ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ବହୁମୁଖୀ ପ୍ରତିଭାର ଅଧିକାରୀ ସେ, ସରସ୍ବତୀଙ୍କ ବରପୁତ୍ର ସାହିତ୍ୟର ସମସ୍ତ ବିଭାଗରେ ଲେଖନୀ ଚାଳନା କରି ଅଜସ୍ର ପାଠକୀୟ ଶ୍ରଦ୍ଧା ତଥା ପୁରସ୍କାର ଓ ସମ୍ମାନ ସାଉଁଟିଥିବା ସେଇ ସିଦ୍ଧ ସାଧକ ହେଉଛନ୍ତି ପ୍ରଫେସର ଚନ୍ଦ୍ର ଶେଖର ରଥ ସାହିତ୍ୟ ବାତାୟାନ ଆରପଟେ ସେ ହେଉଛନ୍ତି ଜ୍ୟୋତ୍ସ୍ନା ବିଧୌତ ଚନ୍ଦ୍ରମା-ଜଣେ ଭଲ ସ୍ଥପତି ଆଉ ଚିତ୍ରଶିଳ୍ପୀ ୧୯୨୯ ମସିହା ଅଗଷ୍ଟ ୧୭ ତାରିଖରେ ବଲାଙ୍ଗୀର ସହରରେ ଜନ୍ମ ଗ୍ରହଣ କରିଥିବା ଏହି ସାରସ୍ବତ ସାଧକଙ୍କର ଶିକ୍ଷାଦାନ ଥିଲା ଜୀବନର ଆଉ ଏକ ଅଙ୍ଗ
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 2ଟି )
ଡ.ମନୋରମା ବିଶ୍ବାଳ ମହାପାତ୍ର ସାମ୍ପ୍ରତିକ କାଳର ଅଗ୍ରଣୀ ଓଡ଼ିଆ କବିମାନଙ୍କ ମଧ୍ୟରେ ଅନ୍ୟତମ ବିଶ୍ବଭାରତୀ ଶାନ୍ତିନିକେତନରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ପ୍ରଥମେ ଭଦ୍ରକ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରି ଶେଷରେ ବି.ଜେ.ବି. ସ୍ବୟଂଶାସିତ ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →
ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା ଓଡ଼ିଆ ସାହିତ୍ୟରେ ଜଣେ ପ୍ରଚଣ୍ଡ ପ୍ରତିଭାଶାଳୀ ସାହିତ୍ୟିକ ଭାବେ ପରିଗଣିତ ଏକାଧାରରେ ଜଣେ କବି, ଗାଳ୍ପିକ, ଅନୁବାଦକ, ନାଟ୍ୟକାର, ପ୍ରାବନ୍ଧିକ ସହିତ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ରହି ଡ.ଉଦ୍ଗାତା ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ସାଧନାରତ
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 2ଟି )
ଜଣେ ଗାଳ୍ପିକ, ଔପନ୍ୟାସିକ ଓ ଅନୁବାଦକ ସହିତ ଜଣେ ମୁକ୍ତ ବୃତ୍ତି ସ୍ତମ୍ଭକାର ଭାବେ ଭୂପେନ ମହାପାତ୍ର ଓଡ଼ିଆ ସାହିତ୍ୟରେ ଏକ ପରିଚିତ ନାମ ଏହା ବ୍ୟତୀତ ଅନେକ ସାହିତ୍ୟ ଅନୁଷ୍ଠାନ ସହିତ ଶ୍ରୀ ମହାପାତ୍ର ମଧ୍ୟ ପ୍ରତ୍ୟେକ୍ଷ ଭାବେ ଜଡ଼ିତ ତାଙ୍କର ଏକାଧିକ ଗଳ୍ପପୁସ୍ତକ ସହିତ ଉପନ୍ୟାସ, ଭ୍ରମଣ କାହାଣୀ ଓ ଅନୁବାଦ ଆଦି ପ୍ରକାଶିତ ହୋଇ ପାଠକମାନଙ୍କ ଦ୍ବାରା ଆଦୃତ ୭୭ ବର୍ଷ ବୟସରେ ମଧ୍ୟ ଶ୍ରୀ ମହାପାତ୍ର ସାହିତ୍ୟ ଚର୍ଚ୍ଚାରେ ବେଶ୍ ଚଳଚଞ୍ଚଳ
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →
ଏକାଧାରରେ ଜଣେ ଲେଖିକା, ଅନୁବାଦିକା ଏବଂ ସଙ୍ଗୀତର ସାଧିକା ଭାବେ ଅଳକା ଚାନ୍ଦ୍ ଓଡ଼ିଆ ସାହିତ୍ୟ ଜଗତରେ ଏକ ପରିଚିତ ନାମ ଅନୁବାଦ ସାହିତ୍ୟ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଇସ୍ପାତ ସହର ରାଉରକେଲାର ଶ୍ରୀମତୀ ଚାନ୍ଦ ନିଜ ଜୀବନର ୬୦ ବର୍ଷରୁ ଊର୍ଦ୍ଧ୍ବ ଅତିକ୍ରାନ୍ତ କରିଥିଲେ ସୁଦ୍ଧା ସାହିତ୍ୟ ଓ ସଙ୍ଗୀତ ସାଧନାରେ ଏବେ ମଧ୍ୟ ଚଳଚଞ୍ଚଳ
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 1ଟା )
ନାଟକ :- ଶେଷ ଅଶ୍ରୁ (୧୯୬୬), ଅସ୍ତରାଗର ଚନ୍ଦ୍ର (୧୯୬୭) ମଞ୍ଚନାୟିକା (୧୯୬୮), ରାଜହଂସ (୧୯୭୦) (ସର୍ବଭାରତୀୟ ପ୍ରତିଯୋଗୀତା, ଅହମ୍ମଦାବାଦରେ ପ୍ରଥମ-୧୯୭୨), ଅପଦେବତା (୧୯୭୩), ପୁନଶ୍ଚ ପୃଥିବୀ (୧୯୭୭), କଳଙ୍କିତ ସୂର୍ଯ୍ୟ (୧୯୭୪), (ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ) ମୁଖା…
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 1ଟା )
ଜଣେ ନିଆରା କବି ଭାବେ ପରିଚିତ ପ୍ରତିଭା ଶତପଥୀ ଓଡ଼ିଆ ସାହିତ୍ୟରେ ଜଣେ ପ୍ରତିଷ୍ଠିତ ଲେଖିକା ଓଡ଼ିଆ କବିତାରେ ଏକ ନୂତନ ଭାବଧାରା ସୃଷ୍ଟି କରିଥିବା କବି ପ୍ରତିଭା ଶତପଥୀ ଏକାଧାରରେ ଜଣେ କବି, ସମୋଲୋଚନା ସାହିତ୍ୟ ଲେଖିକା ଏବଂ ଅନୁବାଦିକା ଭାବେ ସୁପରିଚିତ
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 2ଟି )
ସାହିତ୍ୟର ବିଭିନ୍ନ ବିଭାଗ ଉପରେ ଲେଖନୀ ଚାଳନାରେ ସିଦ୍ଧହସ୍ତ ହରିହର ମିଶ୍ର ୭୧ବର୍ଷ ବୟସରେ ମଧ୍ୟ ବେଶ୍ ଚଳଚଞ୍ଚଳ ଜଣେ କବି ଗାଳ୍ପିକ ଏବଂ ଅନୁବାଦକ ଭାବେ ସୁଖ୍ୟାତି ଲାଭ କରିଥିବା ଶ୍ରୀ ମିଶ୍ର ଜଣେ ନାଟ୍ୟକାର ଭାବେ ମଧ୍ୟ ସୁପରିଚିତ
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 1ଟା )
ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ କାବ୍ୟକବିତାକୁ ଦିଗ୍ଦର୍ଶନ ଦେବାରେ କବି ସୌଭାଗ୍ୟ କୁମାରଙ୍କ ଭୂମିକା ଉଲ୍ଲେଖଯୋଗ୍ୟ ଉତ୍ତର ଷାଠିଏ ଓଡ଼ିଆ କାବ୍ୟ କବିତାରେ ବାକ୍ଛଳ ସହିତ କାବ୍ୟିକ ଛନ୍ଦର ଯେଉଁ ନୂତନ ପରମ୍ପରା ଶୁଭାରମ୍ଭ ହୋଇଥିଲା ତାହାର ଉତ୍ତରଣ ଘଟିଛି ସୌଭାଗ୍ୟଙ୍କ କବିତାରେ ରୋମାଣ୍ଟିକ୍ କାବ୍ୟ ଚେତନାର ସଫଳ ନିର୍ମାତା ସୌଭାଗ୍ୟ ମିଶ୍ରଙ୍କ …
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 3ଟି )