ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କାହ୍ନୁଚରଣ ମହାନ୍ତି
କିଶୋରୀକିଙ୍କର ଦାସ
ଡ.ହରେକୃଷ୍ଣ ମହତାବ
ଫତୁରାନନ୍ଦ
ଶୈଳେନ୍ଦ୍ର କୁମାର ଜେନା
ଗୋପୀନାଥ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଇଚ୍ଛା ପୁରଣ
 |- ମୃଣାଳ
 
 
ତା: ଫେବୃଆରୀ ୨୭, ୨୦୧୨  
ମୂଳ ପୃଷ୍ଠାଗଳ୍ପଅଣୁ ଗଳ୍ପ
 

ବିଶାଳ ଘଞ୍ଚ ବଣ୤ ବଣ ଭିତରେ ଥାଆନ୍ତି ଜଣେ ସିଦ୍ଧ ଯୋଗୀ୤ ଅନ୍ୟାନ୍ୟ ବହୁ ଜଙ୍ଗଲ ସହ ସେ ବଣଟି ବି କଟା ଚାଲିଥାଏ ନିର୍ବିଚାରରେ୤ ବିଶ୍ବ ବନ ଦିବସରେ ପାଖ ସହରରେ ସଭାଟିଏ ହେଲା୤ ମନ୍ତ୍ରୀ ଆସିଥିଲେ୤ ତେଣୁ ସହରର ବହୁ ବରିଷ୍ଠ ସରକାରୀ କର୍ମଚାରୀ ମଧ୍ୟ ସନ୍ଧ୍ୟାରେ ଅନ୍ୟାନ୍ୟ କାର୍ଯ୍ୟ ଛାଡ଼ି ସେ ସଭାରେ ଉପସ୍ଥିତ ଥିଲେ୤ ଢେର ଭାଷଣ ହେଲା୤ ଶେଷକୁ ମନ୍ତ୍ରୀ କହିବାକୁ ଉଠିଲେ୤ ଜଙ୍ଗଲର ସଂରକ୍ଷଣର ଆବଶ୍ୟକତା ଉପରେ ଲମ୍ବା ଭାଷଣ ଦଉ ଦଉ ସେ କହି ପକାଇଲେ ମୁଁ ଶୁଣିଛି ଏ ବଣ ଭିତରେ ଜଣେ ସିଦ୍ଧିଯୋଗୀ ଅଛନ୍ତି୤ ତାଙ୍କ ମନ୍ତ୍ର ବଳରେ ଯଦି ବାଘ ଆସି ବଣରୁ କାଠ କାଟୁଥିବା ଆଉ ଚୋରାଚାଲାଣ କରୁଥିବା ଲୋକମାନଙ୍କୁ ଖାଇଯାନ୍ତା ତାହେଲେ ବୋଧେ ଏ ଜଙ୍ଗଲଟି ରକ୍ଷା ପାଇଯାନ୍ତା୤ ଉପସ୍ଥିତ ଲୋକେ ଯେଉଁମାନଙ୍କ ମଧ୍ୟରେ ସରକାରୀ ଅମଲା ହିଁ ଅଧିକ ଥିଲେ, ମନ୍ତ୍ରୀଙ୍କ ଏମନ୍ତ ଲଘୁ ଓ ତରଳ କଥାରେ ହୋ ହୋ ହୋଇ ହସି ଉଠିଲେ୤

ସେଇ ଯେଉଁ କହନ୍ତିନି, ବେଳେ ବେଳେ ମଣିଷ କଣ୍ଠରେ ବ୍ରହ୍ମା ଆସି ବସି ଯାଆନ୍ତି, ଆଉ ସେତେବେଳେ ମଣିଷ ଯାହା କହେ ତା ସତ ହୋଇଯାଏ- ଠିକ୍‌ ସେଇ ଘଟଣାଟି ଘଟିଲା୤ ମନ୍ତ୍ରୀଙ୍କ କଥା କେମିତି କେଜାଣି ସିଦ୍ଧ ଯୋଗୀଙ୍କ କାନରେ ପଡ଼ିଗଲା ଆଉ ସେ ମନ୍ତ୍ରୀଙ୍କ କଥା ଅନୁସାରେ କାର୍ଯ୍ୟ କରିଦେଲେ୤

ପରଦିନ ସହରରେ ହୁଲସ୍ତୁଲ ! ସବୁଠିଁ ଗୋଟିଏ ଖବର : ମନ୍ତ୍ରୀଙ୍କୁ ବାଘ ଖାଇଯାଇଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମୃଣାଳ, ସଞ୍ଚାରମାର୍ଗ, ଢେଙ୍କାନାଳ
ମୃଣାଳ
ପ୍ରଥମେ ଜଣେ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ମୃଣାଳ ବା ମୃଣାଳ ଚାଟାର୍ଜୀ ସମ୍ପ୍ରତି ଢେଙ୍କାନାଳ ସ୍ଥିତ ଭାରତୀୟ ଗଣଯୋଗାଯୋଗ ପ୍ରତିଷ୍ଠାନର ମୁଖ୍ୟ ଭାବେ କାର୍ଯ୍ୟରତ୤ ମୁଖ୍ୟତଃ ରମ୍ୟ ରଚନା ଏବଂ ବ୍ୟଙ୍ଗ ଗଳ୍ପ ଲେଖୁଥିବା ମୃଣାଳ ଏବେ ରାଜ୍ୟର ବିଭିନ୍ନ ଓଡ଼ିଆ ସମ୍ବାଦପତ୍ରରେ ନିୟମିତ ସ୍ତମ୍ଭ ଲେଖିବା ସହ ଏକାଧିକ ପତ୍ରିକାରେ ମଧ୍ୟ ଲେଖନୀ ଚାଳନା ଜାରି ରଖିଛନ୍ତି୤ ନିଜର ଲେଖା ପାଇଁ ଅଜସ୍ର ପାଠକୀୟ ସ୍ବୀକୃତୀ ହାସଲ କରିଥିବା ମୃଣାଳ ବହୁ ପୁରସ୍କାର ଓ ସମ୍ମାନରେ... [ କ୍ରମେ ସବିଶେଷ ]
ମୃଣାଳଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧୭ ଆପଣଙ୍କ ମତାମତ ?

  • ୧. ଅରୁଣ ବିଶ୍ବାଳ |  ଫେବୃଆରୀ ୨୮, ୨୦୧୨ - ୨:୪୮ ପୂର୍ବାହ୍ନ

    ଅତି ସୁନ୍ଦର

  • ୨. ବିଜନ ରାୟ୍ |  ଫେବୃଆରୀ ୨୯, ୨୦୧୨ - ୧୨:୩୦ ପୂର୍ବାହ୍ନ

    ଭଲ ହୋଇଛି.

  • ୩. ସୁକାନ୍ତ କୁମାର ସାହୁ |  ମାର୍ଚ୍ଚ୍ ୨, ୨୦୧୨ - ୧୦:୫୧ ପୂର୍ବାହ୍ନ

    ଓଡିଆ ଲେଖିବା ବର୍ତମାନ୍ ବହୁତ ସହଜ ହୋଇପାରିଲା କେବଳ ଅପ୍ରାନ୍ତ ଯୋଗୁ୍ ମୁଁ ଏଥି ପାଇଁ ଗର୍ବିତ

  • ୪. ହିମାଂଶୁ ରଞ୍ଜନ ଦାଶ୍ |  ମାର୍ଚ୍ଚ୍ ୩, ୨୦୧୨ - ୧୨:୨୬ ପୂର୍ବାହ୍ନ

    ସୁନ୍ଦର ଗଳ୍ପ କିନ୍ତୁ ବିସ୍ତାରିତ ହୋଇଥିଲେ ଅଧିକ ଭଲ ଲାଗିଥାନ୍ତା .

  • ୫. ଲିଙ୍ଗରାଜ ସାହୁ |  ମାର୍ଚ୍ଚ୍ ୩, ୨୦୧୨ - ୪:୪୨ ପୂର୍ବାହ୍ନ

    ବହୁତ ଭଲ ହେଇଛି . ଧନ୍ୟବାଦ .

  • ୬. ଉଦିତ ଭାନୁ ସିଂହ |  ମାର୍ଚ୍ଚ୍ ୩, ୨୦୧୨ - ୮:୦୯ ପୂର୍ବାହ୍ନ

    ଗପ ଟି ବହୁତ ଭଲ ଲାଗିଲା

  • ୭. kanha |  ମାର୍ଚ୍ଚ୍ ୪, ୨୦୧୨ - ୧୦:୧୯ ପୂର୍ବାହ୍ନ

    nice

  • ୮. ଅଶୋକ କୁମାର ସାହୁ |  ମାର୍ଚ୍ଚ୍ ୪, ୨୦୧୨ - ୧୦:୫୫ ପୂର୍ବାହ୍ନ

    ଭଲ ଲାଗିଲା , କିନ୍ତୁ ବିସ୍ତାରିତ ହୋଇଥିଲେ ଅଧିକ ଭଲ ଲାଗିଥାନ୍ତା

  • ୯. Jatin Sahoo |  ମାର୍ଚ୍ଚ୍ ୧୧, ୨୦୧୨ - ୧୨:୩୯ ଅପରାହ୍ନ

    Very Niceeeeeeeeee…….

  • ୧୦. arun raj |  ମାର୍ଚ୍ଚ୍ ୧୩, ୨୦୧୨ - ୧୨:୫୭ ପୂର୍ବାହ୍ନ

    quite nice story

  • ୧୧. ମୋନାଲିସା ଦେବ ଗୋସ୍ବାମୀ |  ମାର୍ଚ୍ଚ୍ ୧୪, ୨୦୧୨ - ୧:୦୯ ପୂର୍ବାହ୍ନ

    ବହୁତ ଭଲ ଲାଗିଲା ଗପ ଟି୤

  • ୧୨. SADANANDA KANHAR |  ମାର୍ଚ୍ଚ୍ ୧୬, ୨୦୧୨ - ୧୧:୨୪ ପୂର୍ବାହ୍ନ

    lekha bahuta bhala hoichi.

  • ୧୩. Priyanka Sen |  ମାର୍ଚ୍ଚ୍ ୧୮, ୨୦୧୨ - ୪:୩୨ ପୂର୍ବାହ୍ନ

    very niceeeee

  • ୧୪. ଦେବେନ୍ଦ୍ର ବେହେରା |  ଜୁନ୍ ୨୮, ୨୦୧୨ - ୧୨:୨୯ ପୂର୍ବାହ୍ନ

    ନିତିଦିନିଆ ଜୀବନ ର ଅନୁଭୁତି କୁ ସୁନ୍ଦର ଭାବରେ ବ୍ୟଙ୍ଗ
    କରିଥିବାରୁ ଧନ୍ୟବାଦ୤ ଏମିତି ଲେଖି ଚାଲନ୍ତୁ୤

  • ୧୫. ଯୋଗେଶ୍ବର ପ୍ରଧାନ |  ଜୁଲାଇ ୨୨, ୨୦୧୨ - ୫:୨୮ ପୂର୍ବାହ୍ନ

    ଖୁବ୍ ଭଲଲାଗିଲା ।

  • ୧୬. ମାନସ କୁମାର୍ ମଲ୍ଲ୍ |  ଡିସେମ୍ବର୍ ୧୪, ୨୦୧୨ - ୩:୫୫ ପୂର୍ବାହ୍ନ

    ଛୋଟ ହେଲେ ବି ଖୁବ୍ ଭଲ ଓ ଅତ୍ୟନ୍ତ ମର୍ମଭେଦୀ…

  • ୧୭. ତରୁଣ ପ୍ରସାଦ ସାହୁ, ଆଇ.ଆଇ.ଟି. ଦୀଲ୍ଲି |  ସେପ୍ଟେମ୍ବର୍ ୧୨, ୨୦୧୪ - ୪:୩୮ ପୂର୍ବାହ୍ନ

    ଲେଖକଙ୍କ ବୁଦ୍ଧି ମାନିବାକୁ ପଡ଼ିବ ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤