ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ କାବ୍ୟ ଓ କବିତା (ସ୍ମରଣୀୟ ଲେଖା)

 ୧କମଳ ଲୋଚନ ଚଉତିଶା

କମଳ ଲୋଚନ ଶ୍ରୀହରି । କରେଣ ଶଙ୍ଖ ଚକ୍ର ଧାରୀ ॥
ଖଗ ଆସନେ ଖଗପତି । ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ ॥
ଗରୁଡ଼ ଆସନେ ମୁରାରି । ଗୋପରେ ରଖିଲେ ବାଛୁରୀ॥
ଘନ କଠିନ କଳେବର । ଘଟଣ ଶ୍ରୀମୁଖ ସୁନ୍ଦର ॥

ବଳରାମ ଦାସ  ( ମତାମତ ଦିଅନ୍ତୁ →

 ୨ବସନ୍ତ ବହିଲା

ବସନ୍ତ ବହିଲା ଚୂତ ପଲ୍ଲବିଲା ବୃକ୍ଷେ ଦେଲେ ପତ୍ର ଝଡ଼ା
ଅଶେଷ କୋଟି ବ୍ରହ୍ମାଣ୍ଡର ଠାକୁର ଦୋଳମଣ୍ଡପରେ ଉଭା ଗୋ।
ଆମ୍ବକେରି ଘେନିଯିବା ଗୋ ସଜନୀ ଦେଖିବା ବସନ୍ତ ଚାଚେରୀ
ବୃନ୍ଦାବନେ କୃଷ୍ଣ ଦୋଳି ଖେଳୁଛନ୍ତି ଉଡ଼ାଇ କ୍ରପୂର ଧୂଳି ଗୋ।

ରଘୁ ଅରକ୍ଷିତ  ( ମତାମତ ଦିଅନ୍ତୁ →

 ୩ଗ୍ରୀଷ୍ମ ବର୍ଣ୍ଣନା

କ୍ରମେ ମଧୁ ଶେଷ ହୋଇଲା ପ୍ରବେଶ ହୋଇଲା ଗ୍ରୀଷମ ସମୟେ।
କରମାଳିକର ମହା ଖରତର କମଳ କୁମାର ପରାୟେ।
ସୁଜନେ, କି କହିବା ମହୀ ତପତ।
କରାଇଲା ନୃତ୍ୟ ପଥିକ ପଦକୁ ସଂଗ୍ରାମଭୂମି ଅଶ୍ୱମତ ।୧।

ଦୀନକୃଷ୍ଣ ଦାସ  ( ମତାମତ - 1ଟା )

 ୪ଉତ୍କଳ ବନ୍ଦନା

ମଧୁସୂଦନ ଦାସ

ଜନ୍ମଦାତ୍ରୀ ମାତୃଭୂମି ପୂଣ୍ୟ କୀର୍ତ୍ତିଶାଳିନୀ,
ପାପତାପ ଧ୍ୱଂସୀ ଦେବସେବ୍ୟ ତୀର୍ଥମାଳିନୀ।

ମଧୁସୂଦନ ଦାସ  ( ମତାମତ - 2ଟି )

 ୫କବିତା ଓ କଙ୍କାଳ

ବିଜନ କୁଟୀରେ ବସି ଲେଖଇ କବିତା
ଆସି କାହିଁ ଭାସିଯାଏ ଚିନ୍ତା ପରେ ଚିନ୍ତା
ଗୁନ୍ଥି ଯାଏ ଗୋଟି ଗୋଟି ମାଳାକାର ସମ
ଅନାୟାସେ ଧରା ଦିଏ ଛନ୍ଦେ ଯେହୁ ମମ।

କୁଞ୍ଜବିହାରୀ ଦାଶ  ( ମତାମତ ଦିଅନ୍ତୁ →

 ୬ଶରୀରତତ୍ତ୍ୱ ଜ୍ଞାନ

ସନ୍ଥକବି ଭୀମ ଭୋଇ

ଶୁଣ ସୁଧିରେ ଭକ୍ତବୀର।
କହିବା ଶରୀରାର୍ଥ ସାର॥
ବ୍ରହ୍ମା ଯେ ନାଭି କମଳରେ।
ବାସ ତା ହୃଦୟ ମଣ୍ଡଳେ॥

ସନ୍ଥକବି ଭୀମ ଭୋଇ  ( ମତାମତ - 3ଟି )

 ୭ଯଉବନ ଥରେ ଗଲେ ଆଉ ଆସେନା

ଆହା, ଯଉବନ ଥରେ ଗଲେ ଆଉ ଆସେନା ।
ବୃଥା ବିଧୁର ପୁରାଣେ ଝୁରେ ବାସନା ।
ଫୁଲ ଫୁଟେ, ଫୁଲ ଝଡ଼େ ପୁଣି ଫୁଟେ ସେ,
ପୂରନିମା ଶଶୀ ବୁଡ଼େ, ପୁଣି ଉଠେ ସେ।

ଅନ୍ନଦା ଶଙ୍କର ରାୟ  ( ମତାମତ - 9ଟି )

 ୮ଓଡ଼ିଆ

ଧର୍ମର ଭୟ
କ୍ଷମତାର ଭୟ
ଜୀବନର ଭୟ
ପ୍ରତିବାଦର ଭୟ!

ବସନ୍ତ ମୁଦୁଲି  ( ମତାମତ - 1ଟା )

 ୯ଏ ଜୀବନେ

ଆଶା ବିଲୋଳ କୁସୁମ ଅୟନେ
ରତ ଥିଲି ଯେବେ ଫୁଲ ଚୟନେ
କିଏ ଚୁପି ଚୁପି ଆସେ ସେ ବେଳେ
ଆଖି ଥାପିଲା ଯେବେ ଏ ନୟନେ ॥

ନିର୍ମଳା ଦେବୀ  ( ମତାମତ - 1ଟା )

୧୦ପ୍ରତିବାଦ କର

ବ୍ରଜନାଥ ରଥ

ପ୍ରତିବାଦ କର, ପ୍ରତିବାଦ କର ବନ୍ଧୁ !
ଶୟତାନ ପାଇଁ ସ୍ତୁତିଗାନ କର ବନ୍ଦ
ପ୍ରତିବାଦେ ଥରୁ ଉଚ୍ଛଳ ଜନ-ସିନ୍ଧୁ
ପ୍ରତିବାଦ ସିନା ମୁକ୍ତିର ମଧୁଛନ୍ଦ ॥

ବ୍ରଜନାଥ ରଥ  ( ମତାମତ ଦିଅନ୍ତୁ →

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ

  • 'ମାଗୁଣିର ଶଗଡ଼' ଗଳ୍ପର ଶୀର୍ଷକ ଯେପରି ଆକର୍ଷଣୀୟ....ତାର ବିଷୟ ବସ୍ତୁ ସେହିପରି ହୃଦୟସ୍ପର୍ଶୀ। ପ୍ରାଚୀନ କାଳର ହାତ ଗଢା ଯାନବାହାନ ଏବଂ ଆଧୁନିକ କାଳର ଯନ୍ତ୍ର…
    ( ଝରଣା ମହାରଣା )
  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )