ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟତମ ଉପଖଣ୍ଡ ବଣାଇଁ ସ୍ଥିତ ବଣାଇଗଡ଼ ମହାବିଦ୍ୟାଳୟଠାରେ ଓଡ଼ିଆ ଯୁବଲେଖକ ସମ୍ମେଳନ ପକ୍ଷରୁ ଏକ ସ୍ବତନ୍ତ୍ର ସାରସ୍ବତ ସମାରୋହ ଗତକାଲି ଅନୁଷ୍ଠିତ ହୋଇଯାଇଛି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 2ଟି )
ଡ.ମନୋରମା ବିଶ୍ବାଳ ମହାପାତ୍ର ସାମ୍ପ୍ରତିକ କାଳର ଅଗ୍ରଣୀ ଓଡ଼ିଆ କବିମାନଙ୍କ ମଧ୍ୟରେ ଅନ୍ୟତମ ବିଶ୍ବଭାରତୀ ଶାନ୍ତିନିକେତନରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ପ୍ରଥମେ ଭଦ୍ରକ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରି ଶେଷରେ ବି.ଜେ.ବି. ସ୍ବୟଂଶାସିତ ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →
ଜୀବନକୁ ବୁଝି ହୁଏ ନାହିଁ କିନ୍ତୁ ଜୀବନ ବଞ୍ଚାଯାଏ ଏହାଥିଲା ୨୬ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ସିଭିକ୍ ସେଣ୍ଟରଠାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଆ ନାଟକ ମହୋତ୍ସବ ରଙ୍ଗ ସଙ୍ଗମର ପ୍ରଥମ ରଜନୀରେ ପ୍ରଦର୍ଶିତ ନାଟକ ଅସ୍ଥାୟୀ ଠିକଣାର ବାର୍ତ୍ତା
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 1ଟା )
ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା ଓଡ଼ିଆ ସାହିତ୍ୟରେ ଜଣେ ପ୍ରଚଣ୍ଡ ପ୍ରତିଭାଶାଳୀ ସାହିତ୍ୟିକ ଭାବେ ପରିଗଣିତ ଏକାଧାରରେ ଜଣେ କବି, ଗାଳ୍ପିକ, ଅନୁବାଦକ, ନାଟ୍ୟକାର, ପ୍ରାବନ୍ଧିକ ସହିତ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ରହି ଡ.ଉଦ୍ଗାତା ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ସାଧନାରତ
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 1ଟା )
ପ୍ରଥମ ଥର ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ବରଠାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି ଚଳିତ ମାସ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି..
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 1ଟା )
ଆସନ୍ତା ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ଜାତୀୟସ୍ତରରେ ସମାରୋହ ଭୁବନେଶ୍ବରଠାରେ ଅନୁଷ୍ଠିତ ହେବ
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →
‘ମାତୃଭୂମି’ ଓ ‘ମାତୃଭାଷା’ ଏ ଶବ୍ଦ ଦୁଇଟି ଉଚ୍ଚାରଣ କରିବା ମାତ୍ରକେ ଯେଉଁ କବିର ଚେତନାରେ ଏକ ଅନନ୍ୟ ଶିହରଣ ଖେଳିଯାଏ ସେଇ କବିର କବିତା ପାଠକ ଭିତରେ ସୃଷ୍ଟି କରିପାରେ ଏକ ମହନୀୟ କମ୍ପନ ମାତୃଭୂମି ଓ ମାତୃଭାଷାର ପବିତ୍ର ଭାବନା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ହୃଦୟକୁ ନିତ୍ୟ ଆନ୍ଦୋଳିତ କରୁଥିଲା
ଡ଼.ମଣୀନ୍ଦ୍ର କୁମାର ମେହେର, ସମ୍ବଲପୁର ( ମତାମତ - 5ଟି )
ଓଡ଼ିଶା ସାହିତ୍ୟ ଏକାଡ଼େମୀର ପ୍ରତିଷ୍ଠା ଦିବସ ଅବସରରେ ସ୍ବାଭାବକବି ଗଙ୍ଗାଧର ମେହେରଙ୍କ ୧୫୦ତମ ଜୟନ୍ତୀ ଏବଂ ସାରସ୍ବତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ଏହି ଉତ୍ସବରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩୩ ଜଣ ବ୍ୟକ୍ତିତ୍ବଙ୍କୁ ମାନପତ୍ର, ଉପଢ଼ୌକନ ଏବଂ ଅର୍ଥରାଶି ସହିତ ସମ୍ବର୍ଦ୍ଧିତ କରାଯାଇଛି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →
୧୯୫୭ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ବାରା ଏକ ସ୍ବତନ୍ତ୍ର ଅନୁଷ୍ଠାନ ଭାବେ ସ୍ଥାପିତ ହୋଇଥିବା ନେସ୍ନାଲ୍ ବୁକ୍ ଟ୍ରଷ୍ଟ(ଏନ୍ବିଟି) ଓଡ଼ିଶାରେ ଏକ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବ ବୋଲି ସୂଚନା ମିଳିଛି ପୂର୍ବରୁ ଏହି ସଂସ୍ଥାର ତିନୋଟି ଆଞ୍ଚଳିକ କାର୍ଯ୍ୟାଳୟ କୋଲ୍କାତା, ବାଙ୍ଗାଲୋର ଓ ମୁମ୍ବାଇରେ ରହିଥିଲାବେଳେ ଖୁବ୍ ଶୀଘ୍ର ଭୁବନେଶ୍ବର, ହାଇଦ୍ରାବାଦ ଓ ଗୋଆ ଠାରେ ତିନୋଟି ଶାଖା କାର୍ଯ୍ୟାଳୟ ଖୋଲିବାର ଯୋଜନା ରହିଛି
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ ଦିଅନ୍ତୁ →
ବାରମାସର ତେର ପର୍ବ ପାଳିତ ହେଉଥିବା ଓଡ଼ିଶାରେ ରଜ ହେଉଛି ଏକ ଅନନ୍ୟ ପର୍ବ| ରାଜ୍ୟର କେନ୍ଦୁଝର, ବାଲେଶ୍ବର, ମୟୁରଭଞ୍ଜ, ଗଞ୍ଜାମ, ସମ୍ବଲପୁର, ସୁନ୍ଦରଗଡ଼ ସମେତ ଉପକୂଳ ଅଞ୍ଚଳର ପ୍ରାୟ ସମସ୍ତ ଜିଲ୍ଲାରେ ଜ୍ୟେଷ୍ଠ ମାସର ଶେଷ ଓ ଆଷାଢ଼ ମାସର ଆରମ୍ଭକୁ ମିଶାଇ ପାଳିତ ହୋଇଥାଏ ଏହି ତିନିଦିନିଆ ପର୍ବ
ଓଡ଼ିଆସାହିତ୍ୟ ପ୍ରେସ୍ ( ମତାମତ - 1ଟା )