ନବ ପ୍ରତିଭା

ମୁଁ ଅନୁତପ୍ତ
|- ସମ୍ବିତ କୁମାର ହୋତା, କତାର୍, ଦୋହା
ବସ୍ତ୍ର ହରଣ
|- ଅକ୍ଷୟ କୁମାର ରାଉତ
ନିମିତ୍ୟ
|- ରଜତ କୁମାର ମିଶ୍ର

ସାମ୍ପ୍ରତିକ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ଓଡ଼ିଶାର ଜନଜାତି ଓ ବନଜାତିର ଜୀବନ ପ୍ରତିଫଳିତ ହେଉଛି କି ?

ମତଦାନ ଫଳାଫଳ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ୤


-ଉତ୍କଳ ଗୌରବ ମଧୁସୂଦନ ଦାସ

ବାଇ ଚଢେଇର ଜମାନବନ୍ଦୀ
  ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଭୁବନେଶ୍ବର
 
 
ତା: ଫେବୃଆରୀ ୧୬, ୨୦୧୧  
ମୂଳ ପୃଷ୍ଠାଗଳ୍ପଅଣୁ ଗଳ୍ପ
 

ସହର ମଝି୤ ଓଭରବ୍ରିଜ୍‌ କାନ୍ଥ ସନ୍ଧିରେ ଉଠିଥିଲା ଦେଢ ଫୁଟିଆ ଖଜୁରୀ ଗଛଟେ୤ କିଛି ଦିନ ହେବ ବାଇଚଢେଇଟିଏ ବସା ବାନ୍ଧି ରହିଛି ସେ ଗଛରେ ୤ ଆଉ କୋଉଠି ସେ ରହିଥାନ୍ତା ଏଡେ ବଡ ସହରଟାରେ! ନଡିଆ କି ଖଜୁରୀ ଗଛଟିଏ ବି ନାହିଁ୤ ତା’ ଘର ପାଇଁ କୋଉଠୁ ରୁଅ ପାଇଥାନ୍ତା ?

ସାନ ଗଛ, ଅଳପ ପତର ବୋଲି, ଛୋଟିଆ ଘରଟେ କରିଛି ସେ୤ ଅଣ୍ଡା ଦେବା ବେଳ ପାଖେଇଆସିଲା ବୋଲି କେତେ ଅଳପ ଦିନରେ ଘରଟାକୁ ତୋଳିଦେଲେ ଦୁଇପ୍ରାଣୀ ! ଚାରି ଦିନ ତଳେ, ମା’ ବାଇଟି ଚାରିଟି ଅଣ୍ଡା ଦେଇଥିଲା୤ ଆଜି ଗୋଟିଏ ବି ନାହିଁ୤ ବାଇ ଦୁଇ ପ୍ରାଣୀ କାଠ ହୋଇ ବସିଛନ୍ତି୤ ଚେଁ ନାହିଁ କି ଚାଁ ନାହିଁ୤ ଯେତେ ପାଖକୁ ହାତ ବଢାଇଲେ ବି ଚୁପ୍‌ଚାପ୍‌ ବସିଛନ୍ତି୤
ପ୍ରତିରୋଧ କରୁନାହାନ୍ତି୤ ସତେ ଯେମିତି ମଣିଷର ଦୌରାତ୍ମ୍ୟରେ ହାର ମାନିଯାଇଛନ୍ତି ସେମାନେ ୤

ପ୍ରଥମେ ତ ଗଛ କାଟି ପଦା କଲେ୤ କାଁ ଭାଁ ବିଲ ହୁଡାରେ ଖଜୁରୀ ଗଛଟିଏ ଦେଖି ବଞ୍ଚିବାକୁ ଚେଷ୍ଟା କଲୁ୤ ତା’ପରେ ବିଲରେ ପୋକକୁ ବିଷଦେଇ ଆମ ବଂଶ ଲୋପ କଲେ୤ ଗାଁ ଛାଡି ଏବେ ସହରକୁ ଆସିଲୁ୤ ଏଠି ନିରୋଳା ଖଜୁରୀ ଗଛଟିଏ କାହିଁ ? ନିରୋଳା କହିଲେ, ମଣିଷ ଦୌରାତ୍ମ୍ୟରୁ ଦୂର୤ ଛୋଟ ହେଉ ପଛେ ଖଜୁରୀ ଗଛଟିଏ ତ ଏଠି ନିରୋଳାରେ ଥିଲା୤ ସାପ ବି ଆସିବାକୁ ଡରୁଥିଲା୤
ହେଲେ ଏ ମଣିଷଗୁଡା ଏଡେ ନ’ଙ୍କିଆ, ନିଶୁଣି ପକେଇ ମୋ ଅଣ୍ଡାତକ ନେଇଗଲେ ! ଏବେ ହାତ ଲମ୍ବାଉଛ୤ ଆମକୁ ବି ନେଇଯିବ, ନେଇଯାଉନ ?

ଆର ଋତୁକୁ ଯେ ଖଜୁରୀ ଗଛଟେ ନିରୋଳାରେ ମିଳିବ, ଘରଟିଏ ତୋଳି ପୁଣି ଅଣ୍ଡା ଦେଇ ବଂଶ ବଢାଇବୁ, ସେ ଆଶା ଯଦି ଆଉ ନାହିଁ, ବଞ୍ଚିଥାଇ ଲାଭ କ’ଣ ?

ପରଦିନ ସକାଳକୁ ବାଇଚଢେଇ ଇତିହାସ ହୋଇଗଲା୤ ସେମାନେ ଥିଲେ ବାଇଚଢେଇ ବଂଶର ଶେଷ ଦାୟାଦ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଭୁବନେଶ୍ବର
author photo
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ହରପ୍ରସାଦ  |  ମାର୍ଚ୍ଚ୍ ୫, ୨୦୧୧ - ୧୦:୧୭ ପୂର୍ବାହ୍ନ

    ବାଇଚଢ଼େଇ ବଂଶର ଶେଷ ଦାୟାଦ! ବଞ୍ଚିଥାଇ ଲାଭ କ’ଣ?
    ବାଃ! ଆମେ ଯେତେ ବାଇଚଢ଼େଇ। ଆମେ କି ଖୋଜୁଛୁ
    ବଞ୍ଚିଥାଇ କାହାର କି ଆମର ବା ଲାଭ କ’ଣ? ଆଶା ଆଉ ଅଛି କି ନା ଆମେ ଅବା ଫେର୍ ଖୋଜିବା କିମ୍ପାଇଁ? ଆମେ କ’ଣ ଆର ଋତୁକୁ ଖଜୁରୀ ଗଛଟେ ନିରୋଳାରେ ମିଳିବନି କାଳେ ବୋଲି ଡରିବା? କାଲି ତ ଡରୁନଥିଲେ ସାପକୁ ବା ଛଞ୍ଚାଣକୁ ଅବା ମଣିଷକୁ।
    ନିରୋଳା ଖଜୁରୀ ଗଛଟିଏ ନ ପାଇଲେ ନାଇଁ। ବାଡି ବଗିଚାରୁ ପତର ଶୋରେ ଶୋରେ ଉଞ୍ଛି କି ଇଲେକ୍ଟ୍ରିକ୍ ତାରରୁ ଘରେ ଝୁଲାଇ ପାରିବୁନି?
    ତମେ ଦେଖୁଥାଅ
    “ବାୟାର କି ଯାଏ। ବାଆ କଲେ ବସା ଦୋହଲୁ ଥାଏ”।
    ଆମେ ତ ବଞ୍ଚି ଆସିଛୁ ଖାସ୍ ‘ତୁମ’ ପାଇଁ।
    ବଞ୍ଚି ଚାଲିଥିବୁ ତୁମ ନ’ଙ୍କିଆ ହାତ ହାବୁଡ଼ରୁ
    ଅଣ୍ଡାଟିଏ ବଳିଥିବା ଯାଏଁ>>>

  • ୨. arati nanda  |  ମାର୍ଚ୍ଚ୍ ୬, ୨୦୧୧ - ୯:୫୯ ପୂର୍ବାହ୍ନ

    bahut bhala heichi,chhota helebi.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤