ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ଗଳ୍ପ (ସ୍ମରଣୀୟ ଲେଖା)

୨୧ଦଉଡ଼

ଗୋପୀନାଥ ମହାନ୍ତି

ସମୁଦ୍ରର ବାଲିପନ୍ତା ଉପରେ ସେ ଗୋଟାଏ ଲମ୍ବ ଲଟା, ତା ଚେର ପାଇଁ ମାଟି ନାହିଁ, ଖାଲି ଘୁଙ୍ଗା ବାଲି, ମିଠା ପାଣି ନାହିଁ। ସମୁଦ୍ରର ଉଛୁଳା ଲୁଣିପାଣି, ତଥାପି ସେ ବି ଗୋଟିଏ ଶାଗୁଆ ଛନଛନିଆ ଉଦ୍ଭିଦ। ନାଁ ତା’ର ଗୁଡ଼କଙ୍କ।

କିଏ କାହିଁକି ତାକୁ ଚାହୁଁ ଚାହୁଁ ଗୁଡ଼ କଥା ଭାବିଥିଲା ତା ଜଣା ନାହିଁ, ଝିଙ୍କକାଠି ପରି ଠିଆ ଠିଆ ଲମ୍ବ ଲମ୍ବ, ଶୁଖିଲା ବାବୁଲ୍‌ କଣ୍ଟା ପରି ସରୁ ସରୁ ଆଉ ନିରସ, ଆକୃତିରେ କଦମ୍ବ ଫୁଲ ପରି, ଆକାରରେ ଫୁଟ୍‌ବଲ୍‌, ସେହି ତା’ର ଫୁଲ, କେତେବେଳେ କଢ଼ ଧରେ କେତେବେଳେ ଫୁଟେ ଆଉ ଶୁଖେ,

ଗୋପୀନାଥ ମହାନ୍ତି  ( ମତାମତ ଦିଅନ୍ତୁ →

୨୨ନିସ୍ତରଙ୍ଗ

ମିତା ! ବୋଧହୁଏ କାନ୍ଦି ପକାଇଥାନ୍ତା କିମ୍ବା ମନକୁ ମନ ହସିଥାନ୍ତା। ଅଥଚ ସେ କାନ୍ଦିଲାନି କି ହସିଲାନି। ବେଶ୍‌ କିଛିଦିନ ହେଲା ସେ ହସ ଓ କାନ୍ଦର ପାର୍ଥକ୍ୟ ଭୁଲିଯାଇଛି। ବରଂ ସେ ଅପରିଷ୍କାର ଅଗଣା ମଝିରେ ଖୁଣ୍ଟ ଭଳି ଛିଡ଼ା ହୋଇ ଆକାଶକୁ ଚାହିଁ ରହିଲା। ଚାହିଁ ଚାହିଁ ଆଖିମାନ କ୍ଳାନ୍ତ ହୋଇ ପଡ଼ିଲେ। ତା’ପରେ ସେ ଘର ଭିତରକୁ ଦୌଡ଼ି ଦୌଡ଼ି ପଳାଇଲା, ଯେପରି ତାକୁ କିଏ ଅଜାଣତରେ ଛୁଇଁ ଦେଇଛି। ଆକାଶ କିମ୍ବା ପବନ। ଶୀତଋତୁ ଯିବାପରେ ପୁଣି ଏକ ଭିନ୍ନ ପବନ ବହିବା ଆରମ୍ଭ କଲାଣି। ଗତବର୍ଷ ଠିକ୍‌ ଏହି ସମୟରେ ସେ ଅଗଣାରେ କେତୋଟି ଫୁଲ ଚାରା ପୋତିଥିଲା।

ଆଶୋକ ଚନ୍ଦନ  ( ମତାମତ ଦିଅନ୍ତୁ →

୨୩ଉତ୍ତରଣ

ଜଗଦୀଶ ମହାନ୍ତି

ଶମ୍ଭୁଚରଣ କବି ବନିଯିବା ଆମ ପାଖରେ ଯେତିକି ଆଶ୍ଚର୍ଯ୍ୟଜନକ ଘଟଣା ନଥିଲା, ତା’ଠୁ କାହିଁକି କେତେଗୁଣ ବିସ୍ମୟକର ଘଟଣା ଥିଲା ଶମ୍ଭୁଚରଣ ଦାତାକର୍ଣ୍ଣ ବନିଯିବା୤ ଏମିତିରେ ବନ୍ଧୁ ମହଲରେ ଶମ୍ଭୁଚରଣର ଭାରି ଦୁର୍ନାମ, କୃପଣ ବୋଲି୤ ପେଟ୍ରୋଲ ଖର୍ଚ୍ଚ ହେଇଯିବ ବୋଲି ସେ ଦିନେହେଲେ ସ୍କୁଟର୍‌ ଚଳେଇ ବି କୁଆଡ଼େ ଯିବାର କେହି ଦେଖିନି୤ ଚାଲିଲେ ବ୍ୟାୟମ ହୁଏ ଓ ରକ୍ତସଂଚାଳନ ଭଲହୁଏ ବୋଲି ସେ କେବେ ବି ରିକ୍ସା କରେନାହିଁ୤ ଅଫିସ୍‌ରେ କେବେ ଦିନେ ଚା’ କପେ କି ସିଗାରେଟ୍‌ ଖଣ୍ଡେ ପିଇବାର କି କାହାରିକୁ ଯାଚିବାର କେହି ଦେଖିନାହିଁ୤

ଜଗଦୀଶ ମହାନ୍ତି  ( ମତାମତ - 3ଟି )

୨୪ସାହିତ୍ୟର ଗୁଣ

ଉତ୍କଳ ସାହିତ୍ୟର ଧାରାବାହିକ ପୂର୍ଣ୍ଣାଙ୍ଗ ଇତିହାସ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ୤ ତଥାପି ଯେଉଁମାନେ ଏହି ସାହିତ୍ୟର ଅନୁଶୀଳନରେ ବ୍ରତୀ, ସେମାନେ ଜାଣନ୍ତି, ଆମ୍ଭମାନଙ୍କ ମାତୃଭାଷାର ସାହିତ୍ୟରେ କ’ଣ ଅଛି ଏବଂ କି ଅଭାବ ଅଛି୤ ଅଭାବ କାହିଁକି, ବହୁତ ଅଭାବ ଯେ ଅଛି, ଏଥିରେ ଅଣୁ ମାତ୍ର ସନ୍ଦେହ ନାହିଁ୤

ଚନ୍ଦ୍ରମୋହନ ମହାରଣା  ( ମତାମତ ଦିଅନ୍ତୁ →

୨୫ଦେବୀ

ମଦନ ଯେତେବେଳେ ଧୀରେ ଧୀରେ ଆଖି ଖୋଲି ଯନ୍ତ୍ରଣାରେ ଦୀର୍ଘ ‘ଉଃ’ ଶବ୍ଦ କଲା, ସେ ଜାଣିପାରିଲା ନାହିଁ ସେ କେଉଁଠି ଅଛି୤ ଡେବିରି ଆଣ୍ଠୁ ତଳକୁ ଗୋଡ଼ରେ ତା’ର ଜଳନ୍ତା ନିଆଁ ରଖାଗଲା ପରି ଦାରୁଣ ଯନ୍ତ୍ରଣା ବୋଧ ହେଉଥାଏ୤ ମୁଣ୍ଡ ପର୍ବତ ପ୍ରମାଣ ବୋଝ ଲାଗୁଥାଏ୤ ଅଜଣା ଔଷଧ ତୀବ୍ର ଗନ୍ଧ ତାକୁ ଅନୁଭୂତ ହେଉଥାଏ୤ ଅର୍ଧଚେତନ ଅବସ୍ଥାରେ ଭାବୁଥାଏ କେଉଁଠି ଅଛି ସେ? ଆଖିପତା ଖୁବ୍‌ ଭାରି ଲାଗୁଥାଏ୤ କାହିଁକି ଏତେ ଯନ୍ତ୍ରଣା? ଅସ୍ଫୁଟ, ଧୀର ଆର୍ତ୍ତନାଦ ତା’ର କଣ୍ଠରୁ ବାହାରିଲା ବେଳେ ତା’ର ମନେହେଲା ପାଟି କରିବାର ଶକ୍ତି ମଧ୍ୟ ତା’ର ନାହିଁ୤

ଶ୍ରଦ୍ଧାକର ସୂପକାର  ( ମତାମତ - 2ଟି )

୨୬ଏବେ ମଧ୍ୟ ବଞ୍ଚିଛି

ଗୋଦାବରୀଶ ମହାପାତ୍ର

ବେଣୁଧର କ’ଣ କରିବ କିଛି ଠିକ୍‌ କରିପାରିଲା ନାହିଁ୤
ଯେତେବେଳେ ଗାଁ ଯାକ ବାହାରନ୍ତି ସାହାଯ୍ୟ କେନ୍ଦ୍ରକୁ ସାହାଯ୍ୟ ପାଇଁ, ବେଣୁଧର ପିଣ୍ଡାରେ ତୁନି ହୋଇ ଠିଆହୁଏ୤ ଭାବେ, ଏତେ ଲୋକ ଯାଉଛନ୍ତି, ସମସ୍ତଙ୍କ ଆଗରେ ମୁଁ ହାତ ପତେଇ ଠିଆହୋଇ ମାଗିବାଟା ସୁନ୍ଦର ହେବ ନାହିଁ୤

ଗୋଦାବରୀଶ ମହାପାତ୍ର  ( ମତାମତ - 2ଟି )

୨୭ମୋ ଘର ଶ୍ରୀଜଙ୍ଗ

ଡ.ହରେକୃଷ୍ଣ ମହତାବ

ଅଫିସ୍ ବେଳ ହୋଇଗଲାଣି, ହରିମୋହନ ତରତର ହେଲେଣି ଅଫିସ୍‌କୁ ଯିବା ପାଇଁ୤ ମୋଟରଗାଡ଼ି ଆସି ପୋର୍ଟିକୋରେ ଲାଗିଗଲାଣି୤ ମନ୍ତ୍ରୀଙ୍କ ସହିତ ଅଫିସ୍‌ରେ ସହଜରେ ଦେଖା ହୋଇପାରେ ନାହିଁ ବୋଲି ଅନେକ ଚାଲି ଆସନ୍ତି ଘରକୁ୤ ନିର୍ବାଚିତ ପ୍ରତିନିଧି ହୋଇଥିବାରୁ ମନ୍ତ୍ରୀ ମଧ୍ୟ କାହାରିକୁ ମନା କରି ପାରନ୍ତି ନାହିଁ୤ ଯେଉଁମାନେ ନିର୍ବାଚନରେ ମନ୍ତ୍ରୀଙ୍କୁ ଏବଂ ତାଙ୍କ ଦଳକୁ ସାହାଯ୍ୟ କରିଛନ୍ତି, ସେମାନଙ୍କୁ ତ ନିଶ୍ଚୟ ଦେଖା ଦେବାକୁ ହେବ୤

ଡ.ହରେକୃଷ୍ଣ ମହତାବ  ( ମତାମତ - 1ଟା )

୨୮ଚଢ଼େଇ

ଗୋପୀନାଥ ମହାନ୍ତି

ବୈଶାଖର ଆରମ୍ଭ୤ ଦିନ ସାଢ଼େ ତିନିଟାବେଳ୤ ଢଳିଲା ଖରା ବି ଜଳୁଛି୤ ସାମ୍ନାରେ ବାଁ’କୁ ଦୋ’ଟି କୃଷ୍ଣଚୂଡ଼ା ଗଛ, ଇଟା ବର୍ଣ୍ଣର ଫୁଲ ଲଦି ହୋଇଛି, ମଝିରେ ମଝିରେ ଅଳ୍ପ ପୁଳିଏ ଗୁଜୁରା ଗୁଜୁରା ପତ୍ର୤

ଗୋପୀନାଥ ମହାନ୍ତି  ( ମତାମତ ଦିଅନ୍ତୁ →

୨୯ବଂଶୀ ଓ ବନ୍‌ଶୀ

ବ୍ରହ୍ମାନନ୍ଦ ପଣ୍ଡା

ବିସ୍ତୃତ ଏକ ପ୍ରାନ୍ତର ବକ୍ଷରେ କ୍ଷୁଦ୍ର ଜଳପୂର୍ଣ୍ଣ ସରୋବରଟିଏ୤ ଅନତିଦୂରରେ, ପଥ ପାର୍ଶ୍ବରେ ଗୋଟିଏ ଭଗ୍ନସ୍ତୂପାକୃତି ଦେବାଳୟ୤

ବ୍ରହ୍ମାନନ୍ଦ ପଣ୍ଡା  ( ମତାମତ - 2ଟି )

୩୦ଗୁରୁ ଘଣ୍ଟାଳ

ନିହାତି ଏ ଗାଁଟାକୁ ନ ଛାଡ଼ିଲେ ନୁହେଁ୤ ଚାରିଆଡ଼ୁ ଯେମିତି କେଞ୍ଚାକେଞ୍ଚି ଚାଲିଛି, ଶେଷରେ ଏ ପ୍ରାଣଟା ବି ଯିବ୤ ନ ହେଲେ ଏ ଗାଁ ଲୋକେ ତଣ୍ଟି ଚିପି, ଦଉଡ଼ିରେ ଝୁଲାଇ, ବୋଲିବେ ଆତ୍ମହତ୍ୟା କଲା ବୋଲି୤

ସୁନୀଳ ମିଶ୍ର  ( ମତାମତ - 3ଟି )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ

  • 'ମାଗୁଣିର ଶଗଡ଼' ଗଳ୍ପର ଶୀର୍ଷକ ଯେପରି ଆକର୍ଷଣୀୟ....ତାର ବିଷୟ ବସ୍ତୁ ସେହିପରି ହୃଦୟସ୍ପର୍ଶୀ। ପ୍ରାଚୀନ କାଳର ହାତ ଗଢା ଯାନବାହାନ ଏବଂ ଆଧୁନିକ କାଳର ଯନ୍ତ୍ର…
    ( ଝରଣା ମହାରଣା )
  • ମୋ ମନ ସୁମନ ଦେଇ ହରପଦ ପୂଜିବି ରେ । ଅଧମତାରଣ ହରି ଏ ଅଧମେ କୃପା କରି ଆସିବେ ହୃଦକୁଟୀରେ,…
    ( Trilochan Patel )
  • ଆଧୁନିକତାର ପ୍ରବେଶରେ ଯନ୍ତ୍ର ଶିଳ୍ପ ସାମାଜିକ ଜୀବନରେ ଅବାଧ ପ୍ରବେଶ ,ପାରମ୍ପରିକ କୁଟୀର ଶିଳ୍ପ ଓ କୌଳିକ ବୃତ୍ତି ହ୍ରାସ ,ଆଧୁନିକ ଯନ୍ତ୍ର ସହିତ ମଣିଷର ନିବିଡ଼ତା…
    ( ସୁଶାନ୍ତ କୁମାର ଦାଶ )