ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସୁବ୍ରତ ପ୍ରିୟବ୍ରତ ମହାନ୍ତି
ସ୍ବଭାବ କବି ଗଙ୍ଗାଧର ମେହେର
ସୁରେନ୍ଦ୍ର ମହାନ୍ତି
ଜଗଦୀଶ ମହାନ୍ତି
ସୀତାକାନ୍ତ ମହାପାତ୍ର
ଗୋଦାବରୀଶ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନିଦ ଔଷଧ
 |- କୃପାସାଗର ସାହୁ
 
 
ତା: ଏପ୍ରିଲ୍ ୨୬, ୨୦୧୨  
 

ଖାଦ୍ୟ ପଦାର୍ଥ ପାଟିକୁ ନେବା ପୂର୍ବରୁ ଆମେରିକୀୟ ଭଦ୍ରବ୍ୟକ୍ତି ହୁଇସ୍କି ବୋତଲ ଖୋଲିଦେଇଥିଲେ୤ ତାଙ୍କ ନିର୍ଦ୍ଦେଶ ଅନୁସାରେ ଆଟେଣ୍ଡାଣ୍ଟ କେତୋଟି ଗ୍ଲାସ୍‌ ଧରି ପହଞ୍ଚିଗଲା୤ ହୁଇସ୍କି ଢାଳି ସେ ସହଯାତ୍ରୀମାନଙ୍କୁ ଯାଚିଲେ୤ ଲଜ୍ଜାଶୀଳ ଚୀନୀୟଯାତ୍ରୀ ଦୋ ଦୋ ପାଞ୍ଚ ହୋଇ ଗ୍ରହଣ କଲେ୤ ଆଫ୍ରିକୀୟ ଯାତ୍ରୀ ଅତି ଆନନ୍ଦରେ ଗ୍ଲାସ୍‌ ଧରିଲେ୤ ଭାରତୀୟ ଭଦ୍ରବ୍ୟକ୍ତି କହିଲେ-ନୋ, ଥ୍ୟାଙ୍କସ୍‌, ମୁଁ ଟି-ଟୋଟାଲର୤

ତାଙ୍କର ଖାଦ୍ୟର ପରିମାଣ ଓ ସାରଲ୍ୟକୁ ଦେଖି ଆମେରିକୀୟ ମନ୍ତବ୍ୟ ଦେଲେ-ଆରେ, ଆପଣ ତ ରିୟଲି ଗ୍ରେଟ୍‌୤ ସିମ୍ପଲ ଲିଭିଂ, ହାଇ ଥିଙ୍କିଂ୤ ଆପଣ ତ ପ୍ରକୃତରେ ଜଣେ ସାଧୁ, ସନ୍ଥ୤ ମୁଁ ଆପଣଙ୍କୁ ସ୍ବାମିଜୀ ଭାବେ ଡାକିଲେ କିଛି ମନେ କରିବେନି ତ ?

ଭାରତୀୟ ଯାତ୍ରୀ ହସିଲେ୤

ଆମେରିକୀୟ ଯାତ୍ରୀଙ୍କ ଖାଦ୍ୟପଦାର୍ଥ ଜଲ୍‌ଦି ଜଲ୍‌ଦି ସରିଗଲା୤ ତେଣୁ ସେ ପୁଣି କଲିଂ ବେଲ୍‌ ଟିପିଲେ୤ ତାଙ୍କ ପାଇଁ ଚିକେନ୍‌, ସାଲାଡ୍‌ ଆସିଲା୤ ମହିଷାକୃତିର ବିରାଟ ଚେହେରା୤ ବଡ଼ ବଡ଼ ନିତମ୍ବ ଓ ପୃଥୁଳ ଜଙ୍ଘ୤ ସେଥିରେ ସେ ବର୍ମୁଡ଼ା ହାଫ୍‌ ପ୍ୟାଣ୍ଟ ପିନ୍ଧି କିମ୍ଭୂତ କିମାକାର ଦିଶୁଥିଲେ୤

ଆଫ୍ରିକୀୟ ଯାତ୍ରୀଙ୍କର ଖାଇବା ଜଲ୍‌ଦି ସରିଗଲା୤ ତା’ପରେ ସେ ତାଙ୍କର ସୁଟ୍‌କେଶରୁ ‘ସିଗାର୍‌’ଟିଏ ବାହାରକରି ସେଥିରେ ଅଗ୍ନି ସଂଯୋଗ କଲେ୤ କେହି ନ ପଚାରୁଣୁ ମନ୍ତବ୍ୟ ଦେଲେ-ଶୋଇବା ପୂର୍ବରୁ ଏଥିରୁ ଗୋଟିଏ ନ ଧରାଇଲେ ନିଦ ହେବନି୤

ରେଳାବାଇରେ ଧୂମପାନ ମନା୤ ମଦ୍ୟ ସେବନ ମନା୤ କିନ୍ତୁ ରେଳ କର୍ମଚାରୀମାନେ କେହି ବାରଣ କରୁନଥାନ୍ତି୤ ବରଂ ସେମାନଙ୍କୁ ସହଯୋଗ କରୁଥାନ୍ତି୤ ଅତିଥିବତ୍ସଳ ଦେଶ ତ !

ଭାରତୀୟ ଯାତ୍ରୀ ମନେ ମନେ ଏହାହିଁ ଭାବୁଥିଲେ୤ ତେଣୁ ଏପଟୁ ଧୂଆଁ ଏବଂ ସେପଟୁ ମଦର ଗନ୍ଧ ଆସୁଥିଲେ ବି ଭାରତୀୟ ଜଣକ ସହ୍ୟ କରି ନେଉଥାନ୍ତି୤

ରାତି ଦଶଟା ପାଖାପାଖି ହେଲା୤ ଆମେରିକୀୟଙ୍କର ଖାଦ୍ୟପାନୀୟ ପର୍ବର ଅନ୍ତ ହେଉ ନଥାଏ୤ ଆଫ୍ରିକୀୟ ଯାତ୍ରୀଙ୍କର ସିଗାରଟା ଆଖୁପରି ବଡ଼ ହୋଇଥିବାରୁ ସରିବାର ନାଁ ଧରୁ ନଥିଲା୤ ଧୂଆଁ ସହି ନପାରି ବା ଅନ୍ୟ କୌଣସି କାରଣରୁ ଚୀନୀୟ ଯାତ୍ରୀ ତାଙ୍କର ଛୋଟ ବ୍ୟାଗ୍‌ଟିକୁ ଧରି ଖୁଁ ଖୁଁ କାଶି ବାଥ୍‌ରୁମ୍‌କୁ ଗଲେ୤

ଆମେରିକୀୟ ଯାତ୍ରୀଙ୍କ ଖାଇବା ପ୍ଲେଟ୍‌, କଣ୍ଟା ଚାମଚ୍‌ ହଟିଗଲା ପରେ ବି ପିଇବା ସରିନଥିଲା୤ ସେ ନିଜ ଆଡୁ ସଫେଇ ଦେଉଥିଲେ- ନିଦ ଆସିବା ପାଇଁ ଆଉ ଦୁଇ ପେଗ୍‌୤

କିଛି ସମୟ ପରେ ଚୀନୀୟ ଯାତ୍ରୀ ଫେରିଆସି ଉପର ବର୍ଥକୁ ଗଲେ୤ ଏକ ଆସନ୍ନ ମରଣ ଝିଟିପିଟି ପରି ସେ ଗୋଡ଼ ହାତ ଛାଟିଲେ, ପିଟିଲେ୤ ସେଣ୍ଟର ଟେବୁଲ ଉଠାଇବାକୁ ଆସିଥିବା ବିୟର୍‌ର ଭୟ ପାଇ କହିଲା- ସାର୍‌, ଟ୍ରେନ୍‌ ସୁପରିଣ୍ଟେଣ୍ଡେଣ୍ଟକୁ ଡାକିବି କି ?

ଆଫ୍ରିକୀୟ ଯାତ୍ରୀ କହିଲେ- ନାଁ ନାଁ ବ୍ୟସ୍ତ ହୁଅନା୤ ଏଇଟା ତାଙ୍କର ନିଦ୍ରା ଯିବାର ପ୍ରସ୍ତୁତି ପର୍ବ୤ ସେ ଡ୍ରଗ୍‌ସ ସେବନ କରିଆସିଛନ୍ତି୤ ଭାରତୀୟ ଯାତ୍ରୀ ବିଛଣାରେ ପଡ଼ି ଏକଡ଼ ସେକଡ଼ ହେଉଥିଲେ୤ ଭାବୁଥିଲେ- ଧନ୍ୟ ଏହି ସର୍ବଂସହା ଟ୍ରେନ୍‌୤ ଗଞ୍ଜୋଡ଼, ନିଶାଖୋର, ଜୁଆଚୋର, ଚାଲବାଜ, ଧପାବାଜ, ଦୁଃଖୀରଙ୍କି, ରୋଗୀ, ରାଗୀ, ବୈରାଗୀ- ସମସ୍ତଙ୍କୁ ଆବହମାନ କାଳରୁ ସେ ବୋହି ଧରି ଚାଲିଛି୤ କାହାପ୍ରତି ଅସୂୟା ନାହିଁ୤ କାହା ପାଇଁ ଭେଦଭାବ ନାହିଁ, ଦ୍ବେଷ ନାହିଁ, ବିଦ୍ବେଷ ନାହିଁ୤ କାହା ପ୍ରତି ଭ୍ରୁକୁଞ୍ଚନ ଅବା ନାସିକା କୁଞ୍ଚନ ନାହିଁ୤ ଆମେରିକୀୟ ଯାତ୍ରୀ ଏଥର ଭାରତୀୟଙ୍କୁ ତୋଷାମଦ କରିବାକୁ କହିଲେ- ସ୍ବାମିଜୀ ! ଆପଣଙ୍କର କ’ଣ କିଛି ନିଦ ଔଷଧ ଦରକାର ହୁଏନି ?

ସ୍ବାମିଜୀ ହସିଲେ ଏକ ରହସ୍ୟମୟ ହସ୤ ସେ ଉଠି ବସିଲେ୤ ବର୍ଥ ତଳୁ ତାଙ୍କର ସୁଟ୍‌କେଶ ଖୋଲିଲେ୤ ସୁଟ୍‌କେଶ ଭିତରୁ ବାହାର କଲେ ଏକ ଛୋଟ ପେଡ଼ି୤

ପ୍ରଥମେ ପେଡ଼ି ଉପରେ ଗୋଟିଏ ସରୁ ଚାପଡ଼ ଦେଲେ୤ ପେଡ଼ିରେ ମୁହଁ ଖୋଲି କହିଲେ- ଉଠ୍‌ ବେଟା, ଆ, ଚୁମାଟେ ଦେ୤ ନିଦ ଆସୁନି୤

ତାଙ୍କ ପୋଷା ଜୀବଟି ଗହନ ନିଦରେ ଶୋଇ ଯାଇଥିଲା୤ ସେ ତା’ର ଲାଞ୍ଜରେ ଚାପୁଡ଼ାଟିଏ ଦେଲେ୤ ସେ ଫଁ ଶବ୍ଦକରି ମୁଣ୍ଡ ହଲାଇଲା୤ ସ୍ବାମୀଜୀଙ୍କର ଦୋଳାୟମାନ ପାପୁଲିକୁ ଦୁଇଥର ଦଂଶିଲା୤ ପୋଷା ଜୀବଟିର ଝାଉଁଳି ଯାଉଥିବା ଫଣାରେ ସ୍ବାମିଜୀ ଗୋଟିଏ ସରୁ ଚୁମ୍ବନ ଦେଇ ତାକୁ ପେଡ଼ି ଭିତରେ ପୂରାଇ କହିଲେ- ଯା, ବେଟା ଶୋଇଯା୤

ଆମେରିକୀୟ ଯାତ୍ରୀ ମୁହଁରେ ମଦ ଗ୍ଲାସ୍‌ ସହ ଏକ ‘ଷ୍ଟାଚ୍ୟୁ’ ବନିଗଲେ୤ ଆଫ୍ରିକୀୟ ଯାତ୍ରୀଙ୍କ ମୁହଁରୁ ଅର୍ଦ୍ଧଦଗ୍ଧ ସିଗାର ଟି ତଳେ ଖସିପଡ଼ିଲା୤ ଚୀନୀୟ ଯାତ୍ରୀଙ୍କ ଛଟପଟ ହେବା ବନ୍ଦ ହୋଇଗଲା୤

କହିବା ବାହୁଲ୍ୟ ଯେ, ଏଥୁ ଅନ୍ତେ ଜଣକ ପରେ ଜଣେ ଏମିତି ତିନି ବିଦେଶୀ ବେଙ୍ଗପରି ଫକ୍‌ ଫକ୍‌ ଡେଇଁ କମ୍ପାଟମେଣ୍ଟରୁ ନିଷ୍କ୍ରାନ୍ତ ହୋଇଗଲେ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କୃପାସାଗର ସାହୁ, ଭୁବନେଶ୍ବର
ରେଳବାଇର ଜଣେ ବରିଷ୍ଠ ଅଧିକାରୀଭାବେ ଅବସର ଗ୍ରହଣ କରିଥିବା କୃପାସାଗର ସାହୁ ଏକାଧାରରେ ଜଣେ କବି, ଶିଶୁ ସାହିତ୍ୟିକ, ଗାଳ୍ପିକ ଏବଂ ଔପନ୍ୟାସିକ ଭାବେ ପରିଚିତ୤ ସମାଜର ବିଭିନ୍ନ ସମସ୍ୟା ସହିତ ସାଧାରଣଲୋକଙ୍କ ଦୈନନ୍ଦିନ ଜୀବନଯାପନ ଶୈଳୀ ଉପରେ ହିଁ ତାଙ୍କର ଲେଖାଗୁଡ଼ିକ ମୁଖ୍ୟତଃ ପର୍ଯ୍ୟବେଶିତ୤ ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ଉପରେ ଫର୍ଚ୍ଚା ଆକାଶ-କବିତା ସଙ୍କଳନ, ନାଁ ମୋ ରେଳଗାଡ଼ି-ଶିଶୁ ସାହିତ୍ୟ, ଶୁଆ କହେ ଶାରୀଲୋ-କ୍ଷୁଦ୍ରଗଳ୍ପ ସଙ୍କଳନ ସହିତ ଶ୍ରାବଣର ସକାଳ-ଉପନ୍ୟାସ ଆଦି ଅନ୍ୟତମ୤
 

ମତାମତ ସଂଖ୍ୟା - ୨୨ ଆପଣଙ୍କ ମତାମତ ?

  • ୧. ଅମୂଲ୍ୟ ମାଝୀ |  ଏପ୍ରିଲ୍ ୨୬, ୨୦୧୨ - ୧୨:୧୫ ଅପରାହ୍ନ

    ଭଲ ହୋଇଛି

  • ୨. ଅବିନାଶ ସାମଲ |  ଏପ୍ରିଲ୍ ୨୭, ୨୦୧୨ - ୩:୩୭ ପୂର୍ବାହ୍ନ

    ବହୁତ ଭଲ ଲାଗିଲା

  • ୩. ସରୋଜ ସାହୁ |  ଏପ୍ରିଲ୍ ୨୭, ୨୦୧୨ - ୧୨:୫୫ ଅପରାହ୍ନ

    ଶୟନ କାଳରେ ଏକମାତ୍ର ଭଗବତ୍ ଚିନ୍ତାହିଁ ସୁନିଦ୍ରା ପ୍ରଦାନ କରେ – ଏ କଥା ବିଦେଶୀମାନେ ବୁଝିପାରିବେ ନାହିଁ ୤

  • ୪. ହିମାଂଶୁ ରଞ୍ଜନ ଦାଶ୍ |  ଏପ୍ରିଲ୍ ୨୮, ୨୦୧୨ - ୧:୦୮ ପୂର୍ବାହ୍ନ

    ହାଃ, ହାଃ, ଅତି ସୁନ୍ଦର

  • ୫. ନୃସିଂହ ଚରଣ ପଣ୍ଡା |  ମେ ୪, ୨୦୧୨ - ୧୦:୨୦ ପୂର୍ବାହ୍ନ

    ସତରେ ଆମ ଓଡ଼ିଆ କେତେ ଭଲ୤

  • ୬. ସୁକାନ୍ତ ଦଳାଇ |  ମେ ୧୨, ୨୦୧୨ - ୮:୦୪ ପୂର୍ବାହ୍ନ

    ବହୁତ ଭଲ ଲାଗିଲା୤

  • ୭. ପବିତ୍ର କୁମାର୍ ନନ୍ଦ |  ମେ ୧୨, ୨୦୧୨ - ୧୧:୦୭ ପୂର୍ବାହ୍ନ

    ବହୁତ ଭଲ ଗପ ହୋଇଛି,

  • ୮. sambit kumar jena |  ମେ ୧୩, ୨୦୧୨ - ୨:୩୦ ପୂର୍ବାହ୍ନ

    bahut bhala lagila…
    we learn a lot from journey..specially meeting strangers
    in train .
    .dont mind
    actually odia type kariba pain teke pratice karibaku padiba
    and i will
    thak u

  • ୯. ରବୀନ୍ଦ୍ର କୁମାର ସାମନ୍ତରାୟ |  ମେ ୧୩, ୨୦୧୨ - ୩:୪୨ ପୂର୍ବାହ୍ନ

    ବହୁତ ଭଲ ପ୍ରୟାସ ୤ ଓଡିଆ ଭାଷା ସାହିତ୍ୟକୁ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରାଇବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ୤ ଅନନ୍ୟ ପତ୍ରିକା ନିଶ୍ଚୟ ୤ ଅନେକ ଅନେକ ଧନ୍ୟବାଦ ୤

  • ୧୦. sanat |  ମେ ୧୯, ୨୦୧୨ - ୭:୩୮ ପୂର୍ବାହ୍ନ

    A beautiful reading.

  • ୧୧. abhimanyu behera |  ମେ ୨୧, ୨୦୧୨ - ୬:୦୨ ପୂର୍ବାହ୍ନ

    e galpati bahut sundar heichhi.. galpika nku asesh asesh dhanyabad

  • ୧୨. ଗିରିଜା |  ମେ ୨୧, ୨୦୧୨ - ୬:୧୭ ପୂର୍ବାହ୍ନ

    ଅତ୍ୟନ୍ତ ଆକର୍ଷଣୀୟ ଲେଖା, ଧନ୍ୟବାଦ୤

  • ୧୩. ପ୍ରମୋଦ କୁମାର ନାୟକ |  ମେ ୨୪, ୨୦୧୨ - ୧୦:୩୭ ପୂର୍ବାହ୍ନ

    ଗଳ୍ପଟି ବହୁତ ସୁନ୍ଦର ହୋଇଛି |

  • ୧୪. ଚିରଞ୍ଜିବି ବେହେରା |  ମେ ୨୯, ୨୦୧୨ - ୧୨:୪୯ ପୂର୍ବାହ୍ନ

    ଭଲ ହେଇଛି୤ ଶେଷକୁ ଟିକିଏ ସନ୍ଦେହ ରହିଗଲା୤ ସ୍ବାମୀଜୀ କଣ ସେବନ କଲେ ? ଆହୁରି ଏପରି ଅନେକ ଗଳ୍ପ ଲେଖନ୍ତୁ୤ ଧନ୍ୟବାଦ୤

  • ୧୫. ରଞ୍ଜନ କୁମାର ପଣ୍ଡା ପ୍ରିୟାଂଶୁ ଶେଖର ପଣ୍ଡା |  ଜୁନ୍ ୪, ୨୦୧୨ - ୧୨:୨୧ ପୂର୍ବାହ୍ନ

    ପ୍ରିୟାଂଶୁ ଶେଖର ପଣ୍ଡା

  • ୧୬. ରଶ୍ମି ପରିଡା |  ଜୁନ୍ ୮, ୨୦୧୨ - ୯:୪୩ ଅପରାହ୍ନ

    ଭଲ ତ ଲାଗିଲା କିନ୍ତୁ …..

  • ୧୭. ସୁସାନ୍ତ ସିହଂ |  ଜୁନ୍ ୧୬, ୨୦୧୨ - ୬:୨୨ ପୂର୍ବାହ୍ନ

    ବହୁତ୍ ଭଲ ଲାଗିଲା

  • ୧୮. ବିଶ୍ବମ୍ଭର ଦାଶ |  ଜୁନ୍ ୨୮, ୨୦୧୨ - ୨:୩୫ ପୂର୍ବାହ୍ନ

    ବାସ୍ତବିକ୍ ଗଳ୍ପଟି ଭାରି ଭଲ ଲାଗିଲା ୤

  • ୧୯. ଅଶୋକ କୁମାର ସାହୁ |  ଅଗଷ୍ଟ୍ ୪, ୨୦୧୨ - ୧୦:୫୯ ପୂର୍ବାହ୍ନ

    ହାଃ, ହାଃ, ….. ଯା ବେଟା ଶୋଇଯା, ଫୁଲ ବୋବାଲିଆ ହେଇଛି.

  • ୨୦. ଭସ୍କର ଚନ୍ଦ୍ର ସାହୁ |  ଅଗଷ୍ଟ୍ ୧୨, ୨୦୧୨ - ୧୧:୪୨ ଅପରାହ୍ନ

    ଅତ୍ୟନ୍ତ ମନଲୋଭା ହୋଇଛି! ବିଶ୍ବ ଦରବାରରେ ଭାରତକୁ ସ୍ବତନ୍ତ୍ର
    ସ୍ଥାନ ଦେଇ ଲେଖକ ତାଙ୍କ ସୃଜନଶୀଳତାର ପ୍ରମାଣ ଦେଇଛନ୍ତି!
    ଅଶେଷ ଅଶେଷ ଧନ୍ୟବାଦ୍!

  • ୨୧. Raju |  ଜାନୁଆରୀ ୨୨, ୨୦୧୩ - ୬:୩୯ ପୂର୍ବାହ୍ନ

    bahut bhala..

  • ୨୨. ଶୁଭେନ୍ଦୁ ସାହୁ, ଢେ଼ଙ୍କାନାଳ, ଓଡ଼ିଶା |  ଜୁଲାଇ ୩, ୨୦୧୭ - ୨:୫୦ ପୂର୍ବାହ୍ନ

    ଯେସକୁ ତେସା ହାରାମ ଜାଦା କୁ ଟାଙ୍ଗିଆ ଫସା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤