ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ସ୍ମରଣୀୟ ଲେଖା

୧୧ବେଦନା ନାଶକ

ଘରେ ଶାଶୂବୁଢ଼ୀ, ପୁଅ ଆଉ ବୋହୂ, ଘର ଗୋଟାକର କାମରୁ ଗୁରାଏ ଗୁରାଏ କାମ ବୋହୂ କରେ, ଅଳ୍ପ କାମ ଶାଶୂବୁଢ଼ୀ କରେ। ଶାଶୂବୁଢ଼ୀର ହାତ କାମ ବନ୍ଦ ହେଲେ, ମୁହଁ କାମ କରେ, ଅର୍ଥାତ୍‌ ବକରବକର ହେଉଥାଏ, ପାଟି ବନ୍ଦ ହୁଏନା।

ପୁଅ ବଜାରରେ ଥାଏ, ତା’ର ପାନ ଦୋକାନ, ଲୁଚା ଚୋରାରେ ଦେଶୀ ମଦ ବିକ୍ରି କରେ। ପୁଅ କିଛି ଘରକଥା ବୁଝେ ନାହିଁ, ଘରକୁ ଆସିଲେ ଖାଏ, ପିଏ, ଚାଲିଯାଏ। ରାତି ହେଲେ ଘରକୁ ଆସେ।

ପୁଲିନ୍ ବିହାରୀ ରାୟ  ( ମତାମତ ଦିଅନ୍ତୁ →

୧୨କମଳ ଲୋଚନ ଚଉତିଶା

କମଳ ଲୋଚନ ଶ୍ରୀହରି । କରେଣ ଶଙ୍ଖ ଚକ୍ର ଧାରୀ ॥
ଖଗ ଆସନେ ଖଗପତି । ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ ॥
ଗରୁଡ଼ ଆସନେ ମୁରାରି । ଗୋପରେ ରଖିଲେ ବାଛୁରୀ॥
ଘନ କଠିନ କଳେବର । ଘଟଣ ଶ୍ରୀମୁଖ ସୁନ୍ଦର ॥

ବଳରାମ ଦାସ  ( ମତାମତ ଦିଅନ୍ତୁ →

୧୩କ୍ଷମତା ସଙ୍ଗେ ଭେଟ

ଫଗୁବାବୁ ଯେ ଦିନେ କ୍ଷମତାବାନ୍‌ ହୋଇଯିବେ ତାହା କେହି କେବେ ଅନୁମାନ କରି ନ ଥିବ। ଇତିହାସ ଏହିପରି କାହାକୁ ଉପରକୁ ଉଠାଏ, କାହାକୁ ବା ଅତଳାନ୍ତ ଖାତକୁ ଠେଲି ଫୋପାଡ଼ିଦିଏ। ହଠାତ୍‌ କେଉଁ ଏକ ଅଖ୍ୟାତ ଅଞ୍ଚଳରୁ ଠିଆ ହୋଇ ସେ ନିର୍ବାଚିତ ହେଲେ ଏବଂ ଦଳ ଭିତରେ ଷଣ୍ଢା ଷଣ୍ଢା ନେତାଙ୍କ କନ୍ଦଳ ହେତୁ ତାଙ୍କ କପାଳରେ ଶିକା ଛିଣ୍ଡିଗଲା। ଫଳରେ ‘ମିଡିଅମ୍‌ ଧୋତି ଆଉ ଇସ୍ତ୍ରିକରା ଅଧା କାମିଜ୍‌ର’ (ରମାକାନ୍ତ ରଥଙ୍କ ଲଣ୍ଡନ ଶୀର୍ଷକ କବିତା ଦ୍ରଷ୍ଟବ୍ୟ) ସେହି ଅତି ସାଧାରଣ ବ୍ୟକ୍ତିଙ୍କ ଉପରେ ଆଜି ମାଳମାଳ କୃପାପ୍ରାର୍ଥୀ କରଯୋଡ଼ି ଛିଡ଼ା ହୋଇଛନ୍ତି।

ଚୌଧୁରୀ ହେମକାନ୍ତ ମିଶ୍ର  ( ମତାମତ ଦିଅନ୍ତୁ →

୧୪ବସନ୍ତ ବହିଲା

ବସନ୍ତ ବହିଲା ଚୂତ ପଲ୍ଲବିଲା ବୃକ୍ଷେ ଦେଲେ ପତ୍ର ଝଡ଼ା
ଅଶେଷ କୋଟି ବ୍ରହ୍ମାଣ୍ଡର ଠାକୁର ଦୋଳମଣ୍ଡପରେ ଉଭା ଗୋ।
ଆମ୍ବକେରି ଘେନିଯିବା ଗୋ ସଜନୀ ଦେଖିବା ବସନ୍ତ ଚାଚେରୀ
ବୃନ୍ଦାବନେ କୃଷ୍ଣ ଦୋଳି ଖେଳୁଛନ୍ତି ଉଡ଼ାଇ କ୍ରପୂର ଧୂଳି ଗୋ।

ରଘୁ ଅରକ୍ଷିତ  ( ମତାମତ ଦିଅନ୍ତୁ →

୧୫ଆଡ଼ମ୍ବର

ଆଡ଼ମ୍ବରପ୍ରିୟତା ଏ ଯୁଗର ଗୋଟିଏ ଲକ୍ଷଣ। କି ରାଜନୀତି, କି ଧର୍ମନୀତି, କି ସମାଜନୀତି, ସର୍ବତ୍ର କିଛି ହେଲେ ଆଡ଼ମ୍ବର ରହିଅଛି। ସମସ୍ତଙ୍କ ଦୃଷ୍ଟିଟା ଯେପରିକି ବାହାରେ ପଡ଼ୁଅଛି। ବାହାରର ଉନ୍ନତିରେ ସମସ୍ତେ ପ୍ରବୃତ୍ତ। ନୀଚ ଉଚ୍ଚପଦସ୍ଥଠାରୁ ପ୍ରଥମେ ବାହ୍ୟ ବିଷୟ କେବଳ ଅନୁକରଣ କରୁଅଛି।

ମୃତ୍ୟୁଞ୍ଜୟ ରଥ  ( ମତାମତ ଦିଅନ୍ତୁ →

୧୬ଗାଁ ମଜଲିସ୍‌

ଡ.ହରେକୃଷ୍ଣ ମହତାବ

ଗତ କେକେମାସ ହେଲା, ଏ ମଜଲିସ୍‌ ବନ୍ଦ ବନ୍ଦ ଥିଲା। କାରଣ ଏ ମଜଲିସ୍‌ରେ ଯାହା ଲୋକେ ଅଙ୍ଗେ ନିଭାଉଛନ୍ତି, ତାହାହିଁ ଆଲୋଚନା କରାହୁଏ। ତେଣୁ ଲୋକେ କଅଣ ଭାବୁଛନ୍ତି, ଅବସ୍ଥାର ପରିବର୍ତ୍ତନ କିପରି ସାଧାରଣଙ୍କ ମନରେ କାର୍ଯ୍ୟ କରୁଛି ତାକୁ ଜାଣିବା ଆବଶ୍ୟକ। ସେତକ ନ କରିପାରିଥିବାରୁ ଖାଲି ଗୁଡ଼ାଏ ବହିପଢ଼ା କଥା ଚର୍ଚ୍ଚାକରି ଲାଭ ନାହିଁ ବୋଲି କିଛିକାଳ ଆଲୋଚନା ବନ୍ଦ ଥିଲା।

ଡ.ହରେକୃଷ୍ଣ ମହତାବ  ( ମତାମତ ଦିଅନ୍ତୁ →

୧୭ଗ୍ରୀଷ୍ମ ବର୍ଣ୍ଣନା

କ୍ରମେ ମଧୁ ଶେଷ ହୋଇଲା ପ୍ରବେଶ ହୋଇଲା ଗ୍ରୀଷମ ସମୟେ।
କରମାଳିକର ମହା ଖରତର କମଳ କୁମାର ପରାୟେ।
ସୁଜନେ, କି କହିବା ମହୀ ତପତ।
କରାଇଲା ନୃତ୍ୟ ପଥିକ ପଦକୁ ସଂଗ୍ରାମଭୂମି ଅଶ୍ୱମତ ।୧।

ଦୀନକୃଷ୍ଣ ଦାସ  ( ମତାମତ - 1ଟା )

୧୮ପ୍ରଫେସର ମୁଷୁଦାଙ୍କ ଶେଷବାର୍ତ୍ତା

ଗଣେଶ୍ୱର ମିଶ୍ର

ମୂଷାମାନଙ୍କ ସମ୍ପର୍କରେ ଗବେଷଣା କରି ସେମାନଙ୍କ ଜୀବନରେ ସକଳ ରହସ୍ୟ ଉଦ୍‌ଘାଟନ କରିବା ଏବଂ ତାହା ଜନସମାଜରେ ପ୍ରଚାର କରିବା – ଏହା ହିଁ ଥିଲା ପ୍ରଫେସର ୟାମାଶାରୀ ମୁଷୁଦାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଓ ସାଧନା ।

ଗଣେଶ୍ୱର ମିଶ୍ର  ( ମତାମତ ଦିଅନ୍ତୁ →

୧୯ଉତ୍କଳ ବନ୍ଦନା

ମଧୁସୂଦନ ଦାସ

ଜନ୍ମଦାତ୍ରୀ ମାତୃଭୂମି ପୂଣ୍ୟ କୀର୍ତ୍ତିଶାଳିନୀ,
ପାପତାପ ଧ୍ୱଂସୀ ଦେବସେବ୍ୟ ତୀର୍ଥମାଳିନୀ।

ମଧୁସୂଦନ ଦାସ  ( ମତାମତ - 2ଟି )

୨୦କବିତା ଓ କଙ୍କାଳ

ବିଜନ କୁଟୀରେ ବସି ଲେଖଇ କବିତା
ଆସି କାହିଁ ଭାସିଯାଏ ଚିନ୍ତା ପରେ ଚିନ୍ତା
ଗୁନ୍ଥି ଯାଏ ଗୋଟି ଗୋଟି ମାଳାକାର ସମ
ଅନାୟାସେ ଧରା ଦିଏ ଛନ୍ଦେ ଯେହୁ ମମ।

କୁଞ୍ଜବିହାରୀ ଦାଶ  ( ମତାମତ ଦିଅନ୍ତୁ →

ପୃଷ୍ଠା :  ୧୦ ୧୧ ୧୨ ୧୩
 
 
 

♦ ପାଠକୀୟ ମତାମତ

  • ମୁଁ ଗୋଟିଏ ଓଡ଼ିଆ କବିତା ଲେଖିଛି। ଆପଣଙ୍କ ପାଖକୁ ପଠେଇବାକୁ ଇଛା କରୁଛି। ଦୟାକରି ଆପଣଙ୍କ ଇ-ମେଲ ଦିଅନ୍ତୁ। ଆଶା ଆପଣଙ୍କୁ ମୋ କବିତା ଭଲ ଲାଗିବ।…
    ( Rajesh Kumar Sahu )
  • Bahut bhala heichi sir.... Great peom. Khub mana chhuan kabita lekhichhanti....
    ( Santosh Barik )
  • Nice Poetry
    ( ମନ୍ମଥ କୁମାର ଦଳେଇ )