ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ସନ୍ୟାସୀ ନାୟକ
ରାଜକିଶୋର ରାୟ
ବିଷ୍ଣୁପ୍ରିୟା ମହାପାତ୍ର
ବିରଜା ବଳ
ଅକ୍ଷୟ ମହାନ୍ତି
ସହଦେବ ସାହୁ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅଭିଶାପ
  ମିତା ମହାନ୍ତି, ଭୁବନେଶ୍ବର
 
 
ତା: ମେ ୫, ୨୦୧୧  
 

ସକାଳୁ ଝୁମ୍ପୁଡ଼ି ଭିତରୁ ଅଖାଟାକୁ ଆଡ଼େଇ ବାହାରକୁ ଆସି ମୁଣ୍ଡଉପର ଆକାଶକୁ ଚାହିଁଲା ଝିଅଟି୤ ମେଘର ଚିହ୍ନ ବର୍ଣ୍ଣ ନାହିଁ୤ ଏକଦମ୍‌ ସଫା ଆକାଶ୤ ଭିତରେ ଛିଣ୍ଡା କତରାରେ ପଡ଼ି ରୋଗୀଣା ମା’ ତା’ର ମନା କରୁଥିଲା ଏକା ଯିବାକୁ, ମାନିଲାନି ତା’ କଥା, ବାହାରି ଆସିଲା୤ ଦଶ ପାଞ୍ଚ ଯାହା ତ ହେଲେ ମିଳିଯିବ୤ ଘରେ ବସି କରିବ କ’ଣ ?

ବର୍ଷାଟା ଏମିତି ହଠାତ୍‌ ବର୍ଷିଯିବ ବୋଲି ତ ଆଦୌ ଜାଣି ନଥିଲା ଝିଅଟି୤ କ’ଣ କରିବ ଭାବୁ ଭାବୁ ବ୍ୟସ୍ତହୋଇ ସାମ୍‌ନା ଘର ଗେଟ୍‌ଖୋଲି ପୋର୍ଟିକୋକୁ ପଶିଗଲା୤ ବଡ଼ ଗାଡ଼ି, ଗାଡ଼ି କଡ଼ରେ ଛୋଟ ସୁନ୍ଦର ଧଳା ଭାଲୁଆ ଗୁଲୁଗୁଲିଆ କୁକୁରଟେ ବନ୍ଧା୤ ଜାକିଜୁକି, ଡରିମରି ଠିଆ ହୋଇଥାଏ ଝିଅଟି ସାଙ୍କୁଡ଼ି ହୋଇ ଗୋଟିଏ କଣକୁ୤ ପୁରୁଣା ପତଳା ଲୁଗାଟା ଭିତରୁ ସ୍ପଷ୍ଟ ଫୁଟି ଉଠୁଛି ତା’ ଦେହର ଉଚ୍ଚା ନୀଚା, ଅଙ୍କାବଙ୍କା ଭୂଗୋଳ୤ ଓଦା ଲୁଗାକୁ ଚିପୁଡ଼ି ଦେହରେ ଭଲ କରି ଗୋଡ଼େଇବାର ଅସଫଳ ପ୍ରୟାସ କରୁଥାଏ ସେ୤ ମୁହଁରେ ବର୍ଷାର ଟୋପା ଟୋପା ପାଣି ସଜଫୁଟା ଫୁଲ ଉପରେ ସକାଳ କାକରର ଭ୍ରମ ସୃଷ୍ଟି କରୁଥିଲା୤ ଆଲୁରା ଅସଜଡ଼ା ମୁହଁ ଉପରକୁ ଝୁଲି ପଡ଼ିଥିବା ଚୂର୍ଣ୍ଣ କୁନ୍ତଳରେ ଲାଗିଥିବା ବିନ୍ଦୁ ବିନ୍ଦୁ ବର୍ଷା ରୂପା ଚୁମ୍‌କି ପରି ଦିଶୁଥିଲା୤ ଭିକାରୁଣୀ ଦେହରେ ବି ଏତେ ସୌନ୍ଦର୍ଯ୍ୟ୤ ସେ ସୌନ୍ଦର୍ଯ୍ୟ ଗରିବ ପାଇଁ ତ ଅଭିଶାପ୤

ଦୋ’ ମହଲା ଘରର ତଳୁ ପକୁଡ଼ି ଆଉ ଚା’ ବାସ୍ନା ରହି ରହି ଆସୁଥିଲା୤ ଉପର ମହଲାରୁ କିଛି କାଚ ବୋତଲ, ଗିଲାସର ଟୁଂ ଟାଂ ଶବ୍ଦ ସାଙ୍ଗେ ବେଳେବେଳେ ହୋ ହୋ ତ ବେଳେବେଳେ ଖିଲ୍‌ଖିଲ୍‌ ହସର ଆୱାଜ୍‌ ବର୍ଷାର ଝୁମ୍‌ଝୁମ୍‌ ସ୍ବର ସହିତ କାନରେ ବାଜୁଥିଲା ଝିଅଟିର୤ ମଝିରେ ମଝିରେ କଷା ମାଂସର ବାସ୍ନା ତା’ର ପେଟର ଭୋକକୁ ଜିଭ ପର୍ଯ୍ୟନ୍ତ ଓଟାରି ଆଣୁଥିଲା୤

ଘରର ଚାକର ଗୋଟେ ପ୍ଲେଟ୍‌ରେ ପାଞ୍ଚ/ସାତ ଖଣ୍ଡ ମାଂସ ଆଣି କୁକୁର ମୁହଁ ପାଖରେ ଥୋଇଦେଇଗଲା୤ ଗଲାବେଳେ ତା’ ଆଖିର ନିରବ ପ୍ରଶ୍ନ ଉତ୍ତରେରେ ଝିଅଟି କହିଲା, “ବାବୁ ବର୍ଷା ଟିକେ କମିଗଲେ ଚାଲିଯିବି୤”


କୁକୁର ପ୍ଲେଟ୍‌ରେ ତଥାପି ରହିଯାଇଛି ଖଣ୍ଡେ ମାଂସ୤ ଆଉ ପେଟରେ ଜାଗା ନାହିଁ ନା ତା’ ଭୋକ ବୁଝିପାରି ଛାଡ଼ି ଦେଇଛି ? ପେଟର ଭୋକ ଦାଉ ସାଙ୍ଗକୁ ପାଟିର ଲୋଭକୁ ଲଗାମ୍‌ ଦେଇ ପାରିଲାନି ସେ୤ ହାତଟା ଥାଳି ପାଖକୁ ନଉ ନଉ କୁକୁର ଛୁଆଟା ଭାଉ ଭାଉ କମ୍ପେଇଲା୤ ପାଟି ଶୁଣି ବାହାରକୁ ଆସିଲେ ଘର ମାଲିକ, ମାଲିକାଣୀ, ମାଲିକଙ୍କ ଯୁବା ପୁଅ, ତା’ରି ବୟସର ଝିଅଟେ ଆଉ ଚାକର୤
କୁକୁର ପ୍ଲେଟ୍‌ରେ ତଥାପି ରହିଯାଇଛି ଖଣ୍ଡେ ମାଂସ୤ ଆଉ ପେଟରେ ଜାଗା ନାହିଁ ନା ତା’ ଭୋକ ବୁଝିପାରି ଛାଡ଼ି ଦେଇଛି ? ପେଟର ଭୋକ ଦାଉ ସାଙ୍ଗକୁ ପାଟିର ଲୋଭକୁ ଲଗାମ୍‌ ଦେଇ ପାରିଲାନି ସେ୤ ହାତଟା ଥାଳି ପାଖକୁ ନଉ ନଉ କୁକୁର ଛୁଆଟା ଭାଉ ଭାଉ କମ୍ପେଇଲା୤ ପାଟି ଶୁଣି ବାହାରକୁ ଆସିଲେ ଘର ମାଲିକ, ମାଲିକାଣୀ, ମାଲିକଙ୍କ ଯୁବା ପୁଅ, ତା’ରି ବୟସର ଝିଅଟେ ଆଉ ଚାକର୤ ମାଲିକଙ୍କ ହାତରେ ନାଲିପାଣିର ସୁନ୍ଦର ଗିଲାସ୤ ରଙ୍ଗୀନ ପାଣିରୁ ଢୋକେ ପିଇଦେଇ ଝିଅଟି ଉପରେ ନଜର ପକେଇ ଓଠରେ ଜିଭ ବୁଲେଇ ଆଣି କହିଲେ, “ଡେଟଲ୍‌ ସାବୁନ୍‌ରେ ଗାଧୋଇ ସଫାଲୁଗା ଖଣ୍ଡେ ପିନ୍ଧେଇ ଦେଲେ ଘର କାମକୁ ଚଳିଯିବ୤”

ଯୁବା ପୁଅଟି ତା’ ହାତରେ ଥିବା ପ୍ଲେଟ୍‌ରୁ ପକୁଡ଼ି ଗଣ୍ଡାକ ଝିଅଟି ଆଞ୍ଜୁଳିରେ ଟେକି ଦଉ ଦଉ ଆଖି ପହଁରେଇ ଆଣୁଥିଲା ତା ଓଠ, ଓଠରୁ ଛାତି, ଛାତିରୁ ନାଭି ପୁଣି ତା’ ତଳକୁ….୤ ଚୁପ୍‌ ଚୁପ୍‌ କହୁଥିଲା ଖାଲି ଝିଅଟିକୁ ଶୁଭିବା ପରି, “ଯେତେବେଳେ ବର୍ଷା ହବ ସିଧା ଚାଲି ଆସିବୁ୤ ମୋ ଭାଗ ପକୁଡ଼ିତକ ଦେଇଦେବି ତତେ୤”

ଘରର ଝିଅଟି କେତେଟା ପୁରୁଣା ଜାମାପଟା, ଗୋଟେ ପୁରୁଣା ରେନ୍‌‌କୋଟ୍‌ ଆଉ ଗୋଟେ ଛତା ପଲିଥିନ୍‌ ବ୍ୟାଗ୍‌ଟିରେ ଭର୍ତ୍ତିକରି ବଢେଇ ଦେଇଥିଲା ଝିଅଟି ହାତକୁ୤ କହିଲା, “ଏଇଟା ନେଇଯାଆ୤ ଏଣିକି ବର୍ଷାରେ ଆଉ ୟା’ ତା’ ଘର ଭିତରେ ପଶିବା ଦରକାର ପଡ଼ିବନି୤” ମାଲିକାଣୀ ଅସନ୍ତୁଷ୍ଟ ଆଖିରେ ବିରକ୍ତି ମିଶା ସ୍ବରରେ କହିଲେ, “ଏଗୁଡ଼ାକ ଖାଲି ଏମାନଙ୍କର ବାହାନା୤ ଅସଲରେ ଓର ଉଣ୍ଡି ଏମିତି ବେଳରେ ବଡ଼ଲୋକଙ୍କ ଘର ଦେଖି ପଶିଯାଆନ୍ତି ମଣିଷଟେ କି ଜିନିଷଟେ ଚୋରେଇ ନବାକୁ୤ ଏଟାକୁ ଏଠୁ ଶୀଘ୍ର ବିଦା କର ଟଙ୍କେ ଦି’ଟଙ୍କା ଧରେଇ ଦେଇ୤”

ସବା ଶେଷକୁ ଚାକରଟା କହିଲା, “ଆ ମୋ ସଙ୍ଗେ ଏଇ ପଛପଟକୁ୤ ବଖରାଏ ଅଛି୤ ଯଦି ଚାହିଁବୁ, ଏଇଠି ସବୁଦିନ ରହିପାରିବୁ ନିର୍ଭୟରେ୤ ତାଲା ପକେଇ ରଖିବି ସମସ୍ତଙ୍କଠୁ ଲୁଚେଇ୤ ଆଉ ବାହାରକୁ ଯିବା ଦରକାର ପଡ଼ିବନି କି ଛିଣ୍ଡା ପୁରୁଣା ପିନ୍ଧି ଭିକ ମାଗିବୁନି୤” ଝିଅଟା ଯେମିତି ପଶି ଆସିଥିଲା ଗେଟ୍‌ଖୋଲି, ସେମିତି ବାହାରିଗଲା ନିରବରେ୤ ହାତରେ ଧରିଥିଲା ଖାଲି ଘରର ଝିଅଟି ଦେଇଥିବା ପଲିଥିନ୍‌ଟି୤ ବର୍ଷାର ଗତି ଆହୁରି ବଢ଼ି ଚାଲିଥିଲା, କିନ୍ତୁ ତା’ର ଖାତିର୍‌ ନଥିଲା ଆଉ ସେଥିକି୤ ଏ ଘରର ଛାତ ତଳ, ହତା ଭିତର ଅପେକ୍ଷା ରାସ୍ତା ଉପରର ବର୍ଷା ତା’ ପାଇଁ ବେଶି ନିରାପଦ ସ୍ଥାନ ସେ ଭାବୁଥିଲା ଚାଲୁ ଚାଲୁ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମିତା ମହାନ୍ତି, ଭୁବନେଶ୍ବର
author photo
୧୯୬୩ ମସିହାରେ ଜନ୍ମିତ ମିତା ମହାନ୍ତି ରେଭେନ୍‌ଶା ମହାବିଦ୍ୟାଳୟରୁ ଓଡ଼ିଆ ସାହିତ୍ୟରେ ସ୍ନାତକୋତ୍ତର ଉପାଧିପ୍ରାପ୍ତ୤ବିଭିନ୍ନ ପ୍ରତିଷ୍ଠିତ ପତ୍ରିକାରେ ଗଳ୍ପ ରଚନା କରିଆସୁଥିବା ଶ୍ରୀମତୀ ମହାନ୍ତିଙ୍କର ଗଳ୍ପ ସଂକଳନ ‘ଅବଶିଷ୍ଟ ରାଧା’୤ ନିଜର କୃତି ପାଇଁ ସେ ନାରୀ ସୁରକ୍ଷା ସମ୍ମାନ, ଶିଶୁ ମହୋତ୍ସବ ପୁସ୍ତକ ମେଳା ପୁରସ୍କାର, ସୁଧନ୍ୟା ଗଳ୍ପ ସମ୍ମାନ ଦ୍ବାରା ସଂବର୍ଧିତ ହୋଇଛନ୍ତି୤ ଆହୁରି ମଧ୍ୟ ଭଂଗା ସିଲଟ, ଅହଲ୍ୟା, ଶୂନ୍ୟ ସ୍ବରୂପ ଆଦି କଳାତ୍ମକ ଓଡ଼ିଆ ଚଳଚିତ୍ର ତଥା ଧାରାବାହିକ 'ସାରା ଆକାଶ'ରେ ସୌଖୀନ କଳାକାର ଭାବେ ଅଭିନୟ କରି ଏକାଧାରରେ ସେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି୤
 

ମତାମତ ସଂଖ୍ୟା - ୧୧ ଆପଣଙ୍କ ମତାମତ ?

  • ୧. prasanta Panda |  ମେ ୫, ୨୦୧୧ - ୫:୨୩ ଅପରାହ୍ନ

    Namaskar Madam,
    Apankara prabandhati keunthi padhila bhali mane hue.
    Tebe kintu bes chamatkar abm satya prasputhita heichi
    Dhanyabaad

  • ୨. Gopal Das |  ଜୁନ୍ ୧୮, ୨୦୧୧ - ୧୨:୪୯ ଅପରାହ୍ନ

    Bhasa Sanjojna thiki achhi hele ete uchakotira nuhen.

  • ୩. fanibhusan ratha |  ଜୁନ୍ ୨୧, ୨୦୧୧ - ୭:୩୨ ପୂର୍ବାହ୍ନ

    manyusa sarirara barnana bele bhugola sabdara prayoga thik mane huena. galpare dhanika sampradayara manobruti barnanabele ete unmukhata thik mane hela nahin baran galpara akrutiku badhai galpika ahuri spasta bhabe se kathaku kahiparithante aban se sambhabana tanka pakhre achi.

  • ୪. ସୁଦର୍ଶନ ସାହୁ |  ଜୁନ୍ ୩୦, ୨୦୧୧ - ୩:୦୪ ପୂର୍ବାହ୍ନ

    ମୋତେ ଲାଗିଲା ଗଲ୍ପ ଟି ଆଉ କିଛି ଅଧିକ ଶବ୍ଦ ଦରକାର କରୁଥିଲା ନିଜକୁ ଠିକ୍ ଭାବେ ପରିପ୍ରକାଶ କରିବା ପାଇଁ…

  • ୫. ତ୍ରିଲୋଚନ ଦାଶ |  ଜୁଲାଇ ୨୧, ୨୦୧୧ - ୧୨:୫୭ ପୂର୍ବାହ୍ନ

    ଗଳ୍ପ ଟି ଆଜି ର ସମାଜ ର କେତୋଟି ଅନ୍ଧାରମୟ ଦିଗ କୁ କ୍ରୁର କଟାକ୍ଷପାତ କରୁଥିବା ଜଣାଯାଏ, ଆଜିର ସର୍ବହରା ଗୋଷ୍ଟି ଉପରେ କିଛି ସ୍ବାର୍ଥି ସବଳ ଗୋଷ୍ଟି ଙ୍କ କାର୍ଯ୍ୟକଳାପ ର ମୁକ ଲିଖିତ ସାକ୍ଷ୍ୟ ବହନ କରୁଥିବା ଗଲ୍ପ ଟି ବାସ୍ତବିକ ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇପାରିଛି ୤

  • ୬. kamakshya jena |  ଅଗଷ୍ଟ୍ ୧୧, ୨୦୧୧ - ୧୦:୦୯ ଅପରାହ୍ନ

    Nice but heart touch truth in few lines

  • ୭. ସୁରେନ୍ଦ୍ର |  ଅକ୍ଟୋବର୍ ୨୮, ୨୦୧୧ - ୧୨:୪୬ ଅପରାହ୍ନ

    ବହୁତ୍ ଭଲ୍

  • ୮. sanjay mohanty |  ନଭେମ୍ବର୍ ୩, ୨୦୧୧ - ୧:୧୭ ପୂର୍ବାହ୍ନ

    good writing

  • ୯. ସୁବାଷ ପାତ୍ର |  ମାର୍ଚ୍ଚ୍ ୩, ୨୦୧୨ - ୩:୩୦ ପୂର୍ବାହ୍ନ

    ବହୁତ୍ ଭଲ ହୋଇଛି,ଅତି ଉଚ୍ଚକୋଟିର, ଯେତେ ପଢ଼ିଲେ ବି ଆଉ ପଢ଼ିବାକୁ ମନ ହଉଛି୤

  • ୧୦. Saroj Biswal |  ମେ ୩, ୨୦୧୨ - ୪:୨୦ ପୂର୍ବାହ୍ନ

    ଏମିତିବି ହୁଏ॥ ଝିଅଟିଏ ବୁଝିଲା ମନର କଥା ॥ ସୁନ୍ଦର ଲେଖା ॥ ସରୋଜ କୁମାର ବିଶ୍ଵାଳ , ରାଢୋ । ମୟୂରଭଞ୍ଜ

  • ୧୧. ରାକେଶ, ସମ୍ବଲପୁର୍ |  ଅକ୍ଟୋବର୍ ୫, ୨୦୧୩ - ୪:୨୭ ପୂର୍ବାହ୍ନ

    ଅତି ସୁନ୍ଦର ………

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤