ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ରମାକାନ୍ତ ରଥ
କୁନ୍ତଳା କୁମାରୀ ସାବତ
ବିଦ୍ୟୁତପ୍ରଭା ଦେବୀ
ମୃଣାଳ
ବ୍ରଜନାଥ ରଥ
ବିରଜା ବଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଏପ୍ରିଲ୍ ୨୫, ୨୦୧୨  
ମୂଳ ପୃଷ୍ଠାଗଳ୍ପଅଣୁ ଗଳ୍ପ
 

ସେଇଥିପାଇଁ ବୁଦ୍ଧିରାମ ଆଜି ବଡ଼ି ସକାଳୁ ଅଫିସ୍‌ ବାହାରିଛି୤ ଆଜି ପାର୍ବତୀ ବି ନିଶ୍ଚୟ ଚଞ୍ଚଳ ଅଫିସ୍‌ ଆସିବ୤ ବହୁଦିନ ଧରି ଥାଥା ମାମା ହୋଇ ଗତକାଲି ବୁଦ୍ଧିରାମ ତାକୁ ଗୋଟେ ଲଭ୍‌ ଲେଟର ଦେଇଛି୤ ପାର୍ବତୀ ତାକୁ ପଢ଼ିଛି ଆଉ ସେ ବି ନିଶ୍ଚୟ ବୁଦ୍ଧିରାମକୁ ଲଭ୍‌ କରୁଛି୤ ନହେଲେ ଅଫିସ୍‌ ଛୁଟି ହେଲା ବେଳକୁ କାହିଁକି ତାକୁ ଚାହିଁ ମୁହଁ ଚିପି ଗୋଟେ ସ୍ମାଇଲ୍‌ ଦିଅନ୍ତା! କହନ୍ତା, କାଲି ଆସନ୍ତୁ, ଏହାର ଉତ୍ତର ଦେବି୤

ଆଜି ପାର୍ବତୀ ବି ଚଞ୍ଚଳ ଅଫିସ୍‌ ଆସିଯିବ୤ ଫାଙ୍କା ଅଫିସ୍‌ରେ ସେ ଆଉ ପାର୍ବତୀ୤ ପାର୍ବତୀ ଆଉ ସେ୤ ପାଖାପାଖି ବସି କେତେ କଥା ହେବ୤ ବୁଦ୍ଧିରାମ ଭାବୁଥିଲା, ସବୁଦିନ ଏମିତି ବନ୍ଦ ହୁଅନ୍ତା, ସବୁଦିନ ଏମିତି ଅଫିସ୍‌ଟା ଖାଲି ଥାଆନ୍ତା୤

(୪)

ବନ୍ଦ ଦିନ ସବୁ ବନ୍ଦ୤ ଦିପହରେ ଖାଇବ କ‘ଣ ସଞ୍ଜୟ? ସେ ଗୋଟେ ଜରୁରି କାମରେ ଆସିଥିଲା ଭୁବନେଶ୍ବରରେ ଗୋଟେ ଅଫିସ୍‌କୁ୤ ଅଫିସର୍‌ କହିଥିଲେ, ବନ୍ଦ ହେଲେବି ମୁଁ ତ ଆସିଥିବି୤ ସେଦିନ ଅନ୍ୟ କର୍ମଚାରୀମାନେ ଆସିବା ନ ଆସିବା ଭଳି୤ ଅଫିସ୍‌ରେ କେହି ବିଶେଷ ନଥିବେ୤ ମୁଁ ନିରୋଳାରେ ଆପଣଙ୍କ କାମଟା କରିଦେବି୤

କାମ ସରିଗଲା ଦିପହର ବେଳକୁ୤ ବାହାରକୁ ବାହାରି ଆସିଲା ସଞ୍ଜୟ୤ ସକାଳୁ ତରବରରେ ବାହାରି ଆସିଥିଲା ଯେ ବ୍ରେକ୍‌ଫାଷ୍ଟ୍‌ କରି ନଥିଲା ଠିକ୍‌ କରି୤ ଗୋଟାଏ ସାଣ୍ଡ୍‌ଉଇଚ୍‌ କୌଣସି ମତେ ପାଟିରେ ପୁରାଇ ଚାଲିଆସିଥିଲା୤ ସେତେବେଳେ କେତେ ଶୀଘ୍ର ଅଫିସ୍‌ରେ ପହଞ୍ଚିବ, ସେ ଚିନ୍ତା୤ ଏବେ କାମଟା ସରିଗଲା ପରେ ସଞ୍ଜୟ ଅନୁଭବ କଲା – ବେଶ୍ ଭୋକ ହେଲାଣି୤ ହେଲେ ଖାଇବ କ‘ଣ ସେ? ଆଖପାଖ ସବୁ ଦୋକାନ ବନ୍ଦ୤ ପାନଦୋକାନ ବନ୍ଦ୤ ବନ୍ଦ ପାଇଁ ନିଜ କାର୍‌ ଆଣିନି ସଞ୍ଜୟ୤ ଗାଡ଼ିମଟର ଚାଲୁନି ଏ ଯାଏଁ୤ ଭୋକଟା ବଢ଼ିବାକୁ ଲାଗିଲା୤ ଗୋଟିଏ ଗୋଟିଏ ଆଗକୁ ଚାଲିଲା୤ କାଳେ କିଛି ଦୋକାନ ଖୋଲା ଥିବ୤ ସାପ ଯେମିତି ପେଡ଼ି ଭିତରୁ ବାହାରି ଆସେ, ସଞ୍ଜୟର ମନେ ହେଲା ଭୋକଟା ବି ଗୋଟେ ସାପ ଭଳି ତା ପେଟ ଭିତରୁ ବାହାରକୁ ବାହାରି ଆସିବାକୁ ଚାହୁଁଛି୤ ଭୋକ ଯେ ମଣିଷକୁ ଏମିତି ଦୁର୍ବଳ ଆଉ ଅସହାୟ କରିଦିଏ – ତାହା ପ୍ରଥମ ଥର ପାଇଁ ଅନୁଭବ କଲା ସଞ୍ଜୟ୤ ଏଇ ସମୟରେ ସେ ଦେଖିଲା – ରାସ୍ତା କଡ଼େ ଝୋପଡ଼ି ହୋଟେଲ୍‌ଟିଏ, ଅଧା ଖୋଲା ହୋଇ ରହିଛି୤ ସାଧାରଣ ଅବସ୍ଥାରେ ସଞ୍ଜୟ ଖାଇବାରେ ଯାହାକୁ ଇଂରାଜୀରେ କହନ୍ତି ଭାରି ଫସି୤ ଟିକେ ଅଳିଆ ହୋଇଥିଲେ ସେ ସେଠିକି ଯାଏନି୤ ବିଦେଶରେ ରହି ଏ ଶିକ୍ଷା ତାର ହୋଇଛି୤ ଏମିତି ରାସ୍ତା କଡ଼ ଝୋପଡ଼ି ହୋଟେଲ୍‌ରେ ଖାଇବା କଥା ସେ କେବେ ଚିନ୍ତା ବି କରି ନଥାନ୍ତା! ହେଲେ ଆଜିକାର କଥା ଅଲଗା୤

ଝୋପଡ଼ି ଦୋକାନୀକୁ ପଚାରିଲା ସଞ୍ଜୟ, ଖାଇବାକୁ ଅଛି କିଛି?
ଦୋକାନୀ ଯେତେବେଳେ କହିଲା- ଡାଲମା ଆଉ ଭାତ ହେବ, ସଞ୍ଜୟର ମନେ ହେଲା ଦୋକାନୀ ରୂପରେ ସାକ୍ଷାତ୍‌ ଭଗବାନ ତା ସାମ୍ନାରେ ଠିଆ ହୋଇ ତାକୁ ବରଦାନ ଦେଲେ୤
-ଦିଅ୤
ଗୋଟେ ସିଲ୍‌ଭର ଥାଳିରେ ଆସିଲା ବଗଡ଼ା ଭାତ ଆଉ ଡାଲମା୤ ସଞ୍ଜୟକୁ ଲାଗିଲା – ଅମୃତ୤ ଭୋକରେ ଯେ ଅଲଗା ସୁଆଦ ଅଛି – ଆଜି ପ୍ରଥମ ଥର ପାଇଁ ଅନୁଭବ କଲା ସଞ୍ଜୟ୤

(୫)

ସତ୍ୟହରି ବାବୁଙ୍କ ନେତୃତ୍ବରେ ବନ୍ଦ ହେଲା ଓଡ଼ିଶାରେ୤ ବନ୍ଦ ମାନେ ଜବରଦସ୍ତ ବନ୍ଦ୤ ତାଙ୍କ ସହକର୍ମୀମାନେ କହିଲେ ଏମିତି ଜବରଦସ୍ତ ବନ୍ଦ ଆଉ କେହି କରେଇ ପାରି ନାହାନ୍ତି୤ ସବୁ ବନ୍ଦ କରିଦେଇଛନ୍ତି ସତ୍ୟହରି ବାବୁ୤ ଦୋକାନବଜାର ଅଫିସ୍‌ପତ୍ର କଥା ଛାଡ଼ ଗାଡ଼ିମଟର ବି ସବୁ ବନ୍ଦ୤ ଶଳା ସାଇକଲ୍‌ରେ ବି ଲୋକ ଯାଇ ପାରିନାହାନ୍ତି୤ ସାଇକଲ ଚକାରୁ ପମ୍ପ ଖୋଲି ଦେଇଛନ୍ତି ସତ୍ୟହରିବାବୁଙ୍କ ଦଳର ଲୋକମାନେ୤
ସତ୍ୟହରି ବାବୁଙ୍କ ପୁଅ ପଢ଼େ ବାଙ୍ଗାଲୋରରେ୤ ନାଁ, ଓଡ଼ିଶାରେ ପଢ଼େଇବାର ଭୁଲ୍‌ ସତ୍ୟହରି ବାବୁ କେମିତି କରେଇବେ୤ ଏଠି ପାଠ ଅଛି ନା ଶାଠ ଅଛି୤ ପ୍ରତିଦିନ ଷ୍ଟ୍ରାଇକ୍‌୤ ପାଠର ନାଁ ଗନ୍ଧ ନାହିଁ୤ ବାଙ୍ଗାରୋର୍‌ରେ ଗୋଟେ ପାଠର ଆଟ୍‌ମସ୍‌ଫିଅର ଅଛି୤ ହେଲେ ସେଦିନ ବାଙ୍ଗାଲୋରରେ ବି ହୋଇଥିଲା ବନ୍ଦ୤ ସେଇଦିନ ତାଙ୍କ ପୁଅ ବାଥରୁମ୍‌ରେ ଗିଜର ଅନ୍‌ କରୁ କରୁ ଇଲେକ୍‌ଟ୍ରିକ୍‌ ସକ୍‌ ଖାଇ ଓଲଟି ପଡ଼ିଲା ଯେ ମୁଣ୍ଡରେ ବାଜିଲା ଆଘାତ୤ ତାକୁ ବଡ଼ ହାସପାତାଳକୁ ନେବା ଦରକାର ଥିଲା୤ ହେଲେ ସେ ହାସପାତାଳ ପହଞ୍ଚି ପାରିଲାନି୤ ଆନ୍ଦୋଳନକାରୀମାନେ ତାକୁ ପହଞ୍ଚେଇ ଦେଲେନି୤ ବାଟରେ ମରିଗଲା ସତ୍ୟହରି ବାବୁଙ୍କ ପୁଅ୤

ଏ କ୍ଷଣେ ସତ୍ୟହରି ବାବୁଙ୍କ ଦୁଇଟା ହାତରେ ଦୁଇଟା ମୋବାଇଲ୍‌ ଫୋନ୤ ଗୋଟାକରେ ବଧେଇ: ଆପଣ ଏତେ ସୁନ୍ଦର ବନ୍ଦ କରେଇଛନ୍ତି, ତେଣୁ ଦଳର ହାଇକମାଣ୍ଡ ଆପଣଙ୍କୁ ବିଧାୟକ ଆସନ ପାଇଁ ଟିକଟ ଦେବା ପାଇଁ ମନସ୍ଥ କରୁଛନ୍ତି୤ ଆର ଫୋନ୍‌ଟି ବାଙ୍ଗାଲୋରରୁ: ଆପଣଙ୍କ ପୁଅ ଆଉ ନାହିଁ୤ ବନ୍ଦ ପାଇଁ ଆମ୍ବୁଲାନ୍ସ ବାଟରେ ଅଟକି ରହିଗଲା୤ ଅତିରିକ୍ତ ରକ୍ତକ୍ଷରଣ ପାଇଁ ତାର ମୃତ୍ୟୁ ହୋଇଗଲା୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମୃଣାଳ, ସଞ୍ଚାରମାର୍ଗ, ଢେଙ୍କାନାଳ
ମୃଣାଳ
ପ୍ରଥମେ ଜଣେ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ମୃଣାଳ ବା ମୃଣାଳ ଚାଟାର୍ଜୀ ସମ୍ପ୍ରତି ଢେଙ୍କାନାଳ ସ୍ଥିତ ଭାରତୀୟ ଗଣଯୋଗାଯୋଗ ପ୍ରତିଷ୍ଠାନର ମୁଖ୍ୟ ଭାବେ କାର୍ଯ୍ୟରତ୤ ମୁଖ୍ୟତଃ ରମ୍ୟ ରଚନା ଏବଂ ବ୍ୟଙ୍ଗ ଗଳ୍ପ ଲେଖୁଥିବା ମୃଣାଳ ଏବେ ରାଜ୍ୟର ବିଭିନ୍ନ ଓଡ଼ିଆ ସମ୍ବାଦପତ୍ରରେ ନିୟମିତ ସ୍ତମ୍ଭ ଲେଖିବା ସହ ଏକାଧିକ ପତ୍ରିକାରେ ମଧ୍ୟ ଲେଖନୀ ଚାଳନା ଜାରି ରଖିଛନ୍ତି୤ ନିଜର ଲେଖା ପାଇଁ ଅଜସ୍ର ପାଠକୀୟ ସ୍ବୀକୃତୀ ହାସଲ କରିଥିବା ମୃଣାଳ ବହୁ ପୁରସ୍କାର ଓ ସମ୍ମାନରେ... [ କ୍ରମେ ସବିଶେଷ ]
ମୃଣାଳଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧୨ ଆପଣଙ୍କ ମତାମତ ?

  • ୧. ରବିନ୍ଦ୍ର ନାଥ ନାୟକ |  ଏପ୍ରିଲ୍ ୨୬, ୨୦୧୨ - ୧୦:୪୩ ଅପରାହ୍ନ

    ବହୁତ ବଢିଆ !!!!

  • ୨. ସରୋଜ କାନ୍ତି ମିଶ୍ର |  ମେ ୧୨, ୨୦୧୨ - ୧:୫୯ ଅପରାହ୍ନ

    ଏକ ନିତିଦିନିଆ କଥା- କିନ୍ତୁ କି ଚମତ୍କାର ପରିପ୍ରକାଶ – ବହୁତ ସୁନ୍ଦର ଅଣୁ ଗଳ୍ପ . Congratulations!

  • ୩. ରବୀନ୍ଦ୍ର କୁମାର ସାମନ୍ତରାୟ |  ମେ ୧୩, ୨୦୧୨ - ୩:୫୭ ପୂର୍ବାହ୍ନ

    ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇଛି ୤

  • ୪. ଅଶୋକ କୁମାର ସାହୁ |  ମେ ୧୯, ୨୦୧୨ - ୬:୩୫ ପୂର୍ବାହ୍ନ

    ବନ୍ଦ, ଗଳ୍ପ ଗୁଡିକ ଖୁବ୍ ମନଲାଖି ହୋଇଛି

  • ୫. ଅତ୍ୟନ୍ତ ଭଲ ହେଇଛ |  ଜୁଲାଇ ୧୪, ୨୦୧୨ - ୯:୪୬ ପୂର୍ବାହ୍ନ

    ଖୁବ୍ ଭଲ

  • ୬. papu |  ଜୁଲାଇ ୨୦, ୨୦୧୨ - ୩:୩୭ ପୂର୍ବାହ୍ନ

    So nice.

  • ୭. ବିରଞ୍ଚି ନାରାୟଣ ବେହେରା, ଲଣ୍ଡନ୍, ଇଂଲଣ୍ଡ |  ଏପ୍ରିଲ୍ ୧୭, ୨୦୧୩ - ୧୦:୦୬ ପୂର୍ବାହ୍ନ

    ବହୁତ ଭଲ ଲଗିଲା ବନ୍ଦ ଟି ପଢ଼ି ୤ ସବୁଠାରୁ ଭଲ ଲଗିଲା ବନ୍ଦ କରୁଥିବା ନେତା ବିଷୟ ରେ ପଢ଼ି ୤

  • ୮. ରୂପଧର, ହାଇଦ୍ରାବାଦ |  ନଭେମ୍ବର୍ ୧୭, ୨୦୧୩ - ୧୧:୪୩ ପୂର୍ବାହ୍ନ

    ‘ବନ୍ଦ’ ରାଜନୀତିର ଖେଳ କିନ୍ତୁ ଏଥିଦ୍ୱାରା ଦିନ ମଜୁରିଆ ଠାରୁ ନେତା ପର୍ଯ୍ୟନ୍ତ ଅସୁବିଧାର ସମ୍ମୁଖୀନର ହେଉଛନ୍ତି ଏଥିରେ ସନ୍ଦେହ ନାହିଂ । କାହାଣୀ ଜ୍ଵଳନ୍ତ ଉଦାହରଣ, ହୃଦୟସ୍ପର୍ଶୀ ।

  • ୯. ଅରବିନ୍ଦ ଭୋଇ, ଭଦ୍ରକ |  ମେ ୩୧, ୨୦୧୪ - ୧୨:୨୦ ପୂର୍ବାହ୍ନ

    ସତରେ ଗପ ଗୁଡିକ ଖୁବ୍ ସୁନ୍ଦର. ଏବଂ ଶାଣିତ ହୋଇ ଅଛି ଆପଣଙ୍କୁ. ଅଶେଷ ଧନ୍ୟବାଦ୍ .

  • ୧୦. ତରୁଣ, ଆଇ.ଆଇ.ଟି. ଦୀଲ୍ଲି |  ସେପ୍ଟେମ୍ବର୍ ୧୨, ୨୦୧୪ - ୮:୨୭ ପୂର୍ବାହ୍ନ

    ୪ ଆଉ ୫ ଟା ବଢିଆ ହୋଇଛି୤

  • ୧୧. ଗୋବିନ୍ଦ, ବାରିପଦା |  ଜାନୁଆରୀ ୨୭, ୨୦୧୬ - ୯:୩୫ ପୂର୍ବାହ୍ନ

    ବହୁତ ସୁନ୍ଦର ଏବଂ ହୃଦୟ ସ୍ପର୍ଶୀ ଗଳ୍ପ ।।

  • ୧୨. jagat pattnaik, puri |  ନଭେମ୍ବର୍ ୧, ୨୦୧୭ - ୧:୫୮ ପୂର୍ବାହ୍ନ

    classic writting. Thanks for this type of story.Genuine,truthful,hearttouching

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤