ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମଧୁସୂଦନ ଦାସ
ବିଜୟ ମିଶ୍ର
ଗଣେଶ୍ୱର ମିଶ୍ର
ଡକ୍ଟର ମାୟାଧର ମାନସିଂହ
କାହ୍ନୁଚରଣ ମହାନ୍ତି
ବାମାଚରଣ ମିତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅଧିକାରବାଦ ଓ ଚେତନା
  ଅଶୋକ ପ୍ରଧାନ, ଭୁବନେଶ୍ବର
 
 
ତା: ଫେବୃଆରୀ ୨୦, ୨୦୧୧  
ମୂଳ ପୃଷ୍ଠାଗଳ୍ପ
 

ଅଧିକାରକୁ କେହି ନେଇକରି ଆସିନାହିଁ ୤ ବିଭିନ୍ନ କାର୍ଯ୍ୟର ପରିସର, ସେବା, ସାମାଜିକ ବ୍ୟବସ୍ଥା ଅଧିକାରକୁ ଜନ୍ମଦେଇଛି କିମ୍ବା ଅଧିଷ୍ଠିତ କରାଇଛି୤ ତେଣୁ ଯେଉଁ ଅଧିକାରୀବୋଲି ମନେକରେ୤ ଆପଣା ମଧ୍ୟରେ କେନ୍ଦ୍ରୀଭୂତ ହେବାକୁ ଭଲ ପାଏ୤ ହେଲେ ପ୍ରେମ ଅଧିକାରକୁ ବାଣ୍ଟି ଦିଏ୤ ସବୁ କିଛିର ଅଧିକାରୀ ଏକମାତ୍ର ପରମେଶ୍ବର ବୋଲି ଜ୍ଞାନ କରେ୤ ସେଇ ବିଶ୍ବତ୍ମାନିକଟରେ ଆପଣାକୁ ସମର୍ପଣ କରି ବସେ୤ ପ୍ରେମ ଅଧିକାରକୁ ସାବ୍ୟସ୍ତ କରାଉଥିବାବେଳେ ଘୃଣା ଅଧିକାରକୁ ବଞ୍ଚିତ କରାଇବସେ୤ ତେଣୁ ସେବାର ଉପଯୁକ୍ତତା ଯେଉଁଠି ସେଠି ଅଧିକାର ତୁମକୁ ଦେଲା କିଏସେ ?

ତେଣୁ ମୁଁ ନିଜକୁ ନଜାଣିଲେ , ଆପଣାର ଅଂହକୁ ନବୁଝିଲେ, ମୋର ନିର୍ଦ୍ଧାରିତ ପୋଜିସନ୍‌କୁ ନ ଜାଣିଲେ, ମୋତେ ପ୍ରଦତ୍ତ ଅଧିକାର ଓ ତାର ପ୍ରୟୋଗକୁ ନଜାଣିଲେ ମୋର କର୍ତ୍ତବ୍ୟ ମୂଁ କରିବି କିପରି ? ଅନ୍ୟର ଅନୁଭୂତି ଯଦି ଆପଣଙ୍କର ଜ୍ଞାନ ହୋଇଥାଏ ତେବେ ସେ ଜ୍ଞାନର ଅଧିକାରୀ କଣ ଆପଣ ?

ବିଳ୍ପବର କଥା ପଢିଦେଲେ ମଣିଷ ବିଳ୍ପବୀ ହୋଇଯାଏ ନାହିଁ୤ ବିଳ୍ପବୀପଣ ଏକ ନୂତନ ସୃଷ୍ଟି୤ ସେ ବିଜ୍ଞାନର କ୍ଷେତ୍ର ହେଉ , ଦର୍ଶନର କ୍ଷେତ୍ର ହେଉ, ସଂସ୍କୃତିର କ୍ଷେତ୍ର ହେଉ ବା ସାମାଜିକ କ୍ଷେତ୍ର ହେଉ, -ଅନୁସନ୍ଧାନ, ନିଷ୍ଠା ଓ ଆନ୍ତରିକତା ଏକ ନୂତନ ସ୍ବରକୁ ଜନ୍ମ ଦିଏ୤ କିଛିକୁ ପ୍ରତିବାଦ କରିବାର ସ୍ବର, କିଛିକୁ ଗଢିବା ଭାଙ୍ଗିବା କିମ୍ବା ସୃଷ୍ଟି କରିବାର ସ୍ବର ବା କିଛିକୁ ପରିବର୍ତ୍ତନ କରିଦେବାର ସ୍ବର; ଆପଣଙ୍କର ଯେ ଅଧିକାର ଅଛି ତାକୁ ସୂଚୀତ କରାଇଦିଏ୤ ଏଣୁ ବିଳ୍ପବ ଜରିଆରେ ଅଧିକାରର ନୂତନ କ୍ଷେତ୍ରକୁ ସୃଷ୍ଟି କରାଯାଏ, ସମ୍ପ୍ରସାରିତ କରାଯାଏ୤ ଯେଉଁ ସରକାରରେ କର୍ତ୍ତବ୍ୟ ଚେତନାର ପ୍ରସାର ଅପେକ୍ଷା, ଅଧିକାର ନାଁରେ ଅଳ୍ପ କେତେଜଣ, ଜନସାଧାରଣଙ୍କର ସମ୍ପତ୍ତିକୁ ଲୁଟିନେବାର ପ୍ରୟାସ ଅଧିକ ସେଠିତ ବିଳ୍ପବ ହେବ ହିଁ ହେବ୤

କେତେବେଳେ ଅଧିକାରର ପ୍ରଶ୍ନ ଉଠେ ? କେଉଁ ସ୍ଥଳରେ ଅଧିକାରୀ ଦରକାର ହୁଏ ? କେତେବେଳେ ଅଧିକାରକୁ ଅସ୍ବୀକାର କରାଯାଏ ଏ କେତେବେଳେ ଅଧିକାରର ଆବଶ୍ୟକତା ରହେ ନାହିଁ ? କେତେବେଳେ ଅଧିକାରର ବିଲୟ ଘଟେ୤

ଆମକୁ ଲୋକେ ସମ୍ଭାଳିଛନ୍ତି ବୋଲି ଆମେ ବଡବୋଲି ନିଜକୁ ପରିଚୟ ଦେଉଛୁ-ଭେରାଇଟର କାର ଚଢୁଛୁ-ନାଲିବତୀ ନଲାଗିଲେ ଆମେ ଅଫିସର ବା ମନ୍ତ୍ରୀ ବୋଲି ନିଜକୁ ଲଜ୍ଜିତ ମନେକରୁଛୁ୤ ଅତି ଦାମିକା କୋଠା ବାଡିରେ ରହିପାରୁଛୁ୤ ନିଜର ରାଜନୈତିକ କ୍ଷମତା, ସାମାଜିକ ପ୍ରତିଷ୍ଠା ଓ ଆଭିଜାତ୍ୟକୁ ଦେଖାଇହୋଇ ପାରୁଛୁ୤ ଆମର ବଡବିଚାରାଳୟ, ବଡଜେଲ୍‌ଓ ବଡ ଥାନାକୁ ଇଙ୍ଗିତ କରିପାରୁଛୁ୤

ତଥାପି ସେଦିନ ଲୋକେ ବାଷ୍ଟାଇଲ୍‌କୁ ଭାଙ୍ଗିଦେଲେ-ଶହଶହ ସାଆନ୍ତକୁ ହତ୍ୟାକଲେ, ଶେଷକୁ ପଳାୟନ କରୁଥିବା ରାଜା ଓ ରାଣୀଙ୍କୁ ଗିଲୋଟିନ୍‌ଦ୍ବାରା ହତ୍ୟାକରାଗଲା୤

ଦିନେ ଦେଖାଗଲା ସବୁ ପଠାଣମାନେ ନିଶ ଦାଢି କାଟିପକାଇଛନ୍ତି-ଆଉଦିନେ ଦେଖିଲୁ ଶିଖ୍‌ମାନେ ଦାଢିକାଟି, ଚୁଟିକାଟି, ପଗଡି ଉତ୍ତାରିଦେଇଛନ୍ତି୤ କାରଣ ସେଠି ଥିଲା ପ୍ରାଣର ଆତଙ୍କ୤ ଜୀବନକୁ ରକ୍ଷାକରି ବଞ୍ଚିବା ଥିଲା ସେ ସମୟର ମୂଳମନ୍ତ୍ର୤ ସେଇଠିଥିଲା ଧର୍ମର ଅସଲ ଉଚ୍ଚାରଣ୤ ଆମେ ବି ଦେଖିଲୁ, ନିଜକୁ ଇଶ୍ବରଙ୍କ ପୁତ୍ରବୋଲି ଦାବିକରୁଥିବା ସେ ଦିନର ରାଜାଥିଲା କେତେ ନିଃସହାୟ, ତାର ଆଇନ୍‌କେତେ ପ୍ରବଞ୍ଚନାପୂର୍ଣ୍ଣ ଓ ଦୁର୍ବଳ୤ ନକ୍ସଲଙ୍କ ବୋମାମାଡରୁ ରକ୍ଷାପାଇଯିବାପରେ ଅଫିସର ସେଦିନ ଚିନ୍ତାକରୁଥିଲେ, ଓଃ ଆପେ ବଞ୍ଚିଲେ ବାପର ନାଁ-କି ମିଳିବ ସେ ନାଲିବତୀରୁ ??

ସେ ସାମାଜିକ ପ୍ରଳୟ ହେଉ କିମ୍ବା ପ୍ରକୃତିଗତ ପ୍ରଳୟକାଳ ହେଉ, ସେତେବେଳେ ଏ ଅଧିକାର କୌଣସି କାମରେ ଆସେନାହିଁ୤ ତେଣୁ ସ୍ଥିତିକାଳରେ ସମାଜଠାରୁ, ଈଶ୍ବରଙ୍କଠାରୁ ବିଜ୍ଞମଣିଷ ଯେଉଁ ଅନୁଗ୍ରହ ଲାଭକରିଥାଏ, ସେ ତାକୁ କଦାପି ଭୁଲିଯାଏ ନାହିଁ୤ ଆପଣାର ଯୋଗ୍ୟତା ଅନୁସାରେ ସେ ତାକୁ କାମରେ ଲଗାଏ, ସମାଜର ସେବାକରି ଆପଣାର ତଥା ସମାଜର ଅଧିକାର କ୍ଷେତ୍ରକୁ ବିସ୍ତାରିତ କରେ୤ ଯୋଗ୍ୟତା ଆପଣାର ଶିକ୍ଷା ଓ ସାଂସ୍କୃତିକ ପରିବେଶ ଉପରେ ନିର୍ଭରଶୀଳ୤ ଏଣୁ ଚେତନାର ଯେତିକି ଯେତିକି ସ୍ତରକୁ ମଣିଷ ଉଠିଛି-ସେ ଦେଖିଛିଯେ ତାକୁ ଶିକ୍ଷାଦେବାପାଇଁ ପ୍ରତିଟି ସ୍ତରରେ କେହିନା କେହି ଗୁରୁ ତା ନିକଟରେ ବିଦ୍ୟମାନ ଅଛନ୍ତି୤

ଆଜିର ମଣିଷ; ବ୍ୟକ୍ତି ହିସାବରେ, ସାମୂହିକତା ମଧ୍ୟରେ, ଜୀବନର ତାରତମ୍ୟ ଭିତରେ, ଫର୍ମର ତାରତମ୍ୟ ଭିତରେ ଯୋଗ୍ୟତା ଭିତରେ ଅଧିକାରର ଆକଳନ କରୁଛି୤ ହେଲେ ସେଠି ପରିବେଶର ପରିବର୍ତ୍ତନ ଘଟୁଛି, ମନୁଷ୍ୟର ବିବର୍ତ୍ତନ ଘଟୁଛି୤ ମନୁଷ୍ୟର ଚେତନା ଓ ତତ୍ ଜନିତ ଅଧିକାର ପରମ୍ପରାକ୍ରମେ ସେ ବିଶ୍ବସତ୍ତା ଦ୍ବାରା ପ୍ରଦତ୍ତ ତଥା ସମାଜ ଦ୍ବାରା ଅଧିଗୃହୀତ, ପ୍ରଚାରିତ ଓ ସ୍ବୀକୃତ୤ ତେଣୁ ସେବାକରିପାରିବାର ଶକ୍ତିର ଅନ୍ୟନାମ ଯୋଗ୍ୟତା, ଯାହାକି ଶିକ୍ଷାର ସ୍ବାତନ୍ତ୍ର୍ୟକ ସ୍ବୀକାର କରେ୤ ଗୋଟାଏ ସ୍ଥିତି ଆଧାରିତ ସମାଜରେ ହିଁ ସମ୍ବିଧାନ, ଅଧିକାର, ରାଜତନ୍ତ୍ର, କମ୍ୟୁନ୍‌ତନ୍ତ୍ର କିମ୍ବା ଲୋକତନ୍ତ୍ରରେ ପ୍ରଶ୍ନ ଉଠେ୤ ଏଣୁ ଅଧିକାର ଅପରିସୀମ ନୁହେଁ କିମ୍ବା ନିରବଚ୍ଛିନ୍ନ ନୁହେଁ୤ ଅଧିକାର ଅନୁଚିନ୍ତନ ସାପେକ୍ଷ-ସମାଜ ସାପେକ୍ଷ୤ ନୂତନ ସୃଷ୍ଟି ଏବଂ ଅଧିକାରର ନୂତନ ପ୍ରସ୍ଥପାଇଁ ଚିନ୍ତନରେ ପ୍ରଳୟ ଅନିବାର୍ଯ୍ୟ୤ ତାହା ହିଁ ବିକଶିତ ତଥା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଜନ୍ମଦେବ୤ ତାହା ହିଁ ବ୍ୟକ୍ତିକୁ ତାର ନ୍ୟାର୍ଯ୍ୟ ଅଧିକାର ପ୍ରଦାନସହ ବଞ୍ଚିବାର ଭିତ୍ତିଭୂମି ଯୋଗାଇଦେବ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅଶୋକ ପ୍ରଧାନ, ଭୁବନେଶ୍ବର
author photo
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤