟି ଅଣ୍ଡା ଦେଇଥିଲା୤ ଆଜି ଗୋଟିଏ ବି ନାହିଁ୤ ବାଇ ଦୁଇ ପ୍ରାଣୀ କାଠ ହୋଇ ବସିଛନ୍ତି୤ ଚେଁ ନାହିଁ କି ଚାଁ ନାହିଁ୤ ଯେତେ ପାଖକୁ ହାତ ବଢାଇଲେ ବି ଚୁପ୍‌ଚାପ୍‌ ବସିଛନ୍ତି୤
ପ୍ରତିରୋଧ କରୁନାହାନ୍ତି୤ ସତେ ଯେମିତି ମଣିଷର ଦୌରାତ୍ମ୍ୟରେ ହାର ମାନିଯାଇଛନ୍ତି ସେମାନେ ୤

ପ୍ରଥମେ ତ ଗଛ କାଟି ପଦା କଲେ୤ କାଁ ଭାଁ ବିଲ ହୁଡାରେ ଖଜୁରୀ ଗଛଟିଏ ଦେଖି ବଞ୍ଚିବାକୁ ଚେଷ୍ଟା କଲୁ୤ ତା’ପରେ ବିଲରେ ପୋକକୁ ବିଷଦେଇ ଆମ ବଂଶ ଲୋପ କଲେ୤ ଗାଁ ଛାଡି ଏବେ ସହରକୁ ଆସିଲୁ୤ ଏଠି ନିରୋଳା ଖଜୁରୀ ଗଛଟିଏ କାହିଁ ? ନିରୋଳା କହିଲେ, ମଣିଷ ଦୌରାତ୍ମ୍ୟରୁ ଦୂର୤ ଛୋଟ ହେଉ ପଛେ ଖଜୁରୀ ଗଛଟିଏ ତ ଏଠି ନିରୋଳାରେ ଥିଲା୤ ସାପ ବି ଆସିବାକୁ ଡରୁଥିଲା୤
ହେଲେ ଏ ମଣିଷଗୁଡା ଏଡେ ନ’ଙ୍କିଆ, ନିଶୁଣି ପକେଇ ମୋ ଅଣ୍ଡାତକ ନେଇଗଲେ ! ଏବେ ହାତ ଲମ୍ବାଉଛ୤ ଆମକୁ ବି ନେଇଯିବ, ନେଇଯାଉନ ?

ଆର ଋତୁକୁ ଯେ ଖଜୁରୀ ଗଛଟେ ନିରୋଳାରେ ମିଳିବ, ଘରଟିଏ ତୋଳି ପୁଣି ଅଣ୍ଡା ଦେଇ ବଂଶ ବଢାଇବୁ, ସେ ଆଶା ଯଦି ଆଉ ନାହିଁ, ବଞ୍ଚିଥାଇ ଲାଭ କ’ଣ ?

ପରଦିନ ସକାଳକୁ ବାଇଚଢେଇ ଇତିହାସ ହୋଇଗଲା୤ ସେମାନେ ଥିଲେ ବାଇଚଢେଇ ବଂଶର ଶେଷ ଦାୟାଦ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଭୁବନେଶ୍ବର
author photo
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. ହରପ୍ରସାଦ |  ମାର୍ଚ୍ଚ୍ ୫, ୨୦୧୧ - ୧୦:୧୭ ପୂର୍ବାହ୍ନ

    ବାଇଚଢ଼େଇ ବଂଶର ଶେଷ ଦାୟାଦ! ବଞ୍ଚିଥାଇ ଲାଭ କ’ଣ?
    ବାଃ! ଆମେ ଯେତେ ବାଇଚଢ଼େଇ। ଆମେ କି ଖୋଜୁଛୁ
    ବଞ୍ଚିଥାଇ କାହାର କି ଆମର ବା ଲାଭ କ’ଣ? ଆଶା ଆଉ ଅଛି କି ନା ଆମେ ଅବା ଫେର୍ ଖୋଜିବା କିମ୍ପାଇଁ? ଆମେ କ’ଣ ଆର ଋତୁକୁ ଖଜୁରୀ ଗଛଟେ ନିରୋଳାରେ ମିଳିବନି କାଳେ ବୋଲି ଡରିବା? କାଲି ତ ଡରୁନଥିଲେ ସାପକୁ ବା ଛଞ୍ଚାଣକୁ ଅବା ମଣିଷକୁ।
    ନିରୋଳା ଖଜୁରୀ ଗଛଟିଏ ନ ପାଇଲେ ନାଇଁ। ବାଡି ବଗିଚାରୁ ପତର ଶୋରେ ଶୋରେ ଉଞ୍ଛି କି ଇଲେକ୍ଟ୍ରିକ୍ ତାରରୁ ଘରେ ଝୁଲାଇ ପାରିବୁନି?
    ତମେ ଦେଖୁଥାଅ
    “ବାୟାର କି ଯାଏ। ବାଆ କଲେ ବସା ଦୋହଲୁ ଥାଏ”।
    ଆମେ ତ ବଞ୍ଚି ଆସିଛୁ ଖାସ୍ ‘ତୁମ’ ପାଇଁ।
    ବଞ୍ଚି ଚାଲିଥିବୁ ତୁମ ନ’ଙ୍କିଆ ହାତ ହାବୁଡ଼ରୁ
    ଅଣ୍ଡାଟିଏ ବଳିଥିବା ଯାଏଁ>>>

  • ୨. arati nanda |  ମାର୍ଚ୍ଚ୍ ୬, ୨୦୧୧ - ୯:୫୯ ପୂର୍ବାହ୍ନ

    bahut bhala heichi,chhota helebi.

  • ୩. debendra lenka, cuttack,odisha |  ମେ ୧୬, ୨୦୧୩ - ୧:୫୧ ଅପରାହ୍ନ

    belebele ame manisha boli bhabile mate ghruna lage.ae dunia kana khali amara.ethi kana se sarala nispapa pashu pakhinkra tike bi jaga nahi

  • ୪. rasmi parida |  ମେ ୨୧, ୨୦୧୩ - ୮:୦୪ ଅପରାହ୍ନ

    Nichchaka Pratichchabi

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤