ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ଡ.ହରେକୃଷ୍ଣ ମହତାବ
ଗନ୍ତାୟତ ଶିବପ୍ରସାଦ
ସ୍ବଭାବ କବି ଗଙ୍ଗାଧର ମେହେର
ଅମରେଶ ବିଶ୍ବାଳ
ଅଖିଳମୋହନ ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ନଭେମ୍ବର୍ ୧୨, ୨୦୧୧  
ମୂଳ ପୃଷ୍ଠାଗଳ୍ପଅଣୁ ଗଳ୍ପ
 

ବାବ୍‌ଲୁ ଖବରଟା ଦେଲା୤ ମୁନା, ଶୁଣିଲୁଣି ହିମାଂଶୁଟା ପାଗ୍‌ଲା ହୋଇଗଲାଣି୤
– ପାଗଳ ହୋଇଗଲାଣି? ସକାଳୁ ସକାଳୁ ଏମିତି ମର୍ମନ୍ତୁଦ ଖବରରେ ମୁଁ ଆବଶ୍ୟକ ମୁତାବକ ମର୍ମାହତ ହେଲି୤

ହିମାଂଶୁ ଆମ ସାଙ୍ଗ୤ ସେକ୍ରେଟାରିୟେଟ୍‌ରେ କିରାଣୀ ଚାକିରି କଲାଣି ତିନି ବର୍ଷ ହେଲା୤ ସେକ୍ରେଟାରିୟେଟ୍ କିରାଣୀମାନେ ଅନ୍ୟମାନଙ୍କୁ ପାଗଳ କରିଦିଅନ୍ତି୤ ନିଜେ ପାଗଳ ହେବାର ଦୃଷ୍ଟାନ୍ତ ପ୍ରାୟ ନାହିଁ୤
– କିରେ କାହିଁକି? କଣ ହେଲା? କଣ ପାଗଳାମି କରୁଛି? ମୁଁ ଏକାସାଙ୍ଗରେ ଅନେକ ଗୁଡିଏ ପ୍ରଶ୍ନ ପଚାରିଦେଲି୤
– ମିତୁ କୁଆଡେ ତାକୁ ଛାଡି ଆଉ କାହାକୁ ବାହା ହୋଇଗଲା୤ ସେ ଖବର ପାଇଲା ପରଠୁଁ ହିମାଂଶୁ ଖାଲି ମଦ ପିଉଛି୤

ମିତୁ ଓରଫ ମିତାଲି ହିମାଂଶୁର ପ୍ରେମିକା୤ ଛ’ବର୍ଷ ହେଲା ସେମାନଙ୍କର ଘନିଷ୍ଠ ପ୍ରେମ୤ ଆମେ ସମସ୍ତେ ଏକଥା ଜାଣିଛୁ୤ ତ ଏମତାବସ୍ଥାରେ ଜଣେ ଦରଦୀ ସାଙ୍ଗର କର୍ତ୍ତବ୍ୟ ଘଟଣାସ୍ଥଳରେ ପହଞ୍ଚିବା ଏବଂ ଘଟଣାକୁ ସରଜମୀନ ବୁଝିବା୤ ମୁଁ ସେଇଆ କଲି୤ ସନ୍ଧ୍ୟାବେଳେ ହିମାଂଶୁର ବସାଘରେ ପହଞ୍ଚିଲି୤ ହିମାଂଶୁ ଭୁବନେଶ୍ବରର ଅନ୍ୟାନ୍ୟ ବହୁ ଚାକିରିଜୀବିଙ୍କ ପରି ଭଡାଘରେ ରହେ୤ ଏକୁଟିଆ୤

ଦେଖିଲାବେଳକୁ ବାବ୍‌ଲୁ ଯାହା କହିଥିଲା, ଅକ୍ଷରେ ଅକ୍ଷରେ ସତ୤ ହିମାଂଶୁ ବୋତଲ ଓ ଗ୍ଲାସ୍ ଧରି ବସିଛି୤ ବୋତଲଟା ଅଧା ଖାଲି, ହିମାଂଶୁ ର ଆଖି ମଧ୍ୟ ବେଶ ଲାଲ୤ ଅର୍ଥାତ୍ କିନା ବେଶ କିଛି ସମୟ ହେଲା ମଦ୍ୟପାନ ଚାଲିଛି୤
ମୁଁ କହିଲି, ବେ ହିମାଂଶୁ, ଇଏ କଣ?
– କଣ? ହିମାଂଶୁ ସାମାନ୍ୟ ମାତାଲ ଗଳାରେ ମୋତେ ଓଲଟା ପଚାରିଲା୤
– ମିତୁ ତୋତେ ଛାଡି ଆଉ କାହାକୁ ବାହା ହୋଇଗଲା୤ ଗଲା୤ ତା ବୋଲି ତୁ ମଦ ପିଇ ବରବାଦ ହେବୁ? ଇଡିଅଟ୍! ତୁ କଣ ଦେବଦାସ?
– ନା, ମୁଁ ହିମାଂଶୁ ଦାସ୤
– ତେବେ ଶଳା ମଦଗୁଡାକ କାହିଁକି ପିଉଛୁ? ମଦ କଣ ଦୁଃଖର ଇଲାଜ? ମଦ ପିଇଲେ ଦୁଃଖ କମେ?
– ହାଃ, ହାଃ, ହାଃ! ହିମାଂଶୁ ଖୁବ୍ ହସିଲା୤ ହସି ହସି ତା ଆଖିରୁ ଲୁହ ନିଗିଡି ପଡିଲା୤ କହିଲା, ତୁ ବି ଧୋକା ଖା ଗୟା ମେରା ଦୋସ୍ତ!

ଅଳ୍ପ ନିଶା ହେଲେ ଓଡିଆ ହିନ୍ଦୀ କହେ ବୋଲି ମୁଁ ଜାଣିଥିଲି୤ ଜାଣିଥିଲି ବୋଲି ଟିକେ ଶଙ୍କିଗଲି୤ ମାତାଲଙ୍କୁ ମୋର ଭାରି ଭୟ୤ ସେମାନେ କଥା କଥାରେ ହାତ ଉଠେଇଦିଅନ୍ତି୤
– ହସୁଛୁ କାହିଁକି?
– ହସିବିନି? ତୁ କଣ ଭାବୁଛୁ, ମୁଁ ମିତୁ ଚାଲିଯିବା ଦୁଃଖରେ ମଦ ପିଉଛି?
– ଆଉ?
– ହାଃ, ହାଃ, ହାଃ- ଦେଖ ଗୋଟେ ଗହନ କଥା କହୁଛି, କାହାକୁ କହିବୁନି୤ ତୁ ମୋର ସଚ୍ଚା ଦୋସ୍ତ ବୋଲି ତୋତେ କହୁଛି୤
– କହ୤
– ମିତୁଫିତୁ ଚାଲିଯିବା ଦୁଃଖରେ ନୁହେଁ, ଖାସ୍ ମଦ ପିଇବି ବୋଲି ମଦ ପିଉଛିରେ ଶଳା୤ ଇଚ୍ଛା ହେଲା, ମଦ ପିଇ ମାତାଲ ହେବି୤ କିନ୍ତୁ ତୁଚ୍ଛାଟାରେ ମଦ ପିଇଲେ ଲୋକ କହିବେ ଶଳା ମଦୁଆ ହୋଇଗଲା୤ ଅଭି ମଦ ପିଇଲେ ଲୋକେ କହିବେ- ଆହା ଦୁଃଖରେ ପିଉଛି୤ କେହି ଆଉ ମୋତେ ଘୋଡା ମଦୁଆ ବୋଲି କହିବେନି୤ ମାର୍କେଟ୍‌ରେ ମୋର ଭାବମୂର୍ତ୍ତିଟା ନିର୍ମଳ ରହିବ୤ ବୁଝିଲୁ! ଏ ଜମାନା ବହୁତ ଖରାପରେ ଦିସ୍ତ! ମଦ ଟିକେ ପିଇବା ପାଇଁ ବି ବାହାନା ଦରକାର୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମୃଣାଳ, ସଞ୍ଚାରମାର୍ଗ, ଢେଙ୍କାନାଳ
ମୃଣାଳ
ପ୍ରଥମେ ଜଣେ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ମୃଣାଳ ବା ମୃଣାଳ ଚାଟାର୍ଜୀ ସମ୍ପ୍ରତି ଢେଙ୍କାନାଳ ସ୍ଥିତ ଭାରତୀୟ ଗଣଯୋଗାଯୋଗ ପ୍ରତିଷ୍ଠାନର ମୁଖ୍ୟ ଭାବେ କାର୍ଯ୍ୟରତ୤ ମୁଖ୍ୟତଃ ରମ୍ୟ ରଚନା ଏବଂ ବ୍ୟଙ୍ଗ ଗଳ୍ପ ଲେଖୁଥିବା ମୃଣାଳ ଏବେ ରାଜ୍ୟର ବିଭିନ୍ନ ଓଡ଼ିଆ ସମ୍ବାଦପତ୍ରରେ ନିୟମିତ ସ୍ତମ୍ଭ ଲେଖିବା ସହ ଏକାଧିକ ପତ୍ରିକାରେ ମଧ୍ୟ ଲେଖନୀ ଚାଳନା ଜାରି ରଖିଛନ୍ତି୤ ନିଜର ଲେଖା ପାଇଁ ଅଜସ୍ର ପାଠକୀୟ ସ୍ବୀକୃତୀ ହାସଲ କରିଥିବା ମୃଣାଳ ବହୁ ପୁରସ୍କାର ଓ ସମ୍ମାନରେ... [ କ୍ରମେ ସବିଶେଷ ]
ମୃଣାଳଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୨୨ ଆପଣଙ୍କ ମତାମତ ?

  • ୧. ଆଶୁତୋଷ ଷଡଙ୍ଗି |  ନଭେମ୍ବର୍ ୧୨, ୨୦୧୧ - ୧୦:୪୨ ପୂର୍ବାହ୍ନ

    ଗପ ତି ବହୁତ ଭଲ ହଇଛି. ଭିନ୍ନ ସ୍ବାଦ ର.

  • ୨. ମହେଶ ପ୍ରସାଦ ଦାଶ |  ନଭେମ୍ବର୍ ୧୬, ୨୦୧୧ - ୭:୧୨ ପୂର୍ବାହ୍ନ

    ଲେଖାଟି ପଢି ଖୁବ୍ ଭଲ ଲାଗିଲା ୤ ଛୋଟ କଥା ଟିଏ ,କିନ୍ତୁ ଖୁବ୍ ସୁନ୍ଦର୍ ହୋଇଛି ୤ଅଶା କରେ ଆଗକୁ ମଧ୍ୟ ମିଳିବ୤ ଧନ୍ୟବାଦ୍ ଅନେକ

  • ୩. ସୁରେନ୍ଦ୍ର କୁମର ମିସ୍ର |  ନଭେମ୍ବର୍ ୧୮, ୨୦୧୧ - ୯:୨୦ ପୂର୍ବାହ୍ନ

    ସୁନ୍ଦର ହୋଇଛି……………………….

  • ୪. ମନୋଜ କୁମାର ଚୌଧୁରୀ |  ନଭେମ୍ବର୍ ୨୯, ୨୦୧୧ - ୪:୧୦ ପୂର୍ବାହ୍ନ

    ବହୁତ ହୃଦୟଶ୍ବର୍ସି …..

  • ୫. abhimanyu |  ନଭେମ୍ବର୍ ୩୦, ୨୦୧୧ - ୧୨:୨୩ ପୂର୍ବାହ୍ନ

    what a wonderful story, realy mind blowing………………..

  • ୬. ସୁରେନ୍ଦ୍ର କୁମର ମିସ୍ର |  ନଭେମ୍ବର୍ ୩୦, ୨୦୧୧ - ୮:୪୭ ପୂର୍ବାହ୍ନ

    ବହୁତ ସୁନ୍ଦର୍ ହେଇଛେ …………………

  • ୭. shubhrajit sahoo |  ଡିସେମ୍ବର୍ ୧, ୨୦୧୧ - ୧୦:୦୫ ପୂର୍ବାହ୍ନ

    ବହୁତ ଭଲ

  • ୮. kishore kumar |  ଡିସେମ୍ବର୍ ୩, ୨୦୧୧ - ୬:୩୪ ପୂର୍ବାହ୍ନ

    interesting very short story. liked it.

  • ୯. ନରେନ୍ଦ୍ର ନାଥ ପଟ୍ଟନାୟକ |  ଡିସେମ୍ବର୍ ୧୨, ୨୦୧୧ - ୧:୨୫ ଅପରାହ୍ନ

    ଚମତ୍କାର ଉପସ୍ଥାପନା – ଉପଭୋଗ୍ୟ୍ ହେଇଛି୤ ଅପ୍ରାନ୍ତ କି-ବୋର୍ଡର ଅନୁଭୂତି ବି ବେଶ୍ ସ୍ପୃହଣୀୟ ହେଇଛି୤

  • ୧୦. ସରୋଜ କାନ୍ତି ମିଶ୍ର |  ଡିସେମ୍ବର୍ ୧୩, ୨୦୧୧ - ୧୧:୪୮ ପୂର୍ବାହ୍ନ

    ବହୁତ ଭଲ ଲାଗିଲା . ମିନି ଗପ – ଅତ୍ୟନ୍ତ ଚମତ୍କାର.
    ଚାରିଥର ପଢିଲି.
    ଲେଖକଙ୍କୁ ଆମର ଶୁଭେଛା .
    ଖୁବ୍ ସୁନ୍ଦର୍ ହୋଇଛି.
    ରାଉଲକେଲା ପାଠକମାନଙ୍କର ଶୁଭେଛା .

  • ୧୧. କୃପାସିନ୍ଧୁ ମୁଦୁଲି |  ଡିସେମ୍ବର୍ ୧୪, ୨୦୧୧ - ୭:୪୧ ପୂର୍ବାହ୍ନ

    ବହୁତ୍ ବଢିଆ ଲାଗିଲା୤ଖୁବ୍ ସୁନ୍ଦର ଉପସ୍ଥାପନା

  • ୧୨. ଅଶୋକ କୁମାର ମହାନ୍ତି |  ଡିସେମ୍ବର୍ ୨୦, ୨୦୧୧ - ୪:୩୩ ପୂର୍ବାହ୍ନ

    ବହୁତ ଭଲ ଲାଗିଲା

  • ୧୩. ଜ୍ବୋତି ପ୍ରସାଦ ରାଉତ |  ଡିସେମ୍ବର୍ ୨୪, ୨୦୧୧ - ୭:୫୫ ପୂର୍ବାହ୍ନ

    ନମସ୍କାର୍ ମୃଣାଳ ବାବୁ, ଛୋଟ ଗପ ଟିଏ । କିନ୍ତୁ ବହୁତ ବଡ ମର୍ମ । ବହୁତ ପ୍ରଶ୍ନ ଉଂକି ମରିଲା ॥

  • ୧୪. ବିଜନ ରାୟ୍ |  ଜାନୁଆରୀ ୧୧, ୨୦୧୨ - ୨:୨୯ ପୂର୍ବାହ୍ନ

    ଗଲ୍ପଟି ବହୁତ ସୁନ୍ଦର ହୋଇଛି . ଭଲ ଲାଗିଲା. ଗାଲ୍ପିକଙ୍କୁ ଧନ୍ୟବାଦ.

  • ୧୫. ପ୍ରଦ୍ୟୁତ ମୋହନ ଦାଶ |  ଜାନୁଆରୀ ୩୦, ୨୦୧୨ - ୪:୫୨ ପୂର୍ବାହ୍ନ

    ଗଳ୍ପ ଟା ଖୁବ୍ ଭଲ ଲଗିଲା. ଆଶା କରୁଛି ଭବିଷ୍ୟତରେ ଅହୁରି ଏମିତି ଲେଖା ପଢିବାକୁ ମିଳିବ.
    ଧନ୍ୟବାଦ

  • ୧୬. ଆଲୋକ କୁମାର ସାହୁ |  ଫେବୃଆରୀ ୧୭, ୨୦୧୨ - ୭:୪୫ ପୂର୍ବାହ୍ନ

    ମୃଣାଳ ଚାଟାର୍ଜୀଙ୍କର ସବୁ ଲେଖାପରି ଏଇଟା ମଧ୍ୟ ବହୁତ ଭଲ ହେଇଛି ୤ ବହୁତ ଭଲ ଲାଗିଲା ୤ ଓଡିଆ ସାହିତ୍ୟ ଡଟ୍ କମ୍ କୁ ଏଥିପାଇନ ଧନ୍ୟବାଦ ୤

  • ୧୭. ପ୍ରଭାତ ରଞ୍ଜନ ବେଉରା |  ଫେବୃଆରୀ ୧୯, ୨୦୧୨ - ୬:୧୮ ପୂର୍ବାହ୍ନ

    ଖୁବ୍ ଭଲ ଲାଗିଲା, ଏମିତି ଆହୁରି ଆଶା କରେ, ଧନ୍ୟବାଦ

  • ୧୮. ranjeeb kumar padhi |  ଫେବୃଆରୀ ୧୯, ୨୦୧୨ - ୧୧:୧୯ ଅପରାହ୍ନ

    bahut bhal

  • ୧୯. ଜିତେନ୍ଦ୍ର କୁମର ମିଶ୍ର |  ଫେବୃଆରୀ ୨୩, ୨୦୧୨ - ୧୧:୫୦ ଅପରାହ୍ନ

    ଗପ ଭଲ ହୋଈଛ

  • ୨୦. Saroj Biswal |  ମେ ୩, ୨୦୧୨ - ୪:୦୫ ପୂର୍ବାହ୍ନ

    ଖବର କାଗଜଟିଏ ପାଇଲେ ଆଗ ଖୋଜେ ମୃଣାଳ ର କିଛି ଅଛିକି।ଛୋଟ କିନ୍ତୁ ଭଲ॥ସରୋଜ କୁମାର ବିଶ୍ବାଳ॥ ରାଢୋ, ମୟୂରଭଞ୍ଜ।

  • ୨୧. ପ୍ରଶାନ୍ତ କୁମାର୍ ନାୟକ, ତାଳଚେର୍ |  ନଭେମ୍ବର୍ ୭, ୨୦୧୨ - ୨:୫୮ ପୂର୍ବାହ୍ନ

    ଭଲ ଗପଟିଏ …

  • ୨୨. ଦେବିପ୍ରିୟ ମୁଦୁଲି, ଭୁବନେସ୍ବର୍ |  ଫେବୃଆରୀ ୨୮, ୨୦୧୪ - ୬:୩୫ ପୂର୍ବାହ୍ନ

    ବହୁତ ଭଲ ହୋଇଛ୍ହି……………….

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤