ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଆଶିଷ କୁମାର କର
ସୁରେନ୍ଦ୍ର ମହାନ୍ତି
ନନ୍ଦ କିଶୋର ବଳ
ସୁଧାଂଶୁ ଶେଖର ପାତ୍ର
ସନ୍ଥକବି ଭୀମ ଭୋଇ
କାମାକ୍ଷୀ ପ୍ରସାଦ ଦାଶ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କେମିତି ଅଛି ଝିଅ
 |- ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
 
 
ତା: ଏପ୍ରିଲ୍ ୨୫, ୨୦୧୨  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ଠନ୍‌ ଠନ୍‌ ଠନ୍‌୤

ସାରା ସଂସାରଟା ଶୋଇଗଲା ପରେ ଦରୱାନ ରାତି ଅଧରେ ସମୟ ଅନୁଯାୟୀ ବାରଥର ଆଉ ଏଗାରଥର କରି ଘଣ୍ଟା ବାଡ଼ାଏ୤ ଓ! କି ବିରକ୍ତିକର ଆଉ ଭୟାନକ ଶବ୍ଦ ସିଏ୤ ରେସିଡ଼େନ୍ସିଆଲ ସ୍କୁଲ୤

ମୁଁ ରାତି ଅଧରେ ବରାବର ଏଇ ଶବ୍ଦରେ ଡରେ୤ ସତେକି ଛାତିରୁ ଅତଡ଼ା ଖସି ଯାଉଛି୤ ନିଦ ନହେଲେ ଲାଗେ ମତେ କିଏ ଡାକୁଛି୤ କିନ୍ତୁ କି ଉଦ୍ଦେଶ୍ୟ ରଖି, ମୋ ପ୍ରତି କାହାର ବା କି ଉଦ୍ଦେଶ୍ୟ ଥାଇପାରେ ! ମୁଁ ବିରକ୍ତ ହୋଇଯାଏ୤ ରାଗିଯାଏ, କ୍ରୋଧ ପରମଶତ୍ରୁ ଏକଥା ଜାଣି ସୁଦ୍ଧା୤ ମୋ ନିଦ ପୁରାପୁରି ଭାଙ୍ଗିଯାଏ୤ କାନ ଡେରି ଭଲ କରି ଶୁଣେ୤ ମୁଁ ଆଉ ଦୁଃସ୍ବପ୍ନ ଦେଖୁନାହିଁ ତ ! ନାଁ ଶବ୍ଦଟା ସ୍ପଷ୍ଟ ଶୁଭୁଛି୤ ତକିଆରେ ମୁହଁ ଗୁଞ୍ଜି ଶୋଇପଡ଼େ୤

ଅତି ସାନବେଳେ ରାତି ଅଧରେ ବଗିଚାର ବଡ଼ ପଣସ ଗଛର ଡାଳ ବିନା କାରଣରେ ଦୋହଲିଗଲେ ନିଦ ଭାଙ୍ଗିଯାଏ୤ ମୁଁ ସେତେବେଳେ ଜେଜିମା’କୁ ଉଠେଇ ପକାଏ୤ ସିଏ ରାଗିମାଗି ହେଲେ, କହେ କେହିଜଣେ ଆସି ମୋତେ ମାଡ଼ିବସୁଛି ଜେଜିମା‘୤ ଦିନେ ମୁଁ ହାଉଳି ଖାଇଲି୤ ଜେଜିମା କହିଲା ‘ଇଲୋ କ’ଣ ହେଲା୤’ ଘରସାରା ଲୋକ ଉଠିଆସି ଦେଖିଲେ ମୁଁ ନାଚୁଛି୤ ମତେ ଟେକି ନେଇ ଅନେକ କଥା ପଚରାଉଚୁରା କଲେ୤ ସକାଳେ ଜଣେ ଗୁଣିଆ ଆସି ମତେ ଝାଡ଼ଫୁଙ୍କା କଲା୤ ହେତୁ ହେଲା ଦିନରୁ ମୋର ଭୂତ ପ୍ରେତ ପ୍ରତି ଅଗାଢ଼ ବିଶ୍ବାସ୤ ଏହି ଘଟଣା ପରଠୁ ମୁଁ ଏକୁଟିଆ ରହିବାକୁ ପ୍ରବଳ ଡରେ୤


ଏହିପରି ଅନେକ ଘଟଣା୤ ସେସବୁ ମନେପକାଇ କି ଲାଭ୤ ବିସ୍ମିତା ନିଜ ମନଭିତରେ ଭାବୁଥିବା ଅନେକ ଅପଚିନ୍ତାକୁ ସେଇଠି ରଖିଲା୤ ଘରସାରା ଅନ୍ଧାର ତିମିରେ୤ ସମସ୍ତେ ଯିଏ ଯେମିତି ଶୋଇ ପଡ଼ିଛନ୍ତି, ଏକମାତ୍ର ଚେଇଁଚି ସିଏ୤ ସାମ୍ନା କବାଟ ସେ ପାଖ ଡାଇମଣ୍ଡ କଟିଙ୍ଗରେ ଗୋଟେ ଛାୟାମୂର୍ତ୍ତି ଯେମିତି ଅପସରି ଗଲା୤ ବସ୍ମିତା କ’ଣ ଭାବି ପାୟଲ ଦେୱାଙ୍ଗନ (କ୍ଲାସ୍‌ ନାଇନ୍‌) କୁ ହଲେଇ କହିଲା, ‘ସି ସମବଡ଼ି ଇଜ୍‌ ଦେୟାର୤’ ପାୟଲ ନିଦ ବାଉଳାରେ କହିଲା ହ୍ବାଟ ହାପେନ ?
ଏହିପରି ଅନେକ ଘଟଣା୤ ସେସବୁ ମନେପକାଇ କି ଲାଭ୤ ବିସ୍ମିତା ନିଜ ମନଭିତରେ ଭାବୁଥିବା ଅନେକ ଅପଚିନ୍ତାକୁ ସେଇଠି ରଖିଲା୤ ଘରସାରା ଅନ୍ଧାର ତିମିରେ୤ ସମସ୍ତେ ଯିଏ ଯେମିତି ଶୋଇ ପଡ଼ିଛନ୍ତି, ଏକମାତ୍ର ଚେଇଁଚି ସିଏ୤ ସାମ୍ନା କବାଟ ସେ ପାଖ ଡାଇମଣ୍ଡ କଟିଙ୍ଗରେ ଗୋଟେ ଛାୟାମୂର୍ତ୍ତି ଯେମିତି ଅପସରି ଗଲା୤ ବସ୍ମିତା କ’ଣ ଭାବି ପାୟଲ ଦେୱାଙ୍ଗନ (କ୍ଲାସ୍‌ ନାଇନ୍‌) କୁ ହଲେଇ କହିଲା, ‘ସି ସମବଡ଼ି ଇଜ୍‌ ଦେୟାର୤’ ପାୟଲ ନିଦ ବାଉଳାରେ କହିଲା ହ୍ବାଟ ହାପେନ ? ତା’ର ପ୍ରତିକ୍ରିୟା ଦେଖି ବିସ୍ମିତା ପାତ୍ର କୌଣସି ସାହାସ ସଞ୍ଚୟ ନକରି ଏକଦମ୍‌ ଚୁପ୍‌ ହେଇଗଲା୤ ମୁହଁ ଜାକି ଶୋଇ ପଡ଼ିଲା୤ ମନେ ମନେ ଭାବିଲା ଯେଉଁଠି ଘର ଲୋକ ତା’ର ହେଲେନି ତା’କଥା ଆଉ କିଏ ଶୁଣିବାକୁ ଯିବ୤

ବିସ୍ମିତା ଆଜିକାଲି ସବୁଠି ନିଜକୁ ଅସୁରକ୍ଷିତ ମନେ କରୁଛି୤ କ୍ଲାସ୍‌ରୁମରେ ଏମିତିକି ଡର୍ମିଟାରୀରେ ବି୤ ତା’ର ବଢ଼ନ୍ତା ଯୌବନ କ’ଣ ତା’ର ଶତ୍ରୁ୤ ହେଲେ ସିଏ କ’ଣ କରିପାରିବ୤ ସମସ୍ତେ ଯେମିତି ତାକୁ ଲୋଲୁପ ଆଖିରେ ଚାହିଁ ରହିଛନ୍ତି୤ ତାକୁ ନେଇ ଘରେ ବାହାରେ ସମସ୍ତେ ବ୍ୟସ୍ତ୤ କୁଆଡ଼େ ତା’ର ବୟସ ବଢ଼ିଯାଇଛି, ସିଏ ବଡ଼ ହୋଇଯାଇଛି୤ ସେଇଥିଲାଗି ତ ସିଏ ରେସିଡ଼େନ୍ସିଆଲ୍‌ ସ୍କୁଲରେ ପଢୁଛି୤ ବାପାଙ୍କର ଯେତେସବୁ କଥା, କାଳେ ସିଏ ଶୃଙ୍ଖଳିତ ହେବ୤

ଘରେ ଥିଲାବେଳେ ତାକୁ ବାପା ଗୋଡ଼େ ଗୋଡ଼େ ଜଗୁଥିଲେ୤ କାଳେ ତା’ର ପାଦ ଖସିଯିବ୤

ଆଇସ୍‌କ୍ରିମ ବାଲା, ଘରପାଖ ପାନ ଦୋକାନୀ, କ୍ଷୀରବାଲା, ପଡ଼ୋଶୀ ଘରର ଲିଟୁ, ଗାଁର ଲେଖାଜୋଖା ଦାଦା, ମାମୁଁ ସମସ୍ତେ ତା’ପାଖରେ ଯେମିତି କିଛି ଗୋଟେ ଖୋଜୁଥାଆନ୍ତି୤ ସେମାନଙ୍କ ଆଖି ସବୁବେଳେ ତା’ରି ଉପରେ ପହଁରି ବୁଲେ୤ ଟାଇଟ୍‌ ଫିଟିଙ୍ଗ୍‌ ଜାମା ଦେହରୁ କେଉଁଠି କିଛି ଅନାବୃତ ଜିନିଷକୁ ସେମାନେ ସବୁବେଳେ ଟାକି ବସିଥାଆନ୍ତି ଦେଖିବାକୁ୤

ବହୁ ସମୟରେ କଲୋନୀର ଯୁବକମାନେ ଆମ ଘରକୁ ବିନା କାରଣରେ ଆସନ୍ତି୤ ସେମାନେ ସୁଯୋଗ ଉଣ୍ଡୁଥାନ୍ତି ମୁଁ ଯେମିତି ଟିକେ ଦର୍ଶନ ଦିଏ୤ ଆସିବାର କାରଣଟା ପଚାରି ଦେଇ ମୁଁ ଧଡ଼୍ କରି କବାଟ ପକାଇ ଦିଏ୤ ମୋ ଛାତିରେ ବିଜୁଳି ଖେଳିଯାଏ୤ ଝାଳ ସରସର୍‌ ହେଇଯାଏ୤

ବାପାଙ୍କର ସରକାରୀ ଚାକିରି୤ ବହୁ ଝିନଝଟ୍‌୤ ବଦଳି ପାଲାରେ ଆମେ ଓଡ଼ିଶାର ଅଧେଯାଗା ବୁଲି ସାରିଲୁଣି୤ ପୁରୀରେ ଥିଲାବେଳେ ଭାରି ଭଲ ଲାଗୁଥିଲା୤ ଜଗନ୍ନାଥଙ୍କ ଦର୍ଶନ ତା’ ସାଙ୍ଗକୁ ମନୋରମ ସମୁଦ୍ର ବେଳା୤ ହେଲେ ସବୁବେଳେ ଭିଡ଼୤ ମନ୍ଦିର ଭିତରେ ଭିଡ଼ ହେଲେ ତ ଭାରି ପ୍ରବ୍ଲେମ୤ ଲୋକଗୁଡ଼ାକ ଦେହରେ ଘଷି ହେଇଯାଆନ୍ତି୤ ତାକୁ ଆକ୍ତାମାକ୍ତା ଲାଗେ୤ ଥରେ ସିଏ ଭିଡ଼ ଭିତରେ ଫସି ଯାଇଥିଲା୤ ଘରକୁ ଫେରିଲା ବେଳକୁ ତା’ ଦେହ ଭାରି ଦରଜ ଳାଗୁଥିଲା୤ ଗୋରା ଦେହରେ ଠାଏ ଠାଏ ନାଲି ଦାଗ୤

ସୁନ୍ଦରଗଡ଼ରେ ମୁଁ ଭାରି ଖୁସିରେ ଥିଲି୤
କିନ୍ତୁ ସେଠି ବି ସେଇ ନାଟ୤ ମୋ ଆଡ଼କୁ ସମସ୍ତେ ଚାହାଁନ୍ତି୤

ଭୋର୍‌ରୁ ଫୁଲ ଆଣି ଯିବାଥିଲା ଗୋଟେ ବହୁଦିନର ଅଭ୍ୟାସ୤ ଷ୍ଟାଣ୍ଡାର୍ଡ଼ ସିକ୍ସ୍‌ରେ ପଢୁଥିଲି୤ ଘରପାଖ ଆମ ମନ୍ଦିର ନନାଙ୍କୁ ମୁଁ ସବୁଦିନ ଫୁଲ ଦିଏ୤ ଦିନେ ସିଏ ମୋ ହାତ ଧରିଲେ୤ ମୁଁ ଛାଡ଼ କହିଲାରୁ ଛାଡ଼ିଲେ ନାହିଁ୤ ବହୁ ସମୟଧରି ମୋ ମୁହଁକୁ ଚାହିଁ ରହିଲେ୤ ଦିଶୁଥିଲେ ସିଏ ଭାରି ଭୟଙ୍କର୤ ମୁଁ ସେଠୁ ଦୌଡ଼ି ପଳେଇ ଆସିଲି୤ ବୋଉ ମତେ ସେଇ ଦିନରୁ ଫୁଲ ତୋଳିବାକୁ ଛାଡ଼େ ନାହିଁ୤

ଟିଟିଲାଗଡ଼ରେ ଥିଲାବେଳେ ମୁଁ ଥିଲି ସେ ଅଞ୍ଚଳରେ ସବୁଠୁ ପପୁଲାର୤ ନଗେନ ବାବୁଙ୍କ ଝିଅ ବିସ୍ମିତା କହିଲେ ସମସ୍ତଙ୍କ ଆଖି ଖୋସି ହେଇଯାଉଥିଲା୤ ବୁଢ଼ୀମାନେ କହୁଥିଲେ ଗୋଟିଏ ଚାଉଳରେ ଗଢ଼ା୤ ଟୋକାମାନେ କହୁଥିଲେ ମାଷ୍ଟର ପିସ୍‌୤ ମୁଁ ରାସ୍ତାରେ ଗଲେ ଶୁଶୁରୀ ବାଜୁଥିଲା୤ ମୁଁ କିନ୍ତୁ ଟିଉସନ୍‌ ପଢ଼ିବାକୁ ଖାଲି ଯାହା ଘରୁ ବାହାରେ୤ ପରିଡ଼ା ସାର୍‌ଙ୍କ ଆଖି ଓଃ କି ଭୟଙ୍କର ସତରେ ! ସେ ସବୁବେଳେ ମତେ ଏମିତି ଚାହିଁଥାନ୍ତି କାହିଁକି କେଜାଣି ? ସମସ୍ତେ ଭାବୁଛନ୍ତି ମୋ ସୁନ୍ଦରପଣ ଯୋଗୁଁ ଏତେ ସବୁ ଘଟଣା ଦୁର୍ଘଟଣା ଘଟୁଛି୤ ମୁଁ କିନ୍ତୁ ନିରୁପାୟ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର, ଭୁବନେଶ୍ବର
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ଜଣେ ଯୁବ ସାମ୍ବାଦିକ ସହିତ ସାହିତ୍ୟିକ ଭାବେ ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ଓଡ଼ିଆ ପାଠକମାନଙ୍କ ନିକଟରେ ଏକ ପରିଚିତ ନାମ୤ କବିତା, ଗଳ୍ପ ପ୍ରବନ୍ଧ ସହିତ ଫିଚର ଓ ସମାଲୋଚନାମୂଳକ ଆଦି ଲେଖା ଲେଖି ସେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି୤ ଏହା ସହିତ ସେ ବିଭିନ୍ନ ଯୁବସାହିତ୍ୟ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି୤ ଏହା ସହିତ ବିଭିନ୍ନ ପ୍ରମୁଖ ଏବଂ ପ୍ରତିଷ୍ଠିତ ସାହିତ୍ୟ ସମ୍ପର୍କୀତ କର୍ମଶାଳା ଓ ଆଲୋଚନା ଆଦିରେ ଯୋଗଦେଇଛନ୍ତି ସେ୤ "ପର୍ବ"... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧୩ ଆପଣଙ୍କ ମତାମତ ?

  • ୧. Biswaranjan mishra |  ଏପ୍ରିଲ୍ ୨୮, ୨୦୧୨ - ୧୦:୪୬ ଅପରାହ୍ନ

    Nice…

  • ୨. Saroj Biswal |  ମେ ୩, ୨୦୧୨ - ୩:୨୩ ପୂର୍ବାହ୍ନ

    Every where this scavengers are there, we need to recognise the beats of the child else they will fall from roof top.

  • ୩. Debapriya Priyadarshi Chakra |  ମେ ୮, ୨୦୧୨ - ୨:୦୭ ପୂର୍ବାହ୍ନ

    thanx Biswajit babu & saroj babu for ur valuable words.

  • ୪. Gyanaranjan Mohanty |  ମେ ୧୦, ୨୦୧୨ - ୨:୧୫ ପୂର୍ବାହ୍ନ

    I read this story in a flow. no bound to stay, language & narration impress me a lot.

  • ୫. pradyumna rout |  ମେ ୧୨, ୨୦୧୨ - ୧୦:୪୬ ପୂର୍ବାହ୍ନ

    bahut bhala gapatia hoichhi

  • ୬. ଆଦିତ୍ୟ |  ମେ ୨୯, ୨୦୧୨ - ୭:୩୯ ଅପରାହ୍ନ

    It is nice

  • ୭. abhimanyu behera |  ଜୁନ୍ ୮, ୨୦୧୨ - ୪:୧୧ ପୂର୍ବାହ୍ନ

    very good story….. i like this type of story

  • ୮. Bibhu prasad Mohaptra |  ଜୁନ୍ ୧୩, ୨୦୧୨ - ୨:୦୮ ପୂର୍ବାହ୍ନ

    kemiti achi jhia realy one of the best narrted story

  • ୯. Aditya Mishra |  ଜୁନ୍ ୧୩, ୨୦୧୨ - ୨:୧୦ ପୂର୍ବାହ୍ନ

    nice one, I enjoyed a lot.

  • ୧୦. ଅଶୋକ କୁମାର ସାହୁ |  ଅଗଷ୍ଟ୍ ୪, ୨୦୧୨ - ୧୦:୩୧ ପୂର୍ବାହ୍ନ

    ତୋ ଗପଟିକୁ ପଢିଲି, ଭଲ ଲାଗିଲା

  • ୧୧. sudhansu pati, Bangalore |  ଡିସେମ୍ବର୍ ୨୦, ୨୦୧୨ - ୩:୨୯ ପୂର୍ବାହ୍ନ

    Nice story , enjoyed a lot

  • ୧୨. sriyanshu, sriharikota |  ଡିସେମ୍ବର୍ ୨୦, ୨୦୧୨ - ୩:୩୬ ପୂର୍ବାହ୍ନ

    sir gapata bhala lagila

  • ୧୩. debendra lenka, cuttack,odisha |  ମେ ୧୧, ୨୦୧୩ - ୧୨:୫୨ ପୂର୍ବାହ୍ନ

    that’s a very reallistic story.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤