ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସାର୍‌ ବାସୁଦେବ ସୁଢ଼ଳଦେବ
ରମାକାନ୍ତ ରଥ
ବିଦ୍ୟୁତପ୍ରଭା ଦେବୀ
ଗନ୍ତାୟତ ଶିବପ୍ରସାଦ
ନିତ୍ୟାନନ୍ଦ ମହାପାତ୍ର
ଅଖିଳମୋହନ ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ଗଳ୍ପ (ସ୍ମରଣୀୟ ଲେଖା)

୧୧ଭୋଜି

ନାନୀ କହିଛି କାଲି ଗାଧୁଆବେଳେ ଭୋଜି-ସେ ନାନୀ ସାଙ୍ଗରେ ଇସ୍କୁଲୁକୁ ଯିବ।
ରାତିଯାକ ବିନ ଆଖିରେ ନିଦ ନାହିଁ। ଥରକୁ ଥର ମା’କୁ ନିଦରୁ ଉଠେଇ ପଚାରୁଛି ସକାଳ ହେଲାଣି କି ନାହିଁ। ନାନୀ କହିଛି ଆଜି ତାକୁ ଇସ୍କୁଲୁକୁ ନେଇଯିବ। କେତେ ପିଲାଙ୍କ ସାଙ୍ଗରେ ଚିହ୍ନା କରେଇ ଦେବ। ବିଛଣାରେ ପଡ଼ି ପଡ଼ି ବିନ ଭାବୁଛି ସେଇ କଥା। ହଠାତ୍‌ ଧଡ୍‌ପଡ଼ ହୋଇ ଉଠିବସି ମା’କୁ ହଲାଇ ଦେଲା “ମା’ ମା’, ଉଠ୍‌…. ସକାଳ ହେଲାଣି, କାଉ ରାବିଲାଣି ପରା।”

ନିଦ ମଳମଳ ଆଖିରେ ଖିଡ଼ିକି ଆଡ଼େ ଚାହିଁ ମା’ ଜବାବ ଦେଲା “ ଓଃ, ଏ ଛୁଆଟା ମଣିଷକୁ ଟିକେ ଶୋଇଦବ ନାହିଁ… ଏଡ଼େ ଅନ୍ଧାର ଅଛି, ସକାଳ କୋଉଠି ହେଲା… ହଇରେ ? ”

ବସନ୍ତ କୁମାରୀ ପଟ୍ଟନାୟକ  ( ମତାମତ - 5ଟି )

୧୨କଙ୍କାଳର ସ୍ମୃତିଲିପି

ପଦ୍ମପଲାଶ-ଲୋଚନ….ଅର୍ଦ୍ଧେନ୍ଦୁଲଲାଟ…ଚନ୍ଦ୍ରମୁଖ….ଜବାଧର….ଗୋଲାପଗଣ୍ଡ….ମୃଣାଳବାହୁ……ଚମ୍ପକାଙ୍ଗୁଳି- ଜୀବନ୍ତ ଓ ଯୌବନକୁ ଘେନି ତ କାବ୍ୟ। ଏ ତ ଗୋଟାଏ କଙ୍କାଳ-ଉଲଗ୍ନ…ନିରଳଙ୍କାର; କାହାର ଗେଲବସର ପୁତ୍ର ଥିଲା ସେ। କାହାର ଅଲିଅଳି କନ୍ୟା ? କାହାର ପ୍ରିୟାପତ୍ନୀ ? ତ୍ୟାଗନିଷ୍ଠ ତରୁଣ ନା ସୁରୂପସୀ ତରୁଣୀ ? ନାଗରିକ ନା ଗ୍ରାମୀଣ ? ମୁଲିଆ ନା ମଜଦୁର ? କୃଷକ ନା କବି ? ସୁଶିକ୍ଷିତ ନା ଗଣ୍ଡମୂର୍ଖ? ବିଦଗ୍ଧ ନା ବାବଦୁକ ? ନର୍ତ୍ତକୀ, ଅଭିନେତ୍ରୀ ନା ସୁଗାୟିକା ? ଗ୍ରାମ ଯାତ୍ରାରେ ରଜା ହୋଇ ବାହାରୁଥିଲା ନା ରଙ୍ଗିଆ ଦୁଆରୀ ? ଏ ଘଟ ପାଟୁଆ ନା ଦଣ୍ଡନାଟୁଆ ? ଟାଉଟର ମକଦ୍ଦମାଖୋର ନା ନିତାନ୍ତ ସରଳ, ଉଦାସୀ, ସାଧାରଣରେ ଅତି ସାଧାରଣ ? ବହୁକୁଟୁମ୍ବୀ ଦୁଃଖୀ ନା ଧନୀ, ନିରପତ୍ୟ ? କିଏ ସେ ? ଚିହ୍ନିବାର କିଛି ବି ଉପାୟ ନାହିଁ …. ?

କୁଞ୍ଜବିହାରୀ ଦାଶ  ( ମତାମତ ଦିଅନ୍ତୁ →

୧୩ଚୋରାବାଲି

ରବିବାରିଆ ଦିପ୍ରହର। ବସି ବସି ଗଳ୍ପ ହେଉଥିଲା ସରସୀଙ୍କ ଘରେ। ସେ ମୋଠୁଁ ଗଳ୍ପ ଶୁଣିବାକୁ ଭଲ ପାଏ। ସେ ତାର ସମାଲୋଚନା କରେ, ସେଥିପାଇଁ ତା ମତ ଅନୁସାରେ ଗଳ୍ପ ଶୁଣିବା ପାଇଁ ତାର ଦାବି। ବଡ଼ ଲୋକର ବୈଠକଖାନା ଭିତରେ ପ୍ରକୃତରେ ଦୁଃଖୀର ହା-ହାକାର ବଡ଼ ବେଖାପ ଜିନିଷ। ବୈଠକଖାନା ଦୁଆରବନ୍ଧ ଆରପାଖରେ ଦୁଃଖୀର ସ୍ଥାନ, ଦୁଃଖର ଛବି ମଧ୍ୟ। ସେଥିପାଇଁ ସରସୀ ପକ୍ଷରେ ମଦିର ଜ୍ୟୋତ୍ସ୍ନା, ଉଚ୍ଛନ୍ନ ମଳୟ ଗୋଲାପୀ ଅଞ୍ଚଳ ପଛେ ପଛେ ହାଲୁକା ପ୍ରେମର ଗୋଟାଏ ବିକୃତ ସମାବେଶ, ସତ୍ୟର ନିରାଡମ୍ବର ସରଳ ମୂର୍ତ୍ତିଠାରୁ ଆଦରଣୀୟ। ଦୁନିଆର ଶତକଡ଼ା ଅନେଶୋତ ଭାଗଟା ପ୍ରତି ଆଖି ବୁଜିଦେଇ ଅବଶିଷ୍ଟ ଗୋଟାକାର ଅପ୍ରାକୃତିକ ଅସ୍ତିତ୍ୱକୁ ଉପଭୋଗ କରିବାକୁ ସର୍ବଦା ଅଭ୍ୟସ୍ତ। ତେଣୁ ସେମାନଙ୍କ ରୁଚିରେ ବୈକୃତ୍ୟ ଉପସ୍ଥିତ ହେବା ହିଁ ସ୍ୱାଭାବିକ।

ରାମ ପ୍ରସାଦ ସିଂହ  ( ମତାମତ ଦିଅନ୍ତୁ →

୧୪ଅନୁରକ୍ତି

ବୈଶାଖର ପ୍ରଚଣ୍ଡ ରୌଦ୍ର। ବାବାଙ୍କ ଅସୁସ୍ଥତାରେ ବିବ୍ରତ ହୋଇ ମୋ ସ୍ତ୍ରୀ ଓ ପିଲାମାନେ ଘରକୁ ଚାଲି ଯାଇଛନ୍ତି।
ମୁଁ ଏଠି ଏକା । ହୋଟେଲ୍‌ରେ ଖାଉଥାଏଁ।
ମନ ଭଲ ନଥାଏ। ନିତି ଡାକକୁ ଅନାଇ ବସିଥାଏଁ।
ହଠାତ୍‌ ଦିନେ ତାର ପାଇଲି – ବାବା ଆଉ ନାହାଁନ୍ତି।
ଚାକର ହୋଟେଲ୍‌ରୁ ଭାତ ଧରି ପହଞ୍ଚିଲା।
କହିଦେଲି “ ଫୋପାଡ଼ି ଦେ।”
କ୍ଷୁତ୍‌ପ୍ରପୀଡ଼ିତ ଜରାବ୍ୟାଧିଗ୍ରସ୍ତ କୁକୁରଟି ମହା ଆନନ୍ଦରେ ସେତକ ଉଦରସ୍ଥ କରିଦେଲା।

ଲକ୍ଷ୍ମୀନାରାୟଣ ମହାନ୍ତି  ( ମତାମତ ଦିଅନ୍ତୁ →

୧୫କନ୍ୟାରତ୍ନ

ଗନ୍ତାୟତ ଶିବପ୍ରସାଦ

‘ପୁଅକୁ ପକା, ଝିଅ ଥିଲେ ମୋର ଷାଠିଏ ଟଙ୍କା’- ଏ ପ୍ରବାଦଟି ଆମ୍ଭେ ପିଲାବେଳେ ଗାଁର ଜଣେ ଦି’ ଜଣ ମାଉସୀ ସ୍ଥାନୀୟା ଭଦ୍ରମହିଳା କହିବାର ଶୁଣିଥିଲୁ। ଏହା କହିବା ବେଳେ ସେମାନଙ୍କ ମୁହଁର ପ୍ରସନ୍ନତା ଏବେ ବି ମନେପଡ଼ୁଛି। ଅବଶ୍ୟ ସେତେବେଳେ ଏ ପ୍ରକାରର ଢଗଢମାଳି ଭିତରକୁ ଯାଇ ତନ୍ନ ତନ୍ନ କରି ପରୀକ୍ଷା କରିବା ଏବଂ ତା’ର ଅର୍ଥ ଓ ପ୍ରଭାବ ବୁଝିବା ଭଳି ମଗଜ ଆମ୍ଭର ନଥିଲା ବୋଲି ଏବେ କହିବାରେ କିଛି ସଙ୍କୋଚ ନାହିଁ। ପରେ ଯେତେବେଳେ ମଗଜରେ ମସଲା ଜାତୀୟ ପଦାର୍ଥ କିଛି ପରିମାଣରେ ପଶିଲା ସେତେବେଳେ ଏହି ଢଗଟିର ଅର୍ଥ ବୁଝିବାକୁ ଚେଷ୍ଟା କରନ୍ତେ ଜଣାପଡ଼ିଲା ଯେ, ପୁଅଠାରୁ ଝିଅକୁ ଅଧିକ ଗୁରୁତ୍ୱ ଦିଆଯାଇ ଏହା ବୋଲାଯାଇଥାଏ।

ଗନ୍ତାୟତ ଶିବପ୍ରସାଦ  ( ମତାମତ ଦିଅନ୍ତୁ →

୧୬ଦଉଡ଼

ଗୋପୀନାଥ ମହାନ୍ତି

ସମୁଦ୍ରର ବାଲିପନ୍ତା ଉପରେ ସେ ଗୋଟାଏ ଲମ୍ବ ଲଟା, ତା ଚେର ପାଇଁ ମାଟି ନାହିଁ, ଖାଲି ଘୁଙ୍ଗା ବାଲି, ମିଠା ପାଣି ନାହିଁ। ସମୁଦ୍ରର ଉଛୁଳା ଲୁଣିପାଣି, ତଥାପି ସେ ବି ଗୋଟିଏ ଶାଗୁଆ ଛନଛନିଆ ଉଦ୍ଭିଦ। ନାଁ ତା’ର ଗୁଡ଼କଙ୍କ।

କିଏ କାହିଁକି ତାକୁ ଚାହୁଁ ଚାହୁଁ ଗୁଡ଼ କଥା ଭାବିଥିଲା ତା ଜଣା ନାହିଁ, ଝିଙ୍କକାଠି ପରି ଠିଆ ଠିଆ ଲମ୍ବ ଲମ୍ବ, ଶୁଖିଲା ବାବୁଲ୍‌ କଣ୍ଟା ପରି ସରୁ ସରୁ ଆଉ ନିରସ, ଆକୃତିରେ କଦମ୍ବ ଫୁଲ ପରି, ଆକାରରେ ଫୁଟ୍‌ବଲ୍‌, ସେହି ତା’ର ଫୁଲ, କେତେବେଳେ କଢ଼ ଧରେ କେତେବେଳେ ଫୁଟେ ଆଉ ଶୁଖେ,

ଗୋପୀନାଥ ମହାନ୍ତି  ( ମତାମତ ଦିଅନ୍ତୁ →

୧୭ନିସ୍ତରଙ୍ଗ

ମିତା ! ବୋଧହୁଏ କାନ୍ଦି ପକାଇଥାନ୍ତା କିମ୍ବା ମନକୁ ମନ ହସିଥାନ୍ତା। ଅଥଚ ସେ କାନ୍ଦିଲାନି କି ହସିଲାନି। ବେଶ୍‌ କିଛିଦିନ ହେଲା ସେ ହସ ଓ କାନ୍ଦର ପାର୍ଥକ୍ୟ ଭୁଲିଯାଇଛି। ବରଂ ସେ ଅପରିଷ୍କାର ଅଗଣା ମଝିରେ ଖୁଣ୍ଟ ଭଳି ଛିଡ଼ା ହୋଇ ଆକାଶକୁ ଚାହିଁ ରହିଲା। ଚାହିଁ ଚାହିଁ ଆଖିମାନ କ୍ଳାନ୍ତ ହୋଇ ପଡ଼ିଲେ। ତା’ପରେ ସେ ଘର ଭିତରକୁ ଦୌଡ଼ି ଦୌଡ଼ି ପଳାଇଲା, ଯେପରି ତାକୁ କିଏ ଅଜାଣତରେ ଛୁଇଁ ଦେଇଛି। ଆକାଶ କିମ୍ବା ପବନ। ଶୀତଋତୁ ଯିବାପରେ ପୁଣି ଏକ ଭିନ୍ନ ପବନ ବହିବା ଆରମ୍ଭ କଲାଣି। ଗତବର୍ଷ ଠିକ୍‌ ଏହି ସମୟରେ ସେ ଅଗଣାରେ କେତୋଟି ଫୁଲ ଚାରା ପୋତିଥିଲା।

ଆଶୋକ ଚନ୍ଦନ  ( ମତାମତ ଦିଅନ୍ତୁ →

୧୮ଉତ୍ତରଣ

ଜଗଦୀଶ ମହାନ୍ତି

ଶମ୍ଭୁଚରଣ କବି ବନିଯିବା ଆମ ପାଖରେ ଯେତିକି ଆଶ୍ଚର୍ଯ୍ୟଜନକ ଘଟଣା ନଥିଲା, ତା’ଠୁ କାହିଁକି କେତେଗୁଣ ବିସ୍ମୟକର ଘଟଣା ଥିଲା ଶମ୍ଭୁଚରଣ ଦାତାକର୍ଣ୍ଣ ବନିଯିବା୤ ଏମିତିରେ ବନ୍ଧୁ ମହଲରେ ଶମ୍ଭୁଚରଣର ଭାରି ଦୁର୍ନାମ, କୃପଣ ବୋଲି୤ ପେଟ୍ରୋଲ ଖର୍ଚ୍ଚ ହେଇଯିବ ବୋଲି ସେ ଦିନେହେଲେ ସ୍କୁଟର୍‌ ଚଳେଇ ବି କୁଆଡ଼େ ଯିବାର କେହି ଦେଖିନି୤ ଚାଲିଲେ ବ୍ୟାୟମ ହୁଏ ଓ ରକ୍ତସଂଚାଳନ ଭଲହୁଏ ବୋଲି ସେ କେବେ ବି ରିକ୍ସା କରେନାହିଁ୤ ଅଫିସ୍‌ରେ କେବେ ଦିନେ ଚା’ କପେ କି ସିଗାରେଟ୍‌ ଖଣ୍ଡେ ପିଇବାର କି କାହାରିକୁ ଯାଚିବାର କେହି ଦେଖିନାହିଁ୤

ଜଗଦୀଶ ମହାନ୍ତି  ( ମତାମତ - 3ଟି )

୧୯ସାହିତ୍ୟର ଗୁଣ

ଉତ୍କଳ ସାହିତ୍ୟର ଧାରାବାହିକ ପୂର୍ଣ୍ଣାଙ୍ଗ ଇତିହାସ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ୤ ତଥାପି ଯେଉଁମାନେ ଏହି ସାହିତ୍ୟର ଅନୁଶୀଳନରେ ବ୍ରତୀ, ସେମାନେ ଜାଣନ୍ତି, ଆମ୍ଭମାନଙ୍କ ମାତୃଭାଷାର ସାହିତ୍ୟରେ କ’ଣ ଅଛି ଏବଂ କି ଅଭାବ ଅଛି୤ ଅଭାବ କାହିଁକି, ବହୁତ ଅଭାବ ଯେ ଅଛି, ଏଥିରେ ଅଣୁ ମାତ୍ର ସନ୍ଦେହ ନାହିଁ୤

ଚନ୍ଦ୍ରମୋହନ ମହାରଣା  ( ମତାମତ ଦିଅନ୍ତୁ →

୨୦ଦେବୀ

ମଦନ ଯେତେବେଳେ ଧୀରେ ଧୀରେ ଆଖି ଖୋଲି ଯନ୍ତ୍ରଣାରେ ଦୀର୍ଘ ‘ଉଃ’ ଶବ୍ଦ କଲା, ସେ ଜାଣିପାରିଲା ନାହିଁ ସେ କେଉଁଠି ଅଛି୤ ଡେବିରି ଆଣ୍ଠୁ ତଳକୁ ଗୋଡ଼ରେ ତା’ର ଜଳନ୍ତା ନିଆଁ ରଖାଗଲା ପରି ଦାରୁଣ ଯନ୍ତ୍ରଣା ବୋଧ ହେଉଥାଏ୤ ମୁଣ୍ଡ ପର୍ବତ ପ୍ରମାଣ ବୋଝ ଲାଗୁଥାଏ୤ ଅଜଣା ଔଷଧ ତୀବ୍ର ଗନ୍ଧ ତାକୁ ଅନୁଭୂତ ହେଉଥାଏ୤ ଅର୍ଧଚେତନ ଅବସ୍ଥାରେ ଭାବୁଥାଏ କେଉଁଠି ଅଛି ସେ? ଆଖିପତା ଖୁବ୍‌ ଭାରି ଲାଗୁଥାଏ୤ କାହିଁକି ଏତେ ଯନ୍ତ୍ରଣା? ଅସ୍ଫୁଟ, ଧୀର ଆର୍ତ୍ତନାଦ ତା’ର କଣ୍ଠରୁ ବାହାରିଲା ବେଳେ ତା’ର ମନେହେଲା ପାଟି କରିବାର ଶକ୍ତି ମଧ୍ୟ ତା’ର ନାହିଁ୤

ଶ୍ରଦ୍ଧାକର ସୂପକାର  ( ମତାମତ - 2ଟି )

ପୃଷ୍ଠା : 
 
 
 

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )