ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଭଗବାନ୍ଙ୍କର କୃପା ହିଁ ମଣିଷ ହୃଦୟରେ ଗୋଟିଏ ସୁନ୍ଦର ତରଙ୍ଗ ତିଆରି କରିଛି। ଏଇ ତରଙ୍ଗର ନାମ ପ୍ରେମ। ପ୍ରେମ ଏକ ଶସ୍ତା ବସ୍ତୁ ନୁହେଁ। ପ୍ରେମ କଳଗାଉଣାର ଗୀତ ନୁହେଁ କିମ୍ୱା ବଜାର ଛକରେ ପ୍ରେମ ମିଳୁଥିବାର ବିଷୟ ନୁହେଁ।