ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ଜୟନ୍ତ ମହାପାତ୍ର
ସେନାପତି ପ୍ରଦ୍ୟୁମ୍ନ କେଶରୀ
କନକଲତା ସାହୁ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ପ୍ରଦୀପ ନାୟକ
ଚନ୍ଦ୍ରଶେଖର ରଥ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କେମିତି ଅଛି ଝିଅ
 |- ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
 
 
ତା: ଏପ୍ରିଲ୍ ୨୫, ୨୦୧୨  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

କ୍ଲାସ୍‌ରେ ପିଲାମାନ ଅନ୍ୟାମନସ୍କ, ଦୋଷ ମୋର୤ ହେଲେ ସାର୍‌ମାନେ କାହିଁକି ମତେ ସେଣ୍ଟର କରି ନାହାଁନ୍ତି୤ ସବୁ ପିଲାଙ୍କୁ ଅନେଇଲେ କ୍ଷତି କ’ଣ ?

ପିଲାମାନେ କମ୍ପ୍ଲେନ କରିଛନ୍ତି୤ ସାର୍‌ମାନେ ଖାଲି ବିସ୍ମିତାକୁ ଚାହିଁଛନ୍ତି୤ ଗୋଟେ ଗୁପ୍ତ ବୈଠକ ପ୍ରିନ୍‌ସିପାଲ୍‌ ଡକାଇବାପରେ ଏବେ ସମସ୍ତେ ସାଇଜ୍‌୤

ହେଲେ ଷ୍ଟଡ଼ି ଆୱାର୍‌ରେ, ଡାଉଟ୍‌ କ୍ଲିୟର କଲାବେଳେ, ଡ୍ରିଲ୍‌ କ୍ଲାସ୍‌ରେ, ଖେଳ ପିରିୟଡ୍‌ରେ, ଗୀଟାର ଶିଖିଲାବେଳେ ସେ ମଣିଷମାନଙ୍କର ଭୟଙ୍କର ଆଖିକୁ ଏଡ଼େଇ ପାରୁନି୤

ସମସ୍ତେ ବ୍ୟଗ୍ର ତା’ ସଙ୍ଗେ ଖେଳିବାକୁ୤
ଗୀଟାର ବଜା ଶିଖିଲାବେଳେ ଅଯଥା ଚିନ୍ତା ସବୁ ତାକୁ ମାଡ଼ି ମାଡ଼ି ପଡ଼େ, ସାର୍‌ମାନେ ଦିଶନ୍ତି ଭୟଙ୍କର ଜନ୍ତୁ ଭଳି୤
ୱାଡ଼େନ୍‌ ସାର୍‌ ତାକୁ ଗୋଡ଼େ ଗୋଡ଼େ ଜଗିଛନ୍ତି୤ ଠିକ୍‌ ଛାଇ ଭଳି୤ ଏଇ ମଣିଷମାନଙ୍କୁ ମୁଁ ଡରୁଛି ଖୁବ୍‌ ଆଜିକାଲି୤ ରୋହିତ ସହ କ’ଣ ଦି’ପଦ କଥା ହେଇଗଲି ଯେ, ୱାଡ଼େନ୍‌ ପ୍ରିନ୍‌ସିପାଲ୍‌ଙ୍କୁ ଫୋଡ଼ିଦେଲା୤
ୱାଡ଼େନ୍‌ ମଣିଷଟା ଆସି ଅବେଳରେ କବାଟ୍‌ ଠକ୍‌ ଠକ୍‌ କରେ୤
ଯଦିଓ ସେ ଜାଣିଥାଏ କେହି ନାହାଁନ୍ତି ମୁଁ ଏକଲା୤
ଏମିତିକି ରାତି ଏଗାରଟାରେ କବାଟ କଣାରେ ଉଣ୍ଡୁଥିବାର ମୁଁ ଦେଖିଛି୤ (ସତରେ ସିଏ ମୋର ବହୁତ ଯତ୍ନ ନେଇଛନ୍ତି ପରା୤)

ଥରେ ଅଙ୍କ ବୁଝିବାକୁ ଗଲାବେଳେ ଅଙ୍କସାର୍‌ ଟେବୁଲ୍‌ ତଳେ ମୋ ପାଦକୁ ଜୋତାରେ ରଗଡ଼ିଗଲେ୤ ମୁଁ ବିଷ୍ଣୁ କହିଲି୤ ଭାବିଲି ଅଜାଣତରେ ହେଇଥିବ୤ ହେଲେ ଥରେ ନୁହେଁ ବାରମ୍ବାର ରଗଡ଼ିଲେ୤ ଓ‍ କି କଷ୍ଟ, ମୁଁ ପୁରା କାନ୍ଦି ପକାଇଲି୤

ଥରେ ସାର୍‌ ମୋ ଖୋଲାପିଠିକୁ ସାଉଁଳେଇ ଦି’ ଚାପୁଡ଼ା ଦେଇଥିଲେ୤ ମୁଁ ଥମ୍‌ ଥମ୍‌ ହୋଇପଡ଼ିଲି୤ ତା’ପରଠୁ ଘରେ କହିଲି ଆଉ ଟିଉସନ ଯିବିନି୤ ଟିଉସନ ଯିବୁନି ତ ପାଠ ପଢ଼ିବୁ କେମିତି୤ ବାପାଙ୍କର କି ରାଗ ଦେଖ୤ ସେଇଦିନରୁ ମୋ ନାଁ ଲେଖା ହେଲା ଦାମନଯୋଡ଼ି ରେସିଡ଼େନ୍ସିଆଲ ସ୍କୁଲରେ୤ ବାପାଙ୍କର ଯିବା ଆସିବା କରି ଦେଖାଚାହାଁ କରିବାରେ ବହୁତ ଅସୁବିଧା ହେଲା୤ ସେଇଠୁ ସ୍କୁଲ ଚେଞ୍ଜ ହେଲା ବରଗଡ଼ ରେସିଡ଼େନ୍ସିଆଲ କୁ୤

ବାପା ଚାକିରି ପାଇଁ ଜାଗା ବଦଳାଇଥିଲେ, ଆଉ ମୁଁ ସ୍କୁଲ୤
ମୁଁ ଟିକେ ଡବଡ଼ବି୤
ମୁଁ କଥା ରଖିପାରେନି କହିଦିଏ୤ ସେଇଥିପାଇଁ ସାଙ୍ଗମାନେ ମତେ ଛିଗୁଳାନ୍ତି, ହଜାରେ ସ୍କୁଲ ଛାଡ଼ରୀ୤
ମୋର ବା କ’ଣ ଭୁଲ୍‌୤
ଏଠି ବି କୋଉ ସୁରକ୍ଷିତ ଏକଥା ବିସ୍ମିତା ଭାବେ୤
ଗୋଟେ ଅଜଣା ଭୟ ଯେମିତି ତାକୁ ଘେରେଇ ବସେ୤
ପ୍ରିନସିପାଲ ସେଦିନ ଡକେଇଥିଲେ୤
ଡିଡ୍‌ ୟୁ ନୋ ଦିସ୍‌ ମ୍ୟାଟର ? (ପଚାରିଲେ)
ହୁଇଚ୍‌ ମ୍ୟାଟର ? (ସେ କହିଥିଲା)
ଗୋଟେ କ୍ଲାସ୍‌ମେଟ ପୁଅ ତା’କୁ କୁଆଡ଼େ ପ୍ରେମ ଚିଠି ଦେଇଥିଲା୤
ପ୍ରିନ୍ସିପାଲ୍‌ଙ୍କର କିନ୍ତୁ ପୁରାପୁରି ସନ୍ଦେହ ତା’ଉପରେ୤
ଘଟଣାଟା କୁଆଡ଼େ ମୋ ଆଡୁ ଘଟିଥିବ୤
ମୁଁ ଏକଥା କେବେ ଘରେ କହିନି୤
ଟେନ୍‌ଥ କ୍ଲାସ୍‌୤ ପୁଣି ସ୍କୁଲ ବଦଳ୤ ପୁଣି ଝିନ୍‌ଝଟ୍‌୤
କିଏ ପାରିବ୤ ତା’ଛଡ଼ା ଘରେ ମୋର କିଛି କଥା ଶୁଣିବାକୁ ନାରାଜ, କହିବେ ଆଡ଼‌ଜଷ୍ଟ କର୤
ଦିନେ ମୁଁ ଶୋଇଯାଇଛି ଅଚେତନରେ୤ ଭାଲୁ ମଲାଶବକୁ ଶୁଙ୍ଘିଲା ପରି କେହି ଜଣେ ମତେ ଶୁଙ୍ଘିଦେଇଗଲା୤
କିଏ ସିଏ ?
ଡର୍ମିଟାରିରେ କେହି ନଥିଲେ୤ କିନ୍ତୁ ନାଁ…. କାହାକୁ କହିଲେ ପୁଣି ବିପଦ୤ ଆଡ଼ଜଷ୍ଟ କରି ଚଳିବାକୁ ହେବ୤ କାରଣ ଟେନ୍‌ଥ ପରୀକ୍ଷା ମୁଣ୍ଡ ଉପରେ୤

ଆଉ ଦିନେ ରାତି ବାଥ୍‌ରୁମ୍‌ ଲାଗିବାରୁ ଉଠିଲା୤ କରିଡ଼ରରେ ମତେ ଏକବାର କିଏ ଯେମିତି କାବୁ କରିନେଲା୤ ଛାତିରେ ଜାକିଧରି ସର୍ବାଙ୍ଗ ଛାଇଗଲା୤ ମୁହଁରୁ ବାହାରୁଥିଲା ଆଲ୍‌କହଲର ଗନ୍ଧ୤
ସେ ମୁଖା ପିନ୍ଧିଥିଲା, ଗ୍ଲୋବ୍‌ସ ନାଇଥିଲା୤
କିଏ ସିଏ ?
ପରେ ଭାବିଲି, ନାଁ ସବୁ ଆଡ଼ଜଷ୍ଟ କରିବାକୁ ହେବ୤ ଡର୍ମିଟାରିରେ ନିଶ୍ଚେତ ହୋଇ ଶୋଇ ପଡ଼ିଲି୤
ଦୁଇଦିନ ପର୍ଯ୍ୟନ୍ତ ଭୂମିକମ୍ପର ତୀବ୍ରତା ଥାଏ ମୋ ଛାତିରେ୤
ବାପାଙ୍କର ଭିଜିଟିଂ ଦିନ ସନ୍‌ଡ଼େ୤
ତାଙ୍କୁ କ’ଣ ଏ ସବୁ ଘଟଣା କହିହେବ୤ ପରୀକ୍ଷା ମୁଣ୍ଡ ଉପରେ୤ ନାଁ ନ କହିଲେ ବରଂ ଭଲ୤
ଆଡ଼ମିନିଷ୍ଟ୍ରେଟିଭ ବ୍ଲକ୍‌ ପାଖ ଲୋକାରଣ୍ୟ୤
ମୁଁ ଧାଇଁଲି ସେଇଠିକି୤ ବିସ୍ମିତା ପାତ୍ର ଓରଫ୍‌ କ୍ଲାସ୍‌ ଟେନ୍‌ଥ୤ ଦେଖିବାକୁ ସୁନ୍ଦରୀ୤
ଭୂଇଁ ଉପରେ ପଡ଼ିଛି ସିମ୍ପଲ ଅଗ୍ରୱାଲର ମଲାଦେହ୤ କ୍ଲାସ୍‌ ନାଇନ୍‌, ଘର ଛତିଶଗଡ଼୤ ଶୋଇ ଯାଇଛି ଯେମିତି ଗାଢ଼ ନିଦରେ୤ ଯେଉଁଠି ସ୍କାଭେଞ୍ଜରମାନେ ରହନ୍ତି୤ ପାଞ୍ଚତାଲା ଉପରେ ପାଣିଟାଙ୍କି ସାଇଡ୍‌ ଘର କାନ୍ଥରେ କୁଆଡ଼େ ସିମ୍ପଲ ଚଢ଼ିଥିଲା୤ ଖସି ପଡ଼ିଲା୤ ଏଁ ସିମ୍ପଲ ପଡ଼ିଗଲା ପାଞ୍ଚତାଲା ଉପରୁ !
କିନ୍ତୁ ମୁଁ ! ମୁଁ ତ ପଡ଼ିଗଲି ନାହିଁ !
କାହିଁକି ? କାହିଁକି ?
ବାପା ଯଦି ଜାଣିବେ ମୋ ଘଟଣା; ତାହେଲେ କ’ଣ କହିବେ !
ମୋ ଝିଅର ସବୁ ସରିଗଲା୤
ନାଁ ଆଡ଼ଜଷ୍ଟ ହବ କିଛି !

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର, ଭୁବନେଶ୍ବର
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ଜଣେ ଯୁବ ସାମ୍ବାଦିକ ସହିତ ସାହିତ୍ୟିକ ଭାବେ ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ଓଡ଼ିଆ ପାଠକମାନଙ୍କ ନିକଟରେ ଏକ ପରିଚିତ ନାମ୤ କବିତା, ଗଳ୍ପ ପ୍ରବନ୍ଧ ସହିତ ଫିଚର ଓ ସମାଲୋଚନାମୂଳକ ଆଦି ଲେଖା ଲେଖି ସେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି୤ ଏହା ସହିତ ସେ ବିଭିନ୍ନ ଯୁବସାହିତ୍ୟ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି୤ ଏହା ସହିତ ବିଭିନ୍ନ ପ୍ରମୁଖ ଏବଂ ପ୍ରତିଷ୍ଠିତ ସାହିତ୍ୟ ସମ୍ପର୍କୀତ କର୍ମଶାଳା ଓ ଆଲୋଚନା ଆଦିରେ ଯୋଗଦେଇଛନ୍ତି ସେ୤ "ପର୍ବ"... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧୩ ଆପଣଙ୍କ ମତାମତ ?

  • ୧. Biswaranjan mishra |  ଏପ୍ରିଲ୍ ୨୮, ୨୦୧୨ - ୧୦:୪୬ ଅପରାହ୍ନ

    Nice…

  • ୨. Saroj Biswal |  ମେ ୩, ୨୦୧୨ - ୩:୨୩ ପୂର୍ବାହ୍ନ

    Every where this scavengers are there, we need to recognise the beats of the child else they will fall from roof top.

  • ୩. Debapriya Priyadarshi Chakra |  ମେ ୮, ୨୦୧୨ - ୨:୦୭ ପୂର୍ବାହ୍ନ

    thanx Biswajit babu & saroj babu for ur valuable words.

  • ୪. Gyanaranjan Mohanty |  ମେ ୧୦, ୨୦୧୨ - ୨:୧୫ ପୂର୍ବାହ୍ନ

    I read this story in a flow. no bound to stay, language & narration impress me a lot.

  • ୫. pradyumna rout |  ମେ ୧୨, ୨୦୧୨ - ୧୦:୪୬ ପୂର୍ବାହ୍ନ

    bahut bhala gapatia hoichhi

  • ୬. ଆଦିତ୍ୟ |  ମେ ୨୯, ୨୦୧୨ - ୭:୩୯ ଅପରାହ୍ନ

    It is nice

  • ୭. abhimanyu behera |  ଜୁନ୍ ୮, ୨୦୧୨ - ୪:୧୧ ପୂର୍ବାହ୍ନ

    very good story….. i like this type of story

  • ୮. Bibhu prasad Mohaptra |  ଜୁନ୍ ୧୩, ୨୦୧୨ - ୨:୦୮ ପୂର୍ବାହ୍ନ

    kemiti achi jhia realy one of the best narrted story

  • ୯. Aditya Mishra |  ଜୁନ୍ ୧୩, ୨୦୧୨ - ୨:୧୦ ପୂର୍ବାହ୍ନ

    nice one, I enjoyed a lot.

  • ୧୦. ଅଶୋକ କୁମାର ସାହୁ |  ଅଗଷ୍ଟ୍ ୪, ୨୦୧୨ - ୧୦:୩୧ ପୂର୍ବାହ୍ନ

    ତୋ ଗପଟିକୁ ପଢିଲି, ଭଲ ଲାଗିଲା

  • ୧୧. sudhansu pati, Bangalore |  ଡିସେମ୍ବର୍ ୨୦, ୨୦୧୨ - ୩:୨୯ ପୂର୍ବାହ୍ନ

    Nice story , enjoyed a lot

  • ୧୨. sriyanshu, sriharikota |  ଡିସେମ୍ବର୍ ୨୦, ୨୦୧୨ - ୩:୩୬ ପୂର୍ବାହ୍ନ

    sir gapata bhala lagila

  • ୧୩. debendra lenka, cuttack,odisha |  ମେ ୧୧, ୨୦୧୩ - ୧୨:୫୨ ପୂର୍ବାହ୍ନ

    that’s a very reallistic story.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤