ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ମଧୁସୂଦନ ଦାସ
ସନ୍ଥକବି ଭୀମ ଭୋଇ
ରଜତ କୁମାର ମିଶ୍ର
କୃଷ୍ଣପ୍ରସାଦ ମିଶ୍ର
ମୃଣାଳ
କେ.ଶ୍ୟାମବାବୁ ଦୋରା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ମେ ୨୬, ୨୦୧୨  
ମୂଳ ପୃଷ୍ଠାପ୍ରଚ୍ଛଦ
 

ଭୂପେନ ମହାପାତ୍ରଙ୍କ ସୃଷ୍ଟି


ଗଳ୍ପ ସଙ୍କଳନ : ପୃଥିବୀ ଓ ପୃଥିବୀ(୧୯୮୬), ଗୋଟିଏ ମେଣ୍ଢାପଲ(୧୯୯୧), ପ୍ରମିଳା(୧୯୯୪), ଭାରତ ଭାଗ୍ୟ ବିଧାତା(୧୯୯୭), ଚନ୍ଦ୍ରସେଣାର ଚନ୍ଦ୍ରାଲୋକ(୨୦୦୦), ଖୋଳ(୨୦୦୧), ଏବେ ବି ରେବତୀ ଓ ଅନ୍ୟାନ୍ୟ ଗଳ୍ପ(୨୦୦୨), ହାତୀର ହିଷ୍ଟ୍ରି(୨୦୦୨), ସୂର୍ଯ୍ୟ ଉଠି ନାହିଁ(୨୦୦୩), ମୁଁ ଈଶ୍ବରଙ୍କୁ ଖୋଜୁଛି(୨୦୦୬), ହାତ ପାପୁଲିରେ ସୂର୍ଯ୍ୟ ଉଦୟ(୨୦୦୮), ମନ ମାନଚିତ୍ର(୨୦୧୦) ଇତ୍ୟାଦି୤

ଉପନ୍ୟାସ :- ପ୍ରଥମ ପୃଥିବୀ(୧୯୯୮), ଭାଙ୍ଗିଯାଏ ଦୁର୍ଗ ଓ ଦେଉଳ(୨୦୦୩), ଫସିଲ(୨୦୦୭), ଉତ୍ତରଣ(୨୦୦୭), ଆମେ ଗାନ୍ଧାରୀ(୨୦୦୯) ଇତ୍ୟାଦି୤

ଅନୁବାଦ :– ଚର୍ଚ୍ଚିତ ଚିଟାଉ (୨୦୦୧) (ରବିନ୍ଦ୍ର ନାଥଙ୍କ ୧୦୭ ଚିଠିର ଅନୁବାଦ), ମହାପଣ୍ଡିତ ରାହୁଳ ସଙ୍କୀର୍ତ୍ତାୟନଙ୍କ ଜୀବନୀ-୨୦୦୯ (ମୂଳ ରଚନା- ପ୍ରଭାକର ମାଚୱେ)୤

ପ୍ରବନ୍ଧ ସଙ୍କଳନ :– ଜାତୀୟ ଭାବଧାରା ଓ ଅନ୍ୟାନ୍ୟ ପ୍ରବନ୍ଧ(୨୦୦୨), ଖୋଲିଦିଅ ମନ୍ଦିରର ଦ୍ବାର(୨୦୧୦)୤

ପୁରସ୍କାର ଓ ସମ୍ମାନ :- ସୌରଭ ଶ୍ରୀ ସମ୍ମାନ, ସୁଲେଖା ବିଶେଷ ସାରସ୍ବତ ସମ୍ମାନ, ଆଦିକବି ସାରଳା ପୁରସ୍କାର, ସହଯୋଗୀ ସାରସ୍ବତ ପ୍ରକାଶନ, ପ୍ରତିଭା ପୂଜା ସମ୍ମାନ, ତୀର ତରଙ୍ଗ ପୁରସ୍କାର, ବ୍ୟାସ କବି ପୁରସ୍କାର ଇତ୍ୟାଦି୤

(୧) ଆପଣଙ୍କ ସାହିତ୍ୟ ଜୀବନ କିପରି ଆରମ୍ଭ ହୋଇଥିଲା?
ହାଇସ୍କୁଲ ପଢ଼ିଲାବେଳେ ମୋର ସାହିତ୍ୟ ଜୀବନ ଆରମ୍ଭ ହୋଇଥିଲା୤ ସେହି ସମୟରେ ମୁଁ ଲେଖିଥିବା ଗଳ୍ପ ‘ବିଚାରାଳୟ’ ସ୍କୁଲ ପତ୍ରିକାରେ ପ୍ରକାଶିତ ହେବା ମୋତେ ସାହିତ୍ୟ ଲେଖିବାରେ ପ୍ରେରଣା ଦେଇଥିଲା୤

(୨) ଜଣେ ସଫଳ ଲେଖକ ହେବା ଦିଗରେ ଆପଣଙ୍କ ଆଦର୍ଶ ବା ପଥପ୍ରଦର୍ଶକ କିଏ?
ଓଡ଼ିଆ ଭାଷା ଲେଖକମାନଙ୍କ ମଧ୍ୟରେ ମୋର ଆଦର୍ଶ ହେଉଛନ୍ତି ଫକୀରମୋହନ ଏବଂ ଅନ୍ୟ ଭାଷାର ସାହିତ୍ୟିକଙ୍କ ମଧ୍ୟରେ ପ୍ରେମଚାନ୍ଦ, କିଶନ ଚନ୍ଦ୍ର ଓ ହରିଶଙ୍କର ପରସାଇ୤ ଏମାନେ ସମସ୍ତେ ମୋ ଲେଖାର ଦିଗ୍‌ଦର୍ଶକ ଅଟନ୍ତି ଏବଂ ମୁଁ ଲେଖିଲାବେଳେ ଏମାନଙ୍କ ଲେଖାରୁ ପ୍ରେରଣା ପାଇଥାଏ୤

(୩) ଆପଣଙ୍କ ପ୍ରଥମ ପ୍ରକାଶିତ ପୁସ୍ତକ ସମ୍ପର୍କରେ କ’ଣ କହିବେ?
ପୃଥିବୀ ଓ ପୃଥିବୀ ମୋର ପ୍ରଥମ ଗଳ୍ପ ସଙ୍କଳନ ଯାହାକି ଓଡ଼ିଶା ବୁକ୍‌ ଷ୍ଟୋର୍‌ ଦ୍ବାରା ୧୯୮୭ ମସିହାରେ ପ୍ରକାଶିତ ହୋଇଥିଲା୤ ଏହା ପ୍ରକାଶକଙ୍କ ସ୍ବତଃପ୍ରବୃତ୍ତ ଭାବେ ପ୍ରକାଶିତ ହୋଇଥିବାରୁ ସେତେବେଳେ ମୁଁ ବହୁତ ଖୁସି ହୋଇଥିଲି୤

(୪) ଆପଣଙ୍କ ଗଳ୍ପ ସଙ୍କଳନ ‘ଗୋଟିଏ ମେଣ୍ଢାପଲ’ ର ନାମକରଣର ଯଥାର୍ତତା ବିଷୟରେ କୁହନ୍ତୁ ୤
ମୁଁ ଲେଖିଥିବା ଗଳ୍ପଗୁଡ଼ିକୁ ନେଇ ପ୍ରକାଶିତ ସଙ୍କଳନ ‘ଗୋଟିଏ ମେଣ୍ଢାପଲ’ ମୋର ଦ୍ବିତୀୟ ଗଳ୍ପ ସଙ୍କଳନ୤ ରାଜନୈତିକ ନେତାମାନେ କିପରି ଭୋଟରମାନଙ୍କୁ ପ୍ରଲୋଭିତ କରି ମେଣ୍ଢାପଲ ଭଳି ବ୍ୟବହାର କରୁଛନ୍ତି ସେ ବାବଦରେ ଏହି ଗଳ୍ପ ସଙ୍କଳନରେ ଲେଖାଯାଇଥିବାରୁ ଏହାର ନାମ ଏପରି କରାଯାଇଥିଲା୤

(୫) ଆପଣ କେବଳ ଗଳ୍ପ ଏବଂ ଉପନ୍ୟାସ ବ୍ୟତୀତ ସାହିତ୍ୟର ଅନ୍ୟାନ୍ୟ ଦିଗ ପ୍ରତି ଧ୍ୟାନ ଦେଉନାହାଁନ୍ତି କାହିଁକି?
ଗଳ୍ପ ପ୍ରତି ଆଧିକ ଆକର୍ଷିତ ହୋଇଥିଲି ତେଣୁ ଗଳ୍ପ ଏବଂ ଉପନ୍ୟାସ ବ୍ୟତୀତ ଅନ୍ୟ ଦିଗପ୍ରତି ଧ୍ୟାନ ଦେବା ସମ୍ଭବ ହୋଇନାହିଁ୤ କିନ୍ତୁ ଜଣେ ଲେଖକ ସର୍ବଦା କବିତାରୁ ନିଜର ଲେଖକ ଜୀବନ ଆରମ୍ଭ କରିବା କଥା ବୋଲି ମୁଁ ଭାବେ୤

(୬) ଆପଣଙ୍କ ଅନେକ ପ୍ରକାଶିତ ପୁସ୍ତକ ମଧ୍ୟରୁ କେଉଁ ପୁସ୍ତକ ସବୁଠାରୁ ବେଶୀ ଭଲ ଲାଗେ?
ନିକଟରେ ପ୍ରକାଶିତ ‘ମୃଗୁଣୀର ମୃତ୍ୟୁ’ ଗଳ୍ପ ସଙ୍କଳନ ସବୁଠାରୁ ଭଲ ଲାଗେ୤

(୭) ଆପଣଙ୍କ ଗଳ୍ପ ସଙ୍କଳନ ‘ଏବେବି ରେବତୀ’ ସମ୍ପର୍କରେ କିଛି କୁହନ୍ତୁ୤
ବ୍ୟାସକବି ଫକୀରମୋହନଙ୍କ ‘ରେବତୀ’ ପରେ ଏହି ବିଷୟକୁ ନେଇ ପ୍ରାୟ ୩୦ଟି ଗଳ୍ପ ଲେଖା ସରିଛି୤ କିନ୍ତୁ ସେସବୁ ଗଳ୍ପଗୁଡ଼ିକରେ ଫକୀରମୋହନଙ୍କ ଗଳ୍ପର ମୌଳିକତା ଯଥା:- ଅନ୍ଧବିଶ୍ବାସ ଓ କୁସଂସ୍କାର ଆଦି ବାବଦରେ ଦର୍ଶାଯାଇନାହିଁ୤ ତେଣୁ ମୁଁ ମୋ ଗଳ୍ପରେ ଫକୀରମୋହନଙ୍କ ମୌଳିକତାକୁ ଦର୍ଶାଇବାକୁ ଚେଷ୍ଟା କରିଛି, ଯହାକି ମୋ ଗଳ୍ପର ସ୍ବତନ୍ତ୍ରତା ବୋଲି ମୁଁ ଭାବୁଛି୤

(୮) ‘ସୂର୍ଯ୍ୟ ଉଠିନାହିଁ’ ଗଳ୍ପ ସଙ୍କଳନ ବାବଦରେ ଆପଣଙ୍କ ମତ କ’ଣ ?
ଏହି ଗଳ୍ପ ସଙ୍କଳନ ଲେଖାଯାଇଥିବା ସମୟର କଥା ଏଥିରେ କୁହାଯାଇଛି୤ ଏଥିରେ ସୂର୍ଯ୍ୟ ଉଠିନାହିଁ ର ଅର୍ଥ ହେଉଛି ବିକାଶ ବା ଉନ୍ନୟନ ପ୍ରକ୍ରିୟା ସୂଚାରୁ ରୂପେ ନହେବା୤

(୯) ସାହିତ୍ୟ ସାଧନାରେ ଆପଣଙ୍କ ପରିବାର କିପରି ଆପଣଙ୍କୁ ସହଯୋଗ କରନ୍ତି ?
ମୋ ପତ୍ନୀ ହେଉଛନ୍ତି ମୋର ପ୍ରଥମ ସମାଲୋଚକ୤ ମୋର ପ୍ରତିଟି ଲେଖା ସମ୍ପୂର୍ଣ୍ଣ ହେବା ପରେ ସେ ଲେଖାଟିକୁ ପଢ଼ି ତା’ଉପରେ ନିଜର ମତାମତ ଦେଇଥାନ୍ତି୤ ସେହିଭଳି ସମ୍ପ୍ରତି ଜାତୀୟ ସଂଗ୍ରହାଳୟ, ଭୁବନେଶ୍ବର ଶାଖାରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ମୋ ପୁତ୍ର ମୋ ଲେଖକ ଜୀବନ ପ୍ରତି ବେଶ୍‌ ପ୍ରଭାବିତ ବୋଲି ମୁଁ ଭାବୁଛି, କାରଣ ଇତି ମଧ୍ୟରେ ତା’ର ୫ଟି ପୁସ୍ତକ ପ୍ରକାଶିତ ହୋଇସାରିଛି୤

(୧୦) ଆପଣଙ୍କ ପରବର୍ତ୍ତୀ ସୃଷ୍ଟି କ’ଣ ?
ବର୍ତ୍ତମାନ ପ୍ରଚଳିତ ସମାଜ ଉପରେ ଲିଖିତ ଉପନ୍ୟାସ ଗାନ୍ଧାରୀ, ପୋଲିସ୍‌ମାନଙ୍କ କାର୍ଯ୍ୟକଳାପ ଉପରେ ଲିଖିତ ଉପନ୍ୟାସ ଅର୍ପିତା ଏବଂ ମୁଁ ଲେଖିଥିବା ଅନେକ ଗଳ୍ପ ମଧ୍ୟରୁ ନିର୍ବାଚିତ ଗଳ୍ପମାନଙ୍କର ଏକ ସଙ୍କଳନ ମୋର ପରବର୍ତ୍ତୀ ପ୍ରକାଶିତ ଅପେକ୍ଷାରେ ଥିବା ସୃଷ୍ଟି୤

(୧୧) ବର୍ତ୍ତମାନ ପୁରସ୍କାର ଓ ସମ୍ମାନ ନେଇ ଯେଉଁ ବାଦାନୁବାଦ ସୃଷ୍ଟି ହୋଇଛି ସେ ବାବଦରେ ଆପଣଙ୍କ ମତ କ’ଣ ?
କେବଳ ଓଡ଼ିଆ ସାହିତ୍ୟରେ ନୁହେଁ, ଅନ୍ୟାନ୍ୟ ଭାଷା ସାହିତ୍ୟରେ ମଧ୍ୟ ଏହି ସମସ୍ୟା ରହିଛି୤ ପୁରସ୍କାର ଚୟନ ପ୍ରକ୍ରିୟାରେ ସ୍ବଚ୍ଛତା ନ ରହିବା ବୋଧହୁଏ ଏପରି ବାଦାନୁବାଦର ମୂଳ କାରଣ ବୋଲି ମୁଁ ଭାବୁଛି୤

(୧୨) ଜଗତୀକରଣ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥାନ କେଉଁଠି ?
ଜଗତୀକରଣ ଯୋଗୁଁ ଓଡ଼ିଆ ସାହିତ୍ୟ ଅନେକ ମାତ୍ରାରେ ପ୍ରଭାବିତ ହୋଇଛି୤ ଅନ୍ୟ ଭାଷା ସାହିତ୍ୟର ଯେପରି ପ୍ରଚାର ଓ ପ୍ରସାର ହେଉଛି ତାହା ଆମ ସାହିତ୍ୟରେ ନଥିବାରୁ ଆମ ସାହିତ୍ୟ ପଛରେ ପଡ଼ିଯାଇଛି୤ ଏହା ବ୍ୟତୀତ ଆମ ଭାଷାରେ ଥିବା ଅନେକ ଉଲ୍ଲେଖନୀୟ ଲେଖାଗୁଡ଼ିକ ଅନ୍ୟ ଭାଷାରେ ଅନୁବାଦିତ ହେଉ ନଥିବାରୁ ଆମ ସାହିତ୍ୟର ଗାରିମା ଅନ୍ୟ ଭାଷାଭାଷୀ କ୍ଷେତ୍ରରେ ପ୍ରଚାରିତ ହୋଇପାରୁନାହିଁ୤ ସେହିପରି ଆମ ସାହିତ୍ୟିକମାନେ ଭଲ ଲେଖାର ଅନୁବାଦ ପ୍ରତି ମଧ୍ୟ ବିମୁଖ୤ ତେଣୁ ଜଗତୀକରଣ ପ୍ରକ୍ରିୟାରେ ଆମ ସାହିତ୍ୟ ତାଳ ଦେଇ ଚାଲିପାରୁନାହିଁ ବୋଲି ମୋର ମତ୤

(୧୩) ବର୍ତ୍ତମାନ ସମୟ ଓଡ଼ିଆ ସାହିତ୍ୟ ଜଗତରେ କିପରି ସ୍ମରଣୀୟ ହୋଇ ରହିବ ବୋଲି ଆପଣ ଭାବୁଛନ୍ତି୤
ତୁଳନାତ୍ମକ ଭାବେ ଆମ ଭାଷାରେ ବେଶ୍‌ ଭଲ ଲେଖା ପ୍ରକାଶିତ ହେଉଛି୤ ଏହା ବ୍ୟତୀତ ଆମ ସାହିତ୍ୟରେ ବର୍ତ୍ତମାନର ଲେଖାଗୁଡ଼ିକ ବିଶେଷ କରି ଗଳ୍ପ ଓ ଉପନ୍ୟାସରେ ଆଧ୍ୟାତ୍ମିକତା ଏକ ପ୍ରମୁଖ ଅଙ୍ଗ ହୋଇଛି ଯାହାକି ପାଠକମାନଙ୍କ ପାଇଁ ଏକ ନୂତନ ଆବେଗ ସୃଷ୍ଟି କରିଛି୤ ଏହାସତ୍ତ୍ବେ ମଧ୍ୟ ଆମ ସାହିତ୍ୟ ବର୍ତ୍ତମାନ ସମୟରେ ଅନ୍ୟ ସାହିତ୍ୟ ସହିତ ତାଳ ଦେଇ ଚାଲିବା ସମ୍ଭବ ହେଉନାହିଁ୤

(୧୪) ଓଡ଼ିଆ ସାହିତ୍ୟ ଡଟ୍‌କମ୍‌ ପ୍ରତି ଆପଣଙ୍କ ବାର୍ତ୍ତା
ଏହା ଏକ ଉତ୍ତମ ପଦକ୍ଷେପ୤ ସମ୍ପ୍ରତି ଆମ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ପଛରେ ରହିଥିବାରୁ ଓଡ଼ିଆ ସାହିତ୍ୟ ଡଟ୍‌କମ୍‌ ମାଧ୍ୟମରେ ଏହି କାର୍ଯ୍ୟ ବେଶ୍‌ ଭଲଭାବେ ହୋଇପାରିବ ବୋଲି ମୁଁ ଆଶା କରୁଛି୤

ଓଡ଼ିଆ ସାହିତ୍ୟ ଡଟ୍‌ କମ୍‌ ପକ୍ଷରୁ ଏହାର ସଂଯୋଜକ ମହେନ୍ଦ୍ର ମିଶ୍ରଙ୍କ ଦ୍ବାରା ଭୂପେନ ମହାପାତ୍ରଙ୍କ ରାଉରକେଲା ସ୍ଥିତ ବାସଭବନ(କଥାଘର) ରେ ମଇ ୨୦୧୨ ରେ ଉପରୋକ୍ତ ସାକ୍ଷାତକାର ଟି ନିଆଯାଇଥିଲା୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤