ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
କଥାଟି ଭାରତରେ ଇଂରେଜ ଶାସନ ଶେଷ ହେବାର କିଛି ବର୍ଷ ପରର| ସମସ୍ତ କ୍ଷୁଦ୍ର ଓ ବୃହତ୍ ରାଜ୍ୟ, ଗଡ଼ଜାତ ରାଜ୍ୟ ଏବଂ ଜମିଦାରମାନଙ୍କ ଜମିଦାରୀ ସରକାରଙ୍କ ଅଧିନସ୍ଥ ହୋଇସାରିଥିଲା|
ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରକୁ ପ୍ରତିଦ୍ବନ୍ଦିତାର ଆହ୍ବାନ ଦେଇ ଗାଁର ସେ ପୁରାତନ ବଟବୃକ୍ଷଟା ଛାୟା ପ୍ରଦାନପୂର୍ବକ ପଞ୍ଚ ପରମେଶ୍ବରଙ୍କୁ ସନ୍ତୁଷ୍ଟି ଦେଉଥିଲା