ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ସେମିତି ସମୟରେ ତୁରୀ-ଭେରୀ କମ୍ପିଗଲେ ପ୍ରାଣ ଉଡ଼େ ତୁଙ୍ଗ ଶିଖରକୁ ଶାଣଦିଆ ଶର ପରି, ଶବ୍ଦଙ୍କ ସେ ଅମାନିଆ ସେନା ପାଟହାତୀ ଶୁଣ୍ଢ ତୋଳେ, ବଙ୍କା ତେଢ଼ା ପ୍ରଶ୍ନବାଚୀ ପରି ମୃଦଙ୍ଗର ଧିମିଂ ଧିମିଂରେ ଅଣାୟତ୍ତ ହୁଏ ଶମ୍ଭୁଙ୍କ ତାଣ୍ଡବ ରାଗିଣୀ…
ସ୍ବର କାହିଁକି ସିଢି ଚଢେ? କାହା କଥା ମାନି? “ସା ରୁ “ନି” ପର୍ଯ୍ୟନ୍ତ- ଏକ ଅଦେଖା ସ୍ପନ୍ଦନର ତାରକସି ଶୃଙ୍ଖଳାରେ ବାନ୍ଧି ହୋଇ? (୧) ସ୍ବପ୍ନ, ସ୍ମୃତି ଓ କ୍ରାନ୍ତି ର ଗୁଡ଼ିଏ ଅନାବନା ଶିହରଣ, ଦୁଇ ପାଖୁଡ଼ା ଓଦା…