ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

କିଶୋରୀ ଚରଣ ଦାସ
ଦେବେନ୍ଦ୍ର ମହାନ୍ତି
ବରେନ୍ଦ୍ର କୃଷ୍ଣ ଧଳ
ବିଜୟ ମିଶ୍ର
କାଳିନ୍ଦି ଚରଣ ପାଣିଗ୍ରାହୀ
ଦିଲ୍ଲୀପ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅଧିକାରବାଦ ଓ ଚେତନା
  ଅଶୋକ ପ୍ରଧାନ, ଭୁବନେଶ୍ବର
 
 
ତା: ଫେବୃଆରୀ ୨୦, ୨୦୧୧  
ମୂଳ ପୃଷ୍ଠାଗଳ୍ପ
 

ଅଧିକାରକୁ ସାବ୍ୟସ୍ତ କରିବାକୁ ପଡେ୤ ତାକୁ ସୃଷ୍ଟି କରିବାକୁ ପଡେ୤ ତାର କ୍ଷେତ୍ରକୁ ସଂପ୍ରସାରିତ କରିବାକୁ ପଡେ୤ ବିନା ସଂଗ୍ରାମରେ, ବିନା ସେବାରେ, ବିନା ଦାନରେ ସେ ଅଧିକାର ମିଳେ କାହାକୁ ? ଅଧିକାର ମାଗିଲେ ମିଳେ ନାହିଁ- ତାକୁ ଛଡେଇ ନେବାକୁ ପଡେ୤

ବିପ୍ଳବର କଥା ପଢିଦେଲେ ମଣିଷ ବିପ୍ଳବୀ ହୋଇଯାଏ ନାହିଁ୤ ବିପ୍ଳବୀ ପଣ ଏକ ନୂତନ ସୃଷ୍ଟି ୤ ସେ ବିଜ୍ଞାନର କ୍ଷେତ୍ର ହେଉ, ଦର୍ଶନର କ୍ଷେତ୍ର ହେଉ ବା ସାମଜିକ କ୍ଷେତ୍ର ହେଉ, -ଅନୁସନ୍ଧାନ, ନିଷ୍ଠା ଓ ଆନ୍ତରିକତା ଏକ ନୂତନସ୍ବରକୁ ଜନ୍ମ ଦିଏ୤ କିଛିକୁ ପ୍ରତିବାଦ କରିବାର ସ୍ବର; ଆପଣଙ୍କର ଯେ ଅଧିକାର ଅଛି ତାକୁ ସୂଚୀତ କରାଇଦିଏ୤ ଏଣୁ ବିଳ୍ପବ ଜରିଆରେ ଅଧିକାର ନୂତନ କ୍ଷେତ୍ରକୁ ସୃଷ୍ଟି କରାଯାଏ୤ ଯେଉଁ ସରକାରରେ କର୍ତ୍ତବ୍ୟ ଚେତନାର ପ୍ରସାର ଅପେକ୍ଷା, ଅଧିକାର ନାଁରେ ଅଳ୍ପ କେତେଜଣ, ଜନସାଧାରଣଙ୍କର ସମ୍ପତ୍ତିକୁ ଲୁଟିନେବାର ପ୍ରୟାସ ଅଧିକ ସେଠିତ ବିଳ୍ପବ ହେବ ହିଁ ହେବ୤

ହେଲେ ଗୋଟାଏ ଶିଶୁ ମା’ ଠାରୁ କ୍ଷିରଖାଇବ….. ସେଇଟା ତାର ଅଧିକାର ନା ମା’ ର ନୈତିକତା ? ସେ ନୈତିକତାଟିକୁ ତା ମୁଣ୍ଡରେ ଭରିଦେଇଛି କିଏ ?- ସୁପ୍ରିମ୍‌କୋର୍ଟ ନାଁ ପାର୍ଲିଆମେଣ୍ଟ ? ସେଠି ଅଧିକାରୀ କିଏ ?? ମା’ ନା ପିଲା ??

ଆମକୁ ମୂଳଅଧିକାରତ ଦେଇଛି ସେଇପ୍ରକୃତି୤

ଏ ପୃଥିବୀଟା କଣ ଏକୁଟିଆ ମୋର ? ମୁଁ ଏ ପୃଥିବୀକୁ ଆସିଥିଲି, ନାଚିଲି, ଗାଇଲି, ଖାଇଲି, ଶୋଇଲି, -ତାର ଆଲୁଅ-ଅନ୍ଧାର, ମାଟି, ପାଣି, ପବନ, ଗଛଲଟା, ପ୍ରତିଟିଜିନିଷକୁ ଅନୁଭବରେ ଆଣି ମୋ କାମରେ ଲଗାଇଲି୤ ଯେତେ ଯାହା କଲେ ମଧ୍ୟ, ଯେତେଯେତେ ଅଳିଆ ଅସ୍କରା ଜମେଇଲେ ମଧ୍ୟ ମୋର ସମସ୍ତ ଭୁଲ ତ୍ରୁଟିକୁ ସୁଧାରି ପୁଣି ତାକୁ ସାଧାରଣ ଅବସ୍ଥାକୁ ଫେରାଇ ଆଣୁଛି କିଏ ସେ ? ପୁଣି କିପରି ଫେରାଇ ଆଣୁଛି ?

କାରଣ ଏଠି କେବଳ ମୋର ଜୀବନ ନାହିଁ, ଏ ପୃଥିବୀର ମଧ୍ୟ ଜୀବନ ଅଛି୤ ଏଠି ମୋର କେବଳ ଉତ୍ତାପ ନାହିଁ ପୃଥିବୀର ଶରୀର ଭିତରେ ବି ଆପଣାର ଉତ୍ତାପ ଭରି ରହିଛି୤ ଏ ବିଶ୍ବ ମଧ୍ୟ ସେହି ପ୍ରାଣମୟ ଜୀବନୀ ଶକ୍ତିରେ ଭରପୁର୤ ସମଗ୍ର ବିଶ୍ବ ସେହି ଜୀବନ୍ତ ତାର ଘୋଷଣା କରେ୤ ଏଠି ଗହମରେ… ନକ୍ଷତ୍ରର ବିଲୟ ଘଟେ-ନୂତନ ନିହାରୀକାର ସୃଷ୍ଟି ଚାଲିଥାଏ୤

ହେଲେ ଗତିଶୀଳ ସମୟ ଆପଣା କାମରେ ମତ୍ତରହେ୤ କାମ ଓ ସମାଜର ମଙ୍ଗଳ ଉପରେ ଅଧିକାରର ବିଚାରଟାକୁ ଛାଡିଦେଇ ଜନଜୀବନର ସଫଳତାକୁ ଓ ବିଚାରର ପ୍ରବାହରେ ନ୍ୟୁନତମ ବ୍ୟକ୍ତିକୁ ସାମିଲ୍ କରିବାର ଚେଷ୍ଟା ଜାରିରଖେ୤

କର୍ମୀ କେବେ ଅଧିକାର ଅଧିକାର ଗହଳ କରେ ନାହିଁ୤ ସେ ଅଧିକାରର କ୍ଷେତ୍ର ସୃଷ୍ଟି କରେ୤ ପ୍ରତ୍ୟେକ ଅଧିକାର ମୂଳରେ କିଛି ବିଶ୍ବାସ ନିହିତ୤ ତେଣୁ ଅନ୍ୟମାନେ ଆମର ଅଧିକାରକୁ ବରଦାସ୍ତ କରନ୍ତି-ସହିନିଅନ୍ତି୤ ନହେଲେ ସେ ଅଧିକାରକୁ ଆମେ ଉପଭୋଗ କରନ୍ତୁ କିପରି ? ଆତ୍ମସମ୍ମାନ ବୋଲି ଜିନିଷକୁ ଦାବି କରନ୍ତୁ କିପରି ? ହେଲେ ସମାଜ ନଥାଇ ଆତ୍ମସମ୍ମାନ ଥାଏ କେଉଁଠି ?ଆତ୍ମସମ୍ମାନଜ୍ଞାନ ଆତ୍ମଶକ୍ତିକୁ ସଂଗଠିତ କରିପାରେ୤ ସେଇ ଆତ୍ମଶକ୍ତି ହିଁ କାଳକୁ ବଶକରିପାରେ୤

କାଳକୁ ଆତ୍ମାବଶକରି-ବିଷୟଶକ୍ତିକୁ ଆବୋରି
ସେ ସୃଷ୍ଟି କାଳଚକ୍ରେଥାଇ-ସେ ଚକ୍ରେ ଜୀବକୁ ବସାଇ
ପେଡଇ ଇକ୍ଷୁଯନ୍ତ୍ରପ୍ରାୟେ-ତେଣୁ ପୀଡଇ ମୋର କାୟେ
ସେ ରୂପେ କର୍ମ କାଳରୂପୀ-ଯଜ୍ଞ ଶରୀର ବିଶ୍ବବ୍ୟାପୀ
କର୍ମ ସଂଯୋଗେ ଦେହ ବହି-ନିରତେ କର୍ମକୁ ସଞ୍ଚଇ

ଯାହା ମୋର ନୁହେଁ-ତା ଉପରେ ପୁଣି ମୋର କି ଅଧିକାର ? ତାକୁ ସେ ଅଧିକାର ଦେଲା କିଏ ?

ଜଣଙ୍କର ଧନ ଅଛିବୋଲି ନିର୍ଦ୍ଧନଙ୍କ ଉପରେ ଅତ୍ୟାଚାର କରିବାର ଅଧିକାର ତାଙ୍କୁ ଦେଲା କିଏ ?

ଜଣେ ସମ୍ମାନ ପାଇଛି ବୋଲି ଅନ୍ୟମାନଙ୍କୁ ହୀନିମାନକରି ରଖିବାର ଅଧିକାର ତାଙ୍କୁ ଦେଲା କିଏ ?

ଥରେ ବୁଦ୍ଧିମାନ ବୋଲି ଗଣାହୋଇଗଲେ କିଛି ନ କରି ମଧ୍ୟ ସମସ୍ତଙ୍କୁ ନିର୍ବୋଧ କରି ରଖିବାର ଅଧିକାର ସେ ପାଇବ କାହିଁକି ?

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅଶୋକ ପ୍ରଧାନ, ଭୁବନେଶ୍ବର
author photo
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤